Skip to main content

ସାଇ ବାଣୀ -: ଶିରିଡି ହିଁ ପଣ୍ଡରପୁର ...


       ସାଇ ଲୀଳା -: ଶିରିଡି ହିଁ ପଣ୍ଡରପୁର ..

     ଯଦି ତୁମେ ନାମ ନେବା ପାଇଁ ଇଛା କରୁଅଛ , ତେବେ ନେବା ପାଇଁ କିଛି ଅସୁବିଧା ନାହିଁ । ଭଗବାନ କି ଗୁରୁ ନାମ ସମସ୍ତେ ନେଇ ପାରିବେ , ସେଥିରେ ବିଧିବିଧାନ ନାହିଁ । ବାଳକ ,ପୁରୁଷ , ବୃଦ୍ଧ ଆଦି ସମସ୍ତେ ଜପି ପାରିବେ ଏବଂ ସବୁବେଳେ ,ସବୁ ସମୟରେ ,ସବୁ ଅବସ୍ଥାରେ ନାମ ଜପ କରି ହେବ । ନାମ ଜପୁଥିବା ବେଳେ ଯଦି ମନ ଲାଗୁନାହିଁ ତାହେଲେ ଜପିବା ଦରକାର ନାହିଁ । ଯଦି କିଛି ସମୟ ନାମଜପ ଚାଲୁ ରଖିବା ତାହେଲେ ଧିରେ ଧିରେ ମନ ଲାଗିଯିବ । ଯଦି କାହାର ମରଣ ସମୟ ବୁଝା ପଡ଼ିଲା ତାହେଲେ ସେଠାରେ ନାମ ଜପ ହେବା ଭଲ । ଭଗବାନଙ୍କ ନାମର ପ୍ରଭାବ ସେମାନଙ୍କ ଉପରେ ପଡିବା ଫଳରେ ଉଦ୍ଧାର ହୋଇ ଯାଆନ୍ତି । ମଣିଷ ଶେଷ ସମୟରେ ଯଦି ନାମ ଜପ କରେ ତାର କଲ୍ୟାଣ ହେବ । ଦିନରାତି ,ଖାଇବାପିଇବା , ଶୋଇବା ଉଠିବା ଓ ଚଲାବୁଲା କରିବା ସମୟରେ ଭଗବାନଙ୍କ ନାମ କିମ୍ବା ଗୁରୁ ନାମ ସ୍ମରଣ କରିବା ଉଚିତ ।ଗୁରୁ ହିଁ ହରି ,ହର ଓ ବ୍ରହ୍ମ ରୂପରେ ପୂଜା ପାଆନ୍ତି । ତିନି ଦେବତା ପାଖରେ ଯେଉଁ ଶକ୍ତି ଅଛି ତାହା ଗୁରୁ ପାଖରେ ଥାଏ । ଗୁରୁ ହିଁ ଇଶ୍ଵର ଏହି ଚେତନା ସବୁବେଳେ ଓ ସବୁ ସମୟରେ ରହିବା ଉଚିତ ।ଫରକ କେବଳ ନାସ୍ତିକ ମାନଙ୍କ ପାଖରେ ଥାଏ । ପଣ୍ଡରପୁର ବିଠୋବା ହିଁ ଶିରିଡି ରେ ବାସ କରନ୍ତି । ତେଣୁ ସାଇଙ୍କୁ ବିଠୋବା ରୂପେ ପୂଜା କରାଯାଏ । 



        ରଘୁବୀର ନିଜର ମାତା ସହିତ ପଣ୍ଡରପୁର ଧ ବିଠୋବା ଦର୍ଶନ ପାଇଁ ବାହାରି ଥିଲେ । ବାଟରେ ଶିରିଡି ପଡୁଥିବା ଯୋଗୁଁ ସେ ଶିରିଡି ରେ ବାବାଙ୍କ ଦର୍ଶନ ସହିତ ଅନୁମତି ନେଇ ଯିବେ ବୋଲି ଭାବି ଶିରିଡି ରେ ରହିଲେ । ତିନି ଦିନ ରହିବା ପରେ ମଧ୍ୟ ଶିରିଡିର ମାଲିକ ସାଇ ବାବା ଅନୁମତି ଦେଲେ ନାହିଁ । ରଘୁବୀରଙ୍କର ମା ସାଇ ବାବା ପାଖରେ ଗୁହାରି କଲେ ମଧ୍ୟ ବାବା ଅନୁମତି ଦେଲେ ନାହିଁ । ଶେଷରେ ପରିବାରର ସମସ୍ତ ସଦସ୍ୟ ଶିରିଡି ଛାଡ଼ିବା ପାଇଁ ବାହାରିବା ପୂର୍ବରୁ ବାବାଙ୍କ ପାଖରୁ ପୁଣି ଅନୁମତି ପାଇଁ ଦ୍ୱାରକମାୟୀ ରେ ପହଞ୍ଚି ଲେ ।। ସେହି ଦ୍ୱାରକମାୟୀରେ ଏକ ଚମତ୍କାର ଘଟଣା ଘଟିଲା । ରଘୁବୀର ପୁରନ୍ଧର ପରିବାରର ସମସ୍ତ ସଦସ୍ୟଙ୍କୁ  ସାଇ ଭଗବାନ ବିଠଲ ଓ ମାତା ରୁକ୍ମିଣୀ ରୂପରେ ଦର୍ଶନ ଦେଲେ । ସମସ୍ତ ସଦସ୍ୟ ଖୁସି ହୋଇ ଗଲେ । ଏହା ପରେ ବାବା ଯେତେବେଳେ ସେମାନଙ୍କ ସହିତ କଥାବାର୍ତ୍ତା ହୁଅନ୍ତି ସେବେଳେ ପଚାରନ୍ତି ବିଠଲ ଦର୍ଶନ ହେଲା ତ !! ସେମାନେ ଶିରିଡି ହିଁ ପଣ୍ଡରପୁର ଓ ସାଇ ହିଁ ବିଠଲା ବୋଲି କହନ୍ତି । ଗୁରୁ ସବୁରୂପରେ ଦର୍ଶନ ଦେଇ ପାରନ୍ତି । 


Comments

Popular posts from this blog

ସାଇ ବାଣୀ -: ତୁମ କଷ୍ଟର ଅନ୍ତ ଘଟିବ , ମୁଁ ତୁମ୍ଭର କଷ୍ଟ ନେବା ପାଇଁ ପ୍ରସ୍ତୁତ ।

           ସାଇ ଲୀଳା - ସବୁ କଷ୍ଟର ଅନ୍ତ ଘଟିବ ,ମୁଁ ତୁମ୍ଭର କଷ୍ଟ ନେବା ପାଇଁ ପ୍ରସ୍ତୁତ ।         ସାଇ ବାବା ତାଙ୍କର ଭକ୍ତ ମାନଙ୍କର ଅର୍ଥ ,ରୋଗ କିମ୍ବା ମାନସିକ ସ୍ତରର ସମସ୍ତ କଷ୍ଟକୁ ନିଜେ ନେଇ ଭକ୍ତଙ୍କ ମୁହଁରେ ଖୁସି ଦେଖୁଥିଲେ । ସେହି ପାଇଁ ବହୁତ ଭକ୍ତ ତାଙ୍କର ଆଶୀର୍ବାଦ ପାଇଁ ବହୁତ ଦିନ ଶିରିଡି ରେ ପଡ଼ି ରହୁଥିଲେ । ସମ୍ପୁର୍ଣ୍ଣ ସମର୍ପଣ ଭାବକୁ ବାବା ସବୁବେଳେ ଆମମାନଙ୍କ ପାଖରୁ ଆଶା କରୁଥିଲେ । ଯାହାର ଭାବ ଅତି ଉନ୍ନତ ଥିଲା ସେ ହିଁ ବେଶୀ କୃପା ପାଇ ପାରୁଥିଲା । ଆଜି ଅନେକ ଭକ୍ତ ତାଙ୍କର ଜୀବନକୁ ନେଇ ରଚିତ ପୁସ୍ତକ ସାଇ ସତଚରିତ ପଢ଼ି ତାଙ୍କର କୃପା ପାଇ ପାରୁ ଅଛନ୍ତି । ନିତ୍ୟ ପଠନ ଫଳରେ ସାଇ ବାବା ତାଙ୍କର ଅତି ନିଜର ହୋଇ ପାରି ଅଛନ୍ତି । ନିତ୍ୟ ପଠନ କରୁଥିବା ଚରିତ୍ର ମାନଙ୍କର ସାଇ ସବୁବେଳେ  ସୁମାର୍ଗ ଦେଖାଉ ଅଛନ୍ତି ।              ବାବା ସବୁବେଳେ ଭକ୍ତଙ୍କ ପାଇଁ  ଅନେକ କଷ୍ଟ ନିଜେ ସହ୍ୟ କରୁଥିଲେ । ପୁନେର ଶ୍ରୀମତି ତାରାବାଇ ସଦାଶିବ ତାରଖଡ଼ ଚକ୍ଷୁ ରୋଗରେ ପୀଡିତ ଥିଲେ । ବହୁତ ଡାକ୍ତର ଦେଖାଇଲେ ହେଲେ ରୋଗ ଆଦୌ ଭଲ ହେଲା ନାହିଁ । ଶୁଣିବାକୁ ପାଇଲେ ଯେ , ଶିରିଡି ରେ ସାଇବାବାଙ୍କ ପାଖକୁ ଅନେକ ରୋଗୀ ଭଲ ହୋଇ ଆସୁ ଅଛନ୍ତି । ସେ ଶିରିଡିକୁ ଆସିଲେ ଏବଂ...

ସଦଗୁରୁ ଦେଇଥିବା ବସ୍ତୁକୁ ନମ୍ରତା ର ସହ ଗ୍ରହଣ କରିବା ଉଚିତ ।

           ସାଇ ଲୀଳା            ସାଇ ମହାରାଜା ଶିରିଡି ରେ ଅବସ୍ଥାନ ସମୟରେ ବହୁତ ଲୋକମାନେ ସାହାଯ୍ୟ ପାଇଁ ସାଇଙ୍କ ପାଖକୁ ଆସୁଥିଲେ । ସେ କାହାରିକୁ ଫେରାଇ ଦେଇ ନାହାନ୍ତି । ଥରେ ଜଣେ ନିର୍ଦ୍ଧନ ବ୍ରାହ୍ମଣ ସାଇଙ୍କ ପାଖରେ ପହଞ୍ଚି ସାହାଯ୍ୟ ପାଇଁ ପ୍ରାର୍ଥନା କଲେ । ବାବା କିଛି ସମୟ ତାକୁ ଅନାଇ ମସଜିଦ ରେ ଗୋଟିଏ କୋଣରେ ଥିବା ପୁଡିଆ ଟି ଆଣି ବ୍ରାହ୍ମଣ ହାତରେ ଦେଲେ । ସେହି ପୁଡିଆ ରେ କିଛି ମାଛ ମାଂସ ଥିଲା । ବାବା ତା ହାତରେ ଦେଲାବେଳେ କହିଲେ ଏହି ପୁଡିଆ ନେଇ ଘରେ ଖୋଲିବ; ଆଉ କେଉଁଠି ନୁହେଁ । ପୁଡିଆ ଟି ବ୍ରାହ୍ମଣ ଲୋକ ଟି ପାଇସାରିବା ପରେ ବାବାଙ୍କ ଉପରେ ମନେ ମନେ ରାଗିଗଲା । ଗାଁ ସୀମା ରେ ଥିବା ନାଳ ପାଖରେ ପୁଡିଆ କୁ ନେଇ ଖୋଲି ଦେଖିଲା ସେଥିରେ ମାଂସ ଅଛି । ମାଂସକୁ ଫୋପାଡ଼ି ଦେଇ ପୁଟୁଳା କପଡା କୁ ଧୋଇ ଘରକୁ ଫେରିଲା । ଘରେ ପହଞ୍ଚି କଫଡାକୁ ଶୁଖାଇବା ପାଇଁ ଟାଙ୍ଗି ଦେଲାବେଳକୁ  ତା ମଧ୍ୟ ରୁ ଗୋଟିଏ ସ୍ୱର୍ଣ୍ଣ ଟୁକଡା ତଳେ ପଡି ଗଲା । ତାହା ଦେଖିବା ପରେ ସେ ବହୁତ ଦୁଃଖ କଲା । ଏତେ ବଡ଼ ସନ୍ଥ ପାଖକୁ ଯାଇଥିଲି , ସେ ମଧ୍ୟ ମୋର ଗୁହାରି ଶୁଣି ଠିକ ଦାନ କରିଥିଲେ  । ଅଥଚ ମୋର କ୍ରୋଧ ପାଇଁ ଯାହା ମାଂସ ପରିକା ଦେଖା ଯାଉ ଥିଲା ତାହା ବାସ୍ତବରେ ମାଂସ ନଥିଲା । ପଶ୍ଚାତାପ କରି ଉଦାସ ମନରେ ରହିଲା । ସନ୍ଥମାନଙ...

ସାଇ ବାଣୀ -: ମନ ତୁ ଗୁରୁ ଚରଣେ ଲାଗ ।

ସାଇ ଲୀଳା  ଭଗବାନ କିମ୍ବା ଗୁରୁ ପାଖରେ ମନ ଲାଗିଲେ ଭକ୍ତ ସନ୍ତୁଷ୍ଟ ହୋଇ ଯାଏ । ମନ ଯେତେ ଅଧିକ ଲାଗିବ ସେତେ ସନ୍ତୋଷ ମିଳିବ । ଭକ୍ତ ସେତେବେଳେ ଭାବେ ମୋର ମନ ଭଗବାନଙ୍କ ଚିନ୍ତାରେ ଲାଗୁଛି । ସେ ସମୟରେ ସେ ଏକ ସୁନ୍ଦର ଅନୁଭବ ମଧ୍ୟ ପାଏ । ଏହିପରି କରିବା ଫଳରେ ସେ ପରମ ଶାନ୍ତି ପାଏ । କାରଣ ତାର ଆଶ୍ରୟ ହେଉଛନ୍ତି  କେବଳ ଭଗବାନ କିମ୍ବା ଗୁରୁ ଅଟନ୍ତି । ମନକୁ ଲଗାଇବା ତାଙ୍କର ନିକଟରେ ବହୁତ କଷ୍ଟ ଅଟେ । ବାସ୍ତବ ଜୀବନ ଟି ସବୁବେଳେ କାମନା ଭିତରେ ଡୁବି ଥାଏ । ତା ଭିତରୁ ବାହାର ହେବା ଏକ ବଡ଼ ପରୀକ୍ଷା ଅଟେ । ଧୀରେ ଧୀରେ ମନକୁ ତାଙ୍କର ପାଖରେ ଲଗାଇବା ପାଇଁ କିଛି ସମୟ ଲାଗେ । ଥରେ ସେହିଠାରେ ସଂଯୋଗ ହେଲେ ଆଉ ବାହାର ଚିନ୍ତା ମନରୁ ଅପସରି ଯାଏ । ତାଙ୍କର ପଦଯୁଗଳ ,ଛବି ଓ ରୂପ ମନକୁ ପାଗଳ କରି ପକାଏ । ବାହ୍ୟ ଜଗତର ସମସ୍ତ ଜଡ ଓ ଶରୀର ଭିତରେ ଭଗବାନ କିମ୍ବା ଗୁରୁର ଛବି ଦୃଶ୍ୟ ହୁଏ । ଏହି ଅବସ୍ଥା ହିଁ  ଶରଣାଗତି କୁହାଯାଏ  । ଏପରି ଅବସ୍ଥାରେ ଭଗବାନଙ୍କ କରୁଣା ସବୁବେଳେ ସେହିପରି ନିଷ୍ଠା ଭକ୍ତଙ୍କ ଉପରେ ପଡେ ।                     ଶିରିଡି ର ସାଇ ମହାରାଜା ପାଖରେ ଏହିପରି କିଛି ଭକ୍ତମାନେ ଥିଲେ । ତାହା ଆମେମାନେ ତାଙ୍କର ଲୀଳା କୁ ନେଇ ରଚିତ ପୁସ୍ତକ ରେ ଦେଖିବା ପାଇଁ ମିଳେ । ବାବାଙ୍କ ନିକଟରେ କିଛି ଭକ୍ତ ରହୁଥ...