Skip to main content

ସାଇ ବାଣୀ-:ମୁଁ ସପ୍ନରେ ଦର୍ଶନ ଦେଇ ତୁମ୍ଭର ହତାଶ ଦୂରେଇ ଦେବି ।


      ସାଇ ଲୀଳା -:ମୁଁ ସପ୍ନରେ ଦର୍ଶନ ଦେଇ ତୁମ ହତାଶ କୁ ଦୂର କରିପାରେ ।

                              ଦୈନନ୍ଦିନ ଜୀବନ ଯାତ୍ରାରେ ସାଇ କୁ ଆରଧନା କରୁ ଥିବା ଭକ୍ତମାନେ ବେଳେ ବେଳେ ବହୁତ ହତାଶ ହୋଇ ଯାଆନ୍ତି । ମନଭିତରେ ହତାଶ ର ବାଦଲ ଏପରି ଦଖଲକରି ଯାଏ ଯେ ତାର ଆରଧନା ମଧ୍ୟ ବିଘ୍ନ ଆସେ । ହେଲେ ସାଇ ଏସମସ୍ତ ଘଟଣା ପ୍ରତି ସମ୍ପୂର୍ଣ୍ଣ ଅବଗତ ଥାନ୍ତି । କିନ୍ତୁ ଭକ୍ତ ବିଚଳିତ ଅବସ୍ଥାରେ ଥାଏ । ସବୁବେଳେ ସେହି  ଗୋଟିଏ ଚିନ୍ତା ଏମିତି ଘାରି ଯାଏ ସେ ଭାବେ ସାଇ ତାର କଥା ଶୁଣୁ ନାହାନ୍ତି । କଣ କରିବି ???ହେଲେ ସାଇ ମାଲିକ ସମସ୍ତ ସମସ୍ୟା ର ସମାଧାନ କରି ଭକ୍ତଙ୍କ ମନରେ ଆନନ୍ଦ ଭରିଦିଅନ୍ତି ।
ବାବା ସଶରୀରରେ ଥିବା କିମ୍ବା ଶରୀର ତ୍ୟାଗ ପରେ ଅନେକ  ଅଗଣିତ ଭକ୍ତଙ୍କ ସମାଗମ ହୋଇଥିଲା । ଗଣେଶ ବୈଦ ନାମକ ଜଣେ ଭକ୍ତ ତାଙ୍କର ଝିଅ ର ବିବାହ ପାଇଁ ବର ଖୋଜି ଖୋଜି ହତାଶ ହୋଇ ପଡିଲେ । କୌଣସି ବର ପରିବାର ସହିତ ତାଙ୍କର କଥାବାର୍ତ୍ତା ହେଉଥିଲେ ମଧ୍ୟ ସେମାନେ ତରଫରୁ ବିବାହ ର ପ୍ରସ୍ତାବ ଆସୁନଥିଲା । ମାନସିକ ସ୍ତରରେ ଗଣେଶ ଭାଙ୍ଗି ପଡିଲେ । ଶେଷରେ ସାଇ ବାବା ପାଖରେ ଶରଣାପନ୍ନ ହେଲେ । ଦିନେ ରାତିରେ ବାବାଙ୍କୁ ବ୍ୟାକୁଳ ହୃଦୟରେ ନିବେଦନ କରିଲେ । ସେହି ରାତ୍ରିରେ ବାବାଙ୍କୁ ସପ୍ନ ରେ ଦେଖିଲେ । ସପ୍ନ ରେ ବାବା ତାଙ୍କୁ କହିଲେ ମୁଁ ଥିବା ଯାଏ ତୁମେ କାହିଁକି ଝିଅ ର ବାହାଘର ପାଇଁ ଏତେ ଚିନ୍ତା କରୁଚ ? ତୁମେ ତୁମ୍ଭର ଝିଅକୁ କେଶବ ଦୀକ୍ଷିତ ର ପୁଅ ସହିତ ବିଭାଘର କରିବ । ସେହି ସପ୍ନ ରେ ପୁଅର ଚେହେରା ମଧ୍ୟ ସାଇ ଦେଖାଇ ଥିଲେ । ଗଣେଶ ନିଦରୁ ଉଠି କିପରି ସେହି ବାହାଘର କରିବେ ତାହା ଚିନ୍ତା କଲେ । ସକାଳୁ ତାଙ୍କର ପୁଅକୁ ବାବା ସପ୍ନ ରେ କହିଥିବା ସମସ୍ତ କଥା ଜଣାଇଲେ । ଏପରିକି ସେହି ପୁଅର ଚେହେରା ବାବଦରେ ପୁଅକୁ ଜଣାଇଲେ ଏବଂ କହିଲେ ତାର ବାପାଙ୍କ ନାମ କେଶବ ଦୀକ୍ଷିତ । ପୁଅ ସମସ୍ତ କଥା ତାର ବାପା ଠାରୁ ଶୁଣି କହିଲା , ଆମର ଅଫିସରେ ଗୋଟିଏ ପିଲା ଚାକିରୀ କରେ ତାର ବାପାଙ୍କ ନାମ କେଶବ ଦୀକ୍ଷିତ ଅଟେ ।ତଥାପି ଗଣେଶ ସେହି ପୁଅ ବାବଦରେ ସମସ୍ତ କଥା ସଂଗ୍ରହ କରି ବୁଝି ଲେ ଯେ ପିଲାଟିର ଚେହେରା ସପ୍ନ ରେ ଚେହେରା ସହିତ ସମାନ । ତାର ବାପାଙ୍କ ନାମ କେଶବ ଦୀକ୍ଷିତ । ବିବାହ ପ୍ରସ୍ତାବ ପୁଅର ବାପା ପାଖକୁ ଗଣେଶ ପଠାଇଲେ । ଏହି ପ୍ରସ୍ତାବ ରେ କେଶବଙ୍କ ପରିବାର ରାଜି ହେଲେ ଏବଂ ଅଳ୍ପ ଦିନ ଭିତରେ ବିବାହ କାର୍ଯ୍ୟ ଧୁମଧାମରେ ସରିଲା 




ସାଇ ବାବା ଦୁଇ ପରିବାରର ଭିତରେ ବନ୍ଧୁତା ସୃଷ୍ଟି କରିଲେ ଏବଂ ଉପଯୁକ୍ତ ବର ସହିତ ଝିଅକୁ ବିବାହ କରିଲେ ।ଯେତେବେଳେ ଦୁଇ ପରିବାର ସପ୍ନ ବାବଦରେ ଜାଣିଲେ ସମସ୍ତେ ଅଭିଭୂତ ହୋଇ ଗଲେ ।  





Comments

Popular posts from this blog

ସାଇ ବାଣୀ -: ତୁମ କଷ୍ଟର ଅନ୍ତ ଘଟିବ , ମୁଁ ତୁମ୍ଭର କଷ୍ଟ ନେବା ପାଇଁ ପ୍ରସ୍ତୁତ ।

           ସାଇ ଲୀଳା - ସବୁ କଷ୍ଟର ଅନ୍ତ ଘଟିବ ,ମୁଁ ତୁମ୍ଭର କଷ୍ଟ ନେବା ପାଇଁ ପ୍ରସ୍ତୁତ ।         ସାଇ ବାବା ତାଙ୍କର ଭକ୍ତ ମାନଙ୍କର ଅର୍ଥ ,ରୋଗ କିମ୍ବା ମାନସିକ ସ୍ତରର ସମସ୍ତ କଷ୍ଟକୁ ନିଜେ ନେଇ ଭକ୍ତଙ୍କ ମୁହଁରେ ଖୁସି ଦେଖୁଥିଲେ । ସେହି ପାଇଁ ବହୁତ ଭକ୍ତ ତାଙ୍କର ଆଶୀର୍ବାଦ ପାଇଁ ବହୁତ ଦିନ ଶିରିଡି ରେ ପଡ଼ି ରହୁଥିଲେ । ସମ୍ପୁର୍ଣ୍ଣ ସମର୍ପଣ ଭାବକୁ ବାବା ସବୁବେଳେ ଆମମାନଙ୍କ ପାଖରୁ ଆଶା କରୁଥିଲେ । ଯାହାର ଭାବ ଅତି ଉନ୍ନତ ଥିଲା ସେ ହିଁ ବେଶୀ କୃପା ପାଇ ପାରୁଥିଲା । ଆଜି ଅନେକ ଭକ୍ତ ତାଙ୍କର ଜୀବନକୁ ନେଇ ରଚିତ ପୁସ୍ତକ ସାଇ ସତଚରିତ ପଢ଼ି ତାଙ୍କର କୃପା ପାଇ ପାରୁ ଅଛନ୍ତି । ନିତ୍ୟ ପଠନ ଫଳରେ ସାଇ ବାବା ତାଙ୍କର ଅତି ନିଜର ହୋଇ ପାରି ଅଛନ୍ତି । ନିତ୍ୟ ପଠନ କରୁଥିବା ଚରିତ୍ର ମାନଙ୍କର ସାଇ ସବୁବେଳେ  ସୁମାର୍ଗ ଦେଖାଉ ଅଛନ୍ତି ।              ବାବା ସବୁବେଳେ ଭକ୍ତଙ୍କ ପାଇଁ  ଅନେକ କଷ୍ଟ ନିଜେ ସହ୍ୟ କରୁଥିଲେ । ପୁନେର ଶ୍ରୀମତି ତାରାବାଇ ସଦାଶିବ ତାରଖଡ଼ ଚକ୍ଷୁ ରୋଗରେ ପୀଡିତ ଥିଲେ । ବହୁତ ଡାକ୍ତର ଦେଖାଇଲେ ହେଲେ ରୋଗ ଆଦୌ ଭଲ ହେଲା ନାହିଁ । ଶୁଣିବାକୁ ପାଇଲେ ଯେ , ଶିରିଡି ରେ ସାଇବାବାଙ୍କ ପାଖକୁ ଅନେକ ରୋଗୀ ଭଲ ହୋଇ ଆସୁ ଅଛନ୍ତି । ସେ ଶିରିଡିକୁ ଆସିଲେ ଏବଂ...

ସଦଗୁରୁ ଦେଇଥିବା ବସ୍ତୁକୁ ନମ୍ରତା ର ସହ ଗ୍ରହଣ କରିବା ଉଚିତ ।

           ସାଇ ଲୀଳା            ସାଇ ମହାରାଜା ଶିରିଡି ରେ ଅବସ୍ଥାନ ସମୟରେ ବହୁତ ଲୋକମାନେ ସାହାଯ୍ୟ ପାଇଁ ସାଇଙ୍କ ପାଖକୁ ଆସୁଥିଲେ । ସେ କାହାରିକୁ ଫେରାଇ ଦେଇ ନାହାନ୍ତି । ଥରେ ଜଣେ ନିର୍ଦ୍ଧନ ବ୍ରାହ୍ମଣ ସାଇଙ୍କ ପାଖରେ ପହଞ୍ଚି ସାହାଯ୍ୟ ପାଇଁ ପ୍ରାର୍ଥନା କଲେ । ବାବା କିଛି ସମୟ ତାକୁ ଅନାଇ ମସଜିଦ ରେ ଗୋଟିଏ କୋଣରେ ଥିବା ପୁଡିଆ ଟି ଆଣି ବ୍ରାହ୍ମଣ ହାତରେ ଦେଲେ । ସେହି ପୁଡିଆ ରେ କିଛି ମାଛ ମାଂସ ଥିଲା । ବାବା ତା ହାତରେ ଦେଲାବେଳେ କହିଲେ ଏହି ପୁଡିଆ ନେଇ ଘରେ ଖୋଲିବ; ଆଉ କେଉଁଠି ନୁହେଁ । ପୁଡିଆ ଟି ବ୍ରାହ୍ମଣ ଲୋକ ଟି ପାଇସାରିବା ପରେ ବାବାଙ୍କ ଉପରେ ମନେ ମନେ ରାଗିଗଲା । ଗାଁ ସୀମା ରେ ଥିବା ନାଳ ପାଖରେ ପୁଡିଆ କୁ ନେଇ ଖୋଲି ଦେଖିଲା ସେଥିରେ ମାଂସ ଅଛି । ମାଂସକୁ ଫୋପାଡ଼ି ଦେଇ ପୁଟୁଳା କପଡା କୁ ଧୋଇ ଘରକୁ ଫେରିଲା । ଘରେ ପହଞ୍ଚି କଫଡାକୁ ଶୁଖାଇବା ପାଇଁ ଟାଙ୍ଗି ଦେଲାବେଳକୁ  ତା ମଧ୍ୟ ରୁ ଗୋଟିଏ ସ୍ୱର୍ଣ୍ଣ ଟୁକଡା ତଳେ ପଡି ଗଲା । ତାହା ଦେଖିବା ପରେ ସେ ବହୁତ ଦୁଃଖ କଲା । ଏତେ ବଡ଼ ସନ୍ଥ ପାଖକୁ ଯାଇଥିଲି , ସେ ମଧ୍ୟ ମୋର ଗୁହାରି ଶୁଣି ଠିକ ଦାନ କରିଥିଲେ  । ଅଥଚ ମୋର କ୍ରୋଧ ପାଇଁ ଯାହା ମାଂସ ପରିକା ଦେଖା ଯାଉ ଥିଲା ତାହା ବାସ୍ତବରେ ମାଂସ ନଥିଲା । ପଶ୍ଚାତାପ କରି ଉଦାସ ମନରେ ରହିଲା । ସନ୍ଥମାନଙ...

ସାଇ ବାଣୀ -: ମନ ତୁ ଗୁରୁ ଚରଣେ ଲାଗ ।

ସାଇ ଲୀଳା  ଭଗବାନ କିମ୍ବା ଗୁରୁ ପାଖରେ ମନ ଲାଗିଲେ ଭକ୍ତ ସନ୍ତୁଷ୍ଟ ହୋଇ ଯାଏ । ମନ ଯେତେ ଅଧିକ ଲାଗିବ ସେତେ ସନ୍ତୋଷ ମିଳିବ । ଭକ୍ତ ସେତେବେଳେ ଭାବେ ମୋର ମନ ଭଗବାନଙ୍କ ଚିନ୍ତାରେ ଲାଗୁଛି । ସେ ସମୟରେ ସେ ଏକ ସୁନ୍ଦର ଅନୁଭବ ମଧ୍ୟ ପାଏ । ଏହିପରି କରିବା ଫଳରେ ସେ ପରମ ଶାନ୍ତି ପାଏ । କାରଣ ତାର ଆଶ୍ରୟ ହେଉଛନ୍ତି  କେବଳ ଭଗବାନ କିମ୍ବା ଗୁରୁ ଅଟନ୍ତି । ମନକୁ ଲଗାଇବା ତାଙ୍କର ନିକଟରେ ବହୁତ କଷ୍ଟ ଅଟେ । ବାସ୍ତବ ଜୀବନ ଟି ସବୁବେଳେ କାମନା ଭିତରେ ଡୁବି ଥାଏ । ତା ଭିତରୁ ବାହାର ହେବା ଏକ ବଡ଼ ପରୀକ୍ଷା ଅଟେ । ଧୀରେ ଧୀରେ ମନକୁ ତାଙ୍କର ପାଖରେ ଲଗାଇବା ପାଇଁ କିଛି ସମୟ ଲାଗେ । ଥରେ ସେହିଠାରେ ସଂଯୋଗ ହେଲେ ଆଉ ବାହାର ଚିନ୍ତା ମନରୁ ଅପସରି ଯାଏ । ତାଙ୍କର ପଦଯୁଗଳ ,ଛବି ଓ ରୂପ ମନକୁ ପାଗଳ କରି ପକାଏ । ବାହ୍ୟ ଜଗତର ସମସ୍ତ ଜଡ ଓ ଶରୀର ଭିତରେ ଭଗବାନ କିମ୍ବା ଗୁରୁର ଛବି ଦୃଶ୍ୟ ହୁଏ । ଏହି ଅବସ୍ଥା ହିଁ  ଶରଣାଗତି କୁହାଯାଏ  । ଏପରି ଅବସ୍ଥାରେ ଭଗବାନଙ୍କ କରୁଣା ସବୁବେଳେ ସେହିପରି ନିଷ୍ଠା ଭକ୍ତଙ୍କ ଉପରେ ପଡେ ।                     ଶିରିଡି ର ସାଇ ମହାରାଜା ପାଖରେ ଏହିପରି କିଛି ଭକ୍ତମାନେ ଥିଲେ । ତାହା ଆମେମାନେ ତାଙ୍କର ଲୀଳା କୁ ନେଇ ରଚିତ ପୁସ୍ତକ ରେ ଦେଖିବା ପାଇଁ ମିଳେ । ବାବାଙ୍କ ନିକଟରେ କିଛି ଭକ୍ତ ରହୁଥ...