ସାଇ ଲୀଳା
ସାଇ ମହାରାଜା ଶିରିଡି ରେ ଅବସ୍ଥାନ ସମୟରେ ବହୁତ ଲୋକମାନେ ସାହାଯ୍ୟ ପାଇଁ ସାଇଙ୍କ ପାଖକୁ ଆସୁଥିଲେ । ସେ କାହାରିକୁ ଫେରାଇ ଦେଇ ନାହାନ୍ତି । ଥରେ ଜଣେ ନିର୍ଦ୍ଧନ ବ୍ରାହ୍ମଣ ସାଇଙ୍କ ପାଖରେ ପହଞ୍ଚି ସାହାଯ୍ୟ ପାଇଁ ପ୍ରାର୍ଥନା କଲେ । ବାବା କିଛି ସମୟ ତାକୁ ଅନାଇ ମସଜିଦ ରେ ଗୋଟିଏ କୋଣରେ ଥିବା ପୁଡିଆ ଟି ଆଣି ବ୍ରାହ୍ମଣ ହାତରେ ଦେଲେ । ସେହି ପୁଡିଆ ରେ କିଛି ମାଛ ମାଂସ ଥିଲା । ବାବା ତା ହାତରେ ଦେଲାବେଳେ କହିଲେ ଏହି ପୁଡିଆ ନେଇ ଘରେ ଖୋଲିବ; ଆଉ କେଉଁଠି ନୁହେଁ । ପୁଡିଆ ଟି ବ୍ରାହ୍ମଣ ଲୋକ ଟି ପାଇସାରିବା ପରେ ବାବାଙ୍କ ଉପରେ ମନେ ମନେ ରାଗିଗଲା । ଗାଁ ସୀମା ରେ ଥିବା ନାଳ ପାଖରେ ପୁଡିଆ କୁ ନେଇ ଖୋଲି ଦେଖିଲା ସେଥିରେ ମାଂସ ଅଛି । ମାଂସକୁ ଫୋପାଡ଼ି ଦେଇ ପୁଟୁଳା କପଡା କୁ ଧୋଇ ଘରକୁ ଫେରିଲା । ଘରେ ପହଞ୍ଚି କଫଡାକୁ ଶୁଖାଇବା ପାଇଁ ଟାଙ୍ଗି ଦେଲାବେଳକୁ ତା ମଧ୍ୟ ରୁ ଗୋଟିଏ ସ୍ୱର୍ଣ୍ଣ ଟୁକଡା ତଳେ ପଡି ଗଲା । ତାହା ଦେଖିବା ପରେ ସେ ବହୁତ ଦୁଃଖ କଲା । ଏତେ ବଡ଼ ସନ୍ଥ ପାଖକୁ ଯାଇଥିଲି , ସେ ମଧ୍ୟ ମୋର ଗୁହାରି ଶୁଣି ଠିକ ଦାନ କରିଥିଲେ । ଅଥଚ ମୋର କ୍ରୋଧ ପାଇଁ ଯାହା ମାଂସ ପରିକା ଦେଖା ଯାଉ ଥିଲା ତାହା ବାସ୍ତବରେ ମାଂସ ନଥିଲା । ପଶ୍ଚାତାପ କରି ଉଦାସ ମନରେ ରହିଲା । ସନ୍ଥମାନଙ୍କ ବଚନ ଉପରେ ଶଙ୍କା କରିବା ଫଳରେ ଏପରି ପରିଣାମ ମିଳି ଥିଲା ।
କୌଣସି ସମୟରେ ସଦଗୁରୁଙ୍କ ଉପରେ ଅବିଶ୍ୱାସ କରିବା ଉଚିତ ନୁହେଁ । ଛୋଟ ଛୋଟ କଥାରେ ଅନେକ ବିଭିନ୍ନ ପ୍ରକାର ଦୋଷ ଦେବାକୁ କିମ୍ବା ଗାଳି ଦେବାକୁ ଛାଡ଼ି ନାହାନ୍ତି । କିନ୍ତୁ ସଦଗୁରୁ ହିଁ ଆମର କି ଆବଶ୍ୟକ ତାହା ସେ ହିଁ ଜାଣି ଆମକୁ ପ୍ରଦାନକରନ୍ତି ।
ଯେ କୌଣସି ବସ୍ତୁ ଗୁରୁ ପ୍ରଦାନ କରନ୍ତି ତାହା ମନରେ ଟିକିଏ ବି ସଂକୋଚ ନରଖି ଗ୍ରହଣ କରିବା ଉଚିତ । ତାଙ୍କ ଠାରୁ ପ୍ରାପ୍ୟ ବସ୍ତୁ ନମ୍ରତା ଓ ଆଦର ପୂର୍ବକ ଗ୍ରହଣ କରି ଆନନ୍ଦ ରହିବା ଉଚିତ ।
ସାଇ...... ସାଇ..... ସାଇ.....


Comments
Post a Comment