Skip to main content

ସାଇ ବାଣୀ -: ନିଜକୁ ଅହଂକାର ଶୂନ୍ୟ କର ।


   ସାଇ ଲୀଳା -:  ନିଜକୁ ଅହଂକାର ଶୂନ୍ୟ କର ।

                        ଆମମାନଙ୍କର କୁଟିଳ ଓ ଉତ୍ତମ ଚିନ୍ତା ଆମର ଦୈନନ୍ଦିନ ଜୀବନ ଯାତ୍ରାରେ ସହାୟତା ହୋଇ ଥାଏ । ଉତ୍ତମ ଚିନ୍ତା ଉଚ୍ଚ ସ୍ଥାନକୁ ନେଇ ଯାଏ । ଏହି ଚିନ୍ତା ର ଭାବନା କିପରି ନିଜ ଭିତରେ ଗଢ଼ି ତୋଳିବା ସେ ପାଇଁ ଆମେ ଯତ୍ନବାନ ହେବା ଉଚିତ । ସକାଳୁ ରାତି ପର୍ଯ୍ୟନ୍ତ ନିଜର କାର୍ଯ୍ୟ ଭିତରେ ଉଚ୍ଚ ଚିନ୍ତା କୁ ଫଳବତୀ ପାଇଁ ଚେଷ୍ଟା କରିବା ଦରକାର । ଉତ୍ତମ ଚିନ୍ତାକୁ ସଫଳ ପାଇଁ ଆମମାନଙ୍କର ଏକ ସରଳ ଉପାୟ ହେଉଛି ସାଧୁସନ୍ଥ ମାନଙ୍କର ଜୀବନୀ ପୁସ୍ତକ ସହ ଇଶ୍ଵର ବିଶ୍ୱାସ ବୃଦ୍ଧି କରିବା ଉଚିତ । ସାଇବାବାଙ୍କ ଜୀବନୀ ର ପଠନ ଆମକୁ କିଛି ସାହାଯ୍ୟ କରିବ । ନିତ୍ୟ ପଠନର ଫଳ ଧିରେ ଧିରେ ଆମର ଉତ୍ତମ ଚିନ୍ତା ପାଇଁ ଏକ ବଡ଼ ସହାୟକ ରୂପେ କାର୍ଯ୍ୟ କରିବ । ସବୁବେଳେ ଏକ କାର୍ଯ୍ୟ ସମ୍ପାଦନ ପାଇଁ ସୂଚୀ ତିଆରି କରିଲେ ତାର ଉନ୍ନତ ଫଳ ପାଇବା । କୁଟିଳତା ଭାବନା ନରକଗାମୀ କରାଇବ । କୁଟିଳ ଯେଉଁ ସ୍ଥାନ ରେ ଥାଏ ସେଠି ଭୟ ମଧ୍ୟ ବିରାଜମାନ କରେ । ମାନସିକ ଚାପରେ ଆମେ ରହୁ । ସବୁ ପ୍ରକାରର ସମସ୍ୟା ସୃଷ୍ଟି ହୋଇ ଜୀବନ କଷ୍ଟକର ପରିସ୍ଥିତି ରେ ଗତି କରେ । କୁଟିଳ ଚିନ୍ତା ଶରୀର ରେ ରହିଲେ ଅହଙ୍କାରୀ ମନ ଠିକ ବାଟରେ ଗତି କରେ ନାହିଁ । ଅହଂକାର ଶୂନ୍ୟ ରହି ଫଳକୁ ଆନନ୍ଦ ମନରେ ଗ୍ରହଣ କଲେ ଏକ ସୁଖ ମିଳିବ । ତାହା ହିଁ ସରଳ ଜୀବନର ଏକ ଧାରା । 

 

 ପୁଣ୍ଡଳୀକ ରାଓ ଓ ତାଙ୍କର ବନ୍ଧୁ ମାନେ ଶିରିଡି ଯାତ୍ରା କଲେ । ବାଟରେ ସେମାନଙ୍କୁ ବହୁତ ଭୋକ ଲାଗିଲା । ସେମାନେ ସାଥିରେ ନେଇ ଥିବା ଚୁଡା କୁ ଖାଇବା ବେଳେ ସେମାନେ ନେଇ ଥିବା ଗୋଟିଏ ନଡ଼ିଆ କୁ ଭାଙ୍ଗି ଖାଇଲେ । ବାଟରେ ଯାଉଥିବା ବେଳେ ହଠାତ ପୁଣ୍ଡଳୀକ ରାଓଙ୍କ ସ୍ୱାମୀଜୀ ପଠାଇଥିବା ନଡ଼ିଆ କଥା ମନେ ପଡ଼ିଲା । ଶିରିଡି ରେ ପହଞ୍ଚି ବାବାଙ୍କ ପାଦ ଧରି କହିଲେ ସ୍ୱାମୀଜୀ ପଠାଇ ଥିବା ନଡ଼ିଆ କୁ ସେମାନେ ଖାଇ ଦେଇ ଅଛନ୍ତି ।ଆଉ ଗୋଟାଏ ନଡ଼ିଆ ଆଣି ଦେବେ । ତାଙ୍କର କଥା ଶୁଣି ବାବା କହିଲେ ସେହି ନଡ଼ିଆ ଟି କେତେ ମୂଲ୍ୟବାନ ଅଟେ । ଆଉ କୌଣସି ନଡ଼ିଆ ସେ ସ୍ଥାନ ନେଇ ପାରିବ ନାହିଁ । ମୋ ଇଛା ଯୋଗୁଁ ସେ ନଡ଼ିଆ ତୁମ ଜିମାରେ ଦିଆ ଯାଇ ଥିଲା । ବାଟରେ ତାହା ଭାଙ୍ଗି ସମସ୍ତେ ଖାଇ ଦେଲ । ତୁମେ କାହିଁକି ନିଜକୁ କରତା ବୋଲି ଭାବୁଅଛ । ନିଜକୁ ଅହଂକାର ଶୂନ୍ୟ କର । ତୁମ୍ଭର ଉନ୍ନତି ହେବ । ଆମମାନଙ୍କ ର ଜୀବନର ଛୋଟ ବଡ଼ ସମସ୍ତ ଘଟଣାକୁ ନିଜେ କରତା ବୋଲି ଭାବିବା ଅନୁଚିତ । ସବୁ ସାଇ ହିଁ କରୁଅଛନ୍ତି । 

 


 

    


Comments

Popular posts from this blog

ସାଇ ବାଣୀ -: ତୁମ କଷ୍ଟର ଅନ୍ତ ଘଟିବ , ମୁଁ ତୁମ୍ଭର କଷ୍ଟ ନେବା ପାଇଁ ପ୍ରସ୍ତୁତ ।

           ସାଇ ଲୀଳା - ସବୁ କଷ୍ଟର ଅନ୍ତ ଘଟିବ ,ମୁଁ ତୁମ୍ଭର କଷ୍ଟ ନେବା ପାଇଁ ପ୍ରସ୍ତୁତ ।         ସାଇ ବାବା ତାଙ୍କର ଭକ୍ତ ମାନଙ୍କର ଅର୍ଥ ,ରୋଗ କିମ୍ବା ମାନସିକ ସ୍ତରର ସମସ୍ତ କଷ୍ଟକୁ ନିଜେ ନେଇ ଭକ୍ତଙ୍କ ମୁହଁରେ ଖୁସି ଦେଖୁଥିଲେ । ସେହି ପାଇଁ ବହୁତ ଭକ୍ତ ତାଙ୍କର ଆଶୀର୍ବାଦ ପାଇଁ ବହୁତ ଦିନ ଶିରିଡି ରେ ପଡ଼ି ରହୁଥିଲେ । ସମ୍ପୁର୍ଣ୍ଣ ସମର୍ପଣ ଭାବକୁ ବାବା ସବୁବେଳେ ଆମମାନଙ୍କ ପାଖରୁ ଆଶା କରୁଥିଲେ । ଯାହାର ଭାବ ଅତି ଉନ୍ନତ ଥିଲା ସେ ହିଁ ବେଶୀ କୃପା ପାଇ ପାରୁଥିଲା । ଆଜି ଅନେକ ଭକ୍ତ ତାଙ୍କର ଜୀବନକୁ ନେଇ ରଚିତ ପୁସ୍ତକ ସାଇ ସତଚରିତ ପଢ଼ି ତାଙ୍କର କୃପା ପାଇ ପାରୁ ଅଛନ୍ତି । ନିତ୍ୟ ପଠନ ଫଳରେ ସାଇ ବାବା ତାଙ୍କର ଅତି ନିଜର ହୋଇ ପାରି ଅଛନ୍ତି । ନିତ୍ୟ ପଠନ କରୁଥିବା ଚରିତ୍ର ମାନଙ୍କର ସାଇ ସବୁବେଳେ  ସୁମାର୍ଗ ଦେଖାଉ ଅଛନ୍ତି ।              ବାବା ସବୁବେଳେ ଭକ୍ତଙ୍କ ପାଇଁ  ଅନେକ କଷ୍ଟ ନିଜେ ସହ୍ୟ କରୁଥିଲେ । ପୁନେର ଶ୍ରୀମତି ତାରାବାଇ ସଦାଶିବ ତାରଖଡ଼ ଚକ୍ଷୁ ରୋଗରେ ପୀଡିତ ଥିଲେ । ବହୁତ ଡାକ୍ତର ଦେଖାଇଲେ ହେଲେ ରୋଗ ଆଦୌ ଭଲ ହେଲା ନାହିଁ । ଶୁଣିବାକୁ ପାଇଲେ ଯେ , ଶିରିଡି ରେ ସାଇବାବାଙ୍କ ପାଖକୁ ଅନେକ ରୋଗୀ ଭଲ ହୋଇ ଆସୁ ଅଛନ୍ତି । ସେ ଶିରିଡିକୁ ଆସିଲେ ଏବଂ...

ସଦଗୁରୁ ଦେଇଥିବା ବସ୍ତୁକୁ ନମ୍ରତା ର ସହ ଗ୍ରହଣ କରିବା ଉଚିତ ।

           ସାଇ ଲୀଳା            ସାଇ ମହାରାଜା ଶିରିଡି ରେ ଅବସ୍ଥାନ ସମୟରେ ବହୁତ ଲୋକମାନେ ସାହାଯ୍ୟ ପାଇଁ ସାଇଙ୍କ ପାଖକୁ ଆସୁଥିଲେ । ସେ କାହାରିକୁ ଫେରାଇ ଦେଇ ନାହାନ୍ତି । ଥରେ ଜଣେ ନିର୍ଦ୍ଧନ ବ୍ରାହ୍ମଣ ସାଇଙ୍କ ପାଖରେ ପହଞ୍ଚି ସାହାଯ୍ୟ ପାଇଁ ପ୍ରାର୍ଥନା କଲେ । ବାବା କିଛି ସମୟ ତାକୁ ଅନାଇ ମସଜିଦ ରେ ଗୋଟିଏ କୋଣରେ ଥିବା ପୁଡିଆ ଟି ଆଣି ବ୍ରାହ୍ମଣ ହାତରେ ଦେଲେ । ସେହି ପୁଡିଆ ରେ କିଛି ମାଛ ମାଂସ ଥିଲା । ବାବା ତା ହାତରେ ଦେଲାବେଳେ କହିଲେ ଏହି ପୁଡିଆ ନେଇ ଘରେ ଖୋଲିବ; ଆଉ କେଉଁଠି ନୁହେଁ । ପୁଡିଆ ଟି ବ୍ରାହ୍ମଣ ଲୋକ ଟି ପାଇସାରିବା ପରେ ବାବାଙ୍କ ଉପରେ ମନେ ମନେ ରାଗିଗଲା । ଗାଁ ସୀମା ରେ ଥିବା ନାଳ ପାଖରେ ପୁଡିଆ କୁ ନେଇ ଖୋଲି ଦେଖିଲା ସେଥିରେ ମାଂସ ଅଛି । ମାଂସକୁ ଫୋପାଡ଼ି ଦେଇ ପୁଟୁଳା କପଡା କୁ ଧୋଇ ଘରକୁ ଫେରିଲା । ଘରେ ପହଞ୍ଚି କଫଡାକୁ ଶୁଖାଇବା ପାଇଁ ଟାଙ୍ଗି ଦେଲାବେଳକୁ  ତା ମଧ୍ୟ ରୁ ଗୋଟିଏ ସ୍ୱର୍ଣ୍ଣ ଟୁକଡା ତଳେ ପଡି ଗଲା । ତାହା ଦେଖିବା ପରେ ସେ ବହୁତ ଦୁଃଖ କଲା । ଏତେ ବଡ଼ ସନ୍ଥ ପାଖକୁ ଯାଇଥିଲି , ସେ ମଧ୍ୟ ମୋର ଗୁହାରି ଶୁଣି ଠିକ ଦାନ କରିଥିଲେ  । ଅଥଚ ମୋର କ୍ରୋଧ ପାଇଁ ଯାହା ମାଂସ ପରିକା ଦେଖା ଯାଉ ଥିଲା ତାହା ବାସ୍ତବରେ ମାଂସ ନଥିଲା । ପଶ୍ଚାତାପ କରି ଉଦାସ ମନରେ ରହିଲା । ସନ୍ଥମାନଙ...

ସାଇ ବାଣୀ -: ମନ ତୁ ଗୁରୁ ଚରଣେ ଲାଗ ।

ସାଇ ଲୀଳା  ଭଗବାନ କିମ୍ବା ଗୁରୁ ପାଖରେ ମନ ଲାଗିଲେ ଭକ୍ତ ସନ୍ତୁଷ୍ଟ ହୋଇ ଯାଏ । ମନ ଯେତେ ଅଧିକ ଲାଗିବ ସେତେ ସନ୍ତୋଷ ମିଳିବ । ଭକ୍ତ ସେତେବେଳେ ଭାବେ ମୋର ମନ ଭଗବାନଙ୍କ ଚିନ୍ତାରେ ଲାଗୁଛି । ସେ ସମୟରେ ସେ ଏକ ସୁନ୍ଦର ଅନୁଭବ ମଧ୍ୟ ପାଏ । ଏହିପରି କରିବା ଫଳରେ ସେ ପରମ ଶାନ୍ତି ପାଏ । କାରଣ ତାର ଆଶ୍ରୟ ହେଉଛନ୍ତି  କେବଳ ଭଗବାନ କିମ୍ବା ଗୁରୁ ଅଟନ୍ତି । ମନକୁ ଲଗାଇବା ତାଙ୍କର ନିକଟରେ ବହୁତ କଷ୍ଟ ଅଟେ । ବାସ୍ତବ ଜୀବନ ଟି ସବୁବେଳେ କାମନା ଭିତରେ ଡୁବି ଥାଏ । ତା ଭିତରୁ ବାହାର ହେବା ଏକ ବଡ଼ ପରୀକ୍ଷା ଅଟେ । ଧୀରେ ଧୀରେ ମନକୁ ତାଙ୍କର ପାଖରେ ଲଗାଇବା ପାଇଁ କିଛି ସମୟ ଲାଗେ । ଥରେ ସେହିଠାରେ ସଂଯୋଗ ହେଲେ ଆଉ ବାହାର ଚିନ୍ତା ମନରୁ ଅପସରି ଯାଏ । ତାଙ୍କର ପଦଯୁଗଳ ,ଛବି ଓ ରୂପ ମନକୁ ପାଗଳ କରି ପକାଏ । ବାହ୍ୟ ଜଗତର ସମସ୍ତ ଜଡ ଓ ଶରୀର ଭିତରେ ଭଗବାନ କିମ୍ବା ଗୁରୁର ଛବି ଦୃଶ୍ୟ ହୁଏ । ଏହି ଅବସ୍ଥା ହିଁ  ଶରଣାଗତି କୁହାଯାଏ  । ଏପରି ଅବସ୍ଥାରେ ଭଗବାନଙ୍କ କରୁଣା ସବୁବେଳେ ସେହିପରି ନିଷ୍ଠା ଭକ୍ତଙ୍କ ଉପରେ ପଡେ ।                     ଶିରିଡି ର ସାଇ ମହାରାଜା ପାଖରେ ଏହିପରି କିଛି ଭକ୍ତମାନେ ଥିଲେ । ତାହା ଆମେମାନେ ତାଙ୍କର ଲୀଳା କୁ ନେଇ ରଚିତ ପୁସ୍ତକ ରେ ଦେଖିବା ପାଇଁ ମିଳେ । ବାବାଙ୍କ ନିକଟରେ କିଛି ଭକ୍ତ ରହୁଥ...