Skip to main content

ସାଇ ବାଣୀ-:ସମସ୍ତ ଜୀବଜନ୍ତୁ ଭିତରେ ମତେ ଦେଖିବା ପାଇଁ ଚେଷ୍ଟା କର ।


         ସାଇ ଲୀଳା -: ଜୀବଜନ୍ତୁ ଭିତରେ ମତେ ଦେଖିବା ପାଇଁ ଚେଷ୍ଟା କର ,ମୁଁ ସେମାନଙ୍କ ଭିତରେ ହିଁ ଅଛି । 

        ସାଇବାବାଙ୍କ ପାଖରେ ବହୁତ ମହିଳା ଭକ୍ତମାନେ ଆସୁଥିଲେ । ସେମାନଙ୍କୁ ବାବା ବହୁତ ଭଲ ପାଉଥିଲେ । ସାଇ ସତଚରିତ ରେ ଅନେକ ମହିଳା ଭକ୍ତଙ୍କ କଥା ଲେଖା ହୋଇ ଅଛି । ସେମାନେ ମଧ୍ୟରେ ବାୟାଜୀବାଇ ,ରାଧାକୃଷ୍ଣ ଆଇ ଏବଂ ଲକ୍ଷ୍ମୀବାଇ ସିନ୍ଧେ ଥିଲେ ଅନ୍ୟତମ । ଏମାନଙ୍କ ସେବା ରେ ବାବା ବହୁତ ଖୁସି ରହୁଥିଲେ । ଏମାନଙ୍କର ସବୁ ସମୟରେ ସାଇ ବାବା ପ୍ରତି ଗଭୀର ଭକ୍ତି  ଶିରିଡି ର ସାଇ ଲୀଳା ଇତିହାସ ରେ ଲିପିବଦ୍ଧ ହେଇ ରହିବ । କାରଣ ସେମାନଙ୍କ ଗୁରୁ ଭକ୍ତି ଓ ଗୁରୁ କରମ ପାଇଁ ସେମାନଙ୍କ  ହୃଦୟ ସବୁବେଳେ ଵ୍ୟାକୁଳିତ ଥିଲା । ଏପରି ଅନେକ ସମୟରେ ସେମାନଙ୍କ ହାତ ତିଆରି ରନ୍ଧା ଖାଦ୍ୟ ସାଇ ମଧ୍ୟ ମଗାଇ ଖାଉଥିଲେ । ବିଶେଷ କରି ମହିଳା ମାନଙ୍କର ଭକ୍ତି ଓ ଆରଧନା ପୁରୁଷ ମାନଙ୍କ ଠାରୁ ଯଥେଷ୍ଟ ଉନ୍ନତ । ଯେଉଁ ଖାଦ୍ୟ କୁ ସେମାନେ ସାଇ ବାବାଙ୍କ ପାଖରେ ପରଷୁ ଥିଲେ ତାର ଗୋଟିଏ ଦାନା ବି ଅନ୍ୟ କୁ ଦେଉ ନଥିଲେ । କାରଣ ସେମାନେ ବାବାଙ୍କୁ ଖୁସିରେ ଖୁଆଇ ସାରିଲା ପରେ ଯାହା କିଛି ଖାଦ୍ୟ ବଳି ଥାଏ ତାହା ସେମାନେ ପାଇ ଆନନ୍ଦ ପାଆନ୍ତି । ତାହା ପ୍ରସାଦ ରୂପେ ପାଇ ଅନ୍ୟମାନଙ୍କୁ ବିତରଣ କରନ୍ତି । 


        ୧୯୧୬ ମସିହାରେ ରାଧାକୃଷ୍ଣ ଆଇଙ୍କର ଦେହାନ୍ତ ପରେ ଲକ୍ଷ୍ମୀବାଇ  ଝିଅ ପରିକା ବାବାଙ୍କ କଥା ବୁଝୁଥିଲେ । ରାତିରେ ତାଙ୍କୁ ମସଜିଦ କୁ ଯିବା ପାଇଁ ଅନୁମତି ଦିଆଯାଇଥିଲା । ରାତିରେ ତାତିଆ ଓ ଅନ୍ୟ ଭକ୍ତମାନେ ସାଇ ବାବାଙ୍କ ସହିତ  କିଛି କଥା ହେଉଥିବା ବେଳେ ଲକ୍ଷ୍ମୀବାଇ ସେଠାରେ ପହଞ୍ଚି ଲେ । ତାଙ୍କୁ ଦେଖି ବାବା କହିଲେ 'ମତେ ବହୁତ ଭୋକ ହେଲାଣି କିଛି ଆଣ ' । ଏକଥା ଶୁଣି ଲକ୍ଷ୍ମୀବାଇ ଅଳ୍ପ ସମୟ ଭିତରେ ରୁଟି ଓ ତରକାରୀ କରି ମସଜିଦ ରେ ପହଞ୍ଚି ଗଲେ । ହେଲେ ବାବା ସେହି ରୁଟି ଓ ତରକାରୀକୁ ପାଖରେ ଥିବା ଏକ ଭୋକିଲା କୁକୁର କୁ ଦେଇ ଦେଲେ । ଭୋକିଲା କୁକୁର ଟି ଖାଇ ଶାନ୍ତ ହେବାରୁ ବାବା କହିଲେ ଭୋକିଲା ର ଆତ୍ମା ଯଦି ଶାନ୍ତ ହୋଇ ଅଛି ମୋର ଆତ୍ମାଶାନ୍ତ ହୋଇଛି । ସମସ୍ତକୁ ବାବା କହିଲେ ଆମମାନଙ୍କ ର ଭୋକ ପରି ସେମାନଙ୍କର ମଧ୍ୟ ଭୋକ ଅଛି । ଆମକୁ ଭୋକ ଲାଗିଲେ ଆମେ କହିପାରୁ ହେଲେ ସେମାନେ କହି ପାରନ୍ତି ନାହିଁ । 

      ଆମେ ସବୁବେଳେ ଆମର ଯତ୍ନ ପାଇଁ ବିଭିନ୍ନ ଉପାୟ ଅବଲମ୍ବନ କରୁ । ସୁଆଦିଆ ଖାଦ୍ୟ ପାଇଁ ଆମେ କେତେ କଣ କରୁ । କେବଳ ପେଟ ର ଭୋକ ପାଇଁ । ଏହି ଜଗତରେ ଅନେକ ଜୀବଜନ୍ତୁ ଅଛନ୍ତି । ସେମାନଙ୍କ ଭୋକକୁ ଆମକୁ ଦେଖି ବା ଉଚିତ । କାରଣ ସେମାନେ ଭୋକ ର ଯନ୍ତ୍ରଣା କୁ କହିପାରନ୍ତି ନାହିଁ । ଯେଉଁମାନେ ସାଇବାବାଙ୍କୁ ଅତି ଭଲ ପାଆନ୍ତି ସେମାନେ ଅନ୍ୟ ଜୀବଜନ୍ତୁକୁ ଭଲ ପାଇ ତାଙ୍କର ଭୋକ ନିବାରଣ କରିବା ଉଚିତ । ତାହେଲେ ସଦଗୁରୁ ସାଇ କୃପାଦୃଷ୍ଟି ଆମ ଉପରେ ପଡ଼ିବ ।





Comments

Popular posts from this blog

ସାଇ ବାଣୀ -: ତୁମ କଷ୍ଟର ଅନ୍ତ ଘଟିବ , ମୁଁ ତୁମ୍ଭର କଷ୍ଟ ନେବା ପାଇଁ ପ୍ରସ୍ତୁତ ।

           ସାଇ ଲୀଳା - ସବୁ କଷ୍ଟର ଅନ୍ତ ଘଟିବ ,ମୁଁ ତୁମ୍ଭର କଷ୍ଟ ନେବା ପାଇଁ ପ୍ରସ୍ତୁତ ।         ସାଇ ବାବା ତାଙ୍କର ଭକ୍ତ ମାନଙ୍କର ଅର୍ଥ ,ରୋଗ କିମ୍ବା ମାନସିକ ସ୍ତରର ସମସ୍ତ କଷ୍ଟକୁ ନିଜେ ନେଇ ଭକ୍ତଙ୍କ ମୁହଁରେ ଖୁସି ଦେଖୁଥିଲେ । ସେହି ପାଇଁ ବହୁତ ଭକ୍ତ ତାଙ୍କର ଆଶୀର୍ବାଦ ପାଇଁ ବହୁତ ଦିନ ଶିରିଡି ରେ ପଡ଼ି ରହୁଥିଲେ । ସମ୍ପୁର୍ଣ୍ଣ ସମର୍ପଣ ଭାବକୁ ବାବା ସବୁବେଳେ ଆମମାନଙ୍କ ପାଖରୁ ଆଶା କରୁଥିଲେ । ଯାହାର ଭାବ ଅତି ଉନ୍ନତ ଥିଲା ସେ ହିଁ ବେଶୀ କୃପା ପାଇ ପାରୁଥିଲା । ଆଜି ଅନେକ ଭକ୍ତ ତାଙ୍କର ଜୀବନକୁ ନେଇ ରଚିତ ପୁସ୍ତକ ସାଇ ସତଚରିତ ପଢ଼ି ତାଙ୍କର କୃପା ପାଇ ପାରୁ ଅଛନ୍ତି । ନିତ୍ୟ ପଠନ ଫଳରେ ସାଇ ବାବା ତାଙ୍କର ଅତି ନିଜର ହୋଇ ପାରି ଅଛନ୍ତି । ନିତ୍ୟ ପଠନ କରୁଥିବା ଚରିତ୍ର ମାନଙ୍କର ସାଇ ସବୁବେଳେ  ସୁମାର୍ଗ ଦେଖାଉ ଅଛନ୍ତି ।              ବାବା ସବୁବେଳେ ଭକ୍ତଙ୍କ ପାଇଁ  ଅନେକ କଷ୍ଟ ନିଜେ ସହ୍ୟ କରୁଥିଲେ । ପୁନେର ଶ୍ରୀମତି ତାରାବାଇ ସଦାଶିବ ତାରଖଡ଼ ଚକ୍ଷୁ ରୋଗରେ ପୀଡିତ ଥିଲେ । ବହୁତ ଡାକ୍ତର ଦେଖାଇଲେ ହେଲେ ରୋଗ ଆଦୌ ଭଲ ହେଲା ନାହିଁ । ଶୁଣିବାକୁ ପାଇଲେ ଯେ , ଶିରିଡି ରେ ସାଇବାବାଙ୍କ ପାଖକୁ ଅନେକ ରୋଗୀ ଭଲ ହୋଇ ଆସୁ ଅଛନ୍ତି । ସେ ଶିରିଡିକୁ ଆସିଲେ ଏବଂ...

ସଦଗୁରୁ ଦେଇଥିବା ବସ୍ତୁକୁ ନମ୍ରତା ର ସହ ଗ୍ରହଣ କରିବା ଉଚିତ ।

           ସାଇ ଲୀଳା            ସାଇ ମହାରାଜା ଶିରିଡି ରେ ଅବସ୍ଥାନ ସମୟରେ ବହୁତ ଲୋକମାନେ ସାହାଯ୍ୟ ପାଇଁ ସାଇଙ୍କ ପାଖକୁ ଆସୁଥିଲେ । ସେ କାହାରିକୁ ଫେରାଇ ଦେଇ ନାହାନ୍ତି । ଥରେ ଜଣେ ନିର୍ଦ୍ଧନ ବ୍ରାହ୍ମଣ ସାଇଙ୍କ ପାଖରେ ପହଞ୍ଚି ସାହାଯ୍ୟ ପାଇଁ ପ୍ରାର୍ଥନା କଲେ । ବାବା କିଛି ସମୟ ତାକୁ ଅନାଇ ମସଜିଦ ରେ ଗୋଟିଏ କୋଣରେ ଥିବା ପୁଡିଆ ଟି ଆଣି ବ୍ରାହ୍ମଣ ହାତରେ ଦେଲେ । ସେହି ପୁଡିଆ ରେ କିଛି ମାଛ ମାଂସ ଥିଲା । ବାବା ତା ହାତରେ ଦେଲାବେଳେ କହିଲେ ଏହି ପୁଡିଆ ନେଇ ଘରେ ଖୋଲିବ; ଆଉ କେଉଁଠି ନୁହେଁ । ପୁଡିଆ ଟି ବ୍ରାହ୍ମଣ ଲୋକ ଟି ପାଇସାରିବା ପରେ ବାବାଙ୍କ ଉପରେ ମନେ ମନେ ରାଗିଗଲା । ଗାଁ ସୀମା ରେ ଥିବା ନାଳ ପାଖରେ ପୁଡିଆ କୁ ନେଇ ଖୋଲି ଦେଖିଲା ସେଥିରେ ମାଂସ ଅଛି । ମାଂସକୁ ଫୋପାଡ଼ି ଦେଇ ପୁଟୁଳା କପଡା କୁ ଧୋଇ ଘରକୁ ଫେରିଲା । ଘରେ ପହଞ୍ଚି କଫଡାକୁ ଶୁଖାଇବା ପାଇଁ ଟାଙ୍ଗି ଦେଲାବେଳକୁ  ତା ମଧ୍ୟ ରୁ ଗୋଟିଏ ସ୍ୱର୍ଣ୍ଣ ଟୁକଡା ତଳେ ପଡି ଗଲା । ତାହା ଦେଖିବା ପରେ ସେ ବହୁତ ଦୁଃଖ କଲା । ଏତେ ବଡ଼ ସନ୍ଥ ପାଖକୁ ଯାଇଥିଲି , ସେ ମଧ୍ୟ ମୋର ଗୁହାରି ଶୁଣି ଠିକ ଦାନ କରିଥିଲେ  । ଅଥଚ ମୋର କ୍ରୋଧ ପାଇଁ ଯାହା ମାଂସ ପରିକା ଦେଖା ଯାଉ ଥିଲା ତାହା ବାସ୍ତବରେ ମାଂସ ନଥିଲା । ପଶ୍ଚାତାପ କରି ଉଦାସ ମନରେ ରହିଲା । ସନ୍ଥମାନଙ...

ସାଇ ବାଣୀ -: ମନ ତୁ ଗୁରୁ ଚରଣେ ଲାଗ ।

ସାଇ ଲୀଳା  ଭଗବାନ କିମ୍ବା ଗୁରୁ ପାଖରେ ମନ ଲାଗିଲେ ଭକ୍ତ ସନ୍ତୁଷ୍ଟ ହୋଇ ଯାଏ । ମନ ଯେତେ ଅଧିକ ଲାଗିବ ସେତେ ସନ୍ତୋଷ ମିଳିବ । ଭକ୍ତ ସେତେବେଳେ ଭାବେ ମୋର ମନ ଭଗବାନଙ୍କ ଚିନ୍ତାରେ ଲାଗୁଛି । ସେ ସମୟରେ ସେ ଏକ ସୁନ୍ଦର ଅନୁଭବ ମଧ୍ୟ ପାଏ । ଏହିପରି କରିବା ଫଳରେ ସେ ପରମ ଶାନ୍ତି ପାଏ । କାରଣ ତାର ଆଶ୍ରୟ ହେଉଛନ୍ତି  କେବଳ ଭଗବାନ କିମ୍ବା ଗୁରୁ ଅଟନ୍ତି । ମନକୁ ଲଗାଇବା ତାଙ୍କର ନିକଟରେ ବହୁତ କଷ୍ଟ ଅଟେ । ବାସ୍ତବ ଜୀବନ ଟି ସବୁବେଳେ କାମନା ଭିତରେ ଡୁବି ଥାଏ । ତା ଭିତରୁ ବାହାର ହେବା ଏକ ବଡ଼ ପରୀକ୍ଷା ଅଟେ । ଧୀରେ ଧୀରେ ମନକୁ ତାଙ୍କର ପାଖରେ ଲଗାଇବା ପାଇଁ କିଛି ସମୟ ଲାଗେ । ଥରେ ସେହିଠାରେ ସଂଯୋଗ ହେଲେ ଆଉ ବାହାର ଚିନ୍ତା ମନରୁ ଅପସରି ଯାଏ । ତାଙ୍କର ପଦଯୁଗଳ ,ଛବି ଓ ରୂପ ମନକୁ ପାଗଳ କରି ପକାଏ । ବାହ୍ୟ ଜଗତର ସମସ୍ତ ଜଡ ଓ ଶରୀର ଭିତରେ ଭଗବାନ କିମ୍ବା ଗୁରୁର ଛବି ଦୃଶ୍ୟ ହୁଏ । ଏହି ଅବସ୍ଥା ହିଁ  ଶରଣାଗତି କୁହାଯାଏ  । ଏପରି ଅବସ୍ଥାରେ ଭଗବାନଙ୍କ କରୁଣା ସବୁବେଳେ ସେହିପରି ନିଷ୍ଠା ଭକ୍ତଙ୍କ ଉପରେ ପଡେ ।                     ଶିରିଡି ର ସାଇ ମହାରାଜା ପାଖରେ ଏହିପରି କିଛି ଭକ୍ତମାନେ ଥିଲେ । ତାହା ଆମେମାନେ ତାଙ୍କର ଲୀଳା କୁ ନେଇ ରଚିତ ପୁସ୍ତକ ରେ ଦେଖିବା ପାଇଁ ମିଳେ । ବାବାଙ୍କ ନିକଟରେ କିଛି ଭକ୍ତ ରହୁଥ...