Skip to main content
ପରିବାର ଭିତରେ ସାମୁହିକ ' ସାଇ ସତଚରିତ ' ପାଠ କରିବା ।
ପରିବାରର ସମସ୍ତ ସଦସ୍ୟମାନଙ୍କୁ ନେଇ " ସାମୁହିକ ସତଚରିତ " ପଠନ ।
ସମଗ୍ର ବିଶ୍ୱରେ କରୋନା କୁ ନେଇ ସମସ୍ତେ ଭୟଭୀତ । ଜୀବନ ବଞ୍ଚିବା ପାଇଁ ଏକ ବିରାଟ ଅଭିଯାନ । ଭୟର ଛାଇ ଦିନକୁ ଦିନ ଚାରି ଦିଗକୁ ବ୍ୟାପି ଚାଲିଛି । କିଏ ରହିବ କିଏ ଛାଡି ଚାଲି ଯିବ ଏହି ସମୟରେ ... ତାହା ଇଶ୍ଵର ହିଁ ଜାଣନ୍ତି ।। ଏପର୍ଯ୍ୟନ୍ତ ରୋଗ କୁ ବିନାଶ ପାଇଁ କୌଣସି ଔଷଧ ବାହାରି ନାହିଁ ।କେବଳ ସମାଜିକ ଦୂରତା ସହିତ ଗୃହରେ ବାସ କରିବା ନିତାନ୍ତ ଜରୁରୀ । ଘରେ ବସି ସଦଗୁରୁ ପାଖରେ ନିବେଦନ କରିବା ପାଇଁ ଆସନ୍ତା କାଲି ଗୁରୁବାର ଠାରୁ ଏକ ମାନସିକ ପୂଜା ଆରମ୍ଭ ହେଉ । ଶିରିଡି ସାଇବାବାଙ୍କୁ ପାଇବା ପାଇଁ ଅତି ସରଳ ଉପାୟ -ସାଇ ସତଚରିତ ପାଠ କରିବା ।
ଏହା ପାଠ କରିବା ଆମମାନଙ୍କ ପରିବାରର ସମସ୍ତ ସଦସ୍ୟ ମାନେ ନିଜ ଘରେ ବାବାଙ୍କ ପାଖରେ ପାରାୟଣ କରିବା । ସମସ୍ତେ ଭୟରୁ ମୁକ୍ତି ପାଇବା ସହିତ ବିଶ୍ୱକୁ ରୋଗ ମୁକ୍ତ କରିବା ।
Comments
Post a Comment