Skip to main content

ସାଇ ବାଣୀ -: ଭାବରେ ଉଦି କୁ ସେବନକର , ତୁମେ ସମସ୍ତ ପରୀକ୍ଷାରେ ଉତ୍ତୀର୍ଣ୍ଣ କରିବ ।


              ସାଇ ଲୀଳା -: ଉଦି ସେବନ  ଦ୍ଵାରା ତୁମର ପରୀକ୍ଷାର ଫଳ  ଭଲ ହେବ ।

              ବାବା ଶିରିଡିକୁ ଲୀଳା ଭୂମି ରୂପେ ଚୟନ କରିଲେ । ସେ ସେଠାରେ ରହି ଧୁନି ର ପାଉଁଶ କୁ 'ଉଦି' ରୂପେ ଭକ୍ତଙ୍କୁ ଦେଇ ସେମାନଙ୍କ ପାପ ତାପ କୁ ନଷ୍ଟ କରୁଥିଲେ । କପାଳରେ ଗାଧେଇ ସାରି ଉଦି ଲଗାଇବା ସହିତ ପାଣିରେ ମିଶାଇ ପିଇବା ଫଳରେ ଭକ୍ତର ଦିନ ଅତି ଭଲରେ କଟୁଥିଲା । ଶରୀର ଛାଡି ଚାଲିଗଲେ କିନ୍ତୁ ଆମମାନଙ୍କର ହିତ ପାଇଁ ଛାଡି ଦେଇ ଗଲେ ତାଙ୍କର ଉଦି କୁ । ସେହି ଧୁନି ରୁ ଆଜି ବି ଉଦି ମହାପ୍ରସାଦ ରୂପେ ଶିରିଡିକୁ ଯାଉଥିବା ଭକ୍ତମାନେ ପାଇ ପାରନ୍ତି । ଭକ୍ତି ରେ ତାଙ୍କର ଉଦିକୁ ସେବନ କଲେ ବହୁତ ଭୟଙ୍କର ରୋଗ ନାଶ ହୋଇ ଅଛି । ତାକୁ କପାଳରେ ଲଗାଇଲେ କୁ ଶକ୍ତି ଭକ୍ତଙ୍କ ପାଖକୁ ଆସି ପାରେ ନାହିଁ । ଉଦି ର ଚମତ୍କାର ବହୁତ , ଯିଏ ଶ୍ରାଦ୍ଧ ରେ ବ୍ୟବହାର କରିଅଛି ସେ ସୁଫଳ ହିଁ ପାଇଅଛି । 

ଶିରିଡି ର ପ୍ରାଥମିକ ବିଦ୍ୟାଳୟ ରେ ଦାଜି ବାମନ ଚିଦାମ୍ବର ନାମରେ ଜଣେ ପ୍ରଧାନ ଶିକ୍ଷକ ଥିଲେ । ଶିରିଡି ର ପିଲାମାନେ ସେହି ବିଦ୍ୟାଳୟ ରେ ପାଠ ପଢ଼ୁଥିଲେ ।  ପିଲାମାନେ ଭଲ ପଢୁ ନଥିବାରୁ ତାଙ୍କର ମନ ବହୁତ ଖରାପ ଥାଏ । ଏହି କଥା ସେ କାକା ସାହେବ କୁ କହିଲେ ,ଏହି ବର୍ଷ ପିଲାମାନେ ପରୀକ୍ଷାରେ ଆଦୌ ଭଲ କରିବେ ନାହିଁ । ଯଦି ପିଲାମାନେ ପରୀକ୍ଷାରେ ଭଲ ନ କରନ୍ତି ତାଙ୍କର ସୁନାମ ରେ କଳଙ୍କ ଲାଗିଯିବ । ପିଲାମାନେ ଦିନକୁ ଦିନ ଅଳସୁଆ ହେବା ସହିତ ପାଠ କୁ ଧ୍ୟାନ ଦେଉନାହାନ୍ତି । ପାଠ ନପଢି ସାଇବାବାଙ୍କ ଉଦି ଖାଇଲେ କଣ ପରୀକ୍ଷାରେ ପାସ କରିବେ ?? ଏହି ସମସ୍ତ କଥା ବାମନଙ୍କ ପାଖରୁ ଶୁଣି କାକାସାହେବ ତାଙ୍କୁ କହିଲେ ଧୌର୍ଯ୍ୟ ଧରନ୍ତୁ  । ପରୀକ୍ଷା ର ଫଳ ବାହାରି ସାରୁ ତାପରେ ଦେଖିବା । ପରୀକ୍ଷା ଠିକ ସମୟରେ ହୋଇ ଥିଲା । ଫଳ ବାହାରିବା ପରେ ଦେଖାଗଲା କୌଣସି ଗୋଟିଏ ପିଲା ଫେଲ ହୋଇ ନାହାନ୍ତି । ଏହି ଭିତରେ ଯେଉଁ ଦିନମାନଙ୍କରେ ପିଲାଙ୍କ ପରୀକ୍ଷା ଥାଏ ସେହି ପିଲାମାନେ ବାବାଙ୍କ ପାଖରୁ ଉଦି କୁ ଆଣି ଖାଇବା ସହିତ ମୁଣ୍ଡରେ ଲଗେଇ ପରୀକ୍ଷା ଦେବାକୁ ଆସି ଥିଲେ । ସବୁ ପିଲାମାନେ ପରୀକ୍ଷାରେ ଅତି ଭଲ କରିଥିଲେ । 



ସେହିଦିନ ସେହି ଶିକ୍ଷକ ସାଇ ବାବାଙ୍କ ଉଦି ର ଲୀଳା ବେଶ ବୁଝି ପାରିଥିଲେ । ଉଦି କୁ ନେଇ ତାଙ୍କ ମନରେ ଥିବା ସନ୍ଦେହ ଦୂର ହେବା ପାରିଥିଲା । ଅବସର ପରେ ଶିରିଡି ରେ ରହିଲେ । 



Comments

Popular posts from this blog

ସାଇ ବାଣୀ -: ତୁମ କଷ୍ଟର ଅନ୍ତ ଘଟିବ , ମୁଁ ତୁମ୍ଭର କଷ୍ଟ ନେବା ପାଇଁ ପ୍ରସ୍ତୁତ ।

           ସାଇ ଲୀଳା - ସବୁ କଷ୍ଟର ଅନ୍ତ ଘଟିବ ,ମୁଁ ତୁମ୍ଭର କଷ୍ଟ ନେବା ପାଇଁ ପ୍ରସ୍ତୁତ ।         ସାଇ ବାବା ତାଙ୍କର ଭକ୍ତ ମାନଙ୍କର ଅର୍ଥ ,ରୋଗ କିମ୍ବା ମାନସିକ ସ୍ତରର ସମସ୍ତ କଷ୍ଟକୁ ନିଜେ ନେଇ ଭକ୍ତଙ୍କ ମୁହଁରେ ଖୁସି ଦେଖୁଥିଲେ । ସେହି ପାଇଁ ବହୁତ ଭକ୍ତ ତାଙ୍କର ଆଶୀର୍ବାଦ ପାଇଁ ବହୁତ ଦିନ ଶିରିଡି ରେ ପଡ଼ି ରହୁଥିଲେ । ସମ୍ପୁର୍ଣ୍ଣ ସମର୍ପଣ ଭାବକୁ ବାବା ସବୁବେଳେ ଆମମାନଙ୍କ ପାଖରୁ ଆଶା କରୁଥିଲେ । ଯାହାର ଭାବ ଅତି ଉନ୍ନତ ଥିଲା ସେ ହିଁ ବେଶୀ କୃପା ପାଇ ପାରୁଥିଲା । ଆଜି ଅନେକ ଭକ୍ତ ତାଙ୍କର ଜୀବନକୁ ନେଇ ରଚିତ ପୁସ୍ତକ ସାଇ ସତଚରିତ ପଢ଼ି ତାଙ୍କର କୃପା ପାଇ ପାରୁ ଅଛନ୍ତି । ନିତ୍ୟ ପଠନ ଫଳରେ ସାଇ ବାବା ତାଙ୍କର ଅତି ନିଜର ହୋଇ ପାରି ଅଛନ୍ତି । ନିତ୍ୟ ପଠନ କରୁଥିବା ଚରିତ୍ର ମାନଙ୍କର ସାଇ ସବୁବେଳେ  ସୁମାର୍ଗ ଦେଖାଉ ଅଛନ୍ତି ।              ବାବା ସବୁବେଳେ ଭକ୍ତଙ୍କ ପାଇଁ  ଅନେକ କଷ୍ଟ ନିଜେ ସହ୍ୟ କରୁଥିଲେ । ପୁନେର ଶ୍ରୀମତି ତାରାବାଇ ସଦାଶିବ ତାରଖଡ଼ ଚକ୍ଷୁ ରୋଗରେ ପୀଡିତ ଥିଲେ । ବହୁତ ଡାକ୍ତର ଦେଖାଇଲେ ହେଲେ ରୋଗ ଆଦୌ ଭଲ ହେଲା ନାହିଁ । ଶୁଣିବାକୁ ପାଇଲେ ଯେ , ଶିରିଡି ରେ ସାଇବାବାଙ୍କ ପାଖକୁ ଅନେକ ରୋଗୀ ଭଲ ହୋଇ ଆସୁ ଅଛନ୍ତି । ସେ ଶିରିଡିକୁ ଆସିଲେ ଏବଂ...

ସଦଗୁରୁ ଦେଇଥିବା ବସ୍ତୁକୁ ନମ୍ରତା ର ସହ ଗ୍ରହଣ କରିବା ଉଚିତ ।

           ସାଇ ଲୀଳା            ସାଇ ମହାରାଜା ଶିରିଡି ରେ ଅବସ୍ଥାନ ସମୟରେ ବହୁତ ଲୋକମାନେ ସାହାଯ୍ୟ ପାଇଁ ସାଇଙ୍କ ପାଖକୁ ଆସୁଥିଲେ । ସେ କାହାରିକୁ ଫେରାଇ ଦେଇ ନାହାନ୍ତି । ଥରେ ଜଣେ ନିର୍ଦ୍ଧନ ବ୍ରାହ୍ମଣ ସାଇଙ୍କ ପାଖରେ ପହଞ୍ଚି ସାହାଯ୍ୟ ପାଇଁ ପ୍ରାର୍ଥନା କଲେ । ବାବା କିଛି ସମୟ ତାକୁ ଅନାଇ ମସଜିଦ ରେ ଗୋଟିଏ କୋଣରେ ଥିବା ପୁଡିଆ ଟି ଆଣି ବ୍ରାହ୍ମଣ ହାତରେ ଦେଲେ । ସେହି ପୁଡିଆ ରେ କିଛି ମାଛ ମାଂସ ଥିଲା । ବାବା ତା ହାତରେ ଦେଲାବେଳେ କହିଲେ ଏହି ପୁଡିଆ ନେଇ ଘରେ ଖୋଲିବ; ଆଉ କେଉଁଠି ନୁହେଁ । ପୁଡିଆ ଟି ବ୍ରାହ୍ମଣ ଲୋକ ଟି ପାଇସାରିବା ପରେ ବାବାଙ୍କ ଉପରେ ମନେ ମନେ ରାଗିଗଲା । ଗାଁ ସୀମା ରେ ଥିବା ନାଳ ପାଖରେ ପୁଡିଆ କୁ ନେଇ ଖୋଲି ଦେଖିଲା ସେଥିରେ ମାଂସ ଅଛି । ମାଂସକୁ ଫୋପାଡ଼ି ଦେଇ ପୁଟୁଳା କପଡା କୁ ଧୋଇ ଘରକୁ ଫେରିଲା । ଘରେ ପହଞ୍ଚି କଫଡାକୁ ଶୁଖାଇବା ପାଇଁ ଟାଙ୍ଗି ଦେଲାବେଳକୁ  ତା ମଧ୍ୟ ରୁ ଗୋଟିଏ ସ୍ୱର୍ଣ୍ଣ ଟୁକଡା ତଳେ ପଡି ଗଲା । ତାହା ଦେଖିବା ପରେ ସେ ବହୁତ ଦୁଃଖ କଲା । ଏତେ ବଡ଼ ସନ୍ଥ ପାଖକୁ ଯାଇଥିଲି , ସେ ମଧ୍ୟ ମୋର ଗୁହାରି ଶୁଣି ଠିକ ଦାନ କରିଥିଲେ  । ଅଥଚ ମୋର କ୍ରୋଧ ପାଇଁ ଯାହା ମାଂସ ପରିକା ଦେଖା ଯାଉ ଥିଲା ତାହା ବାସ୍ତବରେ ମାଂସ ନଥିଲା । ପଶ୍ଚାତାପ କରି ଉଦାସ ମନରେ ରହିଲା । ସନ୍ଥମାନଙ...

ସାଇ ବାଣୀ -: ମନ ତୁ ଗୁରୁ ଚରଣେ ଲାଗ ।

ସାଇ ଲୀଳା  ଭଗବାନ କିମ୍ବା ଗୁରୁ ପାଖରେ ମନ ଲାଗିଲେ ଭକ୍ତ ସନ୍ତୁଷ୍ଟ ହୋଇ ଯାଏ । ମନ ଯେତେ ଅଧିକ ଲାଗିବ ସେତେ ସନ୍ତୋଷ ମିଳିବ । ଭକ୍ତ ସେତେବେଳେ ଭାବେ ମୋର ମନ ଭଗବାନଙ୍କ ଚିନ୍ତାରେ ଲାଗୁଛି । ସେ ସମୟରେ ସେ ଏକ ସୁନ୍ଦର ଅନୁଭବ ମଧ୍ୟ ପାଏ । ଏହିପରି କରିବା ଫଳରେ ସେ ପରମ ଶାନ୍ତି ପାଏ । କାରଣ ତାର ଆଶ୍ରୟ ହେଉଛନ୍ତି  କେବଳ ଭଗବାନ କିମ୍ବା ଗୁରୁ ଅଟନ୍ତି । ମନକୁ ଲଗାଇବା ତାଙ୍କର ନିକଟରେ ବହୁତ କଷ୍ଟ ଅଟେ । ବାସ୍ତବ ଜୀବନ ଟି ସବୁବେଳେ କାମନା ଭିତରେ ଡୁବି ଥାଏ । ତା ଭିତରୁ ବାହାର ହେବା ଏକ ବଡ଼ ପରୀକ୍ଷା ଅଟେ । ଧୀରେ ଧୀରେ ମନକୁ ତାଙ୍କର ପାଖରେ ଲଗାଇବା ପାଇଁ କିଛି ସମୟ ଲାଗେ । ଥରେ ସେହିଠାରେ ସଂଯୋଗ ହେଲେ ଆଉ ବାହାର ଚିନ୍ତା ମନରୁ ଅପସରି ଯାଏ । ତାଙ୍କର ପଦଯୁଗଳ ,ଛବି ଓ ରୂପ ମନକୁ ପାଗଳ କରି ପକାଏ । ବାହ୍ୟ ଜଗତର ସମସ୍ତ ଜଡ ଓ ଶରୀର ଭିତରେ ଭଗବାନ କିମ୍ବା ଗୁରୁର ଛବି ଦୃଶ୍ୟ ହୁଏ । ଏହି ଅବସ୍ଥା ହିଁ  ଶରଣାଗତି କୁହାଯାଏ  । ଏପରି ଅବସ୍ଥାରେ ଭଗବାନଙ୍କ କରୁଣା ସବୁବେଳେ ସେହିପରି ନିଷ୍ଠା ଭକ୍ତଙ୍କ ଉପରେ ପଡେ ।                     ଶିରିଡି ର ସାଇ ମହାରାଜା ପାଖରେ ଏହିପରି କିଛି ଭକ୍ତମାନେ ଥିଲେ । ତାହା ଆମେମାନେ ତାଙ୍କର ଲୀଳା କୁ ନେଇ ରଚିତ ପୁସ୍ତକ ରେ ଦେଖିବା ପାଇଁ ମିଳେ । ବାବାଙ୍କ ନିକଟରେ କିଛି ଭକ୍ତ ରହୁଥ...