ସାଇ ଲୀଳା ସାଇ ମହାରାଜା ଶିରିଡି ରେ ଅବସ୍ଥାନ ସମୟରେ ବହୁତ ଲୋକମାନେ ସାହାଯ୍ୟ ପାଇଁ ସାଇଙ୍କ ପାଖକୁ ଆସୁଥିଲେ । ସେ କାହାରିକୁ ଫେରାଇ ଦେଇ ନାହାନ୍ତି । ଥରେ ଜଣେ ନିର୍ଦ୍ଧନ ବ୍ରାହ୍ମଣ ସାଇଙ୍କ ପାଖରେ ପହଞ୍ଚି ସାହାଯ୍ୟ ପାଇଁ ପ୍ରାର୍ଥନା କଲେ । ବାବା କିଛି ସମୟ ତାକୁ ଅନାଇ ମସଜିଦ ରେ ଗୋଟିଏ କୋଣରେ ଥିବା ପୁଡିଆ ଟି ଆଣି ବ୍ରାହ୍ମଣ ହାତରେ ଦେଲେ । ସେହି ପୁଡିଆ ରେ କିଛି ମାଛ ମାଂସ ଥିଲା । ବାବା ତା ହାତରେ ଦେଲାବେଳେ କହିଲେ ଏହି ପୁଡିଆ ନେଇ ଘରେ ଖୋଲିବ; ଆଉ କେଉଁଠି ନୁହେଁ । ପୁଡିଆ ଟି ବ୍ରାହ୍ମଣ ଲୋକ ଟି ପାଇସାରିବା ପରେ ବାବାଙ୍କ ଉପରେ ମନେ ମନେ ରାଗିଗଲା । ଗାଁ ସୀମା ରେ ଥିବା ନାଳ ପାଖରେ ପୁଡିଆ କୁ ନେଇ ଖୋଲି ଦେଖିଲା ସେଥିରେ ମାଂସ ଅଛି । ମାଂସକୁ ଫୋପାଡ଼ି ଦେଇ ପୁଟୁଳା କପଡା କୁ ଧୋଇ ଘରକୁ ଫେରିଲା । ଘରେ ପହଞ୍ଚି କଫଡାକୁ ଶୁଖାଇବା ପାଇଁ ଟାଙ୍ଗି ଦେଲାବେଳକୁ ତା ମଧ୍ୟ ରୁ ଗୋଟିଏ ସ୍ୱର୍ଣ୍ଣ ଟୁକଡା ତଳେ ପଡି ଗଲା । ତାହା ଦେଖିବା ପରେ ସେ ବହୁତ ଦୁଃଖ କଲା । ଏତେ ବଡ଼ ସନ୍ଥ ପାଖକୁ ଯାଇଥିଲି , ସେ ମଧ୍ୟ ମୋର ଗୁହାରି ଶୁଣି ଠିକ ଦାନ କରିଥିଲେ । ଅଥଚ ମୋର କ୍ରୋଧ ପାଇଁ ଯାହା ମାଂସ ପରିକା ଦେଖା ଯାଉ ଥିଲା ତାହା ବାସ୍ତବରେ ମାଂସ ନଥିଲା । ପଶ୍ଚାତାପ କରି ଉଦାସ ମନରେ ରହିଲା । ସନ୍ଥମାନଙ...
saisaisaiindia is a blog about sai's quote and leelas of sai baba SAI SAI SAI




Comments
Post a Comment