Skip to main content

ସାଇ ବାଣୀ -:ସାଇ ହିଁ ସବୁ କରିପାରିବେ ।


    ସାଇ ଲୀଳା -:ସାଇ ହିଁ ସବୁ କରିପାରିବେ ।

       ସାଇ ମହାରାଜା ଆମମାନଙ୍କର ଦାସ ନୁହନ୍ତି ବରଂ ଆମେ ତାଙ୍କର ଦାସ ଅଟୁ । ତାଙ୍କର ପଦଧୁଳିକୁ ଆମେ ମୁଣ୍ଡରେ ମାରିଲେ ଆମକୁ  ଦିବ୍ୟଶକ୍ତି ମିଳିଲା ପରି ଲାଗେ । ଶାସ୍ତ୍ରୀୟ ମତରେ ଭଗବାନ ଏବଂ ଗୁରୁ ସବୁବେଳେ ଭକ୍ତଙ୍କ ପାଖରେ ଦାସ ରୂପେ କାର୍ଯ୍ୟ କରି ଥାଆନ୍ତି । ଭକ୍ତ ପାଖରେ ଇଶ୍ଵର ପ୍ରତି ଗଭୀର ଭକ୍ତି ଓ ବିଶ୍ୱାସ ରହିଲେ ସରଗର ସବୁ ଦେବା ଦେବୀ ମଧ୍ୟ ଦାସ ହୋଇ ରହନ୍ତି । ଗୁରୁ ନିକଟରେ ପରୀକ୍ଷାରେ ଉତ୍ରୀର୍ଣ୍ଣ ହେବା ପାଇଁ ଭକ୍ତ ବାରମ୍ବାର ପରୀକ୍ଷା ଦେଇ ଚାଲେ । ଗୋଟିଏ ଗୋଟିଏ ପରୀକ୍ଷା ପରେ ବିଶ୍ୱାସ ସେତେ ଦୃଢ଼ତା ହୁଏ । ଗୁରୁ କିମ୍ବା ଭଗବାନ ବାରମ୍ବାର ପରୀକ୍ଷା ଭକ୍ତ ର ନିଅନ୍ତି । କେବଳ ବିଶ୍ୱାସକୁ ଦୃଢ଼ ରଖିବା ନିମନ୍ତେ .. ଭକ୍ତ ର ଭକ୍ତି ଓ ବିଶ୍ୱାସ ଅସ୍ଥିର ନହେବା ପାଇଁ ଗୁରୁ ବହୁତ ପରୀକ୍ଷା କରନ୍ତି । ଦାସ ର ଅର୍ଥ ଚାକର । ଗୁରୁ କି ଭଗବାନ ସେହି ଭକ୍ତ ନିକଟରେ ଚାକର ପରିକା କାର୍ଯ୍ୟ କରନ୍ତି ଯିଏ ଦୃଢ଼ ବିଶ୍ୱାସ ଓ ଗୁରୁ ପ୍ରତି ଭକ୍ତି ଭାବ ରଖିଥାଏ । ଗୁରୁ ସବୁ କରମ ଶିଷ୍ୟ ପାଇଁ କରିଦିଅନ୍ତି । 

 






                                                          ହଂସରାଜ ନାମରେ ଜଣେ ଲୋକ ଶ୍ୱାସ ବେମାରୀରେ ପୀଡିତ ଥାଆନ୍ତି । ତାଙ୍କର ବାହାଘର ଅନେକ ଦିନ ହୋଇ ଥିଲେ ମଧ୍ୟ ପିଲାପିଲି ନଥିଲେ । ଏଥିପାଇଁ ତାଙ୍କର ମନ ବହୁତ କଷ୍ଟ ଥିଲା । ନାସିକରେ ନରସିଂହ ମହାରାଜା ନିକଟରେ ଯାଇ ତାଙ୍କ ଦୁଃଖ ଜଣାଇଲେ । ସେ ତାଙ୍କ କଥା ଶୁଣି କହିଲେ ତୁମେ ଶିଘ୍ର ଯାଇ ଶିରିଡି ର ସାଇ ବାବାଙ୍କୁ ଦେଖା କର । ସେ ତୁମ୍ଭର ଶରୀର ରେ ଲାଗିଥିବା ପ୍ରେତାତ୍ମାକୁ ଦୁଇ ଚାପୁଡ଼ା ପିଟି ଦୂରେଇ ଦେବେ । ତାପରେ ତୁମ୍ଭର ରୋଗ ଭଲ ହେବ ଓ ସନ୍ତାନ ସୁଖ ପାଇବ । ଶିରିଡିକୁ ହଂସରାଜ ପହଞ୍ଚି ବାବାଙ୍କ ପାଖରେ ଶରଣ ପଶିଲେ । ବାବା ତାଙ୍କୁ ଦୁଇ ଚାପୁଡ଼ା ପିଟିବା ବେଳେ ଜୋରରେ ଚିତ୍କାର କରି କହିଲେ ତୁ ଏପର୍ଯ୍ୟନ୍ତ ଏଠାରେ ରହି ଅଛୁ କାହିଁକି ???ଯାଆ ,ଶିଘ୍ର ବାହାରି ଯାଆ ' । କିଛି ଦିନ ପରେ ହଂସରାଜ ଶ୍ୱାସବେମାରୀରୁ ମୁକ୍ତି ପାଇଲେ । ଗୋଟିଏ ପିଲା ମଧ୍ୟ ଜନ୍ମ ହେଲା । 


  







Comments

Popular posts from this blog

ସାଇ ବାଣୀ -: ତୁମ କଷ୍ଟର ଅନ୍ତ ଘଟିବ , ମୁଁ ତୁମ୍ଭର କଷ୍ଟ ନେବା ପାଇଁ ପ୍ରସ୍ତୁତ ।

           ସାଇ ଲୀଳା - ସବୁ କଷ୍ଟର ଅନ୍ତ ଘଟିବ ,ମୁଁ ତୁମ୍ଭର କଷ୍ଟ ନେବା ପାଇଁ ପ୍ରସ୍ତୁତ ।         ସାଇ ବାବା ତାଙ୍କର ଭକ୍ତ ମାନଙ୍କର ଅର୍ଥ ,ରୋଗ କିମ୍ବା ମାନସିକ ସ୍ତରର ସମସ୍ତ କଷ୍ଟକୁ ନିଜେ ନେଇ ଭକ୍ତଙ୍କ ମୁହଁରେ ଖୁସି ଦେଖୁଥିଲେ । ସେହି ପାଇଁ ବହୁତ ଭକ୍ତ ତାଙ୍କର ଆଶୀର୍ବାଦ ପାଇଁ ବହୁତ ଦିନ ଶିରିଡି ରେ ପଡ଼ି ରହୁଥିଲେ । ସମ୍ପୁର୍ଣ୍ଣ ସମର୍ପଣ ଭାବକୁ ବାବା ସବୁବେଳେ ଆମମାନଙ୍କ ପାଖରୁ ଆଶା କରୁଥିଲେ । ଯାହାର ଭାବ ଅତି ଉନ୍ନତ ଥିଲା ସେ ହିଁ ବେଶୀ କୃପା ପାଇ ପାରୁଥିଲା । ଆଜି ଅନେକ ଭକ୍ତ ତାଙ୍କର ଜୀବନକୁ ନେଇ ରଚିତ ପୁସ୍ତକ ସାଇ ସତଚରିତ ପଢ଼ି ତାଙ୍କର କୃପା ପାଇ ପାରୁ ଅଛନ୍ତି । ନିତ୍ୟ ପଠନ ଫଳରେ ସାଇ ବାବା ତାଙ୍କର ଅତି ନିଜର ହୋଇ ପାରି ଅଛନ୍ତି । ନିତ୍ୟ ପଠନ କରୁଥିବା ଚରିତ୍ର ମାନଙ୍କର ସାଇ ସବୁବେଳେ  ସୁମାର୍ଗ ଦେଖାଉ ଅଛନ୍ତି ।              ବାବା ସବୁବେଳେ ଭକ୍ତଙ୍କ ପାଇଁ  ଅନେକ କଷ୍ଟ ନିଜେ ସହ୍ୟ କରୁଥିଲେ । ପୁନେର ଶ୍ରୀମତି ତାରାବାଇ ସଦାଶିବ ତାରଖଡ଼ ଚକ୍ଷୁ ରୋଗରେ ପୀଡିତ ଥିଲେ । ବହୁତ ଡାକ୍ତର ଦେଖାଇଲେ ହେଲେ ରୋଗ ଆଦୌ ଭଲ ହେଲା ନାହିଁ । ଶୁଣିବାକୁ ପାଇଲେ ଯେ , ଶିରିଡି ରେ ସାଇବାବାଙ୍କ ପାଖକୁ ଅନେକ ରୋଗୀ ଭଲ ହୋଇ ଆସୁ ଅଛନ୍ତି । ସେ ଶିରିଡିକୁ ଆସିଲେ ଏବଂ...

ସଦଗୁରୁ ଦେଇଥିବା ବସ୍ତୁକୁ ନମ୍ରତା ର ସହ ଗ୍ରହଣ କରିବା ଉଚିତ ।

           ସାଇ ଲୀଳା            ସାଇ ମହାରାଜା ଶିରିଡି ରେ ଅବସ୍ଥାନ ସମୟରେ ବହୁତ ଲୋକମାନେ ସାହାଯ୍ୟ ପାଇଁ ସାଇଙ୍କ ପାଖକୁ ଆସୁଥିଲେ । ସେ କାହାରିକୁ ଫେରାଇ ଦେଇ ନାହାନ୍ତି । ଥରେ ଜଣେ ନିର୍ଦ୍ଧନ ବ୍ରାହ୍ମଣ ସାଇଙ୍କ ପାଖରେ ପହଞ୍ଚି ସାହାଯ୍ୟ ପାଇଁ ପ୍ରାର୍ଥନା କଲେ । ବାବା କିଛି ସମୟ ତାକୁ ଅନାଇ ମସଜିଦ ରେ ଗୋଟିଏ କୋଣରେ ଥିବା ପୁଡିଆ ଟି ଆଣି ବ୍ରାହ୍ମଣ ହାତରେ ଦେଲେ । ସେହି ପୁଡିଆ ରେ କିଛି ମାଛ ମାଂସ ଥିଲା । ବାବା ତା ହାତରେ ଦେଲାବେଳେ କହିଲେ ଏହି ପୁଡିଆ ନେଇ ଘରେ ଖୋଲିବ; ଆଉ କେଉଁଠି ନୁହେଁ । ପୁଡିଆ ଟି ବ୍ରାହ୍ମଣ ଲୋକ ଟି ପାଇସାରିବା ପରେ ବାବାଙ୍କ ଉପରେ ମନେ ମନେ ରାଗିଗଲା । ଗାଁ ସୀମା ରେ ଥିବା ନାଳ ପାଖରେ ପୁଡିଆ କୁ ନେଇ ଖୋଲି ଦେଖିଲା ସେଥିରେ ମାଂସ ଅଛି । ମାଂସକୁ ଫୋପାଡ଼ି ଦେଇ ପୁଟୁଳା କପଡା କୁ ଧୋଇ ଘରକୁ ଫେରିଲା । ଘରେ ପହଞ୍ଚି କଫଡାକୁ ଶୁଖାଇବା ପାଇଁ ଟାଙ୍ଗି ଦେଲାବେଳକୁ  ତା ମଧ୍ୟ ରୁ ଗୋଟିଏ ସ୍ୱର୍ଣ୍ଣ ଟୁକଡା ତଳେ ପଡି ଗଲା । ତାହା ଦେଖିବା ପରେ ସେ ବହୁତ ଦୁଃଖ କଲା । ଏତେ ବଡ଼ ସନ୍ଥ ପାଖକୁ ଯାଇଥିଲି , ସେ ମଧ୍ୟ ମୋର ଗୁହାରି ଶୁଣି ଠିକ ଦାନ କରିଥିଲେ  । ଅଥଚ ମୋର କ୍ରୋଧ ପାଇଁ ଯାହା ମାଂସ ପରିକା ଦେଖା ଯାଉ ଥିଲା ତାହା ବାସ୍ତବରେ ମାଂସ ନଥିଲା । ପଶ୍ଚାତାପ କରି ଉଦାସ ମନରେ ରହିଲା । ସନ୍ଥମାନଙ...

ସାଇ ବାଣୀ -: ମନ ତୁ ଗୁରୁ ଚରଣେ ଲାଗ ।

ସାଇ ଲୀଳା  ଭଗବାନ କିମ୍ବା ଗୁରୁ ପାଖରେ ମନ ଲାଗିଲେ ଭକ୍ତ ସନ୍ତୁଷ୍ଟ ହୋଇ ଯାଏ । ମନ ଯେତେ ଅଧିକ ଲାଗିବ ସେତେ ସନ୍ତୋଷ ମିଳିବ । ଭକ୍ତ ସେତେବେଳେ ଭାବେ ମୋର ମନ ଭଗବାନଙ୍କ ଚିନ୍ତାରେ ଲାଗୁଛି । ସେ ସମୟରେ ସେ ଏକ ସୁନ୍ଦର ଅନୁଭବ ମଧ୍ୟ ପାଏ । ଏହିପରି କରିବା ଫଳରେ ସେ ପରମ ଶାନ୍ତି ପାଏ । କାରଣ ତାର ଆଶ୍ରୟ ହେଉଛନ୍ତି  କେବଳ ଭଗବାନ କିମ୍ବା ଗୁରୁ ଅଟନ୍ତି । ମନକୁ ଲଗାଇବା ତାଙ୍କର ନିକଟରେ ବହୁତ କଷ୍ଟ ଅଟେ । ବାସ୍ତବ ଜୀବନ ଟି ସବୁବେଳେ କାମନା ଭିତରେ ଡୁବି ଥାଏ । ତା ଭିତରୁ ବାହାର ହେବା ଏକ ବଡ଼ ପରୀକ୍ଷା ଅଟେ । ଧୀରେ ଧୀରେ ମନକୁ ତାଙ୍କର ପାଖରେ ଲଗାଇବା ପାଇଁ କିଛି ସମୟ ଲାଗେ । ଥରେ ସେହିଠାରେ ସଂଯୋଗ ହେଲେ ଆଉ ବାହାର ଚିନ୍ତା ମନରୁ ଅପସରି ଯାଏ । ତାଙ୍କର ପଦଯୁଗଳ ,ଛବି ଓ ରୂପ ମନକୁ ପାଗଳ କରି ପକାଏ । ବାହ୍ୟ ଜଗତର ସମସ୍ତ ଜଡ ଓ ଶରୀର ଭିତରେ ଭଗବାନ କିମ୍ବା ଗୁରୁର ଛବି ଦୃଶ୍ୟ ହୁଏ । ଏହି ଅବସ୍ଥା ହିଁ  ଶରଣାଗତି କୁହାଯାଏ  । ଏପରି ଅବସ୍ଥାରେ ଭଗବାନଙ୍କ କରୁଣା ସବୁବେଳେ ସେହିପରି ନିଷ୍ଠା ଭକ୍ତଙ୍କ ଉପରେ ପଡେ ।                     ଶିରିଡି ର ସାଇ ମହାରାଜା ପାଖରେ ଏହିପରି କିଛି ଭକ୍ତମାନେ ଥିଲେ । ତାହା ଆମେମାନେ ତାଙ୍କର ଲୀଳା କୁ ନେଇ ରଚିତ ପୁସ୍ତକ ରେ ଦେଖିବା ପାଇଁ ମିଳେ । ବାବାଙ୍କ ନିକଟରେ କିଛି ଭକ୍ତ ରହୁଥ...