Skip to main content

ସାଇ ବାଣୀ -:ମୋର ଉପରେ ବିଶ୍ୱାସ ରଖ ..ତୁମ୍ଭର ଭାଗ୍ୟ ବଦଳି ଯିବ ।


          ସାଇ ଲୀଳା -: ମୋର ଉପରେ ସମ୍ପୁର୍ଣ୍ଣ ବିଶ୍ୱାସ ରଖିଲେ , ସବୁ ବିଘ୍ନ ଦୂର ହେବ । 

                       ଗୁରୁ ପ୍ରତି ଦୃଢ ବିଶ୍ବାସ ସୃଷ୍ଟି କରିବା ପାଇଁ ଅନେକ ସମୟ ଲାଗେ । କୌଣସି କାରଣରୁ  ବେଳେ ବେଳେ ସେହି ବିଶ୍ୱାସ ମନକୁ ଆସେ ନାହି ଯେ ସତରେ ଗୁରୁ କଣ ମତେ ରକ୍ଷା କରିବେ । ନିଜର ଲୋକମାନେ ବି ବେଳେ ବେଳେ ବିଶ୍ୱାସରେ ବିଷ ମିଶାଇ ବା ପାଇଁ ଚେଷ୍ଟା କରନ୍ତି  ।କିନ୍ତୁ ଭକ୍ତ ଯଦି ଠିକରୁପେ ଗୁରୁ ଉପରେ ଆଶ୍ରିତ ହୋଇ ଥାଏ ତାର କିଛି ଖରାପ ହୁଏ ନାହିଁ । ବରଂ ଭଲ ହିଁ ଭଲ ହୋଇ ଥାଏ । ସମାଜିକ ଚଳନି ଭିତରେ ଅନ୍ଧବିଶ୍ୱାସରେ  ଅନେକ ଭାସି ଯାଆନ୍ତି । ଗୁରୁ ସେବା ରେ ଲିପ୍ତ ଥିବା ଶିଷ୍ୟର ମନୋବଳ ହିଁ ଗୁରୁ ଅଟନ୍ତି ବୋଲି ଚିନ୍ତନ ରହିଲେ ଶିଷ୍ୟ ର ମଙ୍ଗଳ ହୁଏ । ଶିକ୍ଷାର ପରୀକ୍ଷା ଯେପରି ଏକ ବ୍ୟବସ୍ଥା ସେହିପରି ଗୁରୁ ଆଶ୍ରିତ ର ପରୀକ୍ଷା ସବୁବେଳେ ଆସେ ।ଦୃଢ ଭାବରେ ଭକ୍ତ ରହିଲେ ଗୁରୁ ସବୁ ଖରାପ କୁ ଦୂରେଇ ଦିଅନ୍ତି । 


ସାଇବାବାଙ୍କ ପାଖରେ ଉପାସନୀ (କାଶୀନାଥ ) ଥିବା ସମୟରେ ଏକ ଘଟଣା କୁ ନେଇ ଉପାସନୀ ନିଜକୁ ବହୁତ ହତଭାଗା ବୋଲି ଭାବିଲେ ।ଘଟଣା ଟି ଥିଲା ଏହିପରି , ଶିରିଡିକୁ ଜଣେ ଜ୍ୟୋତିଷ ଆସିଥାନ୍ତି । ସେ ବହୁତ ଲୋକମାନେ ହାତ ଦେଖି ଅତୀତ ,ଭବିଷ୍ୟତ ଓ ବର୍ତ୍ତମାନ ର କଥା କହି  ପରିଚିତ ହୋଇ ଯାଇ ଥିଲେ । ଏହି କଥା ଉପାସନୀ ଜାଣିବା ପରେ ସେ ସେହି ଜ୍ୟୋତିଷ ପାଖକୁ ଗଲେ ତାଙ୍କର ବାବଦରେ ଜାଣିବା ପାଇଁ । ସେ ତାଙ୍କର ହାତ ଦେଖାଇ ଜାଣିଲେ ଯେ ,ହାତ ର ରେଖା ଆଦୌ ଭଲ ନାହିଁ ।  ଜ୍ୟୋତିଷ ପାଖରୁ ସବୁ କଥା ଶୁଣି ସେ ବହୁତ ମାନସିକ ସ୍ତରରେ କଷ୍ଟ ପାଇଲେ । ମନଦୁଃଖରେ ହଠାତ ବସିଥିବାର ଦେଖି ,ସାଇ ତାଙ୍କୁ କହିଲେ ତୁମେ କିଛି କରିବାର ଆବଶ୍ୟକ ନାହିଁ । ଜପ ଓ ମନ୍ତ୍ର ବି ଜପିବା ଦରକାର ନାହିଁ । ନୀରବ ରେ ବସ ।  ନିଜ ଭାଗ୍ୟ କଥା  ଜ୍ୟୋତିଷ ପାଖରୁ ଶୁଣି ଉପାସନୀ ବାସ୍ତବରେ ଭାଙ୍ଗି ପଡ଼ି ଥିଲେ । ବାବା ଚାହୁଁଥିଲେ ଉପସନୀ କେଉଁ ଦିନ ତାଙ୍କର ଦୁଖଦ ରହିବା ର କାରଣ ଜଣେଇବେ । କିଛି ଦିନ ପରେ ଉପାସନୀ ବାବାଙ୍କ ପାଖରେ ବସି ସବୁ କହିଲେ ।ବାବା ତାଙ୍କୁ କହିଲେ ତୁମେ ସବୁବେଳେ ମୋର ପାଖରେ ଅଛ ,ତୁମ୍ଭର ଭୟର କିଛି କାରଣ ନାହିଁ । ଆଜି ତୁମେ ଯେତିକି ଦୁଃଖ କରୁଅଛ କାଲି ତୁମେ ସେତିକି ସୁଖ ପାଇବ । 



       ସାଇ ହିଁ ତାଙ୍କର ଭାଗ୍ୟ ରେ କଣ ଅଛି ସେ ଭଲଭାବରେ ଦେଖି ପାରିଥିଲେ । ସେହି ପାଇଁ ବାବା ତାଙ୍କୁ ସବୁବେଳେ ଶିରିଡି ରେ ରଖିଥିଲେ । ମନରେ ଉପାସନୀଙ୍କର ଭାଗ୍ୟ କୁ ନେଇ ଚିନ୍ତା କୁ ଦେଖି ସାଇବାବା ତାଙ୍କୁ କହିଲେ ....ଅଳ୍ପ ଦିନ ମଧ୍ୟରେ ତୁମେ ଅବଧୂତ ହେବାକୁ ଯାଉଛ ।ଅନେକ ଲୋକମାନେ ତୁମ୍ଭର ଦର୍ଶନ ପାଇଁ ଧାଡ଼ି ଲଗାଇ ବହୁତ ସମୟ ଠିଆ ହେବେ । ତୁମ୍ଭର ଦର୍ଶନ ନିମନ୍ତେ ଲୋକମାନେ ପାଗଳ ହୋଇ ଯିବେ । 


Comments

  1. Sai sai sai sai sai sai sai sai sai sai sai sai sai sai sai sai sai sai sai sai sai sai sai sai sai sai sai sai sai sai sai sai sai sai sai sai sai sai sai sai sai sai sai sai sai sai sai sai sai sai sai sai sai sai sai sai sai sai sai sai sai sai sai sai sai sai sai sai sai sai sai sai sai sai sai sai sai sai sai sai sai

    ReplyDelete

Post a Comment

Popular posts from this blog

ସାଇ ବାଣୀ -: ତୁମ କଷ୍ଟର ଅନ୍ତ ଘଟିବ , ମୁଁ ତୁମ୍ଭର କଷ୍ଟ ନେବା ପାଇଁ ପ୍ରସ୍ତୁତ ।

           ସାଇ ଲୀଳା - ସବୁ କଷ୍ଟର ଅନ୍ତ ଘଟିବ ,ମୁଁ ତୁମ୍ଭର କଷ୍ଟ ନେବା ପାଇଁ ପ୍ରସ୍ତୁତ ।         ସାଇ ବାବା ତାଙ୍କର ଭକ୍ତ ମାନଙ୍କର ଅର୍ଥ ,ରୋଗ କିମ୍ବା ମାନସିକ ସ୍ତରର ସମସ୍ତ କଷ୍ଟକୁ ନିଜେ ନେଇ ଭକ୍ତଙ୍କ ମୁହଁରେ ଖୁସି ଦେଖୁଥିଲେ । ସେହି ପାଇଁ ବହୁତ ଭକ୍ତ ତାଙ୍କର ଆଶୀର୍ବାଦ ପାଇଁ ବହୁତ ଦିନ ଶିରିଡି ରେ ପଡ଼ି ରହୁଥିଲେ । ସମ୍ପୁର୍ଣ୍ଣ ସମର୍ପଣ ଭାବକୁ ବାବା ସବୁବେଳେ ଆମମାନଙ୍କ ପାଖରୁ ଆଶା କରୁଥିଲେ । ଯାହାର ଭାବ ଅତି ଉନ୍ନତ ଥିଲା ସେ ହିଁ ବେଶୀ କୃପା ପାଇ ପାରୁଥିଲା । ଆଜି ଅନେକ ଭକ୍ତ ତାଙ୍କର ଜୀବନକୁ ନେଇ ରଚିତ ପୁସ୍ତକ ସାଇ ସତଚରିତ ପଢ଼ି ତାଙ୍କର କୃପା ପାଇ ପାରୁ ଅଛନ୍ତି । ନିତ୍ୟ ପଠନ ଫଳରେ ସାଇ ବାବା ତାଙ୍କର ଅତି ନିଜର ହୋଇ ପାରି ଅଛନ୍ତି । ନିତ୍ୟ ପଠନ କରୁଥିବା ଚରିତ୍ର ମାନଙ୍କର ସାଇ ସବୁବେଳେ  ସୁମାର୍ଗ ଦେଖାଉ ଅଛନ୍ତି ।              ବାବା ସବୁବେଳେ ଭକ୍ତଙ୍କ ପାଇଁ  ଅନେକ କଷ୍ଟ ନିଜେ ସହ୍ୟ କରୁଥିଲେ । ପୁନେର ଶ୍ରୀମତି ତାରାବାଇ ସଦାଶିବ ତାରଖଡ଼ ଚକ୍ଷୁ ରୋଗରେ ପୀଡିତ ଥିଲେ । ବହୁତ ଡାକ୍ତର ଦେଖାଇଲେ ହେଲେ ରୋଗ ଆଦୌ ଭଲ ହେଲା ନାହିଁ । ଶୁଣିବାକୁ ପାଇଲେ ଯେ , ଶିରିଡି ରେ ସାଇବାବାଙ୍କ ପାଖକୁ ଅନେକ ରୋଗୀ ଭଲ ହୋଇ ଆସୁ ଅଛନ୍ତି । ସେ ଶିରିଡିକୁ ଆସିଲେ ଏବଂ...

ସଦଗୁରୁ ଦେଇଥିବା ବସ୍ତୁକୁ ନମ୍ରତା ର ସହ ଗ୍ରହଣ କରିବା ଉଚିତ ।

           ସାଇ ଲୀଳା            ସାଇ ମହାରାଜା ଶିରିଡି ରେ ଅବସ୍ଥାନ ସମୟରେ ବହୁତ ଲୋକମାନେ ସାହାଯ୍ୟ ପାଇଁ ସାଇଙ୍କ ପାଖକୁ ଆସୁଥିଲେ । ସେ କାହାରିକୁ ଫେରାଇ ଦେଇ ନାହାନ୍ତି । ଥରେ ଜଣେ ନିର୍ଦ୍ଧନ ବ୍ରାହ୍ମଣ ସାଇଙ୍କ ପାଖରେ ପହଞ୍ଚି ସାହାଯ୍ୟ ପାଇଁ ପ୍ରାର୍ଥନା କଲେ । ବାବା କିଛି ସମୟ ତାକୁ ଅନାଇ ମସଜିଦ ରେ ଗୋଟିଏ କୋଣରେ ଥିବା ପୁଡିଆ ଟି ଆଣି ବ୍ରାହ୍ମଣ ହାତରେ ଦେଲେ । ସେହି ପୁଡିଆ ରେ କିଛି ମାଛ ମାଂସ ଥିଲା । ବାବା ତା ହାତରେ ଦେଲାବେଳେ କହିଲେ ଏହି ପୁଡିଆ ନେଇ ଘରେ ଖୋଲିବ; ଆଉ କେଉଁଠି ନୁହେଁ । ପୁଡିଆ ଟି ବ୍ରାହ୍ମଣ ଲୋକ ଟି ପାଇସାରିବା ପରେ ବାବାଙ୍କ ଉପରେ ମନେ ମନେ ରାଗିଗଲା । ଗାଁ ସୀମା ରେ ଥିବା ନାଳ ପାଖରେ ପୁଡିଆ କୁ ନେଇ ଖୋଲି ଦେଖିଲା ସେଥିରେ ମାଂସ ଅଛି । ମାଂସକୁ ଫୋପାଡ଼ି ଦେଇ ପୁଟୁଳା କପଡା କୁ ଧୋଇ ଘରକୁ ଫେରିଲା । ଘରେ ପହଞ୍ଚି କଫଡାକୁ ଶୁଖାଇବା ପାଇଁ ଟାଙ୍ଗି ଦେଲାବେଳକୁ  ତା ମଧ୍ୟ ରୁ ଗୋଟିଏ ସ୍ୱର୍ଣ୍ଣ ଟୁକଡା ତଳେ ପଡି ଗଲା । ତାହା ଦେଖିବା ପରେ ସେ ବହୁତ ଦୁଃଖ କଲା । ଏତେ ବଡ଼ ସନ୍ଥ ପାଖକୁ ଯାଇଥିଲି , ସେ ମଧ୍ୟ ମୋର ଗୁହାରି ଶୁଣି ଠିକ ଦାନ କରିଥିଲେ  । ଅଥଚ ମୋର କ୍ରୋଧ ପାଇଁ ଯାହା ମାଂସ ପରିକା ଦେଖା ଯାଉ ଥିଲା ତାହା ବାସ୍ତବରେ ମାଂସ ନଥିଲା । ପଶ୍ଚାତାପ କରି ଉଦାସ ମନରେ ରହିଲା । ସନ୍ଥମାନଙ...

ସାଇ ବାଣୀ -: ମନ ତୁ ଗୁରୁ ଚରଣେ ଲାଗ ।

ସାଇ ଲୀଳା  ଭଗବାନ କିମ୍ବା ଗୁରୁ ପାଖରେ ମନ ଲାଗିଲେ ଭକ୍ତ ସନ୍ତୁଷ୍ଟ ହୋଇ ଯାଏ । ମନ ଯେତେ ଅଧିକ ଲାଗିବ ସେତେ ସନ୍ତୋଷ ମିଳିବ । ଭକ୍ତ ସେତେବେଳେ ଭାବେ ମୋର ମନ ଭଗବାନଙ୍କ ଚିନ୍ତାରେ ଲାଗୁଛି । ସେ ସମୟରେ ସେ ଏକ ସୁନ୍ଦର ଅନୁଭବ ମଧ୍ୟ ପାଏ । ଏହିପରି କରିବା ଫଳରେ ସେ ପରମ ଶାନ୍ତି ପାଏ । କାରଣ ତାର ଆଶ୍ରୟ ହେଉଛନ୍ତି  କେବଳ ଭଗବାନ କିମ୍ବା ଗୁରୁ ଅଟନ୍ତି । ମନକୁ ଲଗାଇବା ତାଙ୍କର ନିକଟରେ ବହୁତ କଷ୍ଟ ଅଟେ । ବାସ୍ତବ ଜୀବନ ଟି ସବୁବେଳେ କାମନା ଭିତରେ ଡୁବି ଥାଏ । ତା ଭିତରୁ ବାହାର ହେବା ଏକ ବଡ଼ ପରୀକ୍ଷା ଅଟେ । ଧୀରେ ଧୀରେ ମନକୁ ତାଙ୍କର ପାଖରେ ଲଗାଇବା ପାଇଁ କିଛି ସମୟ ଲାଗେ । ଥରେ ସେହିଠାରେ ସଂଯୋଗ ହେଲେ ଆଉ ବାହାର ଚିନ୍ତା ମନରୁ ଅପସରି ଯାଏ । ତାଙ୍କର ପଦଯୁଗଳ ,ଛବି ଓ ରୂପ ମନକୁ ପାଗଳ କରି ପକାଏ । ବାହ୍ୟ ଜଗତର ସମସ୍ତ ଜଡ ଓ ଶରୀର ଭିତରେ ଭଗବାନ କିମ୍ବା ଗୁରୁର ଛବି ଦୃଶ୍ୟ ହୁଏ । ଏହି ଅବସ୍ଥା ହିଁ  ଶରଣାଗତି କୁହାଯାଏ  । ଏପରି ଅବସ୍ଥାରେ ଭଗବାନଙ୍କ କରୁଣା ସବୁବେଳେ ସେହିପରି ନିଷ୍ଠା ଭକ୍ତଙ୍କ ଉପରେ ପଡେ ।                     ଶିରିଡି ର ସାଇ ମହାରାଜା ପାଖରେ ଏହିପରି କିଛି ଭକ୍ତମାନେ ଥିଲେ । ତାହା ଆମେମାନେ ତାଙ୍କର ଲୀଳା କୁ ନେଇ ରଚିତ ପୁସ୍ତକ ରେ ଦେଖିବା ପାଇଁ ମିଳେ । ବାବାଙ୍କ ନିକଟରେ କିଛି ଭକ୍ତ ରହୁଥ...