Skip to main content

ସାଇ ବାଣୀ -: ଏକାଗ୍ରଚିତ୍ତ ହୋଇ ଗୁରୁ ଆରଧନା କର ।


    ସାଇ ଲୀଳା -: ଏକାଗ୍ରଚିତ୍ତରେ ଗୁରୁ ଆରଧନା କର ।

           ଭଗବାନ ମଣିଷକୁ ଏତେ ଅଧିକାର ଓ ବିଚିତ୍ର ବିବେକ  ଦେଇ ଅଛନ୍ତି ଯେ , ଯାହା ଦ୍ୱାରା ସେ ସମସ୍ତ ପ୍ରାଣୀଜଗତର ସେବା କରି ପାରିବ , ନିଜ ପରିବାର ନିମନ୍ତେ ଓ ଜଗତର କଲ୍ୟାଣ କରିପାରିବ ,ସମସ୍ତଙ୍କୁ ଶାନ୍ତି ପ୍ରଦାନ କରି ପାରିବ , ସମସ୍ତ ପାଖରେ ସେ ପୂଜନୀୟ ହୋଇ ପାରିବ ଓ ଭଗବାନଙ୍କୁ ମଧ୍ୟ ନିଜର ଦାସ କରି ଦେଇ ପାରିବ । କିନ୍ତୁ ଆମେମାନେ ତାହା କରିପାରୁନୁ । କାରଣ କାମନାର ବଶିଭୂତ ହୋଇ ନିଜେ ଜନ୍ମ ମୃତ୍ୟୁ ଚକ୍ର ରେ ପଡ଼ି ବିଭିନ୍ନ ନରକଗାମୀ ହେଉ । ଏହି ଶରୀର ପାଇଁ ଇଶ୍ଵର ତତ୍ତ୍ୱ ର ଆବଶ୍ୟକତା ଅଛି ।। ଇଶ୍ଵରକୁ ଜାଣିବା ପାଇଁ ଗୁରୁ ଉପଦେଶ ମାନିବା ଦରକାର । ମିଛ ,କପଟ ,ଅନ୍ୟାୟ ,ପ୍ରତାରଣା ଇତ୍ୟାଦି ରେ ମାତିବା ଅର୍ଥ ନୀଚଗାମୀ ହେବା । ଇଶ୍ଵର ବିଶ୍ୱାସ ରେ ଧୌର୍ଯ୍ୟ ହିଁ ମାପକାଠି । ତାହା ଯଦି ହରାଉ ତାହେଲେ ବିଭିନ୍ନ ଅସୁବିଧା ଆମ ପାଖକୁ ମାଡ଼ି ଆସେ ।  ନିଜେ ନିଜକୁ ଅସୁରକ୍ଷିତ ଜାଲରେ ଫସାଇ ଦେଉ । ଗୁରୁ ଆରଧନାରେ ମନ ଲାଗେ ନାହିଁ । କୌଣସି ମୁହୂର୍ତ୍ତରେ ଆମେମାନେ ଧୌର୍ଯ୍ୟହରା ନହୋଇ ଗୁରୁ ଆରଧନା କରି ଆସୁଥିବା କଷ୍ଟକର ସମୟ କୁ ସାହସ ର ସହିତ ସାମ୍ନା କରିବା  ପାଇଁ ସଜାଗ ରହିବା । 



          ଶିରିଡିକୁ ବହୁତ ଲୋକମାନେ ସାଇ ମାଲିକଙ୍କର କୃପା ପାଇବା ସହ ବିଭିନ୍ନ ସମସ୍ୟାରୁ ମୁକ୍ତି ପାଇଁ ଆସୁଥିଲେ । ପନ୍ଥ ନାମକ ଜଣେ ଲୋକ ତାଙ୍କର ବନ୍ଧୁ ମାନଙ୍କ ପାଖରୁ ସାଇ ବାବାଙ୍କର କଥା ଶୁଣି ସେହି ବନ୍ଧୁ ମାନଙ୍କ ସହିତ ଶିରିଡିକୁ ଆସି ପହଞ୍ଚିଲେ । କିନ୍ତୁ ସେ ଜଣେ ଅନ୍ୟ ଗୁରୁଙ୍କର  ଠାରୁ ଦୀକ୍ଷା ନେଇ ଥିଲେ । ବନ୍ଧୁ ମାନଙ୍କ ସହିତ ବାବାଙ୍କ ଦର୍ଶନ ପାଇଁ ଗଲାବେଳେ ସେ ଚେତା ହରାଇ ବସିଲେ । କିଛି ସମୟ ପରେ ବାବାଙ୍କ ସମ୍ମୁଖରେ ତାଙ୍କର ଚେତା ଫେରିଲା । ବାବା ତାଙ୍କୁ ସ୍ନେହରେ କହିଲେ ନିଜର ଗୁରୁଙ୍କୁ ଛାଡି ଅନ୍ୟ କାହାରିକୁ ଆଶ୍ରା କରନା । ଅନ୍ୟର କଥାକୁ ଦୃଷ୍ଟି ନଦେଇ ଏକାଗ୍ର  ଚିତ୍ତରେ ଗୁରୁ ଆରଧନା କର । ସେହି ଦିନ ବାବା ବୁଝି ପାରିଥିଲେ ନିଜ ଗୁରୁ ଓ ସାଇ ବାବା ପ୍ରତି ଥିବା ପନ୍ଥଙ୍କ ମନରେ ଉଠିଥିବା ଦ୍ଵନ୍ଦ କୁ ।ବାବାଙ୍କ ପାଖରୁ ଆଶ୍ୱସନ ପାଇଁ  ତାଙ୍କର ଭଗବତ ବିଶ୍ୱାସ ବଢ଼ି ଗଲା । 





Comments

Popular posts from this blog

ସାଇ ବାଣୀ -: ତୁମ କଷ୍ଟର ଅନ୍ତ ଘଟିବ , ମୁଁ ତୁମ୍ଭର କଷ୍ଟ ନେବା ପାଇଁ ପ୍ରସ୍ତୁତ ।

           ସାଇ ଲୀଳା - ସବୁ କଷ୍ଟର ଅନ୍ତ ଘଟିବ ,ମୁଁ ତୁମ୍ଭର କଷ୍ଟ ନେବା ପାଇଁ ପ୍ରସ୍ତୁତ ।         ସାଇ ବାବା ତାଙ୍କର ଭକ୍ତ ମାନଙ୍କର ଅର୍ଥ ,ରୋଗ କିମ୍ବା ମାନସିକ ସ୍ତରର ସମସ୍ତ କଷ୍ଟକୁ ନିଜେ ନେଇ ଭକ୍ତଙ୍କ ମୁହଁରେ ଖୁସି ଦେଖୁଥିଲେ । ସେହି ପାଇଁ ବହୁତ ଭକ୍ତ ତାଙ୍କର ଆଶୀର୍ବାଦ ପାଇଁ ବହୁତ ଦିନ ଶିରିଡି ରେ ପଡ଼ି ରହୁଥିଲେ । ସମ୍ପୁର୍ଣ୍ଣ ସମର୍ପଣ ଭାବକୁ ବାବା ସବୁବେଳେ ଆମମାନଙ୍କ ପାଖରୁ ଆଶା କରୁଥିଲେ । ଯାହାର ଭାବ ଅତି ଉନ୍ନତ ଥିଲା ସେ ହିଁ ବେଶୀ କୃପା ପାଇ ପାରୁଥିଲା । ଆଜି ଅନେକ ଭକ୍ତ ତାଙ୍କର ଜୀବନକୁ ନେଇ ରଚିତ ପୁସ୍ତକ ସାଇ ସତଚରିତ ପଢ଼ି ତାଙ୍କର କୃପା ପାଇ ପାରୁ ଅଛନ୍ତି । ନିତ୍ୟ ପଠନ ଫଳରେ ସାଇ ବାବା ତାଙ୍କର ଅତି ନିଜର ହୋଇ ପାରି ଅଛନ୍ତି । ନିତ୍ୟ ପଠନ କରୁଥିବା ଚରିତ୍ର ମାନଙ୍କର ସାଇ ସବୁବେଳେ  ସୁମାର୍ଗ ଦେଖାଉ ଅଛନ୍ତି ।              ବାବା ସବୁବେଳେ ଭକ୍ତଙ୍କ ପାଇଁ  ଅନେକ କଷ୍ଟ ନିଜେ ସହ୍ୟ କରୁଥିଲେ । ପୁନେର ଶ୍ରୀମତି ତାରାବାଇ ସଦାଶିବ ତାରଖଡ଼ ଚକ୍ଷୁ ରୋଗରେ ପୀଡିତ ଥିଲେ । ବହୁତ ଡାକ୍ତର ଦେଖାଇଲେ ହେଲେ ରୋଗ ଆଦୌ ଭଲ ହେଲା ନାହିଁ । ଶୁଣିବାକୁ ପାଇଲେ ଯେ , ଶିରିଡି ରେ ସାଇବାବାଙ୍କ ପାଖକୁ ଅନେକ ରୋଗୀ ଭଲ ହୋଇ ଆସୁ ଅଛନ୍ତି । ସେ ଶିରିଡିକୁ ଆସିଲେ ଏବଂ...

ସଦଗୁରୁ ଦେଇଥିବା ବସ୍ତୁକୁ ନମ୍ରତା ର ସହ ଗ୍ରହଣ କରିବା ଉଚିତ ।

           ସାଇ ଲୀଳା            ସାଇ ମହାରାଜା ଶିରିଡି ରେ ଅବସ୍ଥାନ ସମୟରେ ବହୁତ ଲୋକମାନେ ସାହାଯ୍ୟ ପାଇଁ ସାଇଙ୍କ ପାଖକୁ ଆସୁଥିଲେ । ସେ କାହାରିକୁ ଫେରାଇ ଦେଇ ନାହାନ୍ତି । ଥରେ ଜଣେ ନିର୍ଦ୍ଧନ ବ୍ରାହ୍ମଣ ସାଇଙ୍କ ପାଖରେ ପହଞ୍ଚି ସାହାଯ୍ୟ ପାଇଁ ପ୍ରାର୍ଥନା କଲେ । ବାବା କିଛି ସମୟ ତାକୁ ଅନାଇ ମସଜିଦ ରେ ଗୋଟିଏ କୋଣରେ ଥିବା ପୁଡିଆ ଟି ଆଣି ବ୍ରାହ୍ମଣ ହାତରେ ଦେଲେ । ସେହି ପୁଡିଆ ରେ କିଛି ମାଛ ମାଂସ ଥିଲା । ବାବା ତା ହାତରେ ଦେଲାବେଳେ କହିଲେ ଏହି ପୁଡିଆ ନେଇ ଘରେ ଖୋଲିବ; ଆଉ କେଉଁଠି ନୁହେଁ । ପୁଡିଆ ଟି ବ୍ରାହ୍ମଣ ଲୋକ ଟି ପାଇସାରିବା ପରେ ବାବାଙ୍କ ଉପରେ ମନେ ମନେ ରାଗିଗଲା । ଗାଁ ସୀମା ରେ ଥିବା ନାଳ ପାଖରେ ପୁଡିଆ କୁ ନେଇ ଖୋଲି ଦେଖିଲା ସେଥିରେ ମାଂସ ଅଛି । ମାଂସକୁ ଫୋପାଡ଼ି ଦେଇ ପୁଟୁଳା କପଡା କୁ ଧୋଇ ଘରକୁ ଫେରିଲା । ଘରେ ପହଞ୍ଚି କଫଡାକୁ ଶୁଖାଇବା ପାଇଁ ଟାଙ୍ଗି ଦେଲାବେଳକୁ  ତା ମଧ୍ୟ ରୁ ଗୋଟିଏ ସ୍ୱର୍ଣ୍ଣ ଟୁକଡା ତଳେ ପଡି ଗଲା । ତାହା ଦେଖିବା ପରେ ସେ ବହୁତ ଦୁଃଖ କଲା । ଏତେ ବଡ଼ ସନ୍ଥ ପାଖକୁ ଯାଇଥିଲି , ସେ ମଧ୍ୟ ମୋର ଗୁହାରି ଶୁଣି ଠିକ ଦାନ କରିଥିଲେ  । ଅଥଚ ମୋର କ୍ରୋଧ ପାଇଁ ଯାହା ମାଂସ ପରିକା ଦେଖା ଯାଉ ଥିଲା ତାହା ବାସ୍ତବରେ ମାଂସ ନଥିଲା । ପଶ୍ଚାତାପ କରି ଉଦାସ ମନରେ ରହିଲା । ସନ୍ଥମାନଙ...

ସାଇ ବାଣୀ -: ମନ ତୁ ଗୁରୁ ଚରଣେ ଲାଗ ।

ସାଇ ଲୀଳା  ଭଗବାନ କିମ୍ବା ଗୁରୁ ପାଖରେ ମନ ଲାଗିଲେ ଭକ୍ତ ସନ୍ତୁଷ୍ଟ ହୋଇ ଯାଏ । ମନ ଯେତେ ଅଧିକ ଲାଗିବ ସେତେ ସନ୍ତୋଷ ମିଳିବ । ଭକ୍ତ ସେତେବେଳେ ଭାବେ ମୋର ମନ ଭଗବାନଙ୍କ ଚିନ୍ତାରେ ଲାଗୁଛି । ସେ ସମୟରେ ସେ ଏକ ସୁନ୍ଦର ଅନୁଭବ ମଧ୍ୟ ପାଏ । ଏହିପରି କରିବା ଫଳରେ ସେ ପରମ ଶାନ୍ତି ପାଏ । କାରଣ ତାର ଆଶ୍ରୟ ହେଉଛନ୍ତି  କେବଳ ଭଗବାନ କିମ୍ବା ଗୁରୁ ଅଟନ୍ତି । ମନକୁ ଲଗାଇବା ତାଙ୍କର ନିକଟରେ ବହୁତ କଷ୍ଟ ଅଟେ । ବାସ୍ତବ ଜୀବନ ଟି ସବୁବେଳେ କାମନା ଭିତରେ ଡୁବି ଥାଏ । ତା ଭିତରୁ ବାହାର ହେବା ଏକ ବଡ଼ ପରୀକ୍ଷା ଅଟେ । ଧୀରେ ଧୀରେ ମନକୁ ତାଙ୍କର ପାଖରେ ଲଗାଇବା ପାଇଁ କିଛି ସମୟ ଲାଗେ । ଥରେ ସେହିଠାରେ ସଂଯୋଗ ହେଲେ ଆଉ ବାହାର ଚିନ୍ତା ମନରୁ ଅପସରି ଯାଏ । ତାଙ୍କର ପଦଯୁଗଳ ,ଛବି ଓ ରୂପ ମନକୁ ପାଗଳ କରି ପକାଏ । ବାହ୍ୟ ଜଗତର ସମସ୍ତ ଜଡ ଓ ଶରୀର ଭିତରେ ଭଗବାନ କିମ୍ବା ଗୁରୁର ଛବି ଦୃଶ୍ୟ ହୁଏ । ଏହି ଅବସ୍ଥା ହିଁ  ଶରଣାଗତି କୁହାଯାଏ  । ଏପରି ଅବସ୍ଥାରେ ଭଗବାନଙ୍କ କରୁଣା ସବୁବେଳେ ସେହିପରି ନିଷ୍ଠା ଭକ୍ତଙ୍କ ଉପରେ ପଡେ ।                     ଶିରିଡି ର ସାଇ ମହାରାଜା ପାଖରେ ଏହିପରି କିଛି ଭକ୍ତମାନେ ଥିଲେ । ତାହା ଆମେମାନେ ତାଙ୍କର ଲୀଳା କୁ ନେଇ ରଚିତ ପୁସ୍ତକ ରେ ଦେଖିବା ପାଇଁ ମିଳେ । ବାବାଙ୍କ ନିକଟରେ କିଛି ଭକ୍ତ ରହୁଥ...