Skip to main content

Posts

Showing posts from April, 2020

ସାଇ ବାଣୀ -:ସାଇବାବାଙ୍କ ପଞ୍ଚଭୂତ ଉପରେ ନିୟନ୍ତ୍ରଣ ।

      ସାଇ ଲୀଳା -: ସାଇ ବାବାଙ୍କ ପଞ୍ଚଭୂତ ଉପରେ ନିୟନ୍ତ୍ରଣ                  ଶିରିଡି ର ସାଇବାବା ମାନବ ଶରୀର ଧରି ଅବତରଣ କରିଥିଲେ । ଦେବତା ମାନଙ୍କ ପରି ପଞ୍ଚଭୂତ ଉପରେ ନିୟନ୍ତ୍ରଣ କରିବା ର ଅଧିକାର ତାଙ୍କର  ଥିଲା । ମାଟି ,ଜଳ ,ଅଗ୍ନି ,ପବନ ଓ ଆକାଶ କୁ ନେଇ ପଞ୍ଚଭୂତ ଗଠିତ । ବେଳେ ବେଳେ ଏମାନଙ୍କର  ଏହି ସଂସାର ପ୍ରତି କୁ ଦୃଷ୍ଟି ପଡିବା ଫଳରେ ମହା ପ୍ରଳୟ ମାନ ଘଟିଯାଏ ।ବହୁତ ଧନଜୀବନ ନଷ୍ଟ ହୁଏ । ମନୁଷ୍ୟ ସମାଜ ହା ହାକାର ଚିତ୍କାର କରେ ।ଏହି ସମୟରେ  ଗୁରୁ ଆଶ୍ରିତ ଭକ୍ତମାନେ ମଧ୍ୟ ଗୁରୁଙ୍କୁ ଆକୁଳ ନିବେଦନ କରିଥାନ୍ତି । ସାଇବାବା ସଦଗୁରୁ ରୂପେ ତାଙ୍କର ଭକ୍ତମାନଙ୍କୁ ମହାବିପଦ ସମୟରେ ରକ୍ଷାକରି ଥାଆନ୍ତି ।         ଦିନେ ସନ୍ଧ୍ୟାସମୟରେ ଶିରିଡି ଆକାଶ ହଠାତ ମେଘରେ ଢାଙ୍କି ଯିବା ସହିତ ଘଡ଼ଘଡି ଓ ତୁହାକୁ ତୁହା ବିଜୁଳି ମାରିଲା ।ଶିରିଡି ର ଗାଁ ଲୋକମାନେ ଏଣେତେଣେ ଇତସ୍ତତଃ ହୋଇ ଜୀବନ ବଞ୍ଚେଇବା ପାଇଁ ଧାଇଁଲେ । ବହୁତ ଲୋକମାନେ ସାଇ ଥିବା ମସଜିଦ ଆଡ଼କୁ ଧାଇଁଲେ । ବାବାଙ୍କ ପାଖରେ ପହଞ୍ଚି ଗୁହାରି କଲେ ଏହି ଭୟଙ୍କର ପରିସ୍ଥିତି ରୁ ରକ୍ଷା କରିବା ପାଇଁ । ସେମାନଙ୍କ ଆକୁଳ ନିବେଦନ ଶୁଣି ସାଇ ମସଜିଦ ବାହାରକୁ ବାହାରି ଆସିଲେ ।ଆକାଶକୁ ଅନାଇ ମସଜିଦ ର ଗ...

ପରିବାର ଭିତରେ ସାମୁହିକ ' ସାଇ ସତଚରିତ ' ପାଠ କରିବା ।

ପରିବାରର ସମସ୍ତ ସଦସ୍ୟମାନଙ୍କୁ ନେଇ " ସାମୁହିକ ସତଚରିତ " ପଠନ ।             ସମଗ୍ର ବିଶ୍ୱରେ କରୋନା କୁ ନେଇ ସମସ୍ତେ ଭୟଭୀତ । ଜୀବନ ବଞ୍ଚିବା ପାଇଁ ଏକ ବିରାଟ ଅଭିଯାନ । ଭୟର ଛାଇ ଦିନକୁ ଦିନ ଚାରି ଦିଗକୁ ବ୍ୟାପି ଚାଲିଛି । କିଏ ରହିବ କିଏ ଛାଡି  ଚାଲି ଯିବ ଏହି ସମୟରେ ... ତାହା ଇଶ୍ଵର ହିଁ ଜାଣନ୍ତି ।। ଏପର୍ଯ୍ୟନ୍ତ  ରୋଗ କୁ ବିନାଶ ପାଇଁ କୌଣସି ଔଷଧ ବାହାରି ନାହିଁ ।କେବଳ ସମାଜିକ ଦୂରତା ସହିତ ଗୃହରେ ବାସ କରିବା ନିତାନ୍ତ ଜରୁରୀ । ଘରେ ବସି ସଦଗୁରୁ ପାଖରେ ନିବେଦନ କରିବା ପାଇଁ ଆସନ୍ତା କାଲି ଗୁରୁବାର ଠାରୁ ଏକ ମାନସିକ ପୂଜା ଆରମ୍ଭ ହେଉ । ଶିରିଡି ସାଇବାବାଙ୍କୁ ପାଇବା ପାଇଁ ଅତି ସରଳ ଉପାୟ -ସାଇ ସତଚରିତ ପାଠ କରିବା । ଏହା ପାଠ କରିବା ଆମମାନଙ୍କ ପରିବାରର ସମସ୍ତ ସଦସ୍ୟ ମାନେ ନିଜ ଘରେ ବାବାଙ୍କ ପାଖରେ ପାରାୟଣ କରିବା । ସମସ୍ତେ ଭୟରୁ ମୁକ୍ତି ପାଇବା ସହିତ ବିଶ୍ୱକୁ ରୋଗ ମୁକ୍ତ କରିବା ।                

ତୁମେ ଯେତେବେଳେ ମତେ ମନେ ପକାଇବ ମୁଁ ତୁମ ପାଖକୁ ଧାଇଁ ଯିବି ।

        ସାଇ ଲୀଳା -: ତୁମେ ମତେ ମନେ ପକାଇଲେ ମୁଁ ତୁମ୍ଭର ଦାୟିତ୍ୱ ନେବି ।                 ଶରୀର ତ୍ୟାଗ ପରେ  ତାଙ୍କର ସମସ୍ତ କଥା ସତ୍ୟ ହେବାକୁ ଲାଗିଅଛି । ଏପର୍ଯ୍ୟନ୍ତ ଗୋଟିଏ କଥା ଅସତ୍ୟ ହୋଇ ନାହିଁ । ବହୁତ ଗବେଷକ ମାନେ ତାଙ୍କର ଜୀବନର ସମସ୍ତ ଘଟଣାବଳୀକୁ ଅନୁଧ୍ୟାନ କରି ଜାଣି ପାରି ଅଛନ୍ତି ଯେ ସାଇ ବାବାଙ୍କ ଗୋଟିଏ ବି ବଚନ ଅସତ୍ୟ ହୋଇ ନାହିଁ । ଶରୀର ଥିବା ବେଳେ ଯେପରି ଭକ୍ତଙ୍କ ପାଇଁ କାମ କରୁଥିଲେ ଆଜିବି ତାହା ଅଦୃଶ୍ୟ ଭାବରେ କରୁ ଅଛନ୍ତି । ବାବା ଥିବାବେଳେ କହିଥିଲେ ମୁଁ ଚାଲିଗଲେ ବି ମୋର କବରର ହାଡ ତୁମ୍ଭର କଥା ଶୁଣିବ । ବାସ୍ତବରେ ଆଜି ତାହା ସତ୍ୟ ହୋଉଛି ।       ଯେଉଁମାନେ ସମ୍ପୂର୍ଣ୍ଣ ଭାବରେ ସମର୍ପଣ କରି ଅଛନ୍ତି ସେମାନେ କେବେବି ସାଇ ତାଙ୍କ ପାଖରେ ନାହାନ୍ତି ବୋଲି  କହନ୍ତି ନାହିଁ  । ସେହି ପରିକା ଭକ୍ତଙ୍କ ସହିତ ଆଜି ସାଇ ସେମାନଙ୍କ ସହିତ ଅତି ନିଜର ହୋଇ ବାସ କରୁଛନ୍ତି ।। ଭକ୍ତମାନେ ଭାବର ସହ ତାଙ୍କୁ ସ୍ମରଣ କଲେ ସେ ତାଙ୍କର ପାଖରେ ଉଭା ହୋଇ ବାଟ ଦେଖାଇ ଦିଅନ୍ତି । ଯେଉଁ ଭକ୍ତମାନେ ଶିରିଡି ଯାଆନ୍ତି ତାଙ୍କର ଦର୍ଶନ ପାଇଁ ସେମାନେ ନିଶ୍ଚିତ କୌଣସି ରୂପରେ ସାଇ ବାବାଙ୍କର ଦର୍ଶନ ସହିତ କୃପା ପାଆନ୍ତି । ଭାବର ସହିତ ନିବେଦନ କଲେ ସେ  ଉ...

ସାଇ ବାଣୀ -: ଏହି ଶିରିଡି ଗାଁ ଲୋକଙ୍କ ଭିଡ଼ ବଢ଼ି ଯିବ ,ବିଶ୍ୱାସ କର ।

       ସାଇ ଲୀଳା -: ଏହି ଶିରିଡିକୁ ଅନେକ ଆସିବେ , ବିଶ୍ୱାସ କର ।                   ଶିରିଡି ରେ ଫକୀର ସାଇ ରହିବା ଫଳରେ ନିତିଦିନ ଲୋକଙ୍କ ଭିଡ଼ ବଢୁଥିଲା । ଯଦିଓ ସେତେବେଳେ ଗମନାଗମନ ର ବିଶେଷ ସୁବିଧା ନଥିଲା ତଥାପି ଦେଶ ଓ ଦେଶବାହାରୁ ଅନେକ ତାଙ୍କର ଦର୍ଶନ ପାଇଁ ଆସୁଥିଲେ । ସେବେଳେ ଯାତ୍ରା ର କଷ୍ଟ  ବହୁତ ଥିଲା । ବାଟରେ ଖାଦ୍ୟ ମିଳିବା ,ଚୋରି ,ନଦୀନାଳ ଇତ୍ୟାଦି ର ଅସୁବିଧା ଥାଇ ମଧ୍ୟ ଦୂରରୁ ଅନେକ ଭକ୍ତ ବାବାଙ୍କ ପାଖକୁ ଆସୁଥିଲେ । ସେମାନଙ୍କ ଦୃଢ଼ ବିଶ୍ୱାସ ଥିଲା ବାଟରେ ସମସ୍ତ ଅସୁବିଧା ସାଇ ଦୂର କରି ଦେବେ । ବାବା ମଧ୍ୟ ସେମାନଙ୍କ ର ଆସିବା ବାଟକୁ ଚାହିଁ ଥାନ୍ତି ତତସହିତ ସମସ୍ତ ସୁବିଧା ର ଯୋଗାଡ଼ ମଧ୍ୟ କରି ଥାଆନ୍ତି ।      ଶିରିଡି ର ଖ୍ୟାତି ଦୂର କୁ ବ୍ୟାପି ଯିବା ର ସୂଚନା ବାବା ୧୯୦୮ ମସିହାରେ କିଛି ଭକ୍ତ ଓ ଗାଁ ର ଲୋକମାନଙ୍କୁ ଜଣାଇ ଥିଲେ । ସେତେବେଳେ ସେମାନଙ୍କ ପାଖରେ ବାବା କହିଥିଲେ ଏହି ଶିରିଡି ର ଗାଁରେ ଅନେକ ବଡ଼ବଡ଼ ଅଟାଳିକ ମାନ ଗଢ଼ି ଉଠିବ । ରାସ୍ତା ସବୁ ଆଲୋକ ରେ ପୁରିଯିବ, ଏଠି ଦିନରାତି କିଛି ଅନୁଭବ ହେବ ନାହିଁ । ବହୁତ ବଡ଼ବଡ଼ ଲୋକମାନେ ଆସିବେ । ଆତସବାଜିରେ ଶିରିଡି କଂପି ଯିବ । ଗାଡ଼ି ଘୋଡ଼ା ରଖିବା ପାଇଁ ଲୋକମାନେ ଟିକିଏ ଜାଗା ପାଇବେ ନାହିଁ । ବହ...

ସାଇ ବାଣୀ -: ଆଧ୍ୟାତ୍ମିକ ଉନ୍ନତି ପାଇଁ ଖାଦ୍ୟ ଓ ନିଦ୍ରା ଉପରେ ନିୟନ୍ତ୍ରଣ ରଖ ।

     ସାଇ ଲୀଳା -: ଆଧ୍ୟାତ୍ମିକ ପ୍ରଗତି ପାଇଁ ଖାଦ୍ୟ ଓ ନିଦ୍ରା ଉପରେ ନିୟନ୍ତ୍ରଣ କରିବା ଉଚିତ ।           ସଦଗୁରୁ ଆଦେଶ ମାନି ଜୀବନର ଚଲାପଥ ରେ ଚାଲିବା ମାନସିକ ସ୍ତରରେ କିଛି କଷ୍ଟ ଦେଇ ପାରେ । କିଛିକ୍ଷଣ ପରେ ଗୋଟିଏ ଆନନ୍ଦ ମିଳେ ସେତେବେଳେ ସେହି ଆଦେଶ ମାନି ଆମେମାନେ ଚାଲୁ । ପ୍ରତିଟି ଶବ୍ଦ ତାଙ୍କର ଆମମାନଙ୍କ ପ୍ରତି ଏକ ସନ୍ଦେଶ । ଆଧ୍ୟାତ୍ମିକ ପ୍ରଗତି ପାଇଁ ଆମକୁ ସବୁବେଳେ ସଜାଡିବା ଉଚିତ । ଚାଲି ଚଳନି , ବିଚାର , ଓ ଚିନ୍ତା କୁ ପରିବର୍ତ୍ତନ କରିବା ପାଇଁ ଗୁରୁ ସବୁ ମୁହୂର୍ତ୍ତରେ ଆମକୁ ଜଗି ରହିଥାନ୍ତି ।              ବାବାଙ୍କ ଅନେକ ସହଯୋଗୀ ଭକ୍ତଙ୍କ ଭିତରେ ଅବଦୁଲ ବାବାଙ୍କ ଅତି ନିଜର ହୋଇ ରହି ଥାଆନ୍ତି । ବାବାଙ୍କ ନିକଟରେ ବସି କୋରାନ ପାଠ କରନ୍ତି ହେଲେ ପାଠ ସମୟରେ ଢୁଳାଇ ପଡିବା ହେତୁ ବାବା ତାଙ୍କୁ ଉଠାଇ ଦିଅନ୍ତି । ସବୁଦିନ ଏପରି ଘଟଣା ଦେଖି ବାବା ତାଙ୍କୁ କହିଲେ ବେଶୀ ଖାଇବାର ଅଭ୍ୟାସ ଛାଡ ।ଅବଦୁଲ ଶୁଣନ୍ତି କିନ୍ତୁ ମାନି ପାରନ୍ତି ନାହିଁ । ପୁଣି ଥରେ ବାବା ତାଙ୍କୁ କହିଲେ ଅତି ବେଶୀ ଖାଦ୍ୟ ଖାଇଲେ ତୁମ୍ଭର ଭଗବାନଙ୍କୁ ପାଇବା କଷ୍ଟ ହେବ   । ସାତ୍ତ୍ଵିକ ଖାଦ୍ୟ ଅଳ୍ପ ପରିମାଣରେ ନେବା ଉଚିତ । ଜିଭର ରୁଚି ପାଇଁ ବିଭିନ୍ନ ପ୍ରକାରର ଖାଦ୍ୟ ନେବା ପରିବର୍ତ୍ତେ ଅଳ୍ପ ଆ...

ସାଇ ବାଣୀ -: ମାଇଲ ମାଇଲ ଦୂରରେ ଥାଇ ମୁଁ ତୁମ୍ଭର ରକ୍ଷା କରିବି ।

     ସାଇ ଲୀଳା -: ମତେ ଠିକ ସେ ଡାକ ,ମୁଁ ଭୟାନକ ରୋଗରୁ ମୁକ୍ତି କରିବି ।             ବାବା ଶିରିଡି ରେ ଥିବା ସମୟରେ ମହାମାରୀ ହଇଜା ବ୍ୟାପି ଥିଲା । ଶିରିଡି ର ସୀମା ରେ ବାବା ଗହମ ପେଷି ସେଥିରୁ  ସବୁ ଅଟାକୁ ଗାଁ ସୀମାରେ ପକାଇ ହଇଜା ଦୂରେଇ ଦେଇ ଥିଲେ । ସେହି ମହାମାରୀ ରେ ଭାରତ ବର୍ଷ ରେ ହଜାର ହଜାର ଲୋକ ପ୍ରାଣ ହରାଇ ଥିଲେ । ସେତେବେଳେ ସରକାରଙ୍କ ତରଫରୁ ଉନ୍ନତ ମାନର ଔଷଧ ବାହାରି ନଥିଲା ଫଳରେ ବହୁତ ଲୋକ ଜୀବନ ହରାଇ ଥିଲେ । ଆଜି କୋରନା ମଧ୍ୟ ସେହିପରି ବିଶ୍ୱର ସବୁ ରାଷ୍ଟ୍ର ରେ ବ୍ୟାପି ଚାଲିଛି ।ଏହାର ଔଷଧ ଏପର୍ଯ୍ୟନ୍ତ ବାହାରି ନାହିଁ । ଏପରି ଭୟଙ୍କର ରୋଗ ରୁ ରକ୍ଷା ପାଇଁ ନିରନ୍ତର ନାମ ଜପର ଆବଶ୍ୟକ ଅଛି । ଶ୍ରଦ୍ଧାର ସହିତ ସଦଗୁରୁ ସାଇ ଉପରେ ଭରସା ରଖିବା ଉଚିତ ।ବିଶ୍ୱ ଭୟରୁ ମୁକ୍ତି ମିଳୁ ଏହି ନିବେଦନ ତାଙ୍କର ପୟରେ କରିବା ଦରକାର ।                           ଥରେ ରଘୁବୀର ପୁରନ୍ଧରଙ୍କର ସ୍ତ୍ରୀ ହଇଜାରେ ଆକ୍ରାନ୍ତ ହେଲେ । ଅନେକ ଡାକ୍ତରଙ୍କୁ ଦେଖାଇବା ସତ୍ୱେ ରୋଗ ଉପଶମ ହେଲା ନାହିଁ । ସେମାନେ କେବଳ ସାଇ ବାବା ଉପରେ ଶେଷ ଭରସା ରଖିଲେ । ତାଙ୍କର ପରିବାର ର ସମସ୍ତେ ଭାବିଲେ ସାଇ ହିଁ ଏହି ରୋଗରୁ ରକ୍ଷା କରି ପାରିବେ । ପରି...

ସାଇ ବାଣୀ -:ଆଦୌ ବିବ୍ରତ ହୁଅନା , ସ୍ୱାସ୍ଥ୍ୟର ଉନ୍ନତ ଘଟିବ ।

       ସାଇ ଲୀଳା -: ଆଦୌ ବିବ୍ରତ ହୁଅନା ,ସ୍ୱାସ୍ଥ୍ୟ ର ଉନ୍ନତି ଘଟିବ ।            ଶରୀର ଭିତରେ ରୋଗ ଅଛି ।  ଜନ୍ମ ଠାରୁ ମରଣ ପଯ୍ୟନ୍ତ ବହୁବାର ଶରୀର ରୋଗ ରେ ଶିକାର ହୋଇ ଥାଏ ।। ରୋଗ କୁ ନେଇ ମନଭିତରେ ବିଭିନ୍ନ ଚିନ୍ତା ବଢ଼ି ଚାଲେ । ବେଳେ ବେଳେ ରୋଗ ର ଚିନ୍ତା ପରିବାର ଭିତରେ ଏପରି ବଢ଼ି ଯାଏ ଯେ ପରିବାରର ସଦସ୍ୟ ମାନେ ମାନସିକ ସ୍ତର ରେ ଭାଙ୍ଗି ପଡ଼ନ୍ତି  । ବିଭିନ୍ନ ଔଷଧର  ବ୍ୟବହାର ଫଳରେ  ଶରୀର ଉପରେ କୁପ୍ରଭାବ ମଧ୍ୟ ପଡେ । ରୋଗ ଆଉ ମନ ଦୁଇଟି ଦୃବଳ ହେଲେ ମରଣ ଅବସ୍ଥା ସୃଷ୍ଟି ହୁଏ । ରୋଗ ଆକ୍ରମଣ ସମୟରେ ମନର ଅବସ୍ଥା ଉନ୍ନତ ରହିବା ଦରକାର । ରୋଗୀ ବେଳେ ବେଳେ  ବିବ୍ରତ ହୋଇ ପଡେ ।ସଦଗୁରୁ ପ୍ରତି ଦୃଢ଼ ବିଶ୍ୱାସ ଥିବା ଭକ୍ତ ର ମାନସିକ ସ୍ତର ଦୃବଳ ନହୋଇ ଦୃଢ଼ ବିଶ୍ୱାସ ରହିବା ଦରକାର । ଶିରିଡି ସାଇଙ୍କର ପରମ ଭକ୍ତ ନାରାୟଣ ରାଓ ତାଙ୍କର ଜୀବନ କାଳରେ ସାଇଙ୍କୁ ଦୁଇ ଥର ଦର୍ଶନ କରିଥିଲେ । ବାବାଙ୍କ ଫଟୋ ପୂଜା ଭକ୍ତି ରେ କରୁଥାଆନ୍ତି । ଥରେ ତାଙ୍କର ଶରୀର ବହୁତ ଅସୁସ୍ଥ ହୋଇ ପଡ଼ିଲା । ବହୁତ ଡାକ୍ତର ଦେଖାଇଲେ ହେଲେ କିଛି ଉନ୍ନତି ଘଟିଲା ନାହିଁ । ସେ ଦିନକୁ ଦିନ ଦୃବଳ ହୋଇ ପଡିଲେ ଏବଂ ଶଯ୍ୟାଶାୟୀ ହୋଇ ଗଲେ । ଶଯ୍ୟାରେ ସେ ରୋଗ ର ଯନ୍ତ୍ରଣା ରେ ପଡ଼ି ଥାଆନ୍ତି କିନ୍ତୁ ସାଇ ବାବା ପ୍ରତି...

ସାଇ ବାଣୀ -: ତୁମ କଷ୍ଟର ଅନ୍ତ ଘଟିବ , ମୁଁ ତୁମ୍ଭର କଷ୍ଟ ନେବା ପାଇଁ ପ୍ରସ୍ତୁତ ।

           ସାଇ ଲୀଳା - ସବୁ କଷ୍ଟର ଅନ୍ତ ଘଟିବ ,ମୁଁ ତୁମ୍ଭର କଷ୍ଟ ନେବା ପାଇଁ ପ୍ରସ୍ତୁତ ।         ସାଇ ବାବା ତାଙ୍କର ଭକ୍ତ ମାନଙ୍କର ଅର୍ଥ ,ରୋଗ କିମ୍ବା ମାନସିକ ସ୍ତରର ସମସ୍ତ କଷ୍ଟକୁ ନିଜେ ନେଇ ଭକ୍ତଙ୍କ ମୁହଁରେ ଖୁସି ଦେଖୁଥିଲେ । ସେହି ପାଇଁ ବହୁତ ଭକ୍ତ ତାଙ୍କର ଆଶୀର୍ବାଦ ପାଇଁ ବହୁତ ଦିନ ଶିରିଡି ରେ ପଡ଼ି ରହୁଥିଲେ । ସମ୍ପୁର୍ଣ୍ଣ ସମର୍ପଣ ଭାବକୁ ବାବା ସବୁବେଳେ ଆମମାନଙ୍କ ପାଖରୁ ଆଶା କରୁଥିଲେ । ଯାହାର ଭାବ ଅତି ଉନ୍ନତ ଥିଲା ସେ ହିଁ ବେଶୀ କୃପା ପାଇ ପାରୁଥିଲା । ଆଜି ଅନେକ ଭକ୍ତ ତାଙ୍କର ଜୀବନକୁ ନେଇ ରଚିତ ପୁସ୍ତକ ସାଇ ସତଚରିତ ପଢ଼ି ତାଙ୍କର କୃପା ପାଇ ପାରୁ ଅଛନ୍ତି । ନିତ୍ୟ ପଠନ ଫଳରେ ସାଇ ବାବା ତାଙ୍କର ଅତି ନିଜର ହୋଇ ପାରି ଅଛନ୍ତି । ନିତ୍ୟ ପଠନ କରୁଥିବା ଚରିତ୍ର ମାନଙ୍କର ସାଇ ସବୁବେଳେ  ସୁମାର୍ଗ ଦେଖାଉ ଅଛନ୍ତି ।              ବାବା ସବୁବେଳେ ଭକ୍ତଙ୍କ ପାଇଁ  ଅନେକ କଷ୍ଟ ନିଜେ ସହ୍ୟ କରୁଥିଲେ । ପୁନେର ଶ୍ରୀମତି ତାରାବାଇ ସଦାଶିବ ତାରଖଡ଼ ଚକ୍ଷୁ ରୋଗରେ ପୀଡିତ ଥିଲେ । ବହୁତ ଡାକ୍ତର ଦେଖାଇଲେ ହେଲେ ରୋଗ ଆଦୌ ଭଲ ହେଲା ନାହିଁ । ଶୁଣିବାକୁ ପାଇଲେ ଯେ , ଶିରିଡି ରେ ସାଇବାବାଙ୍କ ପାଖକୁ ଅନେକ ରୋଗୀ ଭଲ ହୋଇ ଆସୁ ଅଛନ୍ତି । ସେ ଶିରିଡିକୁ ଆସିଲେ ଏବଂ...

ସାଇ ବାଣୀ -:ମୁଁ ଯାହା କହେ ତାହା ହିଁ ସତ୍ୟ ,ମିଥ୍ୟା କେବେବି କହେନି ।

           ସାଇ ଲୀଳା -: ମୁଁ ଯାହାବି କହେ ସତ୍ୟ ହିଁ କହେ ।                        ଶିରିଡି ରେ ବାବ ଥିବାବେଳେ ବହୁତ ଲୀଳା ସବୁ ଘଟି ଯାଉ ଥିଲା । ଦିନକୁ ଦିନ ଶିରିଡି ର ଜନସମାଗମ ବୃଦ୍ଧି ପାଉଥାଏ । ଯିଏ ବାବାଙ୍କ ପାଖରେ ଦର୍ଶନ ପାଇଁ ଯାଉ ଥିଲା ସେ ବହୁତ ଅନୁଭୂତି ନେଇ ଘରକୁ ଫେରୁଥିଲା । ସମସ୍ତ ଅନୁଭୂତି ଏ ପର୍ଯ୍ୟନ୍ତ ସଂଗ୍ରହ ହୋଇ ପାରିନାହିଁ । ଶିରିଡି ର ଘଟଣାବଳୀ ର ଇତିହାସ ଏକ ଅସରନ୍ତି ଫର୍ଦ୍ଦ । ଯେତେ ଅନୁସନ୍ଧାନ କରିବ ସେତେ ତଥ୍ୟ ମିଳିବ । ସବୁଠାରୁ ବଡ଼କଥା ହେଉଛି ସାଇ ବଚନ କେବେବି ଭୂଲ କିମ୍ବା ଅସତ୍ୟ ହୋଇ ନାହିଁ । ସମସ୍ତେ ଏହା ଉପଲବ୍ଧ କରି ପାରୁଥିଲେ । ବାବା ସମାଧି ପରେବି ତାଙ୍କର ବଚନ ଭକ୍ତଙ୍କ ପାଖକୁ କୌଣସି ମାଧ୍ୟମରେ ପହଞ୍ଚି ଯାଉଥିଲା । ଭକ୍ତମାନେ ମାୟାରେ ଫସି ଥିବାରୁ ସାଇ ବାବାଙ୍କର ବଚନ ବ୍ୟତିକ୍ରମ ପରି ଲାଗୁଥିଲେ ମଧ୍ୟ ସତ୍ୟ ହିଁ ହୋଉଥିଲା ।          ବାବା ଶିରିଡିରେ ଥିବା ସମୟରେ ଏକ ଦମ୍ପତି ଆସି ଦର୍ଶନ କଲେ । ସେମାନଙ୍କୁ ଦେଖି ବାବା ଖୁସି ରେ କହିଲେ ମୋର ପାଖରେ ଗୋଟିଏ ଉପହାର ଅଛି । ସେହି ଉପହାର ମୁଁ ତୁମକୁ ଦେବି । ସେମାନେ ଶିରିଡି ରୁ ଘରକୁ ଆସିଲେ ଏବଂ କିଛି ଦିନ ପରେ ଏକ ସନ୍ତାନ ଜନ୍ମ ହେଲା । ସନ୍ତାନକୁ ଦେଖି ପିତ...

ସାଇ ବାଣୀ-:ସମସ୍ତ ଜୀବଜନ୍ତୁ ଭିତରେ ମତେ ଦେଖିବା ପାଇଁ ଚେଷ୍ଟା କର ।

         ସାଇ ଲୀଳା -: ଜୀବଜନ୍ତୁ ଭିତରେ ମତେ ଦେଖିବା ପାଇଁ ଚେଷ୍ଟା କର ,ମୁଁ ସେମାନଙ୍କ ଭିତରେ ହିଁ ଅଛି ।          ସାଇବାବାଙ୍କ ପାଖରେ ବହୁତ ମହିଳା ଭକ୍ତମାନେ ଆସୁଥିଲେ । ସେମାନଙ୍କୁ ବାବା ବହୁତ ଭଲ ପାଉଥିଲେ । ସାଇ ସତଚରିତ ରେ ଅନେକ ମହିଳା ଭକ୍ତଙ୍କ କଥା ଲେଖା ହୋଇ ଅଛି । ସେମାନେ ମଧ୍ୟରେ ବାୟାଜୀବାଇ ,ରାଧାକୃଷ୍ଣ ଆଇ ଏବଂ ଲକ୍ଷ୍ମୀବାଇ ସିନ୍ଧେ ଥିଲେ ଅନ୍ୟତମ । ଏମାନଙ୍କ ସେବା ରେ ବାବା ବହୁତ ଖୁସି ରହୁଥିଲେ । ଏମାନଙ୍କର ସବୁ ସମୟରେ ସାଇ ବାବା ପ୍ରତି ଗଭୀର ଭକ୍ତି  ଶିରିଡି ର ସାଇ ଲୀଳା ଇତିହାସ ରେ ଲିପିବଦ୍ଧ ହେଇ ରହିବ । କାରଣ ସେମାନଙ୍କ ଗୁରୁ ଭକ୍ତି ଓ ଗୁରୁ କରମ ପାଇଁ ସେମାନଙ୍କ  ହୃଦୟ ସବୁବେଳେ ଵ୍ୟାକୁଳିତ ଥିଲା । ଏପରି ଅନେକ ସମୟରେ ସେମାନଙ୍କ ହାତ ତିଆରି ରନ୍ଧା ଖାଦ୍ୟ ସାଇ ମଧ୍ୟ ମଗାଇ ଖାଉଥିଲେ । ବିଶେଷ କରି ମହିଳା ମାନଙ୍କର ଭକ୍ତି ଓ ଆରଧନା ପୁରୁଷ ମାନଙ୍କ ଠାରୁ ଯଥେଷ୍ଟ ଉନ୍ନତ । ଯେଉଁ ଖାଦ୍ୟ କୁ ସେମାନେ ସାଇ ବାବାଙ୍କ ପାଖରେ ପରଷୁ ଥିଲେ ତାର ଗୋଟିଏ ଦାନା ବି ଅନ୍ୟ କୁ ଦେଉ ନଥିଲେ । କାରଣ ସେମାନେ ବାବାଙ୍କୁ ଖୁସିରେ ଖୁଆଇ ସାରିଲା ପରେ ଯାହା କିଛି ଖାଦ୍ୟ ବଳି ଥାଏ ତାହା ସେମାନେ ପାଇ ଆନନ୍ଦ ପାଆନ୍ତି । ତାହା ପ୍ରସାଦ ରୂପେ ପାଇ ଅନ୍ୟମାନଙ୍କୁ ବିତରଣ କରନ୍ତି ।        ...

ସାଇ ବାଣୀ -:ମୋର ଉପରେ ବିଶ୍ୱାସ ରଖ ..ତୁମ୍ଭର ଭାଗ୍ୟ ବଦଳି ଯିବ ।

          ସାଇ ଲୀଳା -: ମୋର ଉପରେ ସମ୍ପୁର୍ଣ୍ଣ ବିଶ୍ୱାସ ରଖିଲେ , ସବୁ ବିଘ୍ନ ଦୂର ହେବ ।                         ଗୁରୁ ପ୍ରତି ଦୃଢ ବିଶ୍ବାସ ସୃଷ୍ଟି କରିବା ପାଇଁ ଅନେକ ସମୟ ଲାଗେ । କୌଣସି କାରଣରୁ  ବେଳେ ବେଳେ ସେହି ବିଶ୍ୱାସ ମନକୁ ଆସେ ନାହି ଯେ ସତରେ ଗୁରୁ କଣ ମତେ ରକ୍ଷା କରିବେ । ନିଜର ଲୋକମାନେ ବି ବେଳେ ବେଳେ ବିଶ୍ୱାସରେ ବିଷ ମିଶାଇ ବା ପାଇଁ ଚେଷ୍ଟା କରନ୍ତି  ।କିନ୍ତୁ ଭକ୍ତ ଯଦି ଠିକରୁପେ ଗୁରୁ ଉପରେ ଆଶ୍ରିତ ହୋଇ ଥାଏ ତାର କିଛି ଖରାପ ହୁଏ ନାହିଁ । ବରଂ ଭଲ ହିଁ ଭଲ ହୋଇ ଥାଏ । ସମାଜିକ ଚଳନି ଭିତରେ ଅନ୍ଧବିଶ୍ୱାସରେ  ଅନେକ ଭାସି ଯାଆନ୍ତି । ଗୁରୁ ସେବା ରେ ଲିପ୍ତ ଥିବା ଶିଷ୍ୟର ମନୋବଳ ହିଁ ଗୁରୁ ଅଟନ୍ତି ବୋଲି ଚିନ୍ତନ ରହିଲେ ଶିଷ୍ୟ ର ମଙ୍ଗଳ ହୁଏ । ଶିକ୍ଷାର ପରୀକ୍ଷା ଯେପରି ଏକ ବ୍ୟବସ୍ଥା ସେହିପରି ଗୁରୁ ଆଶ୍ରିତ ର ପରୀକ୍ଷା ସବୁବେଳେ ଆସେ ।ଦୃଢ ଭାବରେ ଭକ୍ତ ରହିଲେ ଗୁରୁ ସବୁ ଖରାପ କୁ ଦୂରେଇ ଦିଅନ୍ତି ।  ସାଇବାବାଙ୍କ ପାଖରେ ଉପାସନୀ (କାଶୀନାଥ ) ଥିବା ସମୟରେ ଏକ ଘଟଣା କୁ ନେଇ ଉପାସନୀ ନିଜକୁ ବହୁତ ହତଭାଗା ବୋଲି ଭାବିଲେ ।ଘଟଣା ଟି ଥିଲା ଏହିପରି , ଶିରିଡିକୁ ଜଣେ ଜ୍ୟୋତିଷ ଆସିଥାନ୍ତି । ସେ ବହୁତ ଲୋକମାନେ ହାତ ଦେଖି ଅତୀତ ,ଭବ...

ସାଇ ବାଣୀ -: ଭାବରେ ଉଦି କୁ ସେବନକର , ତୁମେ ସମସ୍ତ ପରୀକ୍ଷାରେ ଉତ୍ତୀର୍ଣ୍ଣ କରିବ ।

              ସାଇ ଲୀଳା -: ଉଦି ସେବନ  ଦ୍ଵାରା ତୁମର ପରୀକ୍ଷାର ଫଳ  ଭଲ ହେବ ।               ବାବା ଶିରିଡିକୁ ଲୀଳା ଭୂମି ରୂପେ ଚୟନ କରିଲେ । ସେ ସେଠାରେ ରହି ଧୁନି ର ପାଉଁଶ କୁ 'ଉଦି' ରୂପେ ଭକ୍ତଙ୍କୁ ଦେଇ ସେମାନଙ୍କ ପାପ ତାପ କୁ ନଷ୍ଟ କରୁଥିଲେ । କପାଳରେ ଗାଧେଇ ସାରି ଉଦି ଲଗାଇବା ସହିତ ପାଣିରେ ମିଶାଇ ପିଇବା ଫଳରେ ଭକ୍ତର ଦିନ ଅତି ଭଲରେ କଟୁଥିଲା । ଶରୀର ଛାଡି ଚାଲିଗଲେ କିନ୍ତୁ ଆମମାନଙ୍କର ହିତ ପାଇଁ ଛାଡି ଦେଇ ଗଲେ ତାଙ୍କର ଉଦି କୁ । ସେହି ଧୁନି ରୁ ଆଜି ବି ଉଦି ମହାପ୍ରସାଦ ରୂପେ ଶିରିଡିକୁ ଯାଉଥିବା ଭକ୍ତମାନେ ପାଇ ପାରନ୍ତି । ଭକ୍ତି ରେ ତାଙ୍କର ଉଦିକୁ ସେବନ କଲେ ବହୁତ ଭୟଙ୍କର ରୋଗ ନାଶ ହୋଇ ଅଛି । ତାକୁ କପାଳରେ ଲଗାଇଲେ କୁ ଶକ୍ତି ଭକ୍ତଙ୍କ ପାଖକୁ ଆସି ପାରେ ନାହିଁ । ଉଦି ର ଚମତ୍କାର ବହୁତ , ଯିଏ ଶ୍ରାଦ୍ଧ ରେ ବ୍ୟବହାର କରିଅଛି ସେ ସୁଫଳ ହିଁ ପାଇଅଛି ।  ଶିରିଡି ର ପ୍ରାଥମିକ ବିଦ୍ୟାଳୟ ରେ ଦାଜି ବାମନ ଚିଦାମ୍ବର ନାମରେ ଜଣେ ପ୍ରଧାନ ଶିକ୍ଷକ ଥିଲେ । ଶିରିଡି ର ପିଲାମାନେ ସେହି ବିଦ୍ୟାଳୟ ରେ ପାଠ ପଢ଼ୁଥିଲେ ।  ପିଲାମାନେ ଭଲ ପଢୁ ନଥିବାରୁ ତାଙ୍କର ମନ ବହୁତ ଖରାପ ଥାଏ । ଏହି କଥା ସେ କାକା ସାହେବ କୁ କହିଲେ ,ଏହି ବର୍ଷ ପିଲାମାନେ ପରୀକ୍ଷାରେ ଆଦୌ ଭଲ କରିବ...

ସାଇ ବାଣୀ -: ଅନ୍ୟକୁ ନିନ୍ଦା କରିବା ଛାଡି ନିଜର ମୁକ୍ତି ପାଇଁ ଚେଷ୍ଟା କର ।

             ସାଇ ଲୀଳା -: ଅନ୍ୟକୁ ନିନ୍ଦା କରିବା ପରିବର୍ତ୍ତେ ନିଜର ମୁକ୍ତି ପାଇଁ ଚେଷ୍ଟା କର ।             ଦୈନନ୍ଦିନ ଜୀବନରେ ଆମେମାନେ କଥାବାର୍ତ୍ତା ପାଇଁ କିଛି ସମୟ ଅପଚୟ କରିଥାଉ । ସମୟ ମିଳିଲେ ଅନ୍ୟ ର ନିନ୍ଦା ପାଇଁ ମଧ୍ୟ ଆମେ ବିଭିନ୍ନ କଟୁ ସମାଲୋଚନା କରିବା ପାଇଁ  ପଛାଉନି । କଟୁ ସମାଲୋଚନା ଅନ୍ୟ କୁ କରିବା ପାଇଁ ଆମେମାନେ ନିଜର ସଂଯମତା ଭୂଲି ଯାଉ । ଭଗବାନ  ,ଦେବଦେବୀ କିମ୍ବା କୌଣସି ଗୁରୁଙ୍କୁ ସମାଲୋଚନା ପାଇଁ ଏହି ଜିଭ ଲାଗିପଡେ ।  ଥରେ ଶିରିଡି ରେ କାକାସାହେବ ଓ କିଛି ଭକ୍ତମାନେ ହଠାତ ସମାଲୋଚନା ରେ ମସଗୁଲ ହୋଇ ଯାଇ ଥିଲେ । ସେମାନେ ଯୀଶୁଖ୍ରୀଷ୍ଟଙ୍କୁ  ମଧ ସମାଲୋଚନା କରିଲେ ।କାକାସାହେବ ବି ଯୀଶୁଙ୍କୁ ସମାଲୋଚନା କଲେ । ସେ ଯେତେବେଳେ ବାବାଙ୍କ ପାଖକୁ ଗଲେ ସେତେବେଳେ ବାବା  ତାଙ୍କୁ ଅନାଇଲେ ନାହିଁ । ବାବାଙ୍କ ଏପରି ବ୍ୟବହାରରେ ସେ ବହୁତ ଦୁଃଖ ପାଇଲେ । ନିଜର ଭୂଲ ବୁଝିପାରି ସେ ବାବାଙ୍କ ପାଦତଳେ ପଡ଼ି କ୍ଷମା ମାଗିଲେ ।ବାବା ତାଙ୍କୁ ଦେଖି କହିଲେ କାକା , ଅନ୍ୟ ଧର୍ମ ଗୁରୁ ମାନଙ୍କୁ ସମାଲୋଚନା କରିବା ପରିବର୍ତ୍ତେ ନିଜର ମୁକ୍ତି ପାଇଁ ସମୟ ବିନିଯୋଗ କର ।ମହାନ ପୁରୁଷ ମାନଙ୍କୁ ହତାଦର କରିବା ଉଚିତ ନୁହେଁ ।ସେମାନଙ୍କର ପ୍ରତି ଖରାପ ମନୋଭାବ ଫଳରେ ତୁମ୍ଭର ଆତ୍...

ସାଇ ବାଣୀ-:ମୁଁ ସପ୍ନରେ ଦର୍ଶନ ଦେଇ ତୁମ୍ଭର ହତାଶ ଦୂରେଇ ଦେବି ।

      ସାଇ ଲୀଳା -:ମୁଁ ସପ୍ନରେ ଦର୍ଶନ ଦେଇ ତୁମ ହତାଶ କୁ ଦୂର କରିପାରେ ।                               ଦୈନନ୍ଦିନ ଜୀବନ ଯାତ୍ରାରେ ସାଇ କୁ ଆରଧନା କରୁ ଥିବା ଭକ୍ତମାନେ ବେଳେ ବେଳେ ବହୁତ ହତାଶ ହୋଇ ଯାଆନ୍ତି । ମନଭିତରେ ହତାଶ ର ବାଦଲ ଏପରି ଦଖଲକରି ଯାଏ ଯେ ତାର ଆରଧନା ମଧ୍ୟ ବିଘ୍ନ ଆସେ । ହେଲେ ସାଇ ଏସମସ୍ତ ଘଟଣା ପ୍ରତି ସମ୍ପୂର୍ଣ୍ଣ ଅବଗତ ଥାନ୍ତି । କିନ୍ତୁ ଭକ୍ତ ବିଚଳିତ ଅବସ୍ଥାରେ ଥାଏ । ସବୁବେଳେ ସେହି  ଗୋଟିଏ ଚିନ୍ତା ଏମିତି ଘାରି ଯାଏ ସେ ଭାବେ ସାଇ ତାର କଥା ଶୁଣୁ ନାହାନ୍ତି । କଣ କରିବି ???ହେଲେ ସାଇ ମାଲିକ ସମସ୍ତ ସମସ୍ୟା ର ସମାଧାନ କରି ଭକ୍ତଙ୍କ ମନରେ ଆନନ୍ଦ ଭରିଦିଅନ୍ତି । ବାବା ସଶରୀରରେ ଥିବା କିମ୍ବା ଶରୀର ତ୍ୟାଗ ପରେ ଅନେକ  ଅଗଣିତ ଭକ୍ତଙ୍କ ସମାଗମ ହୋଇଥିଲା । ଗଣେଶ ବୈଦ ନାମକ ଜଣେ ଭକ୍ତ ତାଙ୍କର ଝିଅ ର ବିବାହ ପାଇଁ ବର ଖୋଜି ଖୋଜି ହତାଶ ହୋଇ ପଡିଲେ । କୌଣସି ବର ପରିବାର ସହିତ ତାଙ୍କର କଥାବାର୍ତ୍ତା ହେଉଥିଲେ ମଧ୍ୟ ସେମାନେ ତରଫରୁ ବିବାହ ର ପ୍ରସ୍ତାବ ଆସୁନଥିଲା । ମାନସିକ ସ୍ତରରେ ଗଣେଶ ଭାଙ୍ଗି ପଡିଲେ । ଶେଷରେ ସାଇ ବାବା ପାଖରେ ଶରଣାପନ୍ନ ହେଲେ । ଦିନେ ରାତିରେ ବାବାଙ୍କୁ ବ୍ୟାକୁଳ ହୃଦୟରେ ନିବେଦନ କରିଲେ । ସେହି ରାତ୍ରିରେ ବାବାଙ୍କୁ ସପ...