Skip to main content

ସାଇ ବାଣୀ -: ମୁଁ ତୁମ୍ଭର ରକ୍ଷା ପାଇଁ ଠିକ ସମୟରେ ସାବଧାନ କରେ ।


      ସାଇ ଲୀଳା -: ମୁଁ ମୋର ଭକ୍ତଙ୍କ ରକ୍ଷା ପାଇଁ ଠିକ ସମୟରେ ସାବଧାନ କରେ ।

              ସଦଗୁରୁଙ୍କୁ କିଛି ମାଗିବା ଉଚିତ ନୁହେଁ । ସେ ଆମର ବହୁ ଅତୀତ ଜନ୍ମର ସମସ୍ତ କଥା ଜାଣି ଅଛନ୍ତି । ସେ ଚାହିଁବାରୁ ଆମେ ସମସ୍ତେ ତାଙ୍କର ପୂଜାର୍ଚ୍ଚନା କରୁଅଛୁ । ସେ ତାଙ୍କ ପାଖରେ ଆମକୁ ରଖି ଅଛନ୍ତି ମାନେ ଆମର ଭୂତ ,ଭବିଷ୍ୟତ ଓ ବର୍ତ୍ତମାନ କିପରି ଗତି କରିବା କଥା ସେ ତଦାରଖ କରୁଛନ୍ତି । ଶତାଧିକ ଭକ୍ତଙ୍କ ମଧ୍ୟରେ ବହୁତ ଭକ୍ତ ସବୁବେଳେ ମାଗିବା ପାଇଁ ଗୁରୁ ଆଶ୍ରମକୁ ଯାଆନ୍ତି ଏବଂ ପାଇସାରିବା ପରେ ଦୂରେଇବା ପାଇଁ ଚେଷ୍ଟା କରନ୍ତି । କିନ୍ତୁ ଚାଲାକା ଭକ୍ତ କିଛି ବି ମାଗେ ନାହିଁ । ସେ ଜାଣିଥାଏ ଗୁରୁ ସବୁ ଜାଣି ଅଛନ୍ତି କେବେଳେ କଣ ଆବଶ୍ୟକ ତାହା ସେ ଦେବେ । ସେ ଯାହା କିଛି ହାସଲ କରେ ସେହିଟି ଗୁରୁ ଆଶିର୍ବାଦ ଭାବେ ଓ ମଥାପାତି ଚାଲି ଥାଏ । କୌଣସି ଗୋଟିଏ ବି ମୁହୁର୍ତ୍ତରେ ଗୁରୁ ପାଖରୁ କିଛି ଆଶା ନରଖିବା ଭଲ । ଗୁରୁ କାହାକୁ କେତେ ସୁଖ ଦେଲେ ସେହି ପାଇଁ ଦୁଃଖ ମଧ୍ୟ କରିବା ନାହିଁ । ତାହା ହିଁ ବାସ୍ତବ ପରୀକ୍ଷା ଅଟେ । ଗୁରୁ ଆମକୁ ରକ୍ଷା କରିବା ପାଇଁ ଆମର ଚାରିପଟେ ଏକ ଅଦୃଶ୍ୟ ଶକ୍ତି  କାର୍ଯ୍ୟ କରୁଥାଏ । କଣ ପାଇଁ ମୁଁ ଯାଇ ପାରିଲିନି କି ଉତ୍ରୀର୍ଣ୍ଣ ହୋଇ ପାରିଲିନି ସେକଥା ଭାବିବା ଉଚିତ ନୁହେଁ । ମୋର ଗୁରୁ ଯଦି ମୋର ସହିତ ଅଛନ୍ତି ସେ ଯାହା କରନ୍ତି ଠିକ ହିଁ କରନ୍ତି ଏହି ଭାବନା ଯଥେଷ୍ଟ । 


     ଶିରିଡି ରେ ବାବାଙ୍କ ସମୟରେ ରାସ୍ତାରେ ଆଲୁଅ ନଥିଲା । କିନ୍ତୁ ଆଜିର ଶିରିଡି ଦିନ ରାତି ଜଣା ପଡେ ନାହିଁ । ଶିରିଡିକୁ ସଦାଶିବ ତାରଖଡ଼ ଓ ତାଙ୍କ ପତ୍ନୀ ରାତ୍ରି ସମୟରେ ଶିରିଡି ର ରାସ୍ତାରେ ଯିବା ସମୟରେ ଏକ ଘଟଣା ଘଟିଲା । ତାରଖଡ଼ଙ୍କର ପତ୍ନୀଙ୍କୁ ରାତିରେ କିଛି ଦେଖାଯାଏ ନାହିଁ । ରାସ୍ତାରେ ଏକ ନାଗସାପ ଶୋଇ ଥିଲା । ନାଗସାପ  ପାଖ ପହଞ୍ଚିବା ପୂର୍ବରୁ ତାଙ୍କର ପାଦ ହଠାତ ଅଟକି ଗଲା । ସେ ଚମକି ପଡିଲେ । ହଠାତ ଲଣ୍ଠନ ନେଇ ଦେଖିଲା ବେଳକୁ ରାସ୍ତାରେ ସାପଟି ଶୋଇ ଅଛି । ବିପରୀତ ଦିଗରୁ ଲଣ୍ଠନ ଧରି ଆସୁଥିବା ଲୋକ ଟି ତାରଖଡ଼ଙ୍କ ପତ୍ନୀଙ୍କୁ ପଚାରିଲେ ଆପଣ ଆସୁଥିଲେ , ହଠାତ କଣ ପାଇଁ ଠିଆ ହୋଇ ଗଲେ ।  ତାରଖଡ଼ଙ୍କ ପତ୍ନୀକହିଲେ କିଏ ଯେପରି ନିଜ ଭିତରୁ କହିଲା ସାବଧାନ ହୋଇ ଯାଅ । ତେଣୁ ମୁଁ ଠିଆ ହୋଇ ରହିଲି । ବାବା ତାଙ୍କର ଭକ୍ତଙ୍କ ଜୀବନ ରକ୍ଷା ପାଇଁ ବହୁ ପୂର୍ବରୁ ସାବଧାନ କରାଇ ଥାଆନ୍ତି ଏହି ଘଟଣା ରୁ ଜଣା ପଡ଼ିଲା । ତେଣୁ ସାଇ ଭକ୍ତଙ୍କ ଉପରେ ଆସୁଥିବା ବିପଦ କୁ ଦୂରେଇବା ପାଇଁ ସାବଧାନ କରାଇ ଥାଆନ୍ତି । 







Comments

Popular posts from this blog

ସାଇ ବାଣୀ -: ତୁମ କଷ୍ଟର ଅନ୍ତ ଘଟିବ , ମୁଁ ତୁମ୍ଭର କଷ୍ଟ ନେବା ପାଇଁ ପ୍ରସ୍ତୁତ ।

           ସାଇ ଲୀଳା - ସବୁ କଷ୍ଟର ଅନ୍ତ ଘଟିବ ,ମୁଁ ତୁମ୍ଭର କଷ୍ଟ ନେବା ପାଇଁ ପ୍ରସ୍ତୁତ ।         ସାଇ ବାବା ତାଙ୍କର ଭକ୍ତ ମାନଙ୍କର ଅର୍ଥ ,ରୋଗ କିମ୍ବା ମାନସିକ ସ୍ତରର ସମସ୍ତ କଷ୍ଟକୁ ନିଜେ ନେଇ ଭକ୍ତଙ୍କ ମୁହଁରେ ଖୁସି ଦେଖୁଥିଲେ । ସେହି ପାଇଁ ବହୁତ ଭକ୍ତ ତାଙ୍କର ଆଶୀର୍ବାଦ ପାଇଁ ବହୁତ ଦିନ ଶିରିଡି ରେ ପଡ଼ି ରହୁଥିଲେ । ସମ୍ପୁର୍ଣ୍ଣ ସମର୍ପଣ ଭାବକୁ ବାବା ସବୁବେଳେ ଆମମାନଙ୍କ ପାଖରୁ ଆଶା କରୁଥିଲେ । ଯାହାର ଭାବ ଅତି ଉନ୍ନତ ଥିଲା ସେ ହିଁ ବେଶୀ କୃପା ପାଇ ପାରୁଥିଲା । ଆଜି ଅନେକ ଭକ୍ତ ତାଙ୍କର ଜୀବନକୁ ନେଇ ରଚିତ ପୁସ୍ତକ ସାଇ ସତଚରିତ ପଢ଼ି ତାଙ୍କର କୃପା ପାଇ ପାରୁ ଅଛନ୍ତି । ନିତ୍ୟ ପଠନ ଫଳରେ ସାଇ ବାବା ତାଙ୍କର ଅତି ନିଜର ହୋଇ ପାରି ଅଛନ୍ତି । ନିତ୍ୟ ପଠନ କରୁଥିବା ଚରିତ୍ର ମାନଙ୍କର ସାଇ ସବୁବେଳେ  ସୁମାର୍ଗ ଦେଖାଉ ଅଛନ୍ତି ।              ବାବା ସବୁବେଳେ ଭକ୍ତଙ୍କ ପାଇଁ  ଅନେକ କଷ୍ଟ ନିଜେ ସହ୍ୟ କରୁଥିଲେ । ପୁନେର ଶ୍ରୀମତି ତାରାବାଇ ସଦାଶିବ ତାରଖଡ଼ ଚକ୍ଷୁ ରୋଗରେ ପୀଡିତ ଥିଲେ । ବହୁତ ଡାକ୍ତର ଦେଖାଇଲେ ହେଲେ ରୋଗ ଆଦୌ ଭଲ ହେଲା ନାହିଁ । ଶୁଣିବାକୁ ପାଇଲେ ଯେ , ଶିରିଡି ରେ ସାଇବାବାଙ୍କ ପାଖକୁ ଅନେକ ରୋଗୀ ଭଲ ହୋଇ ଆସୁ ଅଛନ୍ତି । ସେ ଶିରିଡିକୁ ଆସିଲେ ଏବଂ...

ସଦଗୁରୁ ଦେଇଥିବା ବସ୍ତୁକୁ ନମ୍ରତା ର ସହ ଗ୍ରହଣ କରିବା ଉଚିତ ।

           ସାଇ ଲୀଳା            ସାଇ ମହାରାଜା ଶିରିଡି ରେ ଅବସ୍ଥାନ ସମୟରେ ବହୁତ ଲୋକମାନେ ସାହାଯ୍ୟ ପାଇଁ ସାଇଙ୍କ ପାଖକୁ ଆସୁଥିଲେ । ସେ କାହାରିକୁ ଫେରାଇ ଦେଇ ନାହାନ୍ତି । ଥରେ ଜଣେ ନିର୍ଦ୍ଧନ ବ୍ରାହ୍ମଣ ସାଇଙ୍କ ପାଖରେ ପହଞ୍ଚି ସାହାଯ୍ୟ ପାଇଁ ପ୍ରାର୍ଥନା କଲେ । ବାବା କିଛି ସମୟ ତାକୁ ଅନାଇ ମସଜିଦ ରେ ଗୋଟିଏ କୋଣରେ ଥିବା ପୁଡିଆ ଟି ଆଣି ବ୍ରାହ୍ମଣ ହାତରେ ଦେଲେ । ସେହି ପୁଡିଆ ରେ କିଛି ମାଛ ମାଂସ ଥିଲା । ବାବା ତା ହାତରେ ଦେଲାବେଳେ କହିଲେ ଏହି ପୁଡିଆ ନେଇ ଘରେ ଖୋଲିବ; ଆଉ କେଉଁଠି ନୁହେଁ । ପୁଡିଆ ଟି ବ୍ରାହ୍ମଣ ଲୋକ ଟି ପାଇସାରିବା ପରେ ବାବାଙ୍କ ଉପରେ ମନେ ମନେ ରାଗିଗଲା । ଗାଁ ସୀମା ରେ ଥିବା ନାଳ ପାଖରେ ପୁଡିଆ କୁ ନେଇ ଖୋଲି ଦେଖିଲା ସେଥିରେ ମାଂସ ଅଛି । ମାଂସକୁ ଫୋପାଡ଼ି ଦେଇ ପୁଟୁଳା କପଡା କୁ ଧୋଇ ଘରକୁ ଫେରିଲା । ଘରେ ପହଞ୍ଚି କଫଡାକୁ ଶୁଖାଇବା ପାଇଁ ଟାଙ୍ଗି ଦେଲାବେଳକୁ  ତା ମଧ୍ୟ ରୁ ଗୋଟିଏ ସ୍ୱର୍ଣ୍ଣ ଟୁକଡା ତଳେ ପଡି ଗଲା । ତାହା ଦେଖିବା ପରେ ସେ ବହୁତ ଦୁଃଖ କଲା । ଏତେ ବଡ଼ ସନ୍ଥ ପାଖକୁ ଯାଇଥିଲି , ସେ ମଧ୍ୟ ମୋର ଗୁହାରି ଶୁଣି ଠିକ ଦାନ କରିଥିଲେ  । ଅଥଚ ମୋର କ୍ରୋଧ ପାଇଁ ଯାହା ମାଂସ ପରିକା ଦେଖା ଯାଉ ଥିଲା ତାହା ବାସ୍ତବରେ ମାଂସ ନଥିଲା । ପଶ୍ଚାତାପ କରି ଉଦାସ ମନରେ ରହିଲା । ସନ୍ଥମାନଙ...

ସାଇ ବାଣୀ -: ମନ ତୁ ଗୁରୁ ଚରଣେ ଲାଗ ।

ସାଇ ଲୀଳା  ଭଗବାନ କିମ୍ବା ଗୁରୁ ପାଖରେ ମନ ଲାଗିଲେ ଭକ୍ତ ସନ୍ତୁଷ୍ଟ ହୋଇ ଯାଏ । ମନ ଯେତେ ଅଧିକ ଲାଗିବ ସେତେ ସନ୍ତୋଷ ମିଳିବ । ଭକ୍ତ ସେତେବେଳେ ଭାବେ ମୋର ମନ ଭଗବାନଙ୍କ ଚିନ୍ତାରେ ଲାଗୁଛି । ସେ ସମୟରେ ସେ ଏକ ସୁନ୍ଦର ଅନୁଭବ ମଧ୍ୟ ପାଏ । ଏହିପରି କରିବା ଫଳରେ ସେ ପରମ ଶାନ୍ତି ପାଏ । କାରଣ ତାର ଆଶ୍ରୟ ହେଉଛନ୍ତି  କେବଳ ଭଗବାନ କିମ୍ବା ଗୁରୁ ଅଟନ୍ତି । ମନକୁ ଲଗାଇବା ତାଙ୍କର ନିକଟରେ ବହୁତ କଷ୍ଟ ଅଟେ । ବାସ୍ତବ ଜୀବନ ଟି ସବୁବେଳେ କାମନା ଭିତରେ ଡୁବି ଥାଏ । ତା ଭିତରୁ ବାହାର ହେବା ଏକ ବଡ଼ ପରୀକ୍ଷା ଅଟେ । ଧୀରେ ଧୀରେ ମନକୁ ତାଙ୍କର ପାଖରେ ଲଗାଇବା ପାଇଁ କିଛି ସମୟ ଲାଗେ । ଥରେ ସେହିଠାରେ ସଂଯୋଗ ହେଲେ ଆଉ ବାହାର ଚିନ୍ତା ମନରୁ ଅପସରି ଯାଏ । ତାଙ୍କର ପଦଯୁଗଳ ,ଛବି ଓ ରୂପ ମନକୁ ପାଗଳ କରି ପକାଏ । ବାହ୍ୟ ଜଗତର ସମସ୍ତ ଜଡ ଓ ଶରୀର ଭିତରେ ଭଗବାନ କିମ୍ବା ଗୁରୁର ଛବି ଦୃଶ୍ୟ ହୁଏ । ଏହି ଅବସ୍ଥା ହିଁ  ଶରଣାଗତି କୁହାଯାଏ  । ଏପରି ଅବସ୍ଥାରେ ଭଗବାନଙ୍କ କରୁଣା ସବୁବେଳେ ସେହିପରି ନିଷ୍ଠା ଭକ୍ତଙ୍କ ଉପରେ ପଡେ ।                     ଶିରିଡି ର ସାଇ ମହାରାଜା ପାଖରେ ଏହିପରି କିଛି ଭକ୍ତମାନେ ଥିଲେ । ତାହା ଆମେମାନେ ତାଙ୍କର ଲୀଳା କୁ ନେଇ ରଚିତ ପୁସ୍ତକ ରେ ଦେଖିବା ପାଇଁ ମିଳେ । ବାବାଙ୍କ ନିକଟରେ କିଛି ଭକ୍ତ ରହୁଥ...