Skip to main content

ସାଇ ବାଣୀ -:ଆଦୌ ବିବ୍ରତ ହୁଅନା , ସ୍ୱାସ୍ଥ୍ୟର ଉନ୍ନତ ଘଟିବ ।



       ସାଇ ଲୀଳା -: ଆଦୌ ବିବ୍ରତ ହୁଅନା ,ସ୍ୱାସ୍ଥ୍ୟ ର ଉନ୍ନତି ଘଟିବ । 

          ଶରୀର ଭିତରେ ରୋଗ ଅଛି ।  ଜନ୍ମ ଠାରୁ ମରଣ ପଯ୍ୟନ୍ତ ବହୁବାର ଶରୀର ରୋଗ ରେ ଶିକାର ହୋଇ ଥାଏ ।। ରୋଗ କୁ ନେଇ ମନଭିତରେ ବିଭିନ୍ନ ଚିନ୍ତା ବଢ଼ି ଚାଲେ । ବେଳେ ବେଳେ ରୋଗ ର ଚିନ୍ତା ପରିବାର ଭିତରେ ଏପରି ବଢ଼ି ଯାଏ ଯେ ପରିବାରର ସଦସ୍ୟ ମାନେ ମାନସିକ ସ୍ତର ରେ ଭାଙ୍ଗି ପଡ଼ନ୍ତି  । ବିଭିନ୍ନ ଔଷଧର  ବ୍ୟବହାର ଫଳରେ  ଶରୀର ଉପରେ କୁପ୍ରଭାବ ମଧ୍ୟ ପଡେ । ରୋଗ ଆଉ ମନ ଦୁଇଟି ଦୃବଳ ହେଲେ ମରଣ ଅବସ୍ଥା ସୃଷ୍ଟି ହୁଏ । ରୋଗ ଆକ୍ରମଣ ସମୟରେ ମନର ଅବସ୍ଥା ଉନ୍ନତ ରହିବା ଦରକାର । ରୋଗୀ ବେଳେ ବେଳେ  ବିବ୍ରତ ହୋଇ ପଡେ ।ସଦଗୁରୁ ପ୍ରତି ଦୃଢ଼ ବିଶ୍ୱାସ ଥିବା ଭକ୍ତ ର ମାନସିକ ସ୍ତର ଦୃବଳ ନହୋଇ ଦୃଢ଼ ବିଶ୍ୱାସ ରହିବା ଦରକାର ।



ଶିରିଡି ସାଇଙ୍କର ପରମ ଭକ୍ତ ନାରାୟଣ ରାଓ ତାଙ୍କର ଜୀବନ କାଳରେ ସାଇଙ୍କୁ ଦୁଇ ଥର ଦର୍ଶନ କରିଥିଲେ । ବାବାଙ୍କ ଫଟୋ ପୂଜା ଭକ୍ତି ରେ କରୁଥାଆନ୍ତି । ଥରେ ତାଙ୍କର ଶରୀର ବହୁତ ଅସୁସ୍ଥ ହୋଇ ପଡ଼ିଲା । ବହୁତ ଡାକ୍ତର ଦେଖାଇଲେ ହେଲେ କିଛି ଉନ୍ନତି ଘଟିଲା ନାହିଁ । ସେ ଦିନକୁ ଦିନ ଦୃବଳ ହୋଇ ପଡିଲେ ଏବଂ ଶଯ୍ୟାଶାୟୀ ହୋଇ ଗଲେ । ଶଯ୍ୟାରେ ସେ ରୋଗ ର ଯନ୍ତ୍ରଣା ରେ ପଡ଼ି ଥାଆନ୍ତି କିନ୍ତୁ ସାଇ ବାବା ପ୍ରତି ତାଙ୍କର ଧ୍ୟାନ ସବୁବେଳେ ଥିଲା । ଏମିତି ଦିନେ ରାତିରେ ସେ ଏକ ସପ୍ନ ଦେଖିଲେ ଯେ ବାବା ତାଙ୍କୁ ସାନ୍ତ୍ୱନା ଦେଇ କହୁଛନ୍ତି ' ତୁମେ ଆଦୌ ବିବ୍ରତ ହୁଅନାହି ।ଅଳ୍ପ ଦିନ ପରେ ତୁମ୍ଭର ସ୍ୱାସ୍ଥ୍ୟ ର ଉନ୍ନତି ଘଟିବ । ଏକ ସପ୍ତାହ ମଧ୍ୟରେ ଚାଲବୁଲ କରି ପାରିବ । 



   ସପ୍ନରେ ଯାହା ସବୁ ଦେଖିଲେ ତାହା ଧିରେ ଧିରେ ସତ୍ୟ ହେବାକୁ ଲାଗିଲା । ଏପରିକି ଏକ ସପ୍ତାହ ମଧ୍ୟରେ ସେ ନିଜର କାର୍ଯ୍ୟ ନିଜେ କରି ପାରିଲେ । ତାଙ୍କର ରୂପ କୁ ଚିନ୍ତା କରିବା ଆଉ ତାଙ୍କର ବାଣୀ ପ୍ରତି ଦୃଢ଼ ବିଶ୍ୱାସ ରଖିବା ଉଚିତ ।



Comments

Popular posts from this blog

ସାଇ ବାଣୀ -: ତୁମ କଷ୍ଟର ଅନ୍ତ ଘଟିବ , ମୁଁ ତୁମ୍ଭର କଷ୍ଟ ନେବା ପାଇଁ ପ୍ରସ୍ତୁତ ।

           ସାଇ ଲୀଳା - ସବୁ କଷ୍ଟର ଅନ୍ତ ଘଟିବ ,ମୁଁ ତୁମ୍ଭର କଷ୍ଟ ନେବା ପାଇଁ ପ୍ରସ୍ତୁତ ।         ସାଇ ବାବା ତାଙ୍କର ଭକ୍ତ ମାନଙ୍କର ଅର୍ଥ ,ରୋଗ କିମ୍ବା ମାନସିକ ସ୍ତରର ସମସ୍ତ କଷ୍ଟକୁ ନିଜେ ନେଇ ଭକ୍ତଙ୍କ ମୁହଁରେ ଖୁସି ଦେଖୁଥିଲେ । ସେହି ପାଇଁ ବହୁତ ଭକ୍ତ ତାଙ୍କର ଆଶୀର୍ବାଦ ପାଇଁ ବହୁତ ଦିନ ଶିରିଡି ରେ ପଡ଼ି ରହୁଥିଲେ । ସମ୍ପୁର୍ଣ୍ଣ ସମର୍ପଣ ଭାବକୁ ବାବା ସବୁବେଳେ ଆମମାନଙ୍କ ପାଖରୁ ଆଶା କରୁଥିଲେ । ଯାହାର ଭାବ ଅତି ଉନ୍ନତ ଥିଲା ସେ ହିଁ ବେଶୀ କୃପା ପାଇ ପାରୁଥିଲା । ଆଜି ଅନେକ ଭକ୍ତ ତାଙ୍କର ଜୀବନକୁ ନେଇ ରଚିତ ପୁସ୍ତକ ସାଇ ସତଚରିତ ପଢ଼ି ତାଙ୍କର କୃପା ପାଇ ପାରୁ ଅଛନ୍ତି । ନିତ୍ୟ ପଠନ ଫଳରେ ସାଇ ବାବା ତାଙ୍କର ଅତି ନିଜର ହୋଇ ପାରି ଅଛନ୍ତି । ନିତ୍ୟ ପଠନ କରୁଥିବା ଚରିତ୍ର ମାନଙ୍କର ସାଇ ସବୁବେଳେ  ସୁମାର୍ଗ ଦେଖାଉ ଅଛନ୍ତି ।              ବାବା ସବୁବେଳେ ଭକ୍ତଙ୍କ ପାଇଁ  ଅନେକ କଷ୍ଟ ନିଜେ ସହ୍ୟ କରୁଥିଲେ । ପୁନେର ଶ୍ରୀମତି ତାରାବାଇ ସଦାଶିବ ତାରଖଡ଼ ଚକ୍ଷୁ ରୋଗରେ ପୀଡିତ ଥିଲେ । ବହୁତ ଡାକ୍ତର ଦେଖାଇଲେ ହେଲେ ରୋଗ ଆଦୌ ଭଲ ହେଲା ନାହିଁ । ଶୁଣିବାକୁ ପାଇଲେ ଯେ , ଶିରିଡି ରେ ସାଇବାବାଙ୍କ ପାଖକୁ ଅନେକ ରୋଗୀ ଭଲ ହୋଇ ଆସୁ ଅଛନ୍ତି । ସେ ଶିରିଡିକୁ ଆସିଲେ ଏବଂ...

ସଦଗୁରୁ ଦେଇଥିବା ବସ୍ତୁକୁ ନମ୍ରତା ର ସହ ଗ୍ରହଣ କରିବା ଉଚିତ ।

           ସାଇ ଲୀଳା            ସାଇ ମହାରାଜା ଶିରିଡି ରେ ଅବସ୍ଥାନ ସମୟରେ ବହୁତ ଲୋକମାନେ ସାହାଯ୍ୟ ପାଇଁ ସାଇଙ୍କ ପାଖକୁ ଆସୁଥିଲେ । ସେ କାହାରିକୁ ଫେରାଇ ଦେଇ ନାହାନ୍ତି । ଥରେ ଜଣେ ନିର୍ଦ୍ଧନ ବ୍ରାହ୍ମଣ ସାଇଙ୍କ ପାଖରେ ପହଞ୍ଚି ସାହାଯ୍ୟ ପାଇଁ ପ୍ରାର୍ଥନା କଲେ । ବାବା କିଛି ସମୟ ତାକୁ ଅନାଇ ମସଜିଦ ରେ ଗୋଟିଏ କୋଣରେ ଥିବା ପୁଡିଆ ଟି ଆଣି ବ୍ରାହ୍ମଣ ହାତରେ ଦେଲେ । ସେହି ପୁଡିଆ ରେ କିଛି ମାଛ ମାଂସ ଥିଲା । ବାବା ତା ହାତରେ ଦେଲାବେଳେ କହିଲେ ଏହି ପୁଡିଆ ନେଇ ଘରେ ଖୋଲିବ; ଆଉ କେଉଁଠି ନୁହେଁ । ପୁଡିଆ ଟି ବ୍ରାହ୍ମଣ ଲୋକ ଟି ପାଇସାରିବା ପରେ ବାବାଙ୍କ ଉପରେ ମନେ ମନେ ରାଗିଗଲା । ଗାଁ ସୀମା ରେ ଥିବା ନାଳ ପାଖରେ ପୁଡିଆ କୁ ନେଇ ଖୋଲି ଦେଖିଲା ସେଥିରେ ମାଂସ ଅଛି । ମାଂସକୁ ଫୋପାଡ଼ି ଦେଇ ପୁଟୁଳା କପଡା କୁ ଧୋଇ ଘରକୁ ଫେରିଲା । ଘରେ ପହଞ୍ଚି କଫଡାକୁ ଶୁଖାଇବା ପାଇଁ ଟାଙ୍ଗି ଦେଲାବେଳକୁ  ତା ମଧ୍ୟ ରୁ ଗୋଟିଏ ସ୍ୱର୍ଣ୍ଣ ଟୁକଡା ତଳେ ପଡି ଗଲା । ତାହା ଦେଖିବା ପରେ ସେ ବହୁତ ଦୁଃଖ କଲା । ଏତେ ବଡ଼ ସନ୍ଥ ପାଖକୁ ଯାଇଥିଲି , ସେ ମଧ୍ୟ ମୋର ଗୁହାରି ଶୁଣି ଠିକ ଦାନ କରିଥିଲେ  । ଅଥଚ ମୋର କ୍ରୋଧ ପାଇଁ ଯାହା ମାଂସ ପରିକା ଦେଖା ଯାଉ ଥିଲା ତାହା ବାସ୍ତବରେ ମାଂସ ନଥିଲା । ପଶ୍ଚାତାପ କରି ଉଦାସ ମନରେ ରହିଲା । ସନ୍ଥମାନଙ...

ସାଇ ବାଣୀ -: ମନ ତୁ ଗୁରୁ ଚରଣେ ଲାଗ ।

ସାଇ ଲୀଳା  ଭଗବାନ କିମ୍ବା ଗୁରୁ ପାଖରେ ମନ ଲାଗିଲେ ଭକ୍ତ ସନ୍ତୁଷ୍ଟ ହୋଇ ଯାଏ । ମନ ଯେତେ ଅଧିକ ଲାଗିବ ସେତେ ସନ୍ତୋଷ ମିଳିବ । ଭକ୍ତ ସେତେବେଳେ ଭାବେ ମୋର ମନ ଭଗବାନଙ୍କ ଚିନ୍ତାରେ ଲାଗୁଛି । ସେ ସମୟରେ ସେ ଏକ ସୁନ୍ଦର ଅନୁଭବ ମଧ୍ୟ ପାଏ । ଏହିପରି କରିବା ଫଳରେ ସେ ପରମ ଶାନ୍ତି ପାଏ । କାରଣ ତାର ଆଶ୍ରୟ ହେଉଛନ୍ତି  କେବଳ ଭଗବାନ କିମ୍ବା ଗୁରୁ ଅଟନ୍ତି । ମନକୁ ଲଗାଇବା ତାଙ୍କର ନିକଟରେ ବହୁତ କଷ୍ଟ ଅଟେ । ବାସ୍ତବ ଜୀବନ ଟି ସବୁବେଳେ କାମନା ଭିତରେ ଡୁବି ଥାଏ । ତା ଭିତରୁ ବାହାର ହେବା ଏକ ବଡ଼ ପରୀକ୍ଷା ଅଟେ । ଧୀରେ ଧୀରେ ମନକୁ ତାଙ୍କର ପାଖରେ ଲଗାଇବା ପାଇଁ କିଛି ସମୟ ଲାଗେ । ଥରେ ସେହିଠାରେ ସଂଯୋଗ ହେଲେ ଆଉ ବାହାର ଚିନ୍ତା ମନରୁ ଅପସରି ଯାଏ । ତାଙ୍କର ପଦଯୁଗଳ ,ଛବି ଓ ରୂପ ମନକୁ ପାଗଳ କରି ପକାଏ । ବାହ୍ୟ ଜଗତର ସମସ୍ତ ଜଡ ଓ ଶରୀର ଭିତରେ ଭଗବାନ କିମ୍ବା ଗୁରୁର ଛବି ଦୃଶ୍ୟ ହୁଏ । ଏହି ଅବସ୍ଥା ହିଁ  ଶରଣାଗତି କୁହାଯାଏ  । ଏପରି ଅବସ୍ଥାରେ ଭଗବାନଙ୍କ କରୁଣା ସବୁବେଳେ ସେହିପରି ନିଷ୍ଠା ଭକ୍ତଙ୍କ ଉପରେ ପଡେ ।                     ଶିରିଡି ର ସାଇ ମହାରାଜା ପାଖରେ ଏହିପରି କିଛି ଭକ୍ତମାନେ ଥିଲେ । ତାହା ଆମେମାନେ ତାଙ୍କର ଲୀଳା କୁ ନେଇ ରଚିତ ପୁସ୍ତକ ରେ ଦେଖିବା ପାଇଁ ମିଳେ । ବାବାଙ୍କ ନିକଟରେ କିଛି ଭକ୍ତ ରହୁଥ...