Skip to main content

ସାଇ ଲୀଳା -: ସମସ୍ତ ଜିନିଷ ଗୁରୁଙ୍କୁ ଦେଖାଇ ବ୍ୟବହାର କର ।


ସାଇ ଲୀଳା -: ସମସ୍ତ ଜିନିଷ ଗୁରୁ ପାଖରେ ରଖି ବ୍ୟବହାର କର ।

    ହୃଦୟ ଏପରି ଏକ ସ୍ଥାନ ଯେଉଁଠି ଭଗବାନ କିମ୍ବା ଗୁରୁ ହିଁ ବସି ପାରିବେ । ହୃଦୟ ଭିତରେ ଯେଉଁ ସିମୀତ ସ୍ଥାନ ଅଛି ସେଠି ବସାଇବା ପାଇଁ ନିବେଦନ କରି ବସାଇବା ଉଚିତ । ଏଥିପାଇଁ ଅନେକ ସମୟ ଲାଗିଯାଇ ପାରେ । ଧୌର୍ଯ୍ୟହରା ନହୋଇ ନିରନ୍ତର ଗୁରୁ ସେବାରେ ମନ ନିଯୁକ୍ତି ହୋଇବା ଉଚିତ । ସ୍ୱାର୍ଥ ରହିତ ସେବା ଠାରୁ ନିସ୍ୱାର୍ଥ ସେବା ର ଫଳ ବହୁତ ବେଶୀ । ଶତାଧିକ ସେବକ ମଧ୍ୟରେ ହାତ ଗଣତି କିଛି ସେବକ ହୃଦୟରେ ଭଗବାନ କିମ୍ବା ଗୁରୁଙ୍କୁ ସ୍ଥାନ ଦିଅନ୍ତି । ତନ୍ମଧ୍ୟରୁ ଏକନିଷ୍ଟ ଭକ୍ତଙ୍କ ଭକ୍ତିର ଭାବ ଅନ୍ୟ ଠାରୁ ବେଶୀ । ହୃଦୟରେ ଗୁରୁ କିମ୍ବା ଇଶ୍ଵର ବିରାଜମାନ କଲେ ଭକ୍ତର କଲ୍ୟାଣର ଭଣ୍ଡାର ସିଏ ହିଁ ଖୋଲି ଦିଅନ୍ତି । ଭକ୍ତ ଜଗତର ହୀତ ପାଇଁ କଲ୍ୟାଣ ଭଣ୍ଡାର ରୁ ଦେଇ ଚାଲେ । ଭକ୍ତ କୁ ଏହି ଅସରନ୍ତି ଭଣ୍ଡାର ର ମାଲିକ ଗୁରୁ ଅଟନ୍ତି । ପାପ ଧୀରେ ଧୀରେ ଲୋପ ପାଇ ଚାଲେ । ଗୁରୁ ହୃଦୟରେ ବସିବା ପାଇଁ ଭକ୍ତ ପାଖରେ ସବୁଠାରୁ ବଡ ସମର୍ପଣ ଭାବର ଆବଶ୍ୟକତା ଅଛି । ଯିଏ ସମର୍ପଣ ଠିକସେ କରି ପାରେ ସିଏ କୃପାର ଅଧିକାରୀ ହୁଏ । ସମର୍ପଣର ଭାବ ଆସିବା ପାଇଁ ଭକ୍ତ ତାର ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ଯ ଗୁରୁଙ୍କର ଠାରେ ସମର୍ପଣ କରି ବ୍ୟବହାର କରେ । ଖାଦ୍ୟ ,ବସ୍ତ୍ର ,ଫୁଲ ,ଫଳ ,ଏପରି ଯେଉଁ ଶଯ୍ୟା ରେ ସେ ଶୟନ କରେ ତାହା ବି ଗୁରୁ ନିକଟରେ ସମର୍ପଣ କରେ । ସମର୍ପଣ ଏପରି ଏକ ଭାବ ତାର ଉପଯୁକ୍ତ ଉପଯୋଗ କରିବା ହିଁ ହୃଦୟରୁ ଏହି ଭାବ ଆସିବା ଉଚିତ । 

   
 

                ହାଟେ ନାମକ ଜଣେ ଭକ୍ତ ବାବାଙ୍କ ଥିଲେ । ବାବା ତାଙ୍କୁ ଯେମିତି ଭଲ ପାଉଥିଲେ ସେ ମଧ୍ୟ ବାବାଙ୍କୁ ସେମିତି ଭଲ ପାଉଥିଲେ । ତାଙ୍କର ବନ୍ଧୁ ମାନେ ଶିରିଡିକୁ ଆସିବା ବେଳେ ହାଟେ ସେମାନଙ୍କ ହାତରେ ଗୋଟିଏ ମୁଦ୍ରା ପଠାଇ ଥିଲେ । ସେ ଚାହୁଥିଲେ ବାବା ସେହି ମୁଦ୍ରାକୁ ଛୁଇଁ ସେମାନଙ୍କ ହାତରେ ପଠାଇ ଦେଲେ ସେ ତାକୁ ନେଇ ଯତ୍ନରେ ରଖିବେ । ବାବାଙ୍କ ନିକଟରେ ମୁଦ୍ରା ପହଞ୍ଚିଲା ପରେ ବାବା ମୁଦ୍ରାକୁ ଏପଟ ସେପଟ କରି ଦେଖିଲେ ।କିଛି ସମୟ ପରେ ମୁଦ୍ରା ସହିତ ଓଦି ବାବା ତାଙ୍କର ବନ୍ଧୁ ମାନଙ୍କୁ ଦେଇ କହିଲେ ହାଟେ କୁ ଏହା ଦେବ । ସେ ଦେଲାବେଳେ କହିଲେ ସୁଖ ଶାନ୍ତିରେ ସେ ରହୁ ଏବଂ ଭଗବାନଙ୍କୁ ସ୍ମରଣ କରୁ । ତାଙ୍କର ବନ୍ଧୁ ମାନଙ୍କ ଠାରୁ ହାଟେ ମୁଦ୍ରା ଓ ଉଦି ପାଇ ଖୁସିରେ ବିଭୋର ହୋଇ ଗଲେ । ସେ ବୁଝି ପାରିଲେ ବାବା ହେଉଛନ୍ତି  ସର୍ବଅନ୍ତରଜାମି । 


Comments

Popular posts from this blog

ସାଇ ବାଣୀ -: ତୁମ କଷ୍ଟର ଅନ୍ତ ଘଟିବ , ମୁଁ ତୁମ୍ଭର କଷ୍ଟ ନେବା ପାଇଁ ପ୍ରସ୍ତୁତ ।

           ସାଇ ଲୀଳା - ସବୁ କଷ୍ଟର ଅନ୍ତ ଘଟିବ ,ମୁଁ ତୁମ୍ଭର କଷ୍ଟ ନେବା ପାଇଁ ପ୍ରସ୍ତୁତ ।         ସାଇ ବାବା ତାଙ୍କର ଭକ୍ତ ମାନଙ୍କର ଅର୍ଥ ,ରୋଗ କିମ୍ବା ମାନସିକ ସ୍ତରର ସମସ୍ତ କଷ୍ଟକୁ ନିଜେ ନେଇ ଭକ୍ତଙ୍କ ମୁହଁରେ ଖୁସି ଦେଖୁଥିଲେ । ସେହି ପାଇଁ ବହୁତ ଭକ୍ତ ତାଙ୍କର ଆଶୀର୍ବାଦ ପାଇଁ ବହୁତ ଦିନ ଶିରିଡି ରେ ପଡ଼ି ରହୁଥିଲେ । ସମ୍ପୁର୍ଣ୍ଣ ସମର୍ପଣ ଭାବକୁ ବାବା ସବୁବେଳେ ଆମମାନଙ୍କ ପାଖରୁ ଆଶା କରୁଥିଲେ । ଯାହାର ଭାବ ଅତି ଉନ୍ନତ ଥିଲା ସେ ହିଁ ବେଶୀ କୃପା ପାଇ ପାରୁଥିଲା । ଆଜି ଅନେକ ଭକ୍ତ ତାଙ୍କର ଜୀବନକୁ ନେଇ ରଚିତ ପୁସ୍ତକ ସାଇ ସତଚରିତ ପଢ଼ି ତାଙ୍କର କୃପା ପାଇ ପାରୁ ଅଛନ୍ତି । ନିତ୍ୟ ପଠନ ଫଳରେ ସାଇ ବାବା ତାଙ୍କର ଅତି ନିଜର ହୋଇ ପାରି ଅଛନ୍ତି । ନିତ୍ୟ ପଠନ କରୁଥିବା ଚରିତ୍ର ମାନଙ୍କର ସାଇ ସବୁବେଳେ  ସୁମାର୍ଗ ଦେଖାଉ ଅଛନ୍ତି ।              ବାବା ସବୁବେଳେ ଭକ୍ତଙ୍କ ପାଇଁ  ଅନେକ କଷ୍ଟ ନିଜେ ସହ୍ୟ କରୁଥିଲେ । ପୁନେର ଶ୍ରୀମତି ତାରାବାଇ ସଦାଶିବ ତାରଖଡ଼ ଚକ୍ଷୁ ରୋଗରେ ପୀଡିତ ଥିଲେ । ବହୁତ ଡାକ୍ତର ଦେଖାଇଲେ ହେଲେ ରୋଗ ଆଦୌ ଭଲ ହେଲା ନାହିଁ । ଶୁଣିବାକୁ ପାଇଲେ ଯେ , ଶିରିଡି ରେ ସାଇବାବାଙ୍କ ପାଖକୁ ଅନେକ ରୋଗୀ ଭଲ ହୋଇ ଆସୁ ଅଛନ୍ତି । ସେ ଶିରିଡିକୁ ଆସିଲେ ଏବଂ...

ସଦଗୁରୁ ଦେଇଥିବା ବସ୍ତୁକୁ ନମ୍ରତା ର ସହ ଗ୍ରହଣ କରିବା ଉଚିତ ।

           ସାଇ ଲୀଳା            ସାଇ ମହାରାଜା ଶିରିଡି ରେ ଅବସ୍ଥାନ ସମୟରେ ବହୁତ ଲୋକମାନେ ସାହାଯ୍ୟ ପାଇଁ ସାଇଙ୍କ ପାଖକୁ ଆସୁଥିଲେ । ସେ କାହାରିକୁ ଫେରାଇ ଦେଇ ନାହାନ୍ତି । ଥରେ ଜଣେ ନିର୍ଦ୍ଧନ ବ୍ରାହ୍ମଣ ସାଇଙ୍କ ପାଖରେ ପହଞ୍ଚି ସାହାଯ୍ୟ ପାଇଁ ପ୍ରାର୍ଥନା କଲେ । ବାବା କିଛି ସମୟ ତାକୁ ଅନାଇ ମସଜିଦ ରେ ଗୋଟିଏ କୋଣରେ ଥିବା ପୁଡିଆ ଟି ଆଣି ବ୍ରାହ୍ମଣ ହାତରେ ଦେଲେ । ସେହି ପୁଡିଆ ରେ କିଛି ମାଛ ମାଂସ ଥିଲା । ବାବା ତା ହାତରେ ଦେଲାବେଳେ କହିଲେ ଏହି ପୁଡିଆ ନେଇ ଘରେ ଖୋଲିବ; ଆଉ କେଉଁଠି ନୁହେଁ । ପୁଡିଆ ଟି ବ୍ରାହ୍ମଣ ଲୋକ ଟି ପାଇସାରିବା ପରେ ବାବାଙ୍କ ଉପରେ ମନେ ମନେ ରାଗିଗଲା । ଗାଁ ସୀମା ରେ ଥିବା ନାଳ ପାଖରେ ପୁଡିଆ କୁ ନେଇ ଖୋଲି ଦେଖିଲା ସେଥିରେ ମାଂସ ଅଛି । ମାଂସକୁ ଫୋପାଡ଼ି ଦେଇ ପୁଟୁଳା କପଡା କୁ ଧୋଇ ଘରକୁ ଫେରିଲା । ଘରେ ପହଞ୍ଚି କଫଡାକୁ ଶୁଖାଇବା ପାଇଁ ଟାଙ୍ଗି ଦେଲାବେଳକୁ  ତା ମଧ୍ୟ ରୁ ଗୋଟିଏ ସ୍ୱର୍ଣ୍ଣ ଟୁକଡା ତଳେ ପଡି ଗଲା । ତାହା ଦେଖିବା ପରେ ସେ ବହୁତ ଦୁଃଖ କଲା । ଏତେ ବଡ଼ ସନ୍ଥ ପାଖକୁ ଯାଇଥିଲି , ସେ ମଧ୍ୟ ମୋର ଗୁହାରି ଶୁଣି ଠିକ ଦାନ କରିଥିଲେ  । ଅଥଚ ମୋର କ୍ରୋଧ ପାଇଁ ଯାହା ମାଂସ ପରିକା ଦେଖା ଯାଉ ଥିଲା ତାହା ବାସ୍ତବରେ ମାଂସ ନଥିଲା । ପଶ୍ଚାତାପ କରି ଉଦାସ ମନରେ ରହିଲା । ସନ୍ଥମାନଙ...

ସାଇ ବାଣୀ -: ମନ ତୁ ଗୁରୁ ଚରଣେ ଲାଗ ।

ସାଇ ଲୀଳା  ଭଗବାନ କିମ୍ବା ଗୁରୁ ପାଖରେ ମନ ଲାଗିଲେ ଭକ୍ତ ସନ୍ତୁଷ୍ଟ ହୋଇ ଯାଏ । ମନ ଯେତେ ଅଧିକ ଲାଗିବ ସେତେ ସନ୍ତୋଷ ମିଳିବ । ଭକ୍ତ ସେତେବେଳେ ଭାବେ ମୋର ମନ ଭଗବାନଙ୍କ ଚିନ୍ତାରେ ଲାଗୁଛି । ସେ ସମୟରେ ସେ ଏକ ସୁନ୍ଦର ଅନୁଭବ ମଧ୍ୟ ପାଏ । ଏହିପରି କରିବା ଫଳରେ ସେ ପରମ ଶାନ୍ତି ପାଏ । କାରଣ ତାର ଆଶ୍ରୟ ହେଉଛନ୍ତି  କେବଳ ଭଗବାନ କିମ୍ବା ଗୁରୁ ଅଟନ୍ତି । ମନକୁ ଲଗାଇବା ତାଙ୍କର ନିକଟରେ ବହୁତ କଷ୍ଟ ଅଟେ । ବାସ୍ତବ ଜୀବନ ଟି ସବୁବେଳେ କାମନା ଭିତରେ ଡୁବି ଥାଏ । ତା ଭିତରୁ ବାହାର ହେବା ଏକ ବଡ଼ ପରୀକ୍ଷା ଅଟେ । ଧୀରେ ଧୀରେ ମନକୁ ତାଙ୍କର ପାଖରେ ଲଗାଇବା ପାଇଁ କିଛି ସମୟ ଲାଗେ । ଥରେ ସେହିଠାରେ ସଂଯୋଗ ହେଲେ ଆଉ ବାହାର ଚିନ୍ତା ମନରୁ ଅପସରି ଯାଏ । ତାଙ୍କର ପଦଯୁଗଳ ,ଛବି ଓ ରୂପ ମନକୁ ପାଗଳ କରି ପକାଏ । ବାହ୍ୟ ଜଗତର ସମସ୍ତ ଜଡ ଓ ଶରୀର ଭିତରେ ଭଗବାନ କିମ୍ବା ଗୁରୁର ଛବି ଦୃଶ୍ୟ ହୁଏ । ଏହି ଅବସ୍ଥା ହିଁ  ଶରଣାଗତି କୁହାଯାଏ  । ଏପରି ଅବସ୍ଥାରେ ଭଗବାନଙ୍କ କରୁଣା ସବୁବେଳେ ସେହିପରି ନିଷ୍ଠା ଭକ୍ତଙ୍କ ଉପରେ ପଡେ ।                     ଶିରିଡି ର ସାଇ ମହାରାଜା ପାଖରେ ଏହିପରି କିଛି ଭକ୍ତମାନେ ଥିଲେ । ତାହା ଆମେମାନେ ତାଙ୍କର ଲୀଳା କୁ ନେଇ ରଚିତ ପୁସ୍ତକ ରେ ଦେଖିବା ପାଇଁ ମିଳେ । ବାବାଙ୍କ ନିକଟରେ କିଛି ଭକ୍ତ ରହୁଥ...