Skip to main content

Posts

Showing posts from May, 2020

ସାଇ ବାଣୀ

ସାଇ ଲୀଳା              ଯେତେବେଳେ ବାବା ଜୀବିତ ଥିଲେ ଏବଂ ତାଙ୍କ ଶାରୀରିକ ରୂପରେ, ସେ ଥରେ ନିଜ ବାହୁକୁ ତାଙ୍କ ଧୁନି ର ଜ୍ୱଳନ୍ତ ନିଆଁ ଭିତରକୁ ଠେଲିଦେଇଥିଲେ, ଏକ ଛୋଟ ଛୁଆକୁ ଉଦ୍ଧାର କରିବା ପାଇଁ, ଯିଏକି ନିଜ ମା'ର କୋଳରୁ ଖସି ଯାଇଥିଲା, କିଛି ଦୂର ଗାଁରେ |  ।  ବାବା ବାହୁ ସଂପୂର୍ଣ୍ଣ ଭାବେ ଜଳି ଯାଇଥିଲା କିନ୍ତୁ ସେ ଗଭୀର ଜଳିବା ବିଷୟରେ ଧ୍ୟାନ ଦେଇନଥିଲେ |  ସେ ତଥାପି ସମସ୍ତେ ହସୁଥିଲେ ଯେ ଛୋଟ ଶିଶୁକୁ ଉଦ୍ଧାର କରି ପାରିଛନ୍ତି |  ବାବା କୌଣସି ଡାକ୍ତରଙ୍କୁ ତାଙ୍କ ବାହୁକୁ ଛୁଇଁବାକୁ ଅନୁମତି ଦେଲେ ନାହିଁ, ଏହାକୁ ପରୀକ୍ଷା କରିବାକୁ ମଧ୍ୟ କାହାରିକୁ ଦେଲେ ନାହିଁ |  ତାଙ୍କ ଭକ୍ତମାନେ ନିବେଦନ କରିଥିଲେ, ବମ୍ବେ (ବର୍ତ୍ତମାନର ମୁମ୍ବାଇ) ରୁ ପ୍ରସିଦ୍ଧ ଚିକିତ୍ସକ ଡ଼ ପରମାନନ୍ଦଙ୍କୁ ଡାକନ୍ତୁ କିନ୍ତୁ ବାବା କୌଣସି ଅନୁରୋଧକୁ ଗ୍ରହଣ କରି ନଥିଲେ।  ତାଙ୍କର କୁଷ୍ଠ ଭକ୍ତ ଭଗୋଜି ସିନ୍ଦେ ଘିଅ ସହିତ ବାହୁକୁ ମସାଜ୍ କଲେ, ତା’ପରେ ସେଥିରେ ଏକ ପତ୍ର ରଖି ବାବାଙ୍କ ମହାସମାଧି  ପର୍ଯ୍ୟନ୍ତ ପ୍ରତିଦିନ ଏହାକୁ ଜୋରରେ ବାନ୍ଧି ଦେଉ ଥିଲେ |  ବାବାଙ୍କ ପରି ଦୟାଳୁ ଭଗବାନଙ୍କ ପ୍ରେମକୁ ଆମେ କେବେ ସନ୍ଦେହ କରିପାରିବା?             ସେ ଅନ୍ୟମାନଙ୍କ ପରି ଆମ ପାଇଁ ଯତ୍ନ ନିଅନ୍ତି |...

ସାଇ ବାଣୀ

ସାଇ ଲୀଳା            ପରୋପକାର ବାବାଙ୍କ ହୃଦୟର ଅତି ନିକଟତର ଥିଲା .ଆପଣଙ୍କର ସମସ୍ତ ଜୀବନ, ​​ତାଙ୍କର ସମସ୍ତ ସମ୍ପତ୍ତି ତାଙ୍କ ଭକ୍ତମାନଙ୍କୁ ଦାନରେ ଦିଆଯାଇଥିଲା |  ବାବାଙ୍କୁ ତାଙ୍କ ଜୀବନ କାଳରେ ଦକ୍ଷିଣାଭାବରେ ହଜାର ହଜାର ଟଙ୍କା ଦିଆଯାଇଥିଲା କିନ୍ତୁ ବାବା ପ୍ରତିବଦଳରେ ତାଙ୍କ ଭକ୍ତମାନଙ୍କୁ ସମସ୍ତ ପଇସା ଦେଇଥିଲେ।  ଯେତେବେଳେ ବାବାଙ୍କର ଦେହାନ୍ତ ହୋଇ ଥିଲା , କୁହାଯାଏ ଯେ ଦକ୍ଷିଣା ଭାବରେ ବିପୁଳ ପରିମାଣର ଟଙ୍କା ପାଇବା ସତ୍ୱେ ତାଙ୍କ ପାଖରେ ମାତ୍ର 16 / - ଟଙ୍କା ମିଳିଥିଲା ​​|  ଦାନ ପାଇଁ ବାବାଙ୍କର ଏପରି ପ୍ରେମ ଥିଲା |  ଏବଂ ଏହି ଦାନ କେବଳ ଟଙ୍କା ମାଧ୍ୟମରେ ହୋଇନଥିଲା କାରଣ ସେ ଖାଦ୍ୟ ଦାନକୁ ସର୍ବୋତ୍ତମ ଦାନ ରୂପେ ଉତ୍ସାହିତ କରିଥିଲେ |  ବାବାଙ୍କ ପ୍ରେମ ଏତେ ଚମତ୍କାର ଥିଲା ଯେ ଯେତେବେଳେ ସେ ଖାଦ୍ୟ ବାଣ୍ଟିବାକୁ ସ୍ଥିର କଲେ, ସେତେବେଳେ ସେ ନିଜ ସ୍ନେହପୂର୍ଣ୍ଣ ହାତରେ ରାନ୍ଧିଲେ ଏବଂ ତାଙ୍କର ସମସ୍ତ ଭକ୍ତଙ୍କୁ ସେମାନଙ୍କ ହୃଦୟରେ ସନ୍ତୁଷ୍ଟ କଲେ |  ଉପାଦାନ କିଣିବା ଠାରୁ ଆରମ୍ଭ କରି ମସଲା ବାଟିବା, କାଟିବା ଏବଂ ରାନ୍ଧିବା ପର୍ଯ୍ୟନ୍ତ .ଏହା ସେ ନିଜେ କରିଥିଲେ |  ତା’ପରେ, ବାବାଙ୍କ ଦ୍ୱାରା ରନ୍ଧା ହୋଇଥିବା ଖାଦ୍ୟ ଭଗବାନଙ୍କୁ ସମର୍ପଣ କରି ଦେଇ ପବିତ୍ର ହେଲା ପରେ  ଶେଷରେ ତାଙ୍କ ସନ୍ତାନମାନଙ୍କ ପାଇଁ...

ସାଇ ବାଣୀ

ସାଇ ଲୀଳା -:                                      କଥାରେ ଅଛି ଯିଏ ଯେମିତି କର୍ମ କରିବ  ସିଏ ସେମିତି ଫଳ ପାଇବ । ଏହି କଳିଯୁଗରେ ବଂଚିବା ପାଇଁ ଆମକୁ କିଛି ସମୟ କର୍ମରେ ବିତାଇବା ପାଇଁ ପଡ଼େ । ଭଲ କାମ ର ଫଳ ଆମକୁ ଭଲ ଫଳ ଦିଏ । ଭଗବାନଙ୍କ ପାଖରେ କାମ ଆରମ୍ଭ ପୂର୍ବରୁ ସମର୍ପଣ ଭାବ ରଖି କାର୍ଯ୍ୟ କରିଲେ ତାର ଫଳ ଭଗବାନ ଦିଅନ୍ତି ।  ସବୁ କାର୍ଯ୍ୟ ରେ କୃତକାର୍ଯ୍ୟ ହେବା ମୁସକିଲ । ଇଶ୍ଵର ବିଶ୍ୱାସ ସହିତ କାର୍ଯ୍ୟ କରିବା ଦରକାର । ଫଳ ସେ ଦେବେ । ଏହିପରି ଚିନ୍ତା ରେ ଯେଉଁ କାର୍ଯ୍ୟ କରାଯିବ ତାହା ପୂଣ୍ୟ ମିଳେ । ତତସହିତ ଆମର ଜ୍ଞାନ ବିକାଶ ହୁଏ । ନିରନ୍ତର କର୍ମ କରିବା ପାଇଁ ସାଧନା ରହିବା ଆବଶ୍ୟକ ।  ସାଧକର ସାଧନା ଠିକ ରୂପେ ପରିଚାଳିତ ହେଲେ ହିତ ହୋଇ ଥାଏ । ସାଇ ବାବା ଅନେକ ଭକ୍ତଙ୍କୁ ଭଲ ସାଧକ ହେବା ପାଇଁ ଅତି ସରଳ ଭାବରେ ବୁଝାଉ ଥିଲେ । କାହାରିକୁ ମନ୍ତ୍ର ଉପଦେଶ ଦେଇ ନାହାଁନ୍ତି । ସବୁବେଳେ ଗୋଟିଏ କଥା କହୁଥିଲେ ବିଶ୍ୱାସ କର ଓ ଧୌର୍ଯ୍ୟହରା ହୁଅନା ।                                         ମନର ବିକାରକୁ ଧୋଇବା ପାଇଁ ସାଇ...

ସାଇ ବାଣୀ -: ସାଇବାବା ମୋର ଶ୍ରୀକୃଷ୍ଣ ଅଟନ୍ତି ।

     ସାଇ ଲୀଳା -:ସାଇ ବାବା ମୋର ଶ୍ରୀକୃଷ୍ଣ ।         ଗୁରୁ ଆଉ ଆମମାନଙ୍କ ଭିତରେ ଏକ ଭେଦ ଭାବ ବେଳେ ବେଳେ ମନ ଭିତରେ ସୃଷ୍ଟି ହୁଏ । ନିତିଦିନ କାର୍ଯ୍ୟ ଭିତରେ ଗୁରୁ ପାଇଁ କିଛି ସମୟ ଦେଉଥିବା ଚରିତ୍ର ମାନଙ୍କ ଭିତରେ ପ୍ରଥମେ ଏକ ଭେଦଭାବର ଚିନ୍ତା ସୃଷ୍ଟି ହୋଇଥାଏ ।ପରେ ଏହା ଧିରେ ଧିରେ ମାନସିକ ସ୍ତରରୁ ଲିଭିଯାଏ ।ଶିଷ୍ୟ ଓ ଗୁରୁ ମଧ୍ୟରେ ଭିନ୍ନତା ର ଯେଉଁ ନୀଚ ମାନସିକତା ଶିଷ୍ୟ ଭିତରେ ଯେବେ ଦୂର ହୁଏ ,ସେବେଳେ ଗୁରୁ ତାର ମନ ଭିତରୁ କୁଭାବନାକୁ ଦୂରେଇ ଦେଇଛନ୍ତି ବୋଲି ବୁଝାଯାଏ । ଗୁରୁ ପାଖରେ ଭିନ୍ନତା ଆଦୌ ଆଣିବା ଉଚିତ ନୁହେଁ । ଧନୀ ,ଗରୀବ ,ଚୋର ,ସାଧୁ , ରୋଗୀ ,ଭୋଗୀ , ରଜା ଓ ଭିକାରୀ ସବୁ ଗୁରୁ ପାଖରେ ସମାନ । ସେବକ ର ମନୋଭାବ ରେ ଅହଂକାର ରହିଲେ ଗୁରୁ ବହୁତ ଉଦାହରଣ ମାଧ୍ୟମରେ ସେହି 'ମୁଁ ' ର ନାଶ ପାଇଁ ଚେଷ୍ଟା କରି ଥାଆନ୍ତି । ମୁଁ ଏବଂ ତୁ ନେଇ ଭେଦଭାବ ଆଦୌ ରଖିବା ଉଚିତ ନୁହେଁ । ଗୁରୁ ଶକ୍ତିର ମାପିବା ପାଇଁ କାହାରି ଦମ ନାହିଁ । ସାଇ ବାବା ଶିରିଡି ରେ ଅନେକ ଭକ୍ତଙ୍କୁ ବିଭିନ୍ନ ଦେବା ଦେବୀ ରୂପରେ ଦର୍ଶନ ଦେଇ ନିଜର କରିନେଇଛନ୍ତି । ସାଇ ସତଚରିତ ରେ ବହୁତ ସୁନ୍ଦର ଉପସ୍ଥାପନ କରା ଯାଇ ଅଛି ।  ଶ୍ରୀମତୀ ରାଧାକୃଷ୍ଣମାଇଙ୍କର ପ୍ରକୃତ ନାମ ଶ୍ରୀମତୀ ସୁନ୍ଦରୀ ବାଇ କ୍ଷୀରସାଗର  ଥିଲା । ସେ ସମୟରେ ବାଲ୍ୟ ବିବାହ ର...

ସାଇ ବାଣୀ

    ସାଇ ଲୀଳା।-:       ଜୀବନ ଧାରଣା ପାଇଁ ଆମକୁ ବିଭିନ୍ନ ଉପାୟ ଅବଲମ୍ବନ କରିବା ପାଇଁ ପଡିଥାଏ । କାର୍ଯ୍ୟ ଉପରେ ମନକୁ ନିବେଶ କରିଲେ ତାର ଫଳ ବହୁତ ସୁନ୍ଦର ହୋଇ ଥାଏ । ଏହି ଭିତରେ ଗୁରୁଙ୍କ ନାମ ମନେ ପକାଇବା ବହୁତ କଷ୍ଟ ଅଟେ । ତେଣୁ କାର୍ଯ୍ୟ ର ଆରମ୍ଭ ଅବସ୍ଥା ରୁ ତାଙ୍କୁ ମନେ ମନେ ସ୍ମରଣ କରି ପାରିଲେ ସେ ଆମକୁ  ନିୟନ୍ତ୍ରଣ କରି ନେଇ ଯାଆନ୍ତି । ତେଣୁ ସବୁବେଳେ ତାଙ୍କୁ ମନେ ପକାଇବା ଉଚିତ । ମନେପକାଇ ତାଙ୍କର ନାମକୁ ମନେ ମନେ ଜପିଲେ ସମସ୍ତ କଷ୍ଟକର ଯନ୍ତ୍ରଣା ସହିତ ବିପଦ ଦୂର ହେବ । ଗୁରୁ ମଧ୍ୟ ଆମକୁ ଠିକ ରୂପେ ମନେ ପକାନ୍ତି କେତେ ବେଳେ ଯେତେବେଳେ ଆମେ ତାଙ୍କୁ ମନେ ପକାଉ । ସେ ଶରୀର ଛାଡି ଥିଲେ ମଧ୍ୟ ତାଙ୍କର ସୂକ୍ଷ୍ମଦୃଷ୍ଟି ଆମ ଉପରେ ଥାଏ । ତାଙ୍କର ଅଦୃଶ୍ୟ ଶକ୍ତି ଆମମାନଙ୍କ ଚାରିପଟେ ଘୁରି ବୁଲେ ।            ବାବାଜାନ ଜଣେ ପାର୍ସି ମହିଳା ଥିଲେ ।ଭାରତର ବିଭିନ୍ନ ଧର୍ମ ଅନୁଷ୍ଠାନ ,ଦେବଦେବୀ ପୀଠ , ଗୁରୁ ସ୍ଥାନ ଓ ବିଭିନ୍ନ ମଠ ମନ୍ଦିର ବୁଲି ଶିରିଡି ଆସି ପହଞ୍ଚି ଥିଲେ । ବାବା ତାଙ୍କୁ ବହୁତ ଖୁସି ରେ ବାବାଜାନ ବୋଲି ଡାକୁଥିଲେ । ବିଦେଶୀ ମହିଳା ହୋଇ ମଧ୍ୟ ସମସ୍ତ ଜୀବଜଗତର ପ୍ରତି ତାଙ୍କର ଦୟା ର ଭାବ ବହୁତ ଥିଲା । ୧୯୨୧  ମସିହାରେ ଏକ ବଡ଼ଧରଣର ବ୍ୟାତ। ହେବ ବୋଲି ବହୁ ପୂର୍ବରୁ ସୂଚନା ଦେଇଥ...

ସାଇ ବାଣୀ -: ନିଜକୁ ଅହଂକାର ଶୂନ୍ୟ କର ।

   ସାଇ ଲୀଳା -:  ନିଜକୁ ଅହଂକାର ଶୂନ୍ୟ କର ।                         ଆମମାନଙ୍କର କୁଟିଳ ଓ ଉତ୍ତମ ଚିନ୍ତା ଆମର ଦୈନନ୍ଦିନ ଜୀବନ ଯାତ୍ରାରେ ସହାୟତା ହୋଇ ଥାଏ । ଉତ୍ତମ ଚିନ୍ତା ଉଚ୍ଚ ସ୍ଥାନକୁ ନେଇ ଯାଏ । ଏହି ଚିନ୍ତା ର ଭାବନା କିପରି ନିଜ ଭିତରେ ଗଢ଼ି ତୋଳିବା ସେ ପାଇଁ ଆମେ ଯତ୍ନବାନ ହେବା ଉଚିତ । ସକାଳୁ ରାତି ପର୍ଯ୍ୟନ୍ତ ନିଜର କାର୍ଯ୍ୟ ଭିତରେ ଉଚ୍ଚ ଚିନ୍ତା କୁ ଫଳବତୀ ପାଇଁ ଚେଷ୍ଟା କରିବା ଦରକାର । ଉତ୍ତମ ଚିନ୍ତାକୁ ସଫଳ ପାଇଁ ଆମମାନଙ୍କର ଏକ ସରଳ ଉପାୟ ହେଉଛି ସାଧୁସନ୍ଥ ମାନଙ୍କର ଜୀବନୀ ପୁସ୍ତକ ସହ ଇଶ୍ଵର ବିଶ୍ୱାସ ବୃଦ୍ଧି କରିବା ଉଚିତ । ସାଇବାବାଙ୍କ ଜୀବନୀ ର ପଠନ ଆମକୁ କିଛି ସାହାଯ୍ୟ କରିବ । ନିତ୍ୟ ପଠନର ଫଳ ଧିରେ ଧିରେ ଆମର ଉତ୍ତମ ଚିନ୍ତା ପାଇଁ ଏକ ବଡ଼ ସହାୟକ ରୂପେ କାର୍ଯ୍ୟ କରିବ । ସବୁବେଳେ ଏକ କାର୍ଯ୍ୟ ସମ୍ପାଦନ ପାଇଁ ସୂଚୀ ତିଆରି କରିଲେ ତାର ଉନ୍ନତ ଫଳ ପାଇବା । କୁଟିଳତା ଭାବନା ନରକଗାମୀ କରାଇବ । କୁଟିଳ ଯେଉଁ ସ୍ଥାନ ରେ ଥାଏ ସେଠି ଭୟ ମଧ୍ୟ ବିରାଜମାନ କରେ । ମାନସିକ ଚାପରେ ଆମେ ରହୁ । ସବୁ ପ୍ରକାରର ସମସ୍ୟା ସୃଷ୍ଟି ହୋଇ ଜୀବନ କଷ୍ଟକର ପରିସ୍ଥିତି ରେ ଗତି କରେ । କୁଟିଳ ଚିନ୍ତା ଶରୀର ରେ ରହିଲେ ଅହଙ୍କାରୀ ମନ ଠିକ ବାଟରେ ଗତି କରେ ନାହିଁ । ଅହଂକାର ଶୂନ୍ୟ ରହି ଫଳକୁ ଆନନ୍ଦ...

ସାଇ ବାଣୀ -:ସାଇ ହିଁ ସବୁ କରିପାରିବେ ।

    ସାଇ ଲୀଳା -:ସାଇ ହିଁ ସବୁ କରିପାରିବେ ।        ସାଇ ମହାରାଜା ଆମମାନଙ୍କର ଦାସ ନୁହନ୍ତି ବରଂ ଆମେ ତାଙ୍କର ଦାସ ଅଟୁ । ତାଙ୍କର ପଦଧୁଳିକୁ ଆମେ ମୁଣ୍ଡରେ ମାରିଲେ ଆମକୁ  ଦିବ୍ୟଶକ୍ତି ମିଳିଲା ପରି ଲାଗେ । ଶାସ୍ତ୍ରୀୟ ମତରେ ଭଗବାନ ଏବଂ ଗୁରୁ ସବୁବେଳେ ଭକ୍ତଙ୍କ ପାଖରେ ଦାସ ରୂପେ କାର୍ଯ୍ୟ କରି ଥାଆନ୍ତି । ଭକ୍ତ ପାଖରେ ଇଶ୍ଵର ପ୍ରତି ଗଭୀର ଭକ୍ତି ଓ ବିଶ୍ୱାସ ରହିଲେ ସରଗର ସବୁ ଦେବା ଦେବୀ ମଧ୍ୟ ଦାସ ହୋଇ ରହନ୍ତି । ଗୁରୁ ନିକଟରେ ପରୀକ୍ଷାରେ ଉତ୍ରୀର୍ଣ୍ଣ ହେବା ପାଇଁ ଭକ୍ତ ବାରମ୍ବାର ପରୀକ୍ଷା ଦେଇ ଚାଲେ । ଗୋଟିଏ ଗୋଟିଏ ପରୀକ୍ଷା ପରେ ବିଶ୍ୱାସ ସେତେ ଦୃଢ଼ତା ହୁଏ । ଗୁରୁ କିମ୍ବା ଭଗବାନ ବାରମ୍ବାର ପରୀକ୍ଷା ଭକ୍ତ ର ନିଅନ୍ତି । କେବଳ ବିଶ୍ୱାସକୁ ଦୃଢ଼ ରଖିବା ନିମନ୍ତେ .. ଭକ୍ତ ର ଭକ୍ତି ଓ ବିଶ୍ୱାସ ଅସ୍ଥିର ନହେବା ପାଇଁ ଗୁରୁ ବହୁତ ପରୀକ୍ଷା କରନ୍ତି । ଦାସ ର ଅର୍ଥ ଚାକର । ଗୁରୁ କି ଭଗବାନ ସେହି ଭକ୍ତ ନିକଟରେ ଚାକର ପରିକା କାର୍ଯ୍ୟ କରନ୍ତି ଯିଏ ଦୃଢ଼ ବିଶ୍ୱାସ ଓ ଗୁରୁ ପ୍ରତି ଭକ୍ତି ଭାବ ରଖିଥାଏ । ଗୁରୁ ସବୁ କରମ ଶିଷ୍ୟ ପାଇଁ କରିଦିଅନ୍ତି ।                                          ...

ସାଇ ବାଣୀ -: ରୋଗ ହୋଇ ଅଛି , ଶିଘ୍ର ଆରୋଗ୍ୟ ଲାଭ କରିବ ।

     ସାଇ ଲୀଳା -: ରୋଗ ହୋଇ ଅଛି ,ଭଲ ହୋଇ ଯିବ ।          ଆମେମାନେ ଜନ୍ମ ହୋଇ ଅଛୁ ଏବଂ ମରଣ ପର୍ଯ୍ୟନ୍ତ ବଂଚିବୁ । ଏହି ସମୟ କୁ ଆମେ କହୁ ଜୀବନ ର ଯାତ୍ରା । ସୁଖ ଦୁଃଖ , ହସ କାନ୍ଦ , ଧର୍ମ ଅଧର୍ମ , ସତ୍ୟ ମିଥ୍ୟା ଓ ପାପ ପୂଣ୍ୟ ସବୁ ସାମନା କରିବା ପାଇଁ ପଡେ । ଏହି ଭିତରେ  ସମ୍ପର୍କରେ ଅନେକ ପରିବର୍ତ୍ତନ ବୟସ ବଢ଼ିବା ସହିତ ଘଟିଚାଲେ । କେତେ ବେଳେ ବାପା  , ଅଜା ,ମାମୁ , ଭାଇ ବନ୍ଧୁ ଏମିତି କେତେ କଣ ଚରିତ୍ରରେ ଅଭିନୟ କରୁ । ଏହି ସମୟ ଭିତରେ ଯଦି ଇଶ୍ଵର ବିଶ୍ୱାସ ବଢେ ତାହେଲେ ଆମମାନଙ୍କ ର ଏକ ନୂଆ ଜୀବନ ଧାରା ଆରମ୍ଭ ହୁଏ । ସମୟର ସଦୁପଯୋଗ ପାଇଁ ଇଶ୍ଵର ଏବଂ ଗୁରୁ ହିଁ  ଭରସା ଅଟନ୍ତି । କୌଣସି ସମୟରେ ବାଟ ବଣା ନହେବା ପାଇଁ ଗୁରୁ ବାଣୀ ଓ ଗୁରୁ ସେବା ହିଁ ଏକାନ୍ତ ଜରୁରୀ ଅଟେ । ସାଇ ବାବା ପାଖକୁ ଯେଉଁ ଭକ୍ତ ମାନେ ଯାଉ ଥିଲେ ସେ ମଧ୍ୟରୁ ଅନେକ ଭକ୍ତଙ୍କ ର ଅତୀତ କଥା ବାବା କହୁଥିଲେ । ଅନେକକୁ ବହୁ ଜନ୍ମର ସମ୍ପର୍କ ବାବଦରେ ବାବା କହି ଜଣାଉ ଥିଲେ ଯେ ,  ତୁମ ଆଉ ମୋର ଅନେକ ଜନ୍ମ ରୁ ଏହିପରି ସମ୍ବନ୍ଧ ଅଛି । ତେଣୁ ଆମେମାନେ ଏହି ଜନ୍ମ ରେ ମଧ୍ୟ ମିଳନ ହୋଇ ପାରିଲୁ । ମୁଁ ତୁମ୍ଭକୁ ବହୁତ ଜନ୍ମ ଧରି ଚିହ୍ନି ଆସି ଅଛି ହେଲେ ତୁମେ ଜାଣି ପାରୁନ । ଶରୀର ରେ ରୋଗ କୁ ନେଇ ବାବା ଅନେକ କୁ କହୁଥିଲେ , ଶରୀର ଅଛି ଯେତେବେଳେ ରୋ...

ସାଇ ଲୀଳା -: ସମସ୍ତ ଜିନିଷ ଗୁରୁଙ୍କୁ ଦେଖାଇ ବ୍ୟବହାର କର ।

ସାଇ ଲୀଳା -: ସମସ୍ତ ଜିନିଷ ଗୁରୁ ପାଖରେ ରଖି ବ୍ୟବହାର କର ।     ହୃଦୟ ଏପରି ଏକ ସ୍ଥାନ ଯେଉଁଠି ଭଗବାନ କିମ୍ବା ଗୁରୁ ହିଁ ବସି ପାରିବେ । ହୃଦୟ ଭିତରେ ଯେଉଁ ସିମୀତ ସ୍ଥାନ ଅଛି ସେଠି ବସାଇବା ପାଇଁ ନିବେଦନ କରି ବସାଇବା ଉଚିତ । ଏଥିପାଇଁ ଅନେକ ସମୟ ଲାଗିଯାଇ ପାରେ । ଧୌର୍ଯ୍ୟହରା ନହୋଇ ନିରନ୍ତର ଗୁରୁ ସେବାରେ ମନ ନିଯୁକ୍ତି ହୋଇବା ଉଚିତ । ସ୍ୱାର୍ଥ ରହିତ ସେବା ଠାରୁ ନିସ୍ୱାର୍ଥ ସେବା ର ଫଳ ବହୁତ ବେଶୀ । ଶତାଧିକ ସେବକ ମଧ୍ୟରେ ହାତ ଗଣତି କିଛି ସେବକ ହୃଦୟରେ ଭଗବାନ କିମ୍ବା ଗୁରୁଙ୍କୁ ସ୍ଥାନ ଦିଅନ୍ତି । ତନ୍ମଧ୍ୟରୁ ଏକନିଷ୍ଟ ଭକ୍ତଙ୍କ ଭକ୍ତିର ଭାବ ଅନ୍ୟ ଠାରୁ ବେଶୀ । ହୃଦୟରେ ଗୁରୁ କିମ୍ବା ଇଶ୍ଵର ବିରାଜମାନ କଲେ ଭକ୍ତର କଲ୍ୟାଣର ଭଣ୍ଡାର ସିଏ ହିଁ ଖୋଲି ଦିଅନ୍ତି । ଭକ୍ତ ଜଗତର ହୀତ ପାଇଁ କଲ୍ୟାଣ ଭଣ୍ଡାର ରୁ ଦେଇ ଚାଲେ । ଭକ୍ତ କୁ ଏହି ଅସରନ୍ତି ଭଣ୍ଡାର ର ମାଲିକ ଗୁରୁ ଅଟନ୍ତି । ପାପ ଧୀରେ ଧୀରେ ଲୋପ ପାଇ ଚାଲେ । ଗୁରୁ ହୃଦୟରେ ବସିବା ପାଇଁ ଭକ୍ତ ପାଖରେ ସବୁଠାରୁ ବଡ ସମର୍ପଣ ଭାବର ଆବଶ୍ୟକତା ଅଛି । ଯିଏ ସମର୍ପଣ ଠିକସେ କରି ପାରେ ସିଏ କୃପାର ଅଧିକାରୀ ହୁଏ । ସମର୍ପଣର ଭାବ ଆସିବା ପାଇଁ ଭକ୍ତ ତାର ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ଯ ଗୁରୁଙ୍କର ଠାରେ ସମର୍ପଣ କରି ବ୍ୟବହାର କରେ । ଖାଦ୍ୟ ,ବସ୍ତ୍ର ,ଫୁଲ ,ଫଳ ,ଏପରି ଯେଉଁ ଶଯ୍ୟା ରେ ସେ ଶୟନ କରେ ତାହା ବି ଗୁରୁ ନିକଟରେ ସମର୍ପଣ କର...

ସାଇ ବାଣୀ -: ଶିରିଡି ହିଁ ପଣ୍ଡରପୁର ...

       ସାଇ ଲୀଳା -: ଶିରିଡି ହିଁ ପଣ୍ଡରପୁର ..      ଯଦି ତୁମେ ନାମ ନେବା ପାଇଁ ଇଛା କରୁଅଛ , ତେବେ ନେବା ପାଇଁ କିଛି ଅସୁବିଧା ନାହିଁ । ଭଗବାନ କି ଗୁରୁ ନାମ ସମସ୍ତେ ନେଇ ପାରିବେ , ସେଥିରେ ବିଧିବିଧାନ ନାହିଁ । ବାଳକ ,ପୁରୁଷ , ବୃଦ୍ଧ ଆଦି ସମସ୍ତେ ଜପି ପାରିବେ ଏବଂ ସବୁବେଳେ ,ସବୁ ସମୟରେ ,ସବୁ ଅବସ୍ଥାରେ ନାମ ଜପ କରି ହେବ । ନାମ ଜପୁଥିବା ବେଳେ ଯଦି ମନ ଲାଗୁନାହିଁ ତାହେଲେ ଜପିବା ଦରକାର ନାହିଁ । ଯଦି କିଛି ସମୟ ନାମଜପ ଚାଲୁ ରଖିବା ତାହେଲେ ଧିରେ ଧିରେ ମନ ଲାଗିଯିବ । ଯଦି କାହାର ମରଣ ସମୟ ବୁଝା ପଡ଼ିଲା ତାହେଲେ ସେଠାରେ ନାମ ଜପ ହେବା ଭଲ । ଭଗବାନଙ୍କ ନାମର ପ୍ରଭାବ ସେମାନଙ୍କ ଉପରେ ପଡିବା ଫଳରେ ଉଦ୍ଧାର ହୋଇ ଯାଆନ୍ତି । ମଣିଷ ଶେଷ ସମୟରେ ଯଦି ନାମ ଜପ କରେ ତାର କଲ୍ୟାଣ ହେବ । ଦିନରାତି ,ଖାଇବାପିଇବା , ଶୋଇବା ଉଠିବା ଓ ଚଲାବୁଲା କରିବା ସମୟରେ ଭଗବାନଙ୍କ ନାମ କିମ୍ବା ଗୁରୁ ନାମ ସ୍ମରଣ କରିବା ଉଚିତ ।ଗୁରୁ ହିଁ ହରି ,ହର ଓ ବ୍ରହ୍ମ ରୂପରେ ପୂଜା ପାଆନ୍ତି । ତିନି ଦେବତା ପାଖରେ ଯେଉଁ ଶକ୍ତି ଅଛି ତାହା ଗୁରୁ ପାଖରେ ଥାଏ । ଗୁରୁ ହିଁ ଇଶ୍ଵର ଏହି ଚେତନା ସବୁବେଳେ ଓ ସବୁ ସମୟରେ ରହିବା ଉଚିତ ।ଫରକ କେବଳ ନାସ୍ତିକ ମାନଙ୍କ ପାଖରେ ଥାଏ । ପଣ୍ଡରପୁର ବିଠୋବା ହିଁ ଶିରିଡି ରେ ବାସ କରନ୍ତି । ତେଣୁ ସାଇଙ୍କୁ ବିଠୋବା ରୂପେ ପୂଜା କରାଯାଏ ।  ...

ସାଇ ବାଣୀ -: ଏକାଗ୍ରଚିତ୍ତ ହୋଇ ଗୁରୁ ଆରଧନା କର ।

    ସାଇ ଲୀଳା -: ଏକାଗ୍ରଚିତ୍ତରେ ଗୁରୁ ଆରଧନା କର ।            ଭଗବାନ ମଣିଷକୁ ଏତେ ଅଧିକାର ଓ ବିଚିତ୍ର ବିବେକ  ଦେଇ ଅଛନ୍ତି ଯେ , ଯାହା ଦ୍ୱାରା ସେ ସମସ୍ତ ପ୍ରାଣୀଜଗତର ସେବା କରି ପାରିବ , ନିଜ ପରିବାର ନିମନ୍ତେ ଓ ଜଗତର କଲ୍ୟାଣ କରିପାରିବ ,ସମସ୍ତଙ୍କୁ ଶାନ୍ତି ପ୍ରଦାନ କରି ପାରିବ , ସମସ୍ତ ପାଖରେ ସେ ପୂଜନୀୟ ହୋଇ ପାରିବ ଓ ଭଗବାନଙ୍କୁ ମଧ୍ୟ ନିଜର ଦାସ କରି ଦେଇ ପାରିବ । କିନ୍ତୁ ଆମେମାନେ ତାହା କରିପାରୁନୁ । କାରଣ କାମନାର ବଶିଭୂତ ହୋଇ ନିଜେ ଜନ୍ମ ମୃତ୍ୟୁ ଚକ୍ର ରେ ପଡ଼ି ବିଭିନ୍ନ ନରକଗାମୀ ହେଉ । ଏହି ଶରୀର ପାଇଁ ଇଶ୍ଵର ତତ୍ତ୍ୱ ର ଆବଶ୍ୟକତା ଅଛି ।। ଇଶ୍ଵରକୁ ଜାଣିବା ପାଇଁ ଗୁରୁ ଉପଦେଶ ମାନିବା ଦରକାର । ମିଛ ,କପଟ ,ଅନ୍ୟାୟ ,ପ୍ରତାରଣା ଇତ୍ୟାଦି ରେ ମାତିବା ଅର୍ଥ ନୀଚଗାମୀ ହେବା । ଇଶ୍ଵର ବିଶ୍ୱାସ ରେ ଧୌର୍ଯ୍ୟ ହିଁ ମାପକାଠି । ତାହା ଯଦି ହରାଉ ତାହେଲେ ବିଭିନ୍ନ ଅସୁବିଧା ଆମ ପାଖକୁ ମାଡ଼ି ଆସେ ।  ନିଜେ ନିଜକୁ ଅସୁରକ୍ଷିତ ଜାଲରେ ଫସାଇ ଦେଉ । ଗୁରୁ ଆରଧନାରେ ମନ ଲାଗେ ନାହିଁ । କୌଣସି ମୁହୂର୍ତ୍ତରେ ଆମେମାନେ ଧୌର୍ଯ୍ୟହରା ନହୋଇ ଗୁରୁ ଆରଧନା କରି ଆସୁଥିବା କଷ୍ଟକର ସମୟ କୁ ସାହସ ର ସହିତ ସାମ୍ନା କରିବା  ପାଇଁ ସଜାଗ ରହିବା ।            ଶିରିଡିକୁ ବହୁତ ଲୋକମାନେ ସ...

ସାଇ ବାଣୀ -: ଖାଲି ପେଟରେ ଇଶ୍ଵର ମିଳନ୍ତି ନାହିଁ ।

    ସାଇ ଲୀଳା -: ଖାଲି ପେଟରେ ଇଶ୍ଵର ମିଳନ୍ତି ନାହିଁ ।               ଆମେମାନଙ୍କର ନିତିଦିନ ଅନେକ ସମୟ ବିଭିନ୍ନ ବିଷୟରେ ଆଲୋଚନା ଚାଲେ ।ତାର ହିସାବ କଲେ ଆମେ ବୁଝି ପାରିବା କେତେ ସମୟ ଅଯଥା କଥାବାର୍ତ୍ତା ରେ କଟାଇ ଅଛୁ । ଏପରି ସମୟ ର ଅପଚୟ କରିବା ଠିକ ନୁହେଁ । ଇଶ୍ଵରଙ୍କର ନାମ ନେବା ପାଇଁ କିଛି ସମୟ ବାହାର କରିବା ଉଚିତ । ସକାଳ ଠାରୁ ରାତ୍ରି ପର୍ଯ୍ୟନ୍ତ କିଛି ସମୟ ନାମଜପରେ ବିତାଇବା ଭଲ । ଏହି କଳିଯୁଗରେ ଇଶ୍ଵର କିମ୍ବା ସଦଗୁରୁ ନାମ କିଛି ସମୟ ନେବା ଉଚିତ କାରଣ ଏହି ସମୟରେ ନାମ ଜପ ହିଁ ସମସ୍ତ ଅସୁବିଧା ଦୂର କରିବ । ନାମ ଜପ ପାଇଁ  ସବୁ ସମୟ ଉପଯୁକ୍ତ ଅଟେ । କେବଳ ଶୋଇବା ସମୟରେ ନାମ ଜପ ହୋଇ ପାରେ ନାହିଁ । ଅନ୍ୟ ସମୟରେ ଜପିଲେ ତାର ଫଳ ଜପୁଥିବା ଚରିତ୍ର ହିଁ ପାଇପାରେ । ଯେତେ ଜପିବା ସେତେ ପୂଣ୍ୟ ପାଇବା ଏହି ଚିନ୍ତା ସମସ୍ତେ ରଖିବା ଉଚିତ । ' ସାଇ ' ସାଇ ' ଜପିଲେ ସାଇ ଆମମାନଙ୍କ ସହିତ ରହିବେ ଏହା ସତ୍ୟ ଅଟେ ।                 ବାବା ଶିରିଡି ରେ ଥିବା ବେଳେ ଶିରିଡିରେ ପ୍ଲେଗ ରୋଗ ବାହାରି ଥାଏ । ୧୯୧୧ରେ ବାବାଙ୍କ ଦେହରେ ସାତଟି ବଡ଼ବଡ଼ ଫୋଟକା ବାହାରି ଥାଏ । ଅନେକ ଭକ୍ତ ବାବାଙ୍କ ଶରୀରରେ ଫୋଟକା କୁ ଦେଖି ଥିଲେ । ସମସ୍ତେ ପଚାରିବାରୁ ସାଇ କହିଲେ ଶିରିଡିରେ...

ସାଇ ବାଣୀ -: ମୁଁ ତୁମକୁ ଭୂଲିନି..କିନ୍ତୁ ତୁମେ ମତେ ଭୂଲି ଯାଉଛ ।

         ସାଇ ଲୀଳା -: ମୁଁ ତୁମକୁ ଭୂଲିନି କିନ୍ତୁ ତୁମେ ମତେ ଭୂଲି ଗଲଣି ।          ବେଳେ ବେଳେ ଆମର ଏକ ଦ୍ଵନ୍ଦ ଆମକୁ ବିଚଳିତ କରି ପକାଏ । ଭଗବାନ କିମ୍ବା ଗୁରୁ କିଏ ବାସ୍ତବରେ ବଡ଼ ଏହାର ଉତ୍ତର ଠିକ ରୂପେ ମିଳି ପାରେ ନାହିଁ । କାରଣ ଚେତନାର ଅଭାବ ଯୋଗୁଁ ଏହି ଚିନ୍ତା ମନରେ ଉଠେ । ଗୁରୁ ଯୁଗେ ଯୁଗେ ବଡ ଅଟନ୍ତି । ଦେବତା ଯଦି କ୍ରୋଧିତ ହୋଇ ଯିବେ ଆମେ ସେଥିରୁ ବଞ୍ଚିବା ବହୁତ ମୁସକିଲ ଅଟେ ।କିନ୍ତୁ ଗୁରୁ ଆଶ୍ରିତ ହୋଇ ଥିବା ଭକ୍ତଙ୍କ କିଛି ଅସୁବିଧା ହୁଏ ନାହିଁ । ଯଦି ଗୁରୁ ଅଭିଶାପ ଦେବେ ଇଶ୍ଵର ମୁକୁଳେଇ ପାରିବେ ନାହିଁ । ଗୁରୁ ଶକ୍ତିର ମାପ କରିବା କାହା ପକ୍ଷରେ ସମ୍ଭବ ନୁହେଁ । ଏହି ଜଗତର ଯେତେ ସଦଗୁରୁ ଅଛନ୍ତି ତାଙ୍କର ଶକ୍ତି ମାପିବା ଅସମ୍ଭବ ଅଟେ । ଗୁରୁଙ୍କ ପାଖରୁ କାକୁତି ମୀନତି ହୋଇ ମନସ୍କାମନା ପୂରଣ ପରେ ଭୂଲି ଯିବା ବଡ଼ ଭୂଲ ଅଟେ । ଆମେ ପାଇଲା ପରେ ଭୂଲି ଯିବା ଠିକ ନୁହେଁ । ଗୁରୁ କିନ୍ତୁ ଆମକୁ ଯୋଜନ ଯୋଜନ ଦୂରରେ ଥାଇ ସେ ଦେଖୁ ଥାଆନ୍ତି ।                କ୍ୟାପ୍ଟନ ହାଟେ ବାବାଙ୍କର ଜଣେ ଜଣାଶୁଣା ଭକ୍ତ ଅଟନ୍ତି । ସାଇ ତାଙ୍କୁ ବହୁତ ଭଲ ପାଆନ୍ତି । ଦିନେ ରାତିରେ ସେ ଏକ ସପ୍ନ ଦେଖିଲେ ବାବା ତାଙ୍କୁ କହୁଛନ୍ତି ' ତୁମେ କଣ ମତେ ଭୂଲି ଗଲଣି କି ?' ସପ୍ନ...

ସାଇ ବାଣୀ -:ସାଇ ଏବଂ ବିଠୋବା ଏକ ଅଟନ୍ତି ।

                ସାଇ ଲୀଳା -:ସାଇ ଏବଂ ବିଠୋବା ଏକ ।        ଗୁରୁ କୂଳରେ ପରୀକ୍ଷା ସବୁବେଳେ ହୋଇ ଥାଏ । ଆମମାନଙ୍କର ଆଚାର ,ବ୍ୟବହାର , ଶୃଙ୍ଖଳା ଓ ଜ୍ଞାନ ପାଇଁ ପରୀକ୍ଷା ଦେବା ପାଇଁ ପଡେ । ସମୟନୁସାରେ ଶିଷ୍ୟ ବିଭିନ୍ନ ବିଦ୍ୟାରେ ପାରଙ୍ଗମ ହୋଇ ଜଗତରେ ନାମ କମାଇ ଥାଏ । ଗୁରୁ ପରୀକ୍ଷା ଉପରେ ପରୀକ୍ଷା ନିଅନ୍ତି । ଭଗବାନ ମଧ୍ୟ ଗୁରୁ ଆଶ୍ରମରେ ରହି ଜଗତ ପାଇଁ ଆବଶ୍ୟକ ବିଦ୍ୟା ଅଧ୍ୟୟନ କରିବା କଥା ପୁରାଣରୁ ଜାଣି ଅଛୁ । ଭଗବାନ ବି ପରୀକ୍ଷା ଦେଇ ଉତ୍ରୀର୍ଣ୍ଣ ହୋଇ ଥିଲେ । ଗୁରୁ ପାଖରେ ସବୁବେଳେ ଶିଷ୍ୟ ର ଯୋଗ୍ୟତା କୂ ମାପି ଗୁରୁ  ଜ୍ଞାନ  ଦିଅନ୍ତି । ଗୁରୁ ଏବଂ ଭଗବାନ ଭିତରେ  ଦୂରତା ମାପିବା ହିଁ ମୁରୁଖର ପରିଚୟ । ଗୁରୁ ସବୁ କିଛି ଏହି ଭାବନା ଶିଷ୍ୟ ନିକଟରେ ଆସିବା ପାଇଁ ସମୟ ଲାଗେ । ଯେତେବେଳେ ସେ ଅନୁଭବ କରେ ଗୁରୁ ହିଁ ସବୁଠାରୁ ଶ୍ରେଷ୍ଠ ସେତେବେଳେ ତାର ଜ୍ଞାନ ଉନ୍ନତ ହୋଇ ଅଛି ବୋଲି ଧରାଯାଏ ।                ମହଲାସପତି ଖଣ୍ଡେବା ମନ୍ଦିର ର ପୂଜାରୀ ଥାଆନ୍ତି । ବେଳେ ବେଳେ ସେ ବାବାଙ୍କ ପାଖରେ ରହୁଥିବା ଯୋଗୁଁ ତାଙ୍କର ପୂଅ ମାତ୍ରଣ୍ଡ ମନ୍ଦିରର ପୂଜା କାର୍ଯ୍ୟ ତୁଲାଇ ଥିଲେ । ହଠାତ ଦିନେ ମନ୍ଦିର ପ୍ରବେଶ ଦ୍ୱାର ପାଖରେ ବସି ଥିବା ସମୟରେ ସେ...

ସାଇ ବାଣୀ -: ହେ ସାଇ !!! ଆମକୁ ରକ୍ଷା କର ।

             ସାଇ ଲୀଳା -:ରକ୍ଷାକର....ରକ୍ଷାକର ..          ସାଇ ସତଚରିତ ରେ ଅଦ୍ଭୁତ କଥା ଲେଖା ହୋଇଛି । ତାକୁ ଯିଏ ପଢ଼ିବ ଆଉ ଯିଏ ଶୁଣିବ ତାର ଦୁଃଖ କଷ୍ଟ ସବୁ ନଷ୍ଟ ହୋଇ ଯିବ । ଯିଏ ଅଭାଗା ସେ ଶୁଣି ପାରେ ନାହିଁ । ସାଇ ବାବାଙ୍କର କଥା ଅନ୍ୟମାନଙ୍କ ଭିତରେ ବିତରଣ କର । ଆନନ୍ଦ ହିଁ ଆନନ୍ଦ ଅଛି ।  ' ମୁଁ ' ଆଉ ' ମୋର ' ଭାବନା କୁ ତାଙ୍କର ଶରଣରେ ଆସିଲା ପରେ ମନରୁ ଦୂରେଇ ଦିଅ । ଏହି ଦୁଇଟି ଶବ୍ଦ ପ୍ରତି ଆକର୍ଷଣ ଅଧିକ ରଖିବା ଫଳରେ ବିରକ୍ତ ଓ ଅହଂକାର ସୃଷ୍ଟି ହୋଇ ଯାଏ । ନିଜ ପାଇଁ ମୋହ ନରହିବା ଭଲ ।। ବେଳେ ବେଳେ ମାୟାରେ ପଡ଼ି ଭୂଲ କରୁ । ମାୟାରୁ ମୁକ୍ତି ପାଇବା ଏତେ ସହଜ ନୁହେଁ । ସଦଗୁରୁର ସେବା ଫଳରେ ମାୟାରୁ ମୁକ୍ତି ମିଳିବ ଏହା ସତ୍ୟ ଅଟେ । ସବୁବେଳେ ତାଙ୍କ ଚରଣ ରେ ନିବେଦନ କରିବା ଯେ ,ମତେ ମାୟାରୁ ମୁକ୍ତ କରି ଆପଣ ଆପଣଙ୍କ ମାର୍ଗରେ ଚାଲିବା ପାଇଁ ଶକ୍ତି ଦିଅନ୍ତୁ । ଏ ଦୁନିଆରୁ ଯାହା କିଛି ମିଳୁଛି ବା ମିଳିବ ସେଥିପାଇଁ ମନ କଷ୍ଟ ନହେଉ । ଆଦର ଆଉ ହତାଦର ତାହା ବି ଆପଣଙ୍କ ଦାନ ଭାବିଲେ ମାୟା ଧିରେ ଧିରେ ଅପସରି ଯାଏ ।       ୧୯୧୫ ମସିହା ମାର୍ଚ୍ଚ ୧୧ ତାରିଖରେ ସନ୍ତରାମ ନାଚନେ ଓ ତାଙ୍କର କିଛି ବନ୍ଧୁ ବଳଦ ଗାଡ଼ିରେ ଯାତ୍ରା କରୁଥିଲେ । ବଳଦ ଗାଡି ଟି ଜଙ୍ଗଲ ବାଟ ଦେଇ ଯିବା ବ...

ସାଇ ବାଣୀ -:ବିଭୁକୃପା ମିଳିଲେ ବ୍ୟାଧି ଦୂର ହେବ ।

         ସାଇ ଲୀଳା -:ବିଭୁକୃପା ମିଳିଲେ ବ୍ୟାଧି ଦୂର ହେବ ।            ଜୀବନ ପାଇଁ ଧନ ଅର୍ଜନ କରିବା ସବୁ ମଣିଷର ଏକ ମୌଳିକ କର୍ତ୍ତବ୍ୟ ଅଟେ । ଧନ ହିଁ ଜୀବନ ବଞ୍ଚେଇବା ପାଇଁ ସହାୟକ ରୂପେ କାର୍ଯ୍ୟ କରେ ତାସହିତ ରୋଗ ପାଇଁ ମଧ୍ୟ ଖର୍ଚ୍ଚ କରାଯାଏ । ଜୀବନ  ପାଇଁ ବଞ୍ଚିବା ଓ ଧନ ର ଲୋଭ ଏହି ଦୁଇଟି ସବୁ ମଣିଷ ପାଖରେ ଦେଖିବା ପାଇଁ ମିଳେ । ତେଣୁ କେହି ଯଦି ଏହି ଦୁଇଟି କାହାକୁ ମାଗେ ସେ ଦେବାପାଇଁ କୁଣ୍ଠାବୋଧ କରେ । ଇଶ୍ଵର ଚେତନା କୁ ନେଇ ବହୁ ପୁସ୍ତକ ରେ ଉଲ୍ଲେଖ ଅଛି ଯେ , ଏହି ଦୁଇଟି ପର ର ହିତ ପାଇଁ ଲାଗିବା ଉଚିତ । ଶରୀର ର ମାଲିକ ଭଗବାନ ଅଟନ୍ତି । ଜୀବନକାଳ ଭିତରେ ସମସ୍ତ କାର୍ଯ୍ୟ ଶରୀର କରେ । ତାର ଫଳ ନିଜେ ହିଁ ଉପଭୋଗ କରେ । କିନ୍ତୁ ନିତିଦିନ ଏହି ଶରୀର ପାଇଁ କିଛି କାର୍ଯ୍ୟ ନିଜସ୍ୱ ଓ କିଛି କାର୍ଯ୍ୟ ଅନ୍ୟ ର ହୀତ ଉଦ୍ଦେଶ୍ୟ ରେ କରିବା ଉଚିତ । ଅନ୍ୟ ପାଇଁ ଯେଉଁ କାର୍ଯ୍ୟ କରିବା ତାହା ପରର ହିତ ପାଇଁ ହିଁ କରିବା । ସେହିପରି ରୋଜଗାର କରିଥିବା ଅର୍ଥ ମଧ୍ୟ ଅନ୍ୟ ର ପାଇଁ କିଛି ବ୍ୟୟ କରିବା ଉଚିତ । ନିଃସ୍ୱାର୍ଥପର ଭାବେ ଶରୀର ଓ ଅର୍ଥ କୁ ଅନ୍ୟ ମାନଙ୍କ ପାଇଁ ଲଗେଇବା ଉଚିତ ।       ଶ୍ରୀମତି ତାରଖଡ଼ ବାବାଙ୍କ ର ଜଣେ ବଡ଼ ଭକ୍ତ ଥିଲେ । ହଠାତ ତାଙ୍କର ମୁଣ୍ଡ ବଥା ଏପରି ହେ...

ସାଇ ବାଣୀ -: ମୁଁ ତୁମ୍ଭର ରକ୍ଷା ପାଇଁ ଠିକ ସମୟରେ ସାବଧାନ କରେ ।

      ସାଇ ଲୀଳା -: ମୁଁ ମୋର ଭକ୍ତଙ୍କ ରକ୍ଷା ପାଇଁ ଠିକ ସମୟରେ ସାବଧାନ କରେ ।               ସଦଗୁରୁଙ୍କୁ କିଛି ମାଗିବା ଉଚିତ ନୁହେଁ । ସେ ଆମର ବହୁ ଅତୀତ ଜନ୍ମର ସମସ୍ତ କଥା ଜାଣି ଅଛନ୍ତି । ସେ ଚାହିଁବାରୁ ଆମେ ସମସ୍ତେ ତାଙ୍କର ପୂଜାର୍ଚ୍ଚନା କରୁଅଛୁ । ସେ ତାଙ୍କ ପାଖରେ ଆମକୁ ରଖି ଅଛନ୍ତି ମାନେ ଆମର ଭୂତ ,ଭବିଷ୍ୟତ ଓ ବର୍ତ୍ତମାନ କିପରି ଗତି କରିବା କଥା ସେ ତଦାରଖ କରୁଛନ୍ତି । ଶତାଧିକ ଭକ୍ତଙ୍କ ମଧ୍ୟରେ ବହୁତ ଭକ୍ତ ସବୁବେଳେ ମାଗିବା ପାଇଁ ଗୁରୁ ଆଶ୍ରମକୁ ଯାଆନ୍ତି ଏବଂ ପାଇସାରିବା ପରେ ଦୂରେଇବା ପାଇଁ ଚେଷ୍ଟା କରନ୍ତି । କିନ୍ତୁ ଚାଲାକା ଭକ୍ତ କିଛି ବି ମାଗେ ନାହିଁ । ସେ ଜାଣିଥାଏ ଗୁରୁ ସବୁ ଜାଣି ଅଛନ୍ତି କେବେଳେ କଣ ଆବଶ୍ୟକ ତାହା ସେ ଦେବେ । ସେ ଯାହା କିଛି ହାସଲ କରେ ସେହିଟି ଗୁରୁ ଆଶିର୍ବାଦ ଭାବେ ଓ ମଥାପାତି ଚାଲି ଥାଏ । କୌଣସି ଗୋଟିଏ ବି ମୁହୁର୍ତ୍ତରେ ଗୁରୁ ପାଖରୁ କିଛି ଆଶା ନରଖିବା ଭଲ । ଗୁରୁ କାହାକୁ କେତେ ସୁଖ ଦେଲେ ସେହି ପାଇଁ ଦୁଃଖ ମଧ୍ୟ କରିବା ନାହିଁ । ତାହା ହିଁ ବାସ୍ତବ ପରୀକ୍ଷା ଅଟେ । ଗୁରୁ ଆମକୁ ରକ୍ଷା କରିବା ପାଇଁ ଆମର ଚାରିପଟେ ଏକ ଅଦୃଶ୍ୟ ଶକ୍ତି  କାର୍ଯ୍ୟ କରୁଥାଏ । କଣ ପାଇଁ ମୁଁ ଯାଇ ପାରିଲିନି କି ଉତ୍ରୀର୍ଣ୍ଣ ହୋଇ ପାରିଲିନି ସେକଥା ଭାବିବା ଉଚିତ ନୁହେଁ । ମୋର ଗୁରୁ ଯଦି ମୋର ସହିତ ଅଛନ...

ସାଇ ବାଣୀ -: ଭକ୍ତର ଅନ୍ତର କଥା ସାଇ ହିଁ ବୁଝି ପାରନ୍ତି ।

        ସାଇ ଲୀଳା -: ଭକ୍ତଙ୍କ ଅନ୍ତର କଥା ସାଇ ହିଁ ବୁଝି ପାରନ୍ତି ।          ଆମମାନଙ୍କର ଦୈନନ୍ଦିନ ଜୀବନ ଧାରା ରେ ଚଳିବା ପାଇଁ ଖାଦ୍ୟ ,ବସ୍ତ୍ର ଓ ଗୃହର ଆବଶ୍ୟକତା ଅଛି । ଏହି ତିନୋଟି ପୂରଣ ହେଲେ ମଣିଷ ଅନ୍ୟ କାର୍ଯ୍ୟ ରେ ସମୟ ବିତାଇ ଥାଏ । ଜୀବନରେ କିଛି ବଳକା ସମୟ ମିଳିଲେ ହିତକଥା , ଦୟା ଓ ଉପକାର ପାଇଁ  ଚିନ୍ତା କରିବା ଭଲ ।ଏଥିରେ ଇଶ୍ଵର ଖୁସି ହୁଅନ୍ତି । ଜୀବନଧାରା ର ଏକ ପରିବର୍ତ୍ତନ ଦାନା ବାନ୍ଧି ଥାଏ ।ଅନ୍ୟମାନଙ୍କ ପାଖରେ ଅନିଷ୍ଟକାରୀ କଥା ହେବା ବଦଳରେ ହିତ ଯୁକ୍ତ କଥା ଆଲୋଚନା କଲେ ବହୁତ ମାନସିକ ଶାନ୍ତି ମିଳେ ।ଜୀବନରେ ଦୟା ଭାବ ଦେଖାଇବା ପାଇଁ ବହୁତ ଧର୍ମ ପୁସ୍ତକ ରେ ଉପଦେଶ ଦିଆ ଯାଇ ଅଛି । ଜୀବ କୁ ଦୟା ଦେଖାଇଲେ ବହୁତ ପୁଣ୍ୟ ମିଳେ । ଅନ୍ୟ ର ଉପକାର କରିବା ମାନବଜାତିର ବଡ ଧର୍ମ ଅଟେ ।ଅନ୍ୟ ମାନଙ୍କର ଉପକାର କରିଲେ ଭଗବାନ ତାର ଉପକାର କରନ୍ତି ।ସାଇ ବାବା ଶିରିଡି ରେ ଆମମାନଙ୍କର ପାଇଁ ଏହି ତିନୋଟି ମାନବୀୟ ଗୁଣ କିପରି ବିକାଶ ହେବ ସେହି ପାଇଁ ବହୁତ ଉଦାହରଣ ଛାଡି ଯାଇ ଅଛନ୍ତି । ତାର ଉପଯୋଗ କରିଲେ ଉପଯୋଗୀତା ପାଇ ପାରିବା ।       ବହୁତ ଭକ୍ତମାନେ ବାବାଙ୍କ ପାଖକୁ ଯାଉ ଥିଲେ ଦର୍ଶନ କରିବା କୁ । ସମସ୍ତ ଭକ୍ତଙ୍କ ମନର କଥା ବେଶ ବୁଝି ପାରୁ ଥିଲେ । ଯିଏ ଯାହା ଭାବନା ନେଇ ଆସି ଥାଏ ତାର ମ...