Skip to main content

Posts

ସାଇ ବାଣୀ -: ଆମେ ସେଠି ରହିବା ,ବୁଲିବା ,ଖେଳିବା ଓ ପରସ୍ପରକୁ କୋଳକରି ଖୁସି ରେ ଦିନ କାଟିବା

ସାଇ ଲୀଳା -:ଆମେ ସେଠି ରହିବା ,ବୁଲିବା , ଖେଳିବା ଓ ପରସ୍ପରକୁ କୋଳକରି ଖୁସିରେ ଦିନ କାଟିବା ।        ସଦଗୁରୁ ସାଇ ମହାରାଜା ଶରୀର ଛାଡ଼ିବା ପୂର୍ବରୁ କିଛି ସୂଚନା ଦେଇଥିଲେ ହେଲେ ତାର ଅର୍ଥ ବୁଝିବା ସେ ସମୟରେ ତାଙ୍କ ପାଖରେ ଥିବା ଭକ୍ତମାନେ ବୁଝି ପାରି ନଥିଲେ । ହସ ହସ ବଦନରେ ସାଇ ଏମିତି କିଛି କଥା କହୁଥିଲେ କେହି ବୁଝି ପାରୁ ନଥିଲେ । ସେହି କଥାକୁ କିଛି ଭକ୍ତ ମନ୍ଥନ କରି ବୁଝି ପାରୁ ଥିଲେ । ଅନେକ ତାଙ୍କ ଶରୀର ତ୍ୟାଗର ସଠିକ ସମୟ କେବେ ଆସିବ ତାର ଆକଳନ କରି ପାରୁ ନଥିଲେ । କିନ୍ତୁ ସାଇ ଯଥେଷ୍ଟ ସମୟ ପୂର୍ବରୁ ଶରୀର ଛାଡ଼ିବା ର ଏକ ସୂଚନା ଦେଇଥିଲେ । ବୁଟି ମହାଶୟ ବାବାଙ୍କ ପାଇଁ ଏକ ସୁନ୍ଦର ୱାଡା ନିର୍ମାଣ ପାଇଁ ସାଇ ବାବାଙ୍କ ଦରବାରରେ ବାବାଙ୍କର ଅନୁମତି ମାଗିଲେ।। ବାବା ବହୁତ ଖୁସି ହୋଇ ଗଲେ । ବୁଟି ମହାଶୟ ସେଠି ଏକ ରାଧାକୃଷ୍ଣ ବିଗ୍ରହ  ରଖିବା କଥା ଜଣାଇଲେ । ବାବା ବହୁତ ଖୁସି ହୋଇ ଶ୍ୟାମାକୁ କହିଲେ ଆମେମାନେ ସେହିଠାରେ ବସିବା ,ବୁଲିବା , ଖେଳିବା ଓ ପରସ୍ପରକୁ କୋଳକରି ଖୁସି ରେ ରହିବା । ଶୁଭାରମ୍ଭ ପାଇଁ ନଡ଼ିଆ ଭାଙ୍ଗି ନିର୍ମାଣ କାର୍ଯ୍ୟ ଆରମ୍ଭ ହେଲା । ଶୀଘ୍ର ଏକ ରାଧାକୃଷ୍ଣ ବିଗ୍ରହ ପାଇଁ ମଧ୍ୟ ବରାଦ କରାଗଲା ।                      ଅତି ସରଳ ଭାଷାରେ ଏପରି ସୂଚନା ର ଅର୍ଥ ସେ ସମୟରେ କେହ...
Recent posts

ସାଇ ବାଣୀ -: ଭୋକିଲାକୁ ଭୋଜନ କରାଇ ନିଜେ ଭୋଜନ କର ।

ସାଇ ଲୀଳା -: ଭୋକିଲାକୁ ଭୋଜନ ଦେଇ ନିଜେ ଭୋଜନ କର ।                                        ଏହି ଜଗତର ଯେତେ ଜୀବଜନ୍ତୁ ଦେଖିବାକୁ ପାଉ ଅଛେ , ସମସ୍ତଙ୍କଭିତରେ କ୍ଷୁଧା ଅଛି । କିଏ ବହୁତ ପରିଶ୍ରମ କରି ମୁଠାଏ ଅନ୍ନ ପାଏ ତ କିଏ କମ ସମୟରେ ବହୁତ ଖାଦ୍ୟ ପାଇପାରେ । ପେଟର ଭୋକ ମେଣ୍ଟାଇବା ପାଇଁ ବିଭିନ୍ନ କାର୍ଯ୍ୟ କରିବା ପାଇଁ ପଡେ । ଭୋକ ପାଇଁ ପାପ କର୍ମ କରିବା ପାଇଁ କେହି ଫଚାଇ ଯାଆନ୍ତି ନାହିଁ । ଏହି ସମାଜ ରେ ଯେତେ ସବୁ ଦାନ ଅଛି ତନ୍ମଧ୍ୟରୁ ଅନ୍ନ ଦାନ ମହାନ ଅଟେ । ମାନବ ଜନ୍ମରୁ ଯେତେ ପୁଣ୍ୟ କରୁଥିଲେ ମଧ୍ୟ ସବୁଠାରୁ ଅନ୍ନ ଦାନ ହିଁ ମହାନ ଅଟେ । ରୋଗୀ , ବୃଦ୍ଧ , ପଙ୍ଗୁ  ଏବଂ ଅନାଥ ମାନଙ୍କୁ ଖାଦ୍ୟ ଦେବା ଉଚିତ । ତାହା ପୁଣି ଠିକ ସମୟରେ ।                            ଶିରିଡିର ସାଇବାବା ଭୋକିଲା ମୁହଁ ରେ ଖାଦ୍ୟ ଦେଇ ଆସୁଥିଲେ । ବାବାଙ୍କ ପାଖକୁ ସେ ସମୟରେ ବହୁତ ସୁନ୍ଦର ଓ ସ୍ୱାଦିଷ୍ଟ ଖାଦ୍ୟ ଆସୁଥାଏ । ବହୁତ ସମୟରେ କୁକୁର ,ବିଲେଇ ଓ ପଶୁପକ୍ଷୀ ମାନଙ୍କୁ ସେ ଖାଦ୍ୟ ଦେଇ ଦେଉଥିଲେ । ବାବା ଅଳ୍ପ ଖାଦ୍ୟ ରେ ସନ୍ତୁଷ୍ଟ ରହୁଥିଲେ । ଅନେକ ଭକ୍ତଙ୍କୁ ସେ ଅଳ୍ପ ଆହାର ପାଇଁ ଉପଦେଶ ଦ...

ସାଇ ବାଣୀ -ଗୁରୁ କୃପା ରୋଗ ନାଶ କରିପାରେ ।

ସାଇ ଲୀଳା -: ଗୁରୁକୃପା ରୋଗ ନାଶ କରିପାରେ ।                 ସାଇବାବା ଶିରିଡିର ରହଣି ସମୟରେ ଅନେକ ରୋଗୀମାନେ ଆସୁ ଥିଲେ ଚିକିତ୍ସା ହେବା ସହ ଆରୋଗ୍ୟ ଲାଭ ପାଇଁ ..ସେହି ସମୟରେ ରୋଗ ର ଉପଶମ ପାଇଁ ଚିକିତ୍ସା ଉନ୍ନତ ନଥିଲା । ଆୟୁର୍ବେଦ ଔଷଧକୁ ବହୁତ ବ୍ୟବହାର କରାଯାଉଥିବାର ଦେଖାଯାଏ । ବାବା ମଧ୍ୟ ଚେର ମୂଳ ର ଔଷଧ ଦେଇ ଅନେକ ଲୋକ ମାନଙ୍କୁ ଭଲ କରୁଥିଲେ । ପରେ ପରେ ବାବା ଜଳାଇ ରଖିଥିବା ଧୁନି ର ଉଦି କୁ ଦେଇ ରୋଗ ଭଲ କରୁଥିଲେ । ଆଜି  ବହୁତ ଲୋକମାନେ  ସେହି ଉଦି ବ୍ୟବହାର କରି ଆରୋଗ୍ୟ ହେଉଛନ୍ତି । ସେହି ସମୟରେ କୁଷ୍ଠ ରୋଗୀ ମାନଙ୍କୁ ସମାଜ ଭିତରେ ରହିବା ପାଇଁ ଦେଉ ନଥିଲେ । କୁଷ୍ଠ ରୋଗ ର ଚିକିତ୍ସା କରିବା ପାଇଁ ଔଷଧ ନବାହାରିବା ଯୋଗୁଁ ସେହି ରୋଗୀ ମାନେ ଜନବସତି ଠାରୁ ବହୁତ ଦୂରରେ ରହୁଥିଲେ । ପରିବାର ର କୌଣସି ସଦସ୍ୟ ମାନଙ୍କ ସହିତ ମିଳାମିଶା ପାଇଁ କଟକଣା ଥିଲା ।                  ୧୮୬୧ ମସିହାରେ ଶିରିଡିର ଏକ ବଡ଼ ଚମତ୍କାର ଘଟଣା ଘଟିଥିଲା । ଭାଗୋଜୀ ସିନ୍ଧେ ନାମକ ଜଣେ କୁଷ୍ଠ ରୋଗୀ ଶିରିଡିର ଗାଁଠାରୁ ଦୂରରେ ଏକ ଛୋଟ କୁଡିଆଟି ବନାଇ ରହିଥିଲେ । ବର୍ଷା ଦିନରେ ବହୁତ ଜୋରରେ ପବନ ବହିବା ଯୋଗୁଁ ତାଙ୍କର କୁଡିଆଟି ଭୁଷୁଡି ଗଲା । ବର୍ଷା ସହିତ ପବନ ଯୋଗୁଁ ସିନ୍ଧେ କୌଣସି ନିରାପଦ ସ୍ଥ...

ସାଇ ବାଣୀ -: ମନ ତୁ ଗୁରୁ ଚରଣେ ଲାଗ ।

ସାଇ ଲୀଳା  ଭଗବାନ କିମ୍ବା ଗୁରୁ ପାଖରେ ମନ ଲାଗିଲେ ଭକ୍ତ ସନ୍ତୁଷ୍ଟ ହୋଇ ଯାଏ । ମନ ଯେତେ ଅଧିକ ଲାଗିବ ସେତେ ସନ୍ତୋଷ ମିଳିବ । ଭକ୍ତ ସେତେବେଳେ ଭାବେ ମୋର ମନ ଭଗବାନଙ୍କ ଚିନ୍ତାରେ ଲାଗୁଛି । ସେ ସମୟରେ ସେ ଏକ ସୁନ୍ଦର ଅନୁଭବ ମଧ୍ୟ ପାଏ । ଏହିପରି କରିବା ଫଳରେ ସେ ପରମ ଶାନ୍ତି ପାଏ । କାରଣ ତାର ଆଶ୍ରୟ ହେଉଛନ୍ତି  କେବଳ ଭଗବାନ କିମ୍ବା ଗୁରୁ ଅଟନ୍ତି । ମନକୁ ଲଗାଇବା ତାଙ୍କର ନିକଟରେ ବହୁତ କଷ୍ଟ ଅଟେ । ବାସ୍ତବ ଜୀବନ ଟି ସବୁବେଳେ କାମନା ଭିତରେ ଡୁବି ଥାଏ । ତା ଭିତରୁ ବାହାର ହେବା ଏକ ବଡ଼ ପରୀକ୍ଷା ଅଟେ । ଧୀରେ ଧୀରେ ମନକୁ ତାଙ୍କର ପାଖରେ ଲଗାଇବା ପାଇଁ କିଛି ସମୟ ଲାଗେ । ଥରେ ସେହିଠାରେ ସଂଯୋଗ ହେଲେ ଆଉ ବାହାର ଚିନ୍ତା ମନରୁ ଅପସରି ଯାଏ । ତାଙ୍କର ପଦଯୁଗଳ ,ଛବି ଓ ରୂପ ମନକୁ ପାଗଳ କରି ପକାଏ । ବାହ୍ୟ ଜଗତର ସମସ୍ତ ଜଡ ଓ ଶରୀର ଭିତରେ ଭଗବାନ କିମ୍ବା ଗୁରୁର ଛବି ଦୃଶ୍ୟ ହୁଏ । ଏହି ଅବସ୍ଥା ହିଁ  ଶରଣାଗତି କୁହାଯାଏ  । ଏପରି ଅବସ୍ଥାରେ ଭଗବାନଙ୍କ କରୁଣା ସବୁବେଳେ ସେହିପରି ନିଷ୍ଠା ଭକ୍ତଙ୍କ ଉପରେ ପଡେ ।                     ଶିରିଡି ର ସାଇ ମହାରାଜା ପାଖରେ ଏହିପରି କିଛି ଭକ୍ତମାନେ ଥିଲେ । ତାହା ଆମେମାନେ ତାଙ୍କର ଲୀଳା କୁ ନେଇ ରଚିତ ପୁସ୍ତକ ରେ ଦେଖିବା ପାଇଁ ମିଳେ । ବାବାଙ୍କ ନିକଟରେ କିଛି ଭକ୍ତ ରହୁଥ...

ସାଇ ବାଣୀ

     ସାଇ ଲୀଳା                      ଯଦିଓ ସାଇ ବାବାଙ୍କର ଜୀବନୀ ଏକ ଫକୀର ରୂପେ ବିତି ଯାଇ ଥିଲା ,  ତଥାପି କିଛି ସଂକେତ ଅଛି ଯାହା ସୂଚିତ କରେ ଯେ ସେ ଶିରିଡିଠାରୁ କିଛି ଦୂରରେ ଜନ୍ମ ହୋଇଥିଲେ |  ଶିରିଡି ର ବଂଶାନୁକ୍ରମିକ ଐତିହାସିକ  ଗବେଷଣା ଏହି ସିଦ୍ଧାନ୍ତକୁ ସମର୍ଥନ କରେ ଯେ ବାବା ହରିବାଉ ଭୁସାରୀ ନାମକ ଘରେ ପାଳିତ କିମ୍ବା  ଜନ୍ମ ହୋଇଥାଇ ପାରନ୍ତି।  ବାବା  ତାଙ୍କର  ଘନିଷ୍ଠ ଅନୁଗାମୀ ମହଲସାପତିଙ୍କୁ କହିଥିଲେ ଯେ ସେ ଦେଶସ୍ତ ବ୍ରାହ୍ମଣଙ୍କ ପରିବାରର ପୃଥ୍ୱୀ ଗାଁରେ ଜନ୍ମଗ୍ରହଣ କରିଥିଲେ ଏବଂ ତାଙ୍କ ବାଲ୍ୟକାଳରେ ଏକ ଫକୀର ଯତ୍ନ ନେବାକୁ ଦାୟିତ୍ୱ ଦିଆଯାଇଥିଲା।  ଅନ୍ୟ ଏକ ଘଟଣାରେ ବାବା କହିଛନ୍ତି ଯେ ଫକିରଙ୍କ ପତ୍ନୀ ତାଙ୍କୁ ସେଲୁର ଭେଙ୍କସା ନାମକ ଜଣେ ହିନ୍ଦୁ ଗୁରୁଙ୍କ ଠାରେ ଯତ୍ନରେ ଛାଡିଥିଲେ ଏବଂ ସେ ଭେଙ୍କସାଙ୍କ ସହିତ ୧୨ବର୍ଷ ତାଙ୍କ ଶିଷ୍ୟ ଭାବରେ ରହିଛନ୍ତି।  ଏହି ଜନ୍ମ ଓ ପାଳନ ପାଇଁ ବାବାଙ୍କ ପୃଷ୍ଠଭୂମି ସମ୍ବନ୍ଧରେ ଦୁଇଟି ପ୍ରମୁଖ  ଧାରା ସମସ୍ତଙ୍କର ମନରେ ଏକ  ଚିନ୍ତା ସୃଷ୍ଟି କରିଛି ।ତାଙ୍କୁ ନେଇ  ଅଧିକାଂଶ ଲେଖକ ଇସଲାମ ଧର୍ମ ଉପରେ ହିନ୍ଦୁ ପୃଷ୍ଠଭୂମିକୁ ସମର୍ଥନ କରୁଥିବାବେଳେ ଅନ୍ୟମାନେ ଉଭୟ ତତ୍ତ୍ କୁ ଏକତ୍ର କରିଛନ୍ତ...

ସାଇ ବାଣୀ

ସାଇ ଲୀଳା              ଯେତେବେଳେ ବାବା ଜୀବିତ ଥିଲେ ଏବଂ ତାଙ୍କ ଶାରୀରିକ ରୂପରେ, ସେ ଥରେ ନିଜ ବାହୁକୁ ତାଙ୍କ ଧୁନି ର ଜ୍ୱଳନ୍ତ ନିଆଁ ଭିତରକୁ ଠେଲିଦେଇଥିଲେ, ଏକ ଛୋଟ ଛୁଆକୁ ଉଦ୍ଧାର କରିବା ପାଇଁ, ଯିଏକି ନିଜ ମା'ର କୋଳରୁ ଖସି ଯାଇଥିଲା, କିଛି ଦୂର ଗାଁରେ |  ।  ବାବା ବାହୁ ସଂପୂର୍ଣ୍ଣ ଭାବେ ଜଳି ଯାଇଥିଲା କିନ୍ତୁ ସେ ଗଭୀର ଜଳିବା ବିଷୟରେ ଧ୍ୟାନ ଦେଇନଥିଲେ |  ସେ ତଥାପି ସମସ୍ତେ ହସୁଥିଲେ ଯେ ଛୋଟ ଶିଶୁକୁ ଉଦ୍ଧାର କରି ପାରିଛନ୍ତି |  ବାବା କୌଣସି ଡାକ୍ତରଙ୍କୁ ତାଙ୍କ ବାହୁକୁ ଛୁଇଁବାକୁ ଅନୁମତି ଦେଲେ ନାହିଁ, ଏହାକୁ ପରୀକ୍ଷା କରିବାକୁ ମଧ୍ୟ କାହାରିକୁ ଦେଲେ ନାହିଁ |  ତାଙ୍କ ଭକ୍ତମାନେ ନିବେଦନ କରିଥିଲେ, ବମ୍ବେ (ବର୍ତ୍ତମାନର ମୁମ୍ବାଇ) ରୁ ପ୍ରସିଦ୍ଧ ଚିକିତ୍ସକ ଡ଼ ପରମାନନ୍ଦଙ୍କୁ ଡାକନ୍ତୁ କିନ୍ତୁ ବାବା କୌଣସି ଅନୁରୋଧକୁ ଗ୍ରହଣ କରି ନଥିଲେ।  ତାଙ୍କର କୁଷ୍ଠ ଭକ୍ତ ଭଗୋଜି ସିନ୍ଦେ ଘିଅ ସହିତ ବାହୁକୁ ମସାଜ୍ କଲେ, ତା’ପରେ ସେଥିରେ ଏକ ପତ୍ର ରଖି ବାବାଙ୍କ ମହାସମାଧି  ପର୍ଯ୍ୟନ୍ତ ପ୍ରତିଦିନ ଏହାକୁ ଜୋରରେ ବାନ୍ଧି ଦେଉ ଥିଲେ |  ବାବାଙ୍କ ପରି ଦୟାଳୁ ଭଗବାନଙ୍କ ପ୍ରେମକୁ ଆମେ କେବେ ସନ୍ଦେହ କରିପାରିବା?             ସେ ଅନ୍ୟମାନଙ୍କ ପରି ଆମ ପାଇଁ ଯତ୍ନ ନିଅନ୍ତି |...

ସାଇ ବାଣୀ

ସାଇ ଲୀଳା            ପରୋପକାର ବାବାଙ୍କ ହୃଦୟର ଅତି ନିକଟତର ଥିଲା .ଆପଣଙ୍କର ସମସ୍ତ ଜୀବନ, ​​ତାଙ୍କର ସମସ୍ତ ସମ୍ପତ୍ତି ତାଙ୍କ ଭକ୍ତମାନଙ୍କୁ ଦାନରେ ଦିଆଯାଇଥିଲା |  ବାବାଙ୍କୁ ତାଙ୍କ ଜୀବନ କାଳରେ ଦକ୍ଷିଣାଭାବରେ ହଜାର ହଜାର ଟଙ୍କା ଦିଆଯାଇଥିଲା କିନ୍ତୁ ବାବା ପ୍ରତିବଦଳରେ ତାଙ୍କ ଭକ୍ତମାନଙ୍କୁ ସମସ୍ତ ପଇସା ଦେଇଥିଲେ।  ଯେତେବେଳେ ବାବାଙ୍କର ଦେହାନ୍ତ ହୋଇ ଥିଲା , କୁହାଯାଏ ଯେ ଦକ୍ଷିଣା ଭାବରେ ବିପୁଳ ପରିମାଣର ଟଙ୍କା ପାଇବା ସତ୍ୱେ ତାଙ୍କ ପାଖରେ ମାତ୍ର 16 / - ଟଙ୍କା ମିଳିଥିଲା ​​|  ଦାନ ପାଇଁ ବାବାଙ୍କର ଏପରି ପ୍ରେମ ଥିଲା |  ଏବଂ ଏହି ଦାନ କେବଳ ଟଙ୍କା ମାଧ୍ୟମରେ ହୋଇନଥିଲା କାରଣ ସେ ଖାଦ୍ୟ ଦାନକୁ ସର୍ବୋତ୍ତମ ଦାନ ରୂପେ ଉତ୍ସାହିତ କରିଥିଲେ |  ବାବାଙ୍କ ପ୍ରେମ ଏତେ ଚମତ୍କାର ଥିଲା ଯେ ଯେତେବେଳେ ସେ ଖାଦ୍ୟ ବାଣ୍ଟିବାକୁ ସ୍ଥିର କଲେ, ସେତେବେଳେ ସେ ନିଜ ସ୍ନେହପୂର୍ଣ୍ଣ ହାତରେ ରାନ୍ଧିଲେ ଏବଂ ତାଙ୍କର ସମସ୍ତ ଭକ୍ତଙ୍କୁ ସେମାନଙ୍କ ହୃଦୟରେ ସନ୍ତୁଷ୍ଟ କଲେ |  ଉପାଦାନ କିଣିବା ଠାରୁ ଆରମ୍ଭ କରି ମସଲା ବାଟିବା, କାଟିବା ଏବଂ ରାନ୍ଧିବା ପର୍ଯ୍ୟନ୍ତ .ଏହା ସେ ନିଜେ କରିଥିଲେ |  ତା’ପରେ, ବାବାଙ୍କ ଦ୍ୱାରା ରନ୍ଧା ହୋଇଥିବା ଖାଦ୍ୟ ଭଗବାନଙ୍କୁ ସମର୍ପଣ କରି ଦେଇ ପବିତ୍ର ହେଲା ପରେ  ଶେଷରେ ତାଙ୍କ ସନ୍ତାନମାନଙ୍କ ପାଇଁ...