Skip to main content

ସାଇ ବାଣୀ -: ମାଇଲ ମାଇଲ ଦୂରରେ ଥାଇ ମୁଁ ତୁମ୍ଭର ରକ୍ଷା କରିବି ।


     ସାଇ ଲୀଳା -: ମତେ ଠିକ ସେ ଡାକ ,ମୁଁ ଭୟାନକ ରୋଗରୁ ମୁକ୍ତି କରିବି । 

           ବାବା ଶିରିଡି ରେ ଥିବା ସମୟରେ ମହାମାରୀ ହଇଜା ବ୍ୟାପି ଥିଲା । ଶିରିଡି ର ସୀମା ରେ ବାବା ଗହମ ପେଷି ସେଥିରୁ  ସବୁ ଅଟାକୁ ଗାଁ ସୀମାରେ ପକାଇ ହଇଜା ଦୂରେଇ ଦେଇ ଥିଲେ । ସେହି ମହାମାରୀ ରେ ଭାରତ ବର୍ଷ ରେ ହଜାର ହଜାର ଲୋକ ପ୍ରାଣ ହରାଇ ଥିଲେ । ସେତେବେଳେ ସରକାରଙ୍କ ତରଫରୁ ଉନ୍ନତ ମାନର ଔଷଧ ବାହାରି ନଥିଲା ଫଳରେ ବହୁତ ଲୋକ ଜୀବନ ହରାଇ ଥିଲେ । ଆଜି କୋରନା ମଧ୍ୟ ସେହିପରି ବିଶ୍ୱର ସବୁ ରାଷ୍ଟ୍ର ରେ ବ୍ୟାପି ଚାଲିଛି ।ଏହାର ଔଷଧ ଏପର୍ଯ୍ୟନ୍ତ ବାହାରି ନାହିଁ । ଏପରି ଭୟଙ୍କର ରୋଗ ରୁ ରକ୍ଷା ପାଇଁ ନିରନ୍ତର ନାମ ଜପର ଆବଶ୍ୟକ ଅଛି । ଶ୍ରଦ୍ଧାର ସହିତ ସଦଗୁରୁ ସାଇ ଉପରେ ଭରସା ରଖିବା ଉଚିତ ।ବିଶ୍ୱ ଭୟରୁ ମୁକ୍ତି ମିଳୁ ଏହି ନିବେଦନ ତାଙ୍କର ପୟରେ କରିବା ଦରକାର ।


                          ଥରେ ରଘୁବୀର ପୁରନ୍ଧରଙ୍କର ସ୍ତ୍ରୀ ହଇଜାରେ ଆକ୍ରାନ୍ତ ହେଲେ । ଅନେକ ଡାକ୍ତରଙ୍କୁ ଦେଖାଇବା ସତ୍ୱେ ରୋଗ ଉପଶମ ହେଲା ନାହିଁ । ସେମାନେ କେବଳ ସାଇ ବାବା ଉପରେ ଶେଷ ଭରସା ରଖିଲେ । ତାଙ୍କର ପରିବାର ର ସମସ୍ତେ ଭାବିଲେ ସାଇ ହିଁ ଏହି ରୋଗରୁ ରକ୍ଷା କରି ପାରିବେ । ପରିବାରର ସମସ୍ତ ସଦସ୍ୟ ବାବାଙ୍କୁ ଡାକିଲେ । ରଘୁବୀର ସେଦିନ ଦତ୍ତାତ୍ରେୟ ମନ୍ଦିର କୁ ଦର୍ଶନ ପାଇଁ ଯାଇ ଥିବା ବେଳେ ବାବା ତାଙ୍କୁ ସ୍ୱଦେହରେ ଦର୍ଶନ ଦେଲେ । ତାଙ୍କୁ ପାଦୁକା ଜଳ ,ଉଦି ଓ ଆଶୀର୍ବାଦ ଦେଇ ବାବା ଚାଲିଗଲେ । ଏହି ଅଭୂତ ଘଟଣା ଦେଖି ସେହି ଠାରେ ଉପସ୍ଥିତ ଲୋକ ମାନେ ଆଶ୍ଚର୍ଯ୍ୟ ହୋଇ ଗଲେ ।


ପାଦୁକା ଓ ଉଦି ସେବନ କରି ରଘୁବୀରଙ୍କର ପତ୍ନୀ ଆରୋଗ୍ୟ ହେଲେ । ସାଇ ବାବାଙ୍କ ପ୍ରତି ଅଖଣ୍ଡ ବିଶ୍ୱାସ ଥିବା ଯୋଗୁଁ ଆରୋଗ୍ୟ ଲାଭ କରିଲେ । ଯେ କୌଣସି ବିଷମ ପରିସ୍ଥିତି ରେ ଭକ୍ତ ପଡ଼ି ଆକୁଳ ନିବେଦନ କଲେ ସହସ୍ର କୋଶରୁ ସାଇ ଆସି ଆମକୁ ରକ୍ଷା କରିବେ । ଏହାକୁ ନେଇ ସନ୍ଦେହ କରିବା ଉଚିତ ନୁହେଁ । 





Comments

Popular posts from this blog

ସାଇ ବାଣୀ -: ତୁମ କଷ୍ଟର ଅନ୍ତ ଘଟିବ , ମୁଁ ତୁମ୍ଭର କଷ୍ଟ ନେବା ପାଇଁ ପ୍ରସ୍ତୁତ ।

           ସାଇ ଲୀଳା - ସବୁ କଷ୍ଟର ଅନ୍ତ ଘଟିବ ,ମୁଁ ତୁମ୍ଭର କଷ୍ଟ ନେବା ପାଇଁ ପ୍ରସ୍ତୁତ ।         ସାଇ ବାବା ତାଙ୍କର ଭକ୍ତ ମାନଙ୍କର ଅର୍ଥ ,ରୋଗ କିମ୍ବା ମାନସିକ ସ୍ତରର ସମସ୍ତ କଷ୍ଟକୁ ନିଜେ ନେଇ ଭକ୍ତଙ୍କ ମୁହଁରେ ଖୁସି ଦେଖୁଥିଲେ । ସେହି ପାଇଁ ବହୁତ ଭକ୍ତ ତାଙ୍କର ଆଶୀର୍ବାଦ ପାଇଁ ବହୁତ ଦିନ ଶିରିଡି ରେ ପଡ଼ି ରହୁଥିଲେ । ସମ୍ପୁର୍ଣ୍ଣ ସମର୍ପଣ ଭାବକୁ ବାବା ସବୁବେଳେ ଆମମାନଙ୍କ ପାଖରୁ ଆଶା କରୁଥିଲେ । ଯାହାର ଭାବ ଅତି ଉନ୍ନତ ଥିଲା ସେ ହିଁ ବେଶୀ କୃପା ପାଇ ପାରୁଥିଲା । ଆଜି ଅନେକ ଭକ୍ତ ତାଙ୍କର ଜୀବନକୁ ନେଇ ରଚିତ ପୁସ୍ତକ ସାଇ ସତଚରିତ ପଢ଼ି ତାଙ୍କର କୃପା ପାଇ ପାରୁ ଅଛନ୍ତି । ନିତ୍ୟ ପଠନ ଫଳରେ ସାଇ ବାବା ତାଙ୍କର ଅତି ନିଜର ହୋଇ ପାରି ଅଛନ୍ତି । ନିତ୍ୟ ପଠନ କରୁଥିବା ଚରିତ୍ର ମାନଙ୍କର ସାଇ ସବୁବେଳେ  ସୁମାର୍ଗ ଦେଖାଉ ଅଛନ୍ତି ।              ବାବା ସବୁବେଳେ ଭକ୍ତଙ୍କ ପାଇଁ  ଅନେକ କଷ୍ଟ ନିଜେ ସହ୍ୟ କରୁଥିଲେ । ପୁନେର ଶ୍ରୀମତି ତାରାବାଇ ସଦାଶିବ ତାରଖଡ଼ ଚକ୍ଷୁ ରୋଗରେ ପୀଡିତ ଥିଲେ । ବହୁତ ଡାକ୍ତର ଦେଖାଇଲେ ହେଲେ ରୋଗ ଆଦୌ ଭଲ ହେଲା ନାହିଁ । ଶୁଣିବାକୁ ପାଇଲେ ଯେ , ଶିରିଡି ରେ ସାଇବାବାଙ୍କ ପାଖକୁ ଅନେକ ରୋଗୀ ଭଲ ହୋଇ ଆସୁ ଅଛନ୍ତି । ସେ ଶିରିଡିକୁ ଆସିଲେ ଏବଂ...

ସଦଗୁରୁ ଦେଇଥିବା ବସ୍ତୁକୁ ନମ୍ରତା ର ସହ ଗ୍ରହଣ କରିବା ଉଚିତ ।

           ସାଇ ଲୀଳା            ସାଇ ମହାରାଜା ଶିରିଡି ରେ ଅବସ୍ଥାନ ସମୟରେ ବହୁତ ଲୋକମାନେ ସାହାଯ୍ୟ ପାଇଁ ସାଇଙ୍କ ପାଖକୁ ଆସୁଥିଲେ । ସେ କାହାରିକୁ ଫେରାଇ ଦେଇ ନାହାନ୍ତି । ଥରେ ଜଣେ ନିର୍ଦ୍ଧନ ବ୍ରାହ୍ମଣ ସାଇଙ୍କ ପାଖରେ ପହଞ୍ଚି ସାହାଯ୍ୟ ପାଇଁ ପ୍ରାର୍ଥନା କଲେ । ବାବା କିଛି ସମୟ ତାକୁ ଅନାଇ ମସଜିଦ ରେ ଗୋଟିଏ କୋଣରେ ଥିବା ପୁଡିଆ ଟି ଆଣି ବ୍ରାହ୍ମଣ ହାତରେ ଦେଲେ । ସେହି ପୁଡିଆ ରେ କିଛି ମାଛ ମାଂସ ଥିଲା । ବାବା ତା ହାତରେ ଦେଲାବେଳେ କହିଲେ ଏହି ପୁଡିଆ ନେଇ ଘରେ ଖୋଲିବ; ଆଉ କେଉଁଠି ନୁହେଁ । ପୁଡିଆ ଟି ବ୍ରାହ୍ମଣ ଲୋକ ଟି ପାଇସାରିବା ପରେ ବାବାଙ୍କ ଉପରେ ମନେ ମନେ ରାଗିଗଲା । ଗାଁ ସୀମା ରେ ଥିବା ନାଳ ପାଖରେ ପୁଡିଆ କୁ ନେଇ ଖୋଲି ଦେଖିଲା ସେଥିରେ ମାଂସ ଅଛି । ମାଂସକୁ ଫୋପାଡ଼ି ଦେଇ ପୁଟୁଳା କପଡା କୁ ଧୋଇ ଘରକୁ ଫେରିଲା । ଘରେ ପହଞ୍ଚି କଫଡାକୁ ଶୁଖାଇବା ପାଇଁ ଟାଙ୍ଗି ଦେଲାବେଳକୁ  ତା ମଧ୍ୟ ରୁ ଗୋଟିଏ ସ୍ୱର୍ଣ୍ଣ ଟୁକଡା ତଳେ ପଡି ଗଲା । ତାହା ଦେଖିବା ପରେ ସେ ବହୁତ ଦୁଃଖ କଲା । ଏତେ ବଡ଼ ସନ୍ଥ ପାଖକୁ ଯାଇଥିଲି , ସେ ମଧ୍ୟ ମୋର ଗୁହାରି ଶୁଣି ଠିକ ଦାନ କରିଥିଲେ  । ଅଥଚ ମୋର କ୍ରୋଧ ପାଇଁ ଯାହା ମାଂସ ପରିକା ଦେଖା ଯାଉ ଥିଲା ତାହା ବାସ୍ତବରେ ମାଂସ ନଥିଲା । ପଶ୍ଚାତାପ କରି ଉଦାସ ମନରେ ରହିଲା । ସନ୍ଥମାନଙ...

ସାଇ ବାଣୀ -: ଉଦି ହିଁ ଶ୍ରେଷ୍ଠ ଔଷଧ । ବିଶ୍ୱାସର ସହ ସେବନ କର ।

   ସାଇ ଲୀଳା -: ଉଦି ହିଁ ସବୁ ପ୍ରକାରର ଔଷଧ ରୂପେ କାମ କରେ ।                         ସବୁ ସନ୍ଥମାନଙ୍କ ଆଚାର ଓ ବ୍ୟବହାର ଭିନ୍ନ ଭିନ୍ନ ଅଟେ । ସାଇ ବାବା ଶିରିଡି ରେ ଧୁନି ଲଗାଇ ସେଥିରୁ ବାହାରୁଥିବା ଭସ୍ମ କୁ ଲୋକ ମାନଙ୍କୁ ଦେଇ ବିଭିନ୍ନ ବଡ଼ବଡ଼ ବ୍ୟାଧିକୁ ଦୂର କରୁଥିଲେ । ରୋଗ ମୁକ୍ତ କରିବା ବାବାଙ୍କର ଏହା ଥିଲା ଏକ ଉପାୟ । ଉଦି ହିଁ ରୋଗରେ ପୀଡିତ ମାନଙ୍କର ଏଇ ବଡ଼ ଔଷଧ ଥିଲା । ଏପରି ଦେଖିବାକୁ ମିଳିଛି ଯେ , କିଛି ଭକ୍ତ ପାଖରେ ଉଦି ନଥିଲେବି ସେମାନେ ରାସ୍ତା ର ଧୂଳି ,ଧୁପ କାଠି ର ଭସ୍ମ କୁ ବ୍ୟବହାର କରି ଉଦି ର ଫଳ ପାଇ ଅଛନ୍ତି । ଏଠାରେ ବିଶ୍ୱାସ ସବୁଠାରୁ ବଡ଼ ଅଟେ । ସାଇ ବାବା ଦେଉଥିବା ଉଦି କୁ ଯିଏ ବିଶ୍ୱାସ ରେ କପାଳରେ ଲଗେଇ ଅଛି ସେ ଉପକୃତ ହୋଇ ଅଛି । ଯଦି କେହି ବାବାଙ୍କ ରୂପ କୁ ଚିନ୍ତା କରି ଉଦି ସେବନ କରିଛି ସେ ମଧ୍ୟ ରୋଗ ମୁକ୍ତ ହୋଇ ପାରିଛି ।              ନାରାୟଣ ରାଓ ନାମକ ଜଣେ ଭକ୍ତ ତାଙ୍କର ବନ୍ଧୁ ରାମଚନ୍ଦ୍ର କୁ ଗୋଟିଏ କଙ୍କଡ଼ା ବିଛା କାମୁଡି ଥିଲା । ସେ ବହୁତ କଷ୍ଟ ପାଇଲେ । କଷ୍ଟ ଦୂର କରିବା ପାଇଁ ଉଦି ଖୋଜିଲେ ହେଲେ ଉଦି ପାଇଲେ ନାହିଁ । ରାମଚନ୍ଦ୍ର ଉଦି ନପାଇ ବାବାଙ୍କ ପାଖରେ ଜଳା ଯାଇଥିବା ଧୂପ ର ଭସ୍ମ କୁ ବିଛା ...