Skip to main content

ସାଇ ବାଣୀ -: ମୁଁ ତୁମକୁ ଭୂଲିନି..କିନ୍ତୁ ତୁମେ ମତେ ଭୂଲି ଯାଉଛ ।


         ସାଇ ଲୀଳା -: ମୁଁ ତୁମକୁ ଭୂଲିନି କିନ୍ତୁ ତୁମେ ମତେ ଭୂଲି ଗଲଣି । 

        ବେଳେ ବେଳେ ଆମର ଏକ ଦ୍ଵନ୍ଦ ଆମକୁ ବିଚଳିତ କରି ପକାଏ । ଭଗବାନ କିମ୍ବା ଗୁରୁ କିଏ ବାସ୍ତବରେ ବଡ଼ ଏହାର ଉତ୍ତର ଠିକ ରୂପେ ମିଳି ପାରେ ନାହିଁ । କାରଣ ଚେତନାର ଅଭାବ ଯୋଗୁଁ ଏହି ଚିନ୍ତା ମନରେ ଉଠେ । ଗୁରୁ ଯୁଗେ ଯୁଗେ ବଡ ଅଟନ୍ତି । ଦେବତା ଯଦି କ୍ରୋଧିତ ହୋଇ ଯିବେ ଆମେ ସେଥିରୁ ବଞ୍ଚିବା ବହୁତ ମୁସକିଲ ଅଟେ ।କିନ୍ତୁ ଗୁରୁ ଆଶ୍ରିତ ହୋଇ ଥିବା ଭକ୍ତଙ୍କ କିଛି ଅସୁବିଧା ହୁଏ ନାହିଁ । ଯଦି ଗୁରୁ ଅଭିଶାପ ଦେବେ ଇଶ୍ଵର ମୁକୁଳେଇ ପାରିବେ ନାହିଁ । ଗୁରୁ ଶକ୍ତିର ମାପ କରିବା କାହା ପକ୍ଷରେ ସମ୍ଭବ ନୁହେଁ । ଏହି ଜଗତର ଯେତେ ସଦଗୁରୁ ଅଛନ୍ତି ତାଙ୍କର ଶକ୍ତି ମାପିବା ଅସମ୍ଭବ ଅଟେ । ଗୁରୁଙ୍କ ପାଖରୁ କାକୁତି ମୀନତି ହୋଇ ମନସ୍କାମନା ପୂରଣ ପରେ ଭୂଲି ଯିବା ବଡ଼ ଭୂଲ ଅଟେ । ଆମେ ପାଇଲା ପରେ ଭୂଲି ଯିବା ଠିକ ନୁହେଁ । ଗୁରୁ କିନ୍ତୁ ଆମକୁ ଯୋଜନ ଯୋଜନ ଦୂରରେ ଥାଇ ସେ ଦେଖୁ ଥାଆନ୍ତି । 

    

         କ୍ୟାପ୍ଟନ ହାଟେ ବାବାଙ୍କର ଜଣେ ଜଣାଶୁଣା ଭକ୍ତ ଅଟନ୍ତି । ସାଇ ତାଙ୍କୁ ବହୁତ ଭଲ ପାଆନ୍ତି । ଦିନେ ରାତିରେ ସେ ଏକ ସପ୍ନ ଦେଖିଲେ ବାବା ତାଙ୍କୁ କହୁଛନ୍ତି ' ତୁମେ କଣ ମତେ ଭୂଲି ଗଲଣି କି ?' ସପ୍ନ ରେ ହାଟେ ବାବାଙ୍କୁ କହିଲେ ସନ୍ତାନ କେବେ ତାର ମାଆଙ୍କୁ ଭୁଲି ଯାଇ ପାରେ ନାହିଁ । ସନ୍ତାନ ପ୍ରତି ଆସୁଥିବା ବିପଦ ମାଆ ହିଁ ଦୂର କରି ପାରେ ।  ସେହି ସପ୍ନରେ ସେ ଦେଖିଲେ ତାଙ୍କର ବାଡ଼ିରୁ ସଜ ଲାଉ ତରକାରୀ ସହ ଦକ୍ଷିଣା ଦେଉଛନ୍ତି । ନିଦ ଭାଙ୍ଗିଗଲା  । ତାପରେ ସେ ଚିନ୍ତା କଲେ କିପରି ବାବାଙ୍କୁ ଲାଉ ତରକାରୀ ଓ ଦକ୍ଷିଣା ଦେବେ । ଶିରିଡିରେ ବାସ କରୁଥିବା ତାଙ୍କର ବନ୍ଧୁ ପାଖକୁ ୧୨/-ଟଙ୍କା ମନି ଅର୍ଡର କରିଲେ ଏବଂ ସେ କହିଲେ ବାବାଙ୍କ ପାଇଁ ଲାଉ କିଣି ତରକାରୀ ପାଇଁ ଦୁଇ ଟଙ୍କା ଆଉ ଦଶ ଟଙ୍କା ବାବାଙ୍କୁ ଦକ୍ଷିଣା ଦେବେ । ତାଙ୍କର ବନ୍ଧୁ ଶିରିଡି ବଜାରରେ ଲାଉ ଖୋଜି ପାଇଲେ ନାହିଁ । ଏହି ସମୟରେ ତାଙ୍କର ଦୃଷ୍ଟି ଗୋଟିଏ ମହିଳା ଉପରେ ପଡ଼ିଲା ସେ ଦେଖିଲେ ମହିଳା ଟି ଲାଉ ନେଇ ଯାଉ ଅଛି । ତାଙ୍କ ପାଖରୁ ଲାଉ ଆଣି ତରକାରୀ କରି ବାବାଙ୍କ ପାଖକୁ ଗଲେ । ଦଶ ଟଙ୍କା ମଧ୍ୟ ସାଥିରେ ନେଇ ବାବାଙ୍କ ଆଗରେ ରଖିଲେ । ବାବା ବହୁତ ଖୁସି ମନରେ ଟଙ୍କା ନେଲେ ଏବଂ ଲାଉ ତରକାରୀ ଖାଇ ଥିଲେ । ଯଦିଓ ଅନେକ ତରକାରୀ ସେଦିନ ଦରବାର କୁ ଆସି ଥିଲା ସେ ଅନ୍ୟ ତରକାରୀ ଛୁଇଁ ନଥିଲେ ।




Comments

Popular posts from this blog

ସାଇ ବାଣୀ -: ତୁମ କଷ୍ଟର ଅନ୍ତ ଘଟିବ , ମୁଁ ତୁମ୍ଭର କଷ୍ଟ ନେବା ପାଇଁ ପ୍ରସ୍ତୁତ ।

           ସାଇ ଲୀଳା - ସବୁ କଷ୍ଟର ଅନ୍ତ ଘଟିବ ,ମୁଁ ତୁମ୍ଭର କଷ୍ଟ ନେବା ପାଇଁ ପ୍ରସ୍ତୁତ ।         ସାଇ ବାବା ତାଙ୍କର ଭକ୍ତ ମାନଙ୍କର ଅର୍ଥ ,ରୋଗ କିମ୍ବା ମାନସିକ ସ୍ତରର ସମସ୍ତ କଷ୍ଟକୁ ନିଜେ ନେଇ ଭକ୍ତଙ୍କ ମୁହଁରେ ଖୁସି ଦେଖୁଥିଲେ । ସେହି ପାଇଁ ବହୁତ ଭକ୍ତ ତାଙ୍କର ଆଶୀର୍ବାଦ ପାଇଁ ବହୁତ ଦିନ ଶିରିଡି ରେ ପଡ଼ି ରହୁଥିଲେ । ସମ୍ପୁର୍ଣ୍ଣ ସମର୍ପଣ ଭାବକୁ ବାବା ସବୁବେଳେ ଆମମାନଙ୍କ ପାଖରୁ ଆଶା କରୁଥିଲେ । ଯାହାର ଭାବ ଅତି ଉନ୍ନତ ଥିଲା ସେ ହିଁ ବେଶୀ କୃପା ପାଇ ପାରୁଥିଲା । ଆଜି ଅନେକ ଭକ୍ତ ତାଙ୍କର ଜୀବନକୁ ନେଇ ରଚିତ ପୁସ୍ତକ ସାଇ ସତଚରିତ ପଢ଼ି ତାଙ୍କର କୃପା ପାଇ ପାରୁ ଅଛନ୍ତି । ନିତ୍ୟ ପଠନ ଫଳରେ ସାଇ ବାବା ତାଙ୍କର ଅତି ନିଜର ହୋଇ ପାରି ଅଛନ୍ତି । ନିତ୍ୟ ପଠନ କରୁଥିବା ଚରିତ୍ର ମାନଙ୍କର ସାଇ ସବୁବେଳେ  ସୁମାର୍ଗ ଦେଖାଉ ଅଛନ୍ତି ।              ବାବା ସବୁବେଳେ ଭକ୍ତଙ୍କ ପାଇଁ  ଅନେକ କଷ୍ଟ ନିଜେ ସହ୍ୟ କରୁଥିଲେ । ପୁନେର ଶ୍ରୀମତି ତାରାବାଇ ସଦାଶିବ ତାରଖଡ଼ ଚକ୍ଷୁ ରୋଗରେ ପୀଡିତ ଥିଲେ । ବହୁତ ଡାକ୍ତର ଦେଖାଇଲେ ହେଲେ ରୋଗ ଆଦୌ ଭଲ ହେଲା ନାହିଁ । ଶୁଣିବାକୁ ପାଇଲେ ଯେ , ଶିରିଡି ରେ ସାଇବାବାଙ୍କ ପାଖକୁ ଅନେକ ରୋଗୀ ଭଲ ହୋଇ ଆସୁ ଅଛନ୍ତି । ସେ ଶିରିଡିକୁ ଆସିଲେ ଏବଂ...

ସଦଗୁରୁ ଦେଇଥିବା ବସ୍ତୁକୁ ନମ୍ରତା ର ସହ ଗ୍ରହଣ କରିବା ଉଚିତ ।

           ସାଇ ଲୀଳା            ସାଇ ମହାରାଜା ଶିରିଡି ରେ ଅବସ୍ଥାନ ସମୟରେ ବହୁତ ଲୋକମାନେ ସାହାଯ୍ୟ ପାଇଁ ସାଇଙ୍କ ପାଖକୁ ଆସୁଥିଲେ । ସେ କାହାରିକୁ ଫେରାଇ ଦେଇ ନାହାନ୍ତି । ଥରେ ଜଣେ ନିର୍ଦ୍ଧନ ବ୍ରାହ୍ମଣ ସାଇଙ୍କ ପାଖରେ ପହଞ୍ଚି ସାହାଯ୍ୟ ପାଇଁ ପ୍ରାର୍ଥନା କଲେ । ବାବା କିଛି ସମୟ ତାକୁ ଅନାଇ ମସଜିଦ ରେ ଗୋଟିଏ କୋଣରେ ଥିବା ପୁଡିଆ ଟି ଆଣି ବ୍ରାହ୍ମଣ ହାତରେ ଦେଲେ । ସେହି ପୁଡିଆ ରେ କିଛି ମାଛ ମାଂସ ଥିଲା । ବାବା ତା ହାତରେ ଦେଲାବେଳେ କହିଲେ ଏହି ପୁଡିଆ ନେଇ ଘରେ ଖୋଲିବ; ଆଉ କେଉଁଠି ନୁହେଁ । ପୁଡିଆ ଟି ବ୍ରାହ୍ମଣ ଲୋକ ଟି ପାଇସାରିବା ପରେ ବାବାଙ୍କ ଉପରେ ମନେ ମନେ ରାଗିଗଲା । ଗାଁ ସୀମା ରେ ଥିବା ନାଳ ପାଖରେ ପୁଡିଆ କୁ ନେଇ ଖୋଲି ଦେଖିଲା ସେଥିରେ ମାଂସ ଅଛି । ମାଂସକୁ ଫୋପାଡ଼ି ଦେଇ ପୁଟୁଳା କପଡା କୁ ଧୋଇ ଘରକୁ ଫେରିଲା । ଘରେ ପହଞ୍ଚି କଫଡାକୁ ଶୁଖାଇବା ପାଇଁ ଟାଙ୍ଗି ଦେଲାବେଳକୁ  ତା ମଧ୍ୟ ରୁ ଗୋଟିଏ ସ୍ୱର୍ଣ୍ଣ ଟୁକଡା ତଳେ ପଡି ଗଲା । ତାହା ଦେଖିବା ପରେ ସେ ବହୁତ ଦୁଃଖ କଲା । ଏତେ ବଡ଼ ସନ୍ଥ ପାଖକୁ ଯାଇଥିଲି , ସେ ମଧ୍ୟ ମୋର ଗୁହାରି ଶୁଣି ଠିକ ଦାନ କରିଥିଲେ  । ଅଥଚ ମୋର କ୍ରୋଧ ପାଇଁ ଯାହା ମାଂସ ପରିକା ଦେଖା ଯାଉ ଥିଲା ତାହା ବାସ୍ତବରେ ମାଂସ ନଥିଲା । ପଶ୍ଚାତାପ କରି ଉଦାସ ମନରେ ରହିଲା । ସନ୍ଥମାନଙ...

ସାଇ ବାଣୀ -: ମନ ତୁ ଗୁରୁ ଚରଣେ ଲାଗ ।

ସାଇ ଲୀଳା  ଭଗବାନ କିମ୍ବା ଗୁରୁ ପାଖରେ ମନ ଲାଗିଲେ ଭକ୍ତ ସନ୍ତୁଷ୍ଟ ହୋଇ ଯାଏ । ମନ ଯେତେ ଅଧିକ ଲାଗିବ ସେତେ ସନ୍ତୋଷ ମିଳିବ । ଭକ୍ତ ସେତେବେଳେ ଭାବେ ମୋର ମନ ଭଗବାନଙ୍କ ଚିନ୍ତାରେ ଲାଗୁଛି । ସେ ସମୟରେ ସେ ଏକ ସୁନ୍ଦର ଅନୁଭବ ମଧ୍ୟ ପାଏ । ଏହିପରି କରିବା ଫଳରେ ସେ ପରମ ଶାନ୍ତି ପାଏ । କାରଣ ତାର ଆଶ୍ରୟ ହେଉଛନ୍ତି  କେବଳ ଭଗବାନ କିମ୍ବା ଗୁରୁ ଅଟନ୍ତି । ମନକୁ ଲଗାଇବା ତାଙ୍କର ନିକଟରେ ବହୁତ କଷ୍ଟ ଅଟେ । ବାସ୍ତବ ଜୀବନ ଟି ସବୁବେଳେ କାମନା ଭିତରେ ଡୁବି ଥାଏ । ତା ଭିତରୁ ବାହାର ହେବା ଏକ ବଡ଼ ପରୀକ୍ଷା ଅଟେ । ଧୀରେ ଧୀରେ ମନକୁ ତାଙ୍କର ପାଖରେ ଲଗାଇବା ପାଇଁ କିଛି ସମୟ ଲାଗେ । ଥରେ ସେହିଠାରେ ସଂଯୋଗ ହେଲେ ଆଉ ବାହାର ଚିନ୍ତା ମନରୁ ଅପସରି ଯାଏ । ତାଙ୍କର ପଦଯୁଗଳ ,ଛବି ଓ ରୂପ ମନକୁ ପାଗଳ କରି ପକାଏ । ବାହ୍ୟ ଜଗତର ସମସ୍ତ ଜଡ ଓ ଶରୀର ଭିତରେ ଭଗବାନ କିମ୍ବା ଗୁରୁର ଛବି ଦୃଶ୍ୟ ହୁଏ । ଏହି ଅବସ୍ଥା ହିଁ  ଶରଣାଗତି କୁହାଯାଏ  । ଏପରି ଅବସ୍ଥାରେ ଭଗବାନଙ୍କ କରୁଣା ସବୁବେଳେ ସେହିପରି ନିଷ୍ଠା ଭକ୍ତଙ୍କ ଉପରେ ପଡେ ।                     ଶିରିଡି ର ସାଇ ମହାରାଜା ପାଖରେ ଏହିପରି କିଛି ଭକ୍ତମାନେ ଥିଲେ । ତାହା ଆମେମାନେ ତାଙ୍କର ଲୀଳା କୁ ନେଇ ରଚିତ ପୁସ୍ତକ ରେ ଦେଖିବା ପାଇଁ ମିଳେ । ବାବାଙ୍କ ନିକଟରେ କିଛି ଭକ୍ତ ରହୁଥ...