Skip to main content

ସାଇ ବାଣୀ -:ମୁଁ ଯାହା କହେ ତାହା ହିଁ ସତ୍ୟ ,ମିଥ୍ୟା କେବେବି କହେନି ।


           ସାଇ ଲୀଳା -: ମୁଁ ଯାହାବି କହେ ସତ୍ୟ ହିଁ କହେ ।

                       ଶିରିଡି ରେ ବାବ ଥିବାବେଳେ ବହୁତ ଲୀଳା ସବୁ ଘଟି ଯାଉ ଥିଲା । ଦିନକୁ ଦିନ ଶିରିଡି ର ଜନସମାଗମ ବୃଦ୍ଧି ପାଉଥାଏ । ଯିଏ ବାବାଙ୍କ ପାଖରେ ଦର୍ଶନ ପାଇଁ ଯାଉ ଥିଲା ସେ ବହୁତ ଅନୁଭୂତି ନେଇ ଘରକୁ ଫେରୁଥିଲା । ସମସ୍ତ ଅନୁଭୂତି ଏ ପର୍ଯ୍ୟନ୍ତ ସଂଗ୍ରହ ହୋଇ ପାରିନାହିଁ । ଶିରିଡି ର ଘଟଣାବଳୀ ର ଇତିହାସ ଏକ ଅସରନ୍ତି ଫର୍ଦ୍ଦ । ଯେତେ ଅନୁସନ୍ଧାନ କରିବ ସେତେ ତଥ୍ୟ ମିଳିବ । ସବୁଠାରୁ ବଡ଼କଥା ହେଉଛି ସାଇ ବଚନ କେବେବି ଭୂଲ କିମ୍ବା ଅସତ୍ୟ ହୋଇ ନାହିଁ । ସମସ୍ତେ ଏହା ଉପଲବ୍ଧ କରି ପାରୁଥିଲେ । ବାବା ସମାଧି ପରେବି ତାଙ୍କର ବଚନ ଭକ୍ତଙ୍କ ପାଖକୁ କୌଣସି ମାଧ୍ୟମରେ ପହଞ୍ଚି ଯାଉଥିଲା । ଭକ୍ତମାନେ ମାୟାରେ ଫସି ଥିବାରୁ ସାଇ ବାବାଙ୍କର ବଚନ ବ୍ୟତିକ୍ରମ ପରି ଲାଗୁଥିଲେ ମଧ୍ୟ ସତ୍ୟ ହିଁ ହୋଉଥିଲା । 

        ବାବା ଶିରିଡିରେ ଥିବା ସମୟରେ ଏକ ଦମ୍ପତି ଆସି ଦର୍ଶନ କଲେ । ସେମାନଙ୍କୁ ଦେଖି ବାବା ଖୁସି ରେ କହିଲେ ମୋର ପାଖରେ ଗୋଟିଏ ଉପହାର ଅଛି । ସେହି ଉପହାର ମୁଁ ତୁମକୁ ଦେବି । ସେମାନେ ଶିରିଡି ରୁ ଘରକୁ ଆସିଲେ ଏବଂ କିଛି ଦିନ ପରେ ଏକ ସନ୍ତାନ ଜନ୍ମ ହେଲା । ସନ୍ତାନକୁ ଦେଖି ପିତାମାତା ଖୁସିରେ ଶିରିଡି ଗଲେ ସାଇ ବାବାଙ୍କୁ ଦର୍ଶନ କରିବା ପାଇଁ ।ବାବା ସେହି ଦମ୍ପତି କୁ ଦେଖି କହିଲେ ଏହି ପିଲାକୁ ତୁମେ ମୋର ପାଖରେ ଅମାନତ ଭାବି ରଖ । ମାୟା ରେ ଛନ୍ଦି ଯାଇଥିବା ପିତାମାତା ଦ୍ୱୟ ସେଦିନ ବୁଝି ପାରିଲେ ନାହିଁ । ଘରକୁ ପଳାଇ ଆସିଲେ । ଠିକ ୧୮ ମାସ ପରେ ଶିଶୁର ମୃତ୍ୟୁ ହୋଇ ଥିଲା ।ଦୁହେଁ ମନଦୁଃଖରେ ଶିରିଡିକୁ ଆସିଲେ , ବାବାଙ୍କ ପାଖରେ ଦର୍ଶନ ପାଇଁ ଗଲାବେଳେ ବାବା ସେମାନଙ୍କୁ ଦେଖି କହିଲେ , ମୁଁ ତୁମ ମାନଙ୍କୁ କହିଥିଲି ସେ ହେଉଛି ମୋର ଅମାନତ ।ଆପଣମାନେ ତାକୁ ରଖିଥିଲେ । ଏବେ ମୁଁ ତାକୁ ମୋର ପାଖକୁ ନେଇ ଆସି ଅଛି । 


     ଯାହାକୁ ଯାହା ବଚନ ସାଇ ଦେଉଥିଲେ ତାହା ସତ୍ୟ ହେଉଥିଲା । ସତ୍ୟ ଛଡ଼ା କେବେବି ମିଥ୍ୟା ହେଉ ନଥିଲା । ଆମେ ବୁଝିବା ପାଇଁ ସେହିପରି ଯୋଗ୍ୟତା ରହିବା ଆବଶ୍ୟକ । ମାୟାରେ ପଡ଼ି ଛଟପଟ ହୋଉଥିବା ଯୋଗୁଁ ସଦଗୁରୁ ସାଇ ବାବାଙ୍କର କଥା ବୁଝିବା ଏତେ ସହଜ ନୁହେଁ  ।








Comments

Popular posts from this blog

ସାଇ ବାଣୀ -: ତୁମ କଷ୍ଟର ଅନ୍ତ ଘଟିବ , ମୁଁ ତୁମ୍ଭର କଷ୍ଟ ନେବା ପାଇଁ ପ୍ରସ୍ତୁତ ।

           ସାଇ ଲୀଳା - ସବୁ କଷ୍ଟର ଅନ୍ତ ଘଟିବ ,ମୁଁ ତୁମ୍ଭର କଷ୍ଟ ନେବା ପାଇଁ ପ୍ରସ୍ତୁତ ।         ସାଇ ବାବା ତାଙ୍କର ଭକ୍ତ ମାନଙ୍କର ଅର୍ଥ ,ରୋଗ କିମ୍ବା ମାନସିକ ସ୍ତରର ସମସ୍ତ କଷ୍ଟକୁ ନିଜେ ନେଇ ଭକ୍ତଙ୍କ ମୁହଁରେ ଖୁସି ଦେଖୁଥିଲେ । ସେହି ପାଇଁ ବହୁତ ଭକ୍ତ ତାଙ୍କର ଆଶୀର୍ବାଦ ପାଇଁ ବହୁତ ଦିନ ଶିରିଡି ରେ ପଡ଼ି ରହୁଥିଲେ । ସମ୍ପୁର୍ଣ୍ଣ ସମର୍ପଣ ଭାବକୁ ବାବା ସବୁବେଳେ ଆମମାନଙ୍କ ପାଖରୁ ଆଶା କରୁଥିଲେ । ଯାହାର ଭାବ ଅତି ଉନ୍ନତ ଥିଲା ସେ ହିଁ ବେଶୀ କୃପା ପାଇ ପାରୁଥିଲା । ଆଜି ଅନେକ ଭକ୍ତ ତାଙ୍କର ଜୀବନକୁ ନେଇ ରଚିତ ପୁସ୍ତକ ସାଇ ସତଚରିତ ପଢ଼ି ତାଙ୍କର କୃପା ପାଇ ପାରୁ ଅଛନ୍ତି । ନିତ୍ୟ ପଠନ ଫଳରେ ସାଇ ବାବା ତାଙ୍କର ଅତି ନିଜର ହୋଇ ପାରି ଅଛନ୍ତି । ନିତ୍ୟ ପଠନ କରୁଥିବା ଚରିତ୍ର ମାନଙ୍କର ସାଇ ସବୁବେଳେ  ସୁମାର୍ଗ ଦେଖାଉ ଅଛନ୍ତି ।              ବାବା ସବୁବେଳେ ଭକ୍ତଙ୍କ ପାଇଁ  ଅନେକ କଷ୍ଟ ନିଜେ ସହ୍ୟ କରୁଥିଲେ । ପୁନେର ଶ୍ରୀମତି ତାରାବାଇ ସଦାଶିବ ତାରଖଡ଼ ଚକ୍ଷୁ ରୋଗରେ ପୀଡିତ ଥିଲେ । ବହୁତ ଡାକ୍ତର ଦେଖାଇଲେ ହେଲେ ରୋଗ ଆଦୌ ଭଲ ହେଲା ନାହିଁ । ଶୁଣିବାକୁ ପାଇଲେ ଯେ , ଶିରିଡି ରେ ସାଇବାବାଙ୍କ ପାଖକୁ ଅନେକ ରୋଗୀ ଭଲ ହୋଇ ଆସୁ ଅଛନ୍ତି । ସେ ଶିରିଡିକୁ ଆସିଲେ ଏବଂ...

ସଦଗୁରୁ ଦେଇଥିବା ବସ୍ତୁକୁ ନମ୍ରତା ର ସହ ଗ୍ରହଣ କରିବା ଉଚିତ ।

           ସାଇ ଲୀଳା            ସାଇ ମହାରାଜା ଶିରିଡି ରେ ଅବସ୍ଥାନ ସମୟରେ ବହୁତ ଲୋକମାନେ ସାହାଯ୍ୟ ପାଇଁ ସାଇଙ୍କ ପାଖକୁ ଆସୁଥିଲେ । ସେ କାହାରିକୁ ଫେରାଇ ଦେଇ ନାହାନ୍ତି । ଥରେ ଜଣେ ନିର୍ଦ୍ଧନ ବ୍ରାହ୍ମଣ ସାଇଙ୍କ ପାଖରେ ପହଞ୍ଚି ସାହାଯ୍ୟ ପାଇଁ ପ୍ରାର୍ଥନା କଲେ । ବାବା କିଛି ସମୟ ତାକୁ ଅନାଇ ମସଜିଦ ରେ ଗୋଟିଏ କୋଣରେ ଥିବା ପୁଡିଆ ଟି ଆଣି ବ୍ରାହ୍ମଣ ହାତରେ ଦେଲେ । ସେହି ପୁଡିଆ ରେ କିଛି ମାଛ ମାଂସ ଥିଲା । ବାବା ତା ହାତରେ ଦେଲାବେଳେ କହିଲେ ଏହି ପୁଡିଆ ନେଇ ଘରେ ଖୋଲିବ; ଆଉ କେଉଁଠି ନୁହେଁ । ପୁଡିଆ ଟି ବ୍ରାହ୍ମଣ ଲୋକ ଟି ପାଇସାରିବା ପରେ ବାବାଙ୍କ ଉପରେ ମନେ ମନେ ରାଗିଗଲା । ଗାଁ ସୀମା ରେ ଥିବା ନାଳ ପାଖରେ ପୁଡିଆ କୁ ନେଇ ଖୋଲି ଦେଖିଲା ସେଥିରେ ମାଂସ ଅଛି । ମାଂସକୁ ଫୋପାଡ଼ି ଦେଇ ପୁଟୁଳା କପଡା କୁ ଧୋଇ ଘରକୁ ଫେରିଲା । ଘରେ ପହଞ୍ଚି କଫଡାକୁ ଶୁଖାଇବା ପାଇଁ ଟାଙ୍ଗି ଦେଲାବେଳକୁ  ତା ମଧ୍ୟ ରୁ ଗୋଟିଏ ସ୍ୱର୍ଣ୍ଣ ଟୁକଡା ତଳେ ପଡି ଗଲା । ତାହା ଦେଖିବା ପରେ ସେ ବହୁତ ଦୁଃଖ କଲା । ଏତେ ବଡ଼ ସନ୍ଥ ପାଖକୁ ଯାଇଥିଲି , ସେ ମଧ୍ୟ ମୋର ଗୁହାରି ଶୁଣି ଠିକ ଦାନ କରିଥିଲେ  । ଅଥଚ ମୋର କ୍ରୋଧ ପାଇଁ ଯାହା ମାଂସ ପରିକା ଦେଖା ଯାଉ ଥିଲା ତାହା ବାସ୍ତବରେ ମାଂସ ନଥିଲା । ପଶ୍ଚାତାପ କରି ଉଦାସ ମନରେ ରହିଲା । ସନ୍ଥମାନଙ...

ସାଇ ବାଣୀ -: ମନ ତୁ ଗୁରୁ ଚରଣେ ଲାଗ ।

ସାଇ ଲୀଳା  ଭଗବାନ କିମ୍ବା ଗୁରୁ ପାଖରେ ମନ ଲାଗିଲେ ଭକ୍ତ ସନ୍ତୁଷ୍ଟ ହୋଇ ଯାଏ । ମନ ଯେତେ ଅଧିକ ଲାଗିବ ସେତେ ସନ୍ତୋଷ ମିଳିବ । ଭକ୍ତ ସେତେବେଳେ ଭାବେ ମୋର ମନ ଭଗବାନଙ୍କ ଚିନ୍ତାରେ ଲାଗୁଛି । ସେ ସମୟରେ ସେ ଏକ ସୁନ୍ଦର ଅନୁଭବ ମଧ୍ୟ ପାଏ । ଏହିପରି କରିବା ଫଳରେ ସେ ପରମ ଶାନ୍ତି ପାଏ । କାରଣ ତାର ଆଶ୍ରୟ ହେଉଛନ୍ତି  କେବଳ ଭଗବାନ କିମ୍ବା ଗୁରୁ ଅଟନ୍ତି । ମନକୁ ଲଗାଇବା ତାଙ୍କର ନିକଟରେ ବହୁତ କଷ୍ଟ ଅଟେ । ବାସ୍ତବ ଜୀବନ ଟି ସବୁବେଳେ କାମନା ଭିତରେ ଡୁବି ଥାଏ । ତା ଭିତରୁ ବାହାର ହେବା ଏକ ବଡ଼ ପରୀକ୍ଷା ଅଟେ । ଧୀରେ ଧୀରେ ମନକୁ ତାଙ୍କର ପାଖରେ ଲଗାଇବା ପାଇଁ କିଛି ସମୟ ଲାଗେ । ଥରେ ସେହିଠାରେ ସଂଯୋଗ ହେଲେ ଆଉ ବାହାର ଚିନ୍ତା ମନରୁ ଅପସରି ଯାଏ । ତାଙ୍କର ପଦଯୁଗଳ ,ଛବି ଓ ରୂପ ମନକୁ ପାଗଳ କରି ପକାଏ । ବାହ୍ୟ ଜଗତର ସମସ୍ତ ଜଡ ଓ ଶରୀର ଭିତରେ ଭଗବାନ କିମ୍ବା ଗୁରୁର ଛବି ଦୃଶ୍ୟ ହୁଏ । ଏହି ଅବସ୍ଥା ହିଁ  ଶରଣାଗତି କୁହାଯାଏ  । ଏପରି ଅବସ୍ଥାରେ ଭଗବାନଙ୍କ କରୁଣା ସବୁବେଳେ ସେହିପରି ନିଷ୍ଠା ଭକ୍ତଙ୍କ ଉପରେ ପଡେ ।                     ଶିରିଡି ର ସାଇ ମହାରାଜା ପାଖରେ ଏହିପରି କିଛି ଭକ୍ତମାନେ ଥିଲେ । ତାହା ଆମେମାନେ ତାଙ୍କର ଲୀଳା କୁ ନେଇ ରଚିତ ପୁସ୍ତକ ରେ ଦେଖିବା ପାଇଁ ମିଳେ । ବାବାଙ୍କ ନିକଟରେ କିଛି ଭକ୍ତ ରହୁଥ...