ସାଇ ଲୀଳା -:ଆମେ ସେଠି ରହିବା ,ବୁଲିବା , ଖେଳିବା ଓ ପରସ୍ପରକୁ କୋଳକରି ଖୁସିରେ ଦିନ କାଟିବା । ସଦଗୁରୁ ସାଇ ମହାରାଜା ଶରୀର ଛାଡ଼ିବା ପୂର୍ବରୁ କିଛି ସୂଚନା ଦେଇଥିଲେ ହେଲେ ତାର ଅର୍ଥ ବୁଝିବା ସେ ସମୟରେ ତାଙ୍କ ପାଖରେ ଥିବା ଭକ୍ତମାନେ ବୁଝି ପାରି ନଥିଲେ । ହସ ହସ ବଦନରେ ସାଇ ଏମିତି କିଛି କଥା କହୁଥିଲେ କେହି ବୁଝି ପାରୁ ନଥିଲେ । ସେହି କଥାକୁ କିଛି ଭକ୍ତ ମନ୍ଥନ କରି ବୁଝି ପାରୁ ଥିଲେ । ଅନେକ ତାଙ୍କ ଶରୀର ତ୍ୟାଗର ସଠିକ ସମୟ କେବେ ଆସିବ ତାର ଆକଳନ କରି ପାରୁ ନଥିଲେ । କିନ୍ତୁ ସାଇ ଯଥେଷ୍ଟ ସମୟ ପୂର୍ବରୁ ଶରୀର ଛାଡ଼ିବା ର ଏକ ସୂଚନା ଦେଇଥିଲେ । ବୁଟି ମହାଶୟ ବାବାଙ୍କ ପାଇଁ ଏକ ସୁନ୍ଦର ୱାଡା ନିର୍ମାଣ ପାଇଁ ସାଇ ବାବାଙ୍କ ଦରବାରରେ ବାବାଙ୍କର ଅନୁମତି ମାଗିଲେ।। ବାବା ବହୁତ ଖୁସି ହୋଇ ଗଲେ । ବୁଟି ମହାଶୟ ସେଠି ଏକ ରାଧାକୃଷ୍ଣ ବିଗ୍ରହ ରଖିବା କଥା ଜଣାଇଲେ । ବାବା ବହୁତ ଖୁସି ହୋଇ ଶ୍ୟାମାକୁ କହିଲେ ଆମେମାନେ ସେହିଠାରେ ବସିବା ,ବୁଲିବା , ଖେଳିବା ଓ ପରସ୍ପରକୁ କୋଳକରି ଖୁସି ରେ ରହିବା । ଶୁଭାରମ୍ଭ ପାଇଁ ନଡ଼ିଆ ଭାଙ୍ଗି ନିର୍ମାଣ କାର୍ଯ୍ୟ ଆରମ୍ଭ ହେଲା । ଶୀଘ୍ର ଏକ ରାଧାକୃଷ୍ଣ ବିଗ୍ରହ ପାଇଁ ମଧ୍ୟ ବରାଦ କରାଗଲା । ଅତି ସରଳ ଭାଷାରେ ଏପରି ସୂଚନା ର ଅର୍ଥ ସେ ସମୟରେ କେହ...
saisaisaiindia is a blog about sai's quote and leelas of sai baba SAI SAI SAI