Skip to main content

ସାଇ ବାଣୀ -: ହେ ସାଇ !!! ଆମକୁ ରକ୍ଷା କର ।

 

           ସାଇ ଲୀଳା -:ରକ୍ଷାକର....ରକ୍ଷାକର ..

         ସାଇ ସତଚରିତ ରେ ଅଦ୍ଭୁତ କଥା ଲେଖା ହୋଇଛି । ତାକୁ ଯିଏ ପଢ଼ିବ ଆଉ ଯିଏ ଶୁଣିବ ତାର ଦୁଃଖ କଷ୍ଟ ସବୁ ନଷ୍ଟ ହୋଇ ଯିବ । ଯିଏ ଅଭାଗା ସେ ଶୁଣି ପାରେ ନାହିଁ । ସାଇ ବାବାଙ୍କର କଥା ଅନ୍ୟମାନଙ୍କ ଭିତରେ ବିତରଣ କର । ଆନନ୍ଦ ହିଁ ଆନନ୍ଦ ଅଛି ।  ' ମୁଁ ' ଆଉ ' ମୋର ' ଭାବନା କୁ ତାଙ୍କର ଶରଣରେ ଆସିଲା ପରେ ମନରୁ ଦୂରେଇ ଦିଅ । ଏହି ଦୁଇଟି ଶବ୍ଦ ପ୍ରତି ଆକର୍ଷଣ ଅଧିକ ରଖିବା ଫଳରେ ବିରକ୍ତ ଓ ଅହଂକାର ସୃଷ୍ଟି ହୋଇ ଯାଏ । ନିଜ ପାଇଁ ମୋହ ନରହିବା ଭଲ ।। ବେଳେ ବେଳେ ମାୟାରେ ପଡ଼ି ଭୂଲ କରୁ । ମାୟାରୁ ମୁକ୍ତି ପାଇବା ଏତେ ସହଜ ନୁହେଁ । ସଦଗୁରୁର ସେବା ଫଳରେ ମାୟାରୁ ମୁକ୍ତି ମିଳିବ ଏହା ସତ୍ୟ ଅଟେ । ସବୁବେଳେ ତାଙ୍କ ଚରଣ ରେ ନିବେଦନ କରିବା ଯେ ,ମତେ ମାୟାରୁ ମୁକ୍ତ କରି ଆପଣ ଆପଣଙ୍କ ମାର୍ଗରେ ଚାଲିବା ପାଇଁ ଶକ୍ତି ଦିଅନ୍ତୁ । ଏ ଦୁନିଆରୁ ଯାହା କିଛି ମିଳୁଛି ବା ମିଳିବ ସେଥିପାଇଁ ମନ କଷ୍ଟ ନହେଉ । ଆଦର ଆଉ ହତାଦର ତାହା ବି ଆପଣଙ୍କ ଦାନ ଭାବିଲେ ମାୟା ଧିରେ ଧିରେ ଅପସରି ଯାଏ ।


      ୧୯୧୫ ମସିହା ମାର୍ଚ୍ଚ ୧୧ ତାରିଖରେ ସନ୍ତରାମ ନାଚନେ ଓ ତାଙ୍କର କିଛି ବନ୍ଧୁ ବଳଦ ଗାଡ଼ିରେ ଯାତ୍ରା କରୁଥିଲେ । ବଳଦ ଗାଡି ଟି ଜଙ୍ଗଲ ବାଟ ଦେଇ ଯିବା ବେଳେ ହଠାତ ବଳଦମାନେ ଠିଆ ହୋଇ ଗଲେ । କୌଣସି ପ୍ରକାରରେ ସେମାନଙ୍କୁ ଆଗକୁ ନିଆ ଯାଇ ପାରିଲା ନାହିଁ । ବରଂ ଧିରେ ଧିରେ ପଛକୁ ପଛକୁ ଚାଲିଲେ । ନାଚନେ ଦେଖିଲେ ଆଗରେ ବିରାଟ ଚିତା ବାଘଟି ଅଛି । ନାଚନେ ର ବନ୍ଧୁ ପାନସେ ଗାଡ଼ି ରୁ ଓହ୍ଲାଇ ଚକ ପଛରେ ପଥର ଟି ଦେଲେ ନହେଲେ ବଡ଼ ଖାଲରେ ଗାଡ଼ି ଟି ପଡି ଯାଇ ଥାଆନ୍ତା । ଏପଟେ ନାଚନେ ଜୋର କରି ବଳଦର ଦଉଡି ଧରି ଥାଆନ୍ତି । ସାମାନାରେ ଥିବା ଚିତାବାଘଟି ଧିରେ ଧିରେ ଆଗକୁ ଆସିବା ଦେଖି ସାଇ ବାବା ଆମକୁ ରକ୍ଷା କର... ସାଇ ବାବା ଆମକୁ ରକ୍ଷା କର ବୋଲି ଚିତ୍କାର କଲେ ।ଏହା ଦେଖି ତାଙ୍କର ବନ୍ଧୁ ମାନେ ମଧ୍ୟ ଚିତ୍କାର କରିବାରୁ ଧୀରେ ଧୀରେ ବାଘଟି ବଣ ଭିତରକୁ ଚାଲିଗଲା । ଏମାନଙ୍କ ଜୀବନ ସହ ବଳଦ ଦୁଇଟି ର ଜୀବନ ରକ୍ଷା ପାଇଗଲା ।ଶିରିଡି ରେ ବାବା ଥାଇ ସେମାନଙ୍କ ଜୀବନ ରକ୍ଷା କରିଲେ । 





Comments

Popular posts from this blog

ସାଇ ବାଣୀ -: ତୁମ କଷ୍ଟର ଅନ୍ତ ଘଟିବ , ମୁଁ ତୁମ୍ଭର କଷ୍ଟ ନେବା ପାଇଁ ପ୍ରସ୍ତୁତ ।

           ସାଇ ଲୀଳା - ସବୁ କଷ୍ଟର ଅନ୍ତ ଘଟିବ ,ମୁଁ ତୁମ୍ଭର କଷ୍ଟ ନେବା ପାଇଁ ପ୍ରସ୍ତୁତ ।         ସାଇ ବାବା ତାଙ୍କର ଭକ୍ତ ମାନଙ୍କର ଅର୍ଥ ,ରୋଗ କିମ୍ବା ମାନସିକ ସ୍ତରର ସମସ୍ତ କଷ୍ଟକୁ ନିଜେ ନେଇ ଭକ୍ତଙ୍କ ମୁହଁରେ ଖୁସି ଦେଖୁଥିଲେ । ସେହି ପାଇଁ ବହୁତ ଭକ୍ତ ତାଙ୍କର ଆଶୀର୍ବାଦ ପାଇଁ ବହୁତ ଦିନ ଶିରିଡି ରେ ପଡ଼ି ରହୁଥିଲେ । ସମ୍ପୁର୍ଣ୍ଣ ସମର୍ପଣ ଭାବକୁ ବାବା ସବୁବେଳେ ଆମମାନଙ୍କ ପାଖରୁ ଆଶା କରୁଥିଲେ । ଯାହାର ଭାବ ଅତି ଉନ୍ନତ ଥିଲା ସେ ହିଁ ବେଶୀ କୃପା ପାଇ ପାରୁଥିଲା । ଆଜି ଅନେକ ଭକ୍ତ ତାଙ୍କର ଜୀବନକୁ ନେଇ ରଚିତ ପୁସ୍ତକ ସାଇ ସତଚରିତ ପଢ଼ି ତାଙ୍କର କୃପା ପାଇ ପାରୁ ଅଛନ୍ତି । ନିତ୍ୟ ପଠନ ଫଳରେ ସାଇ ବାବା ତାଙ୍କର ଅତି ନିଜର ହୋଇ ପାରି ଅଛନ୍ତି । ନିତ୍ୟ ପଠନ କରୁଥିବା ଚରିତ୍ର ମାନଙ୍କର ସାଇ ସବୁବେଳେ  ସୁମାର୍ଗ ଦେଖାଉ ଅଛନ୍ତି ।              ବାବା ସବୁବେଳେ ଭକ୍ତଙ୍କ ପାଇଁ  ଅନେକ କଷ୍ଟ ନିଜେ ସହ୍ୟ କରୁଥିଲେ । ପୁନେର ଶ୍ରୀମତି ତାରାବାଇ ସଦାଶିବ ତାରଖଡ଼ ଚକ୍ଷୁ ରୋଗରେ ପୀଡିତ ଥିଲେ । ବହୁତ ଡାକ୍ତର ଦେଖାଇଲେ ହେଲେ ରୋଗ ଆଦୌ ଭଲ ହେଲା ନାହିଁ । ଶୁଣିବାକୁ ପାଇଲେ ଯେ , ଶିରିଡି ରେ ସାଇବାବାଙ୍କ ପାଖକୁ ଅନେକ ରୋଗୀ ଭଲ ହୋଇ ଆସୁ ଅଛନ୍ତି । ସେ ଶିରିଡିକୁ ଆସିଲେ ଏବଂ...

ସଦଗୁରୁ ଦେଇଥିବା ବସ୍ତୁକୁ ନମ୍ରତା ର ସହ ଗ୍ରହଣ କରିବା ଉଚିତ ।

           ସାଇ ଲୀଳା            ସାଇ ମହାରାଜା ଶିରିଡି ରେ ଅବସ୍ଥାନ ସମୟରେ ବହୁତ ଲୋକମାନେ ସାହାଯ୍ୟ ପାଇଁ ସାଇଙ୍କ ପାଖକୁ ଆସୁଥିଲେ । ସେ କାହାରିକୁ ଫେରାଇ ଦେଇ ନାହାନ୍ତି । ଥରେ ଜଣେ ନିର୍ଦ୍ଧନ ବ୍ରାହ୍ମଣ ସାଇଙ୍କ ପାଖରେ ପହଞ୍ଚି ସାହାଯ୍ୟ ପାଇଁ ପ୍ରାର୍ଥନା କଲେ । ବାବା କିଛି ସମୟ ତାକୁ ଅନାଇ ମସଜିଦ ରେ ଗୋଟିଏ କୋଣରେ ଥିବା ପୁଡିଆ ଟି ଆଣି ବ୍ରାହ୍ମଣ ହାତରେ ଦେଲେ । ସେହି ପୁଡିଆ ରେ କିଛି ମାଛ ମାଂସ ଥିଲା । ବାବା ତା ହାତରେ ଦେଲାବେଳେ କହିଲେ ଏହି ପୁଡିଆ ନେଇ ଘରେ ଖୋଲିବ; ଆଉ କେଉଁଠି ନୁହେଁ । ପୁଡିଆ ଟି ବ୍ରାହ୍ମଣ ଲୋକ ଟି ପାଇସାରିବା ପରେ ବାବାଙ୍କ ଉପରେ ମନେ ମନେ ରାଗିଗଲା । ଗାଁ ସୀମା ରେ ଥିବା ନାଳ ପାଖରେ ପୁଡିଆ କୁ ନେଇ ଖୋଲି ଦେଖିଲା ସେଥିରେ ମାଂସ ଅଛି । ମାଂସକୁ ଫୋପାଡ଼ି ଦେଇ ପୁଟୁଳା କପଡା କୁ ଧୋଇ ଘରକୁ ଫେରିଲା । ଘରେ ପହଞ୍ଚି କଫଡାକୁ ଶୁଖାଇବା ପାଇଁ ଟାଙ୍ଗି ଦେଲାବେଳକୁ  ତା ମଧ୍ୟ ରୁ ଗୋଟିଏ ସ୍ୱର୍ଣ୍ଣ ଟୁକଡା ତଳେ ପଡି ଗଲା । ତାହା ଦେଖିବା ପରେ ସେ ବହୁତ ଦୁଃଖ କଲା । ଏତେ ବଡ଼ ସନ୍ଥ ପାଖକୁ ଯାଇଥିଲି , ସେ ମଧ୍ୟ ମୋର ଗୁହାରି ଶୁଣି ଠିକ ଦାନ କରିଥିଲେ  । ଅଥଚ ମୋର କ୍ରୋଧ ପାଇଁ ଯାହା ମାଂସ ପରିକା ଦେଖା ଯାଉ ଥିଲା ତାହା ବାସ୍ତବରେ ମାଂସ ନଥିଲା । ପଶ୍ଚାତାପ କରି ଉଦାସ ମନରେ ରହିଲା । ସନ୍ଥମାନଙ...

ସାଇ ବାଣୀ -: ଉଦି ହିଁ ଶ୍ରେଷ୍ଠ ଔଷଧ । ବିଶ୍ୱାସର ସହ ସେବନ କର ।

   ସାଇ ଲୀଳା -: ଉଦି ହିଁ ସବୁ ପ୍ରକାରର ଔଷଧ ରୂପେ କାମ କରେ ।                         ସବୁ ସନ୍ଥମାନଙ୍କ ଆଚାର ଓ ବ୍ୟବହାର ଭିନ୍ନ ଭିନ୍ନ ଅଟେ । ସାଇ ବାବା ଶିରିଡି ରେ ଧୁନି ଲଗାଇ ସେଥିରୁ ବାହାରୁଥିବା ଭସ୍ମ କୁ ଲୋକ ମାନଙ୍କୁ ଦେଇ ବିଭିନ୍ନ ବଡ଼ବଡ଼ ବ୍ୟାଧିକୁ ଦୂର କରୁଥିଲେ । ରୋଗ ମୁକ୍ତ କରିବା ବାବାଙ୍କର ଏହା ଥିଲା ଏକ ଉପାୟ । ଉଦି ହିଁ ରୋଗରେ ପୀଡିତ ମାନଙ୍କର ଏଇ ବଡ଼ ଔଷଧ ଥିଲା । ଏପରି ଦେଖିବାକୁ ମିଳିଛି ଯେ , କିଛି ଭକ୍ତ ପାଖରେ ଉଦି ନଥିଲେବି ସେମାନେ ରାସ୍ତା ର ଧୂଳି ,ଧୁପ କାଠି ର ଭସ୍ମ କୁ ବ୍ୟବହାର କରି ଉଦି ର ଫଳ ପାଇ ଅଛନ୍ତି । ଏଠାରେ ବିଶ୍ୱାସ ସବୁଠାରୁ ବଡ଼ ଅଟେ । ସାଇ ବାବା ଦେଉଥିବା ଉଦି କୁ ଯିଏ ବିଶ୍ୱାସ ରେ କପାଳରେ ଲଗେଇ ଅଛି ସେ ଉପକୃତ ହୋଇ ଅଛି । ଯଦି କେହି ବାବାଙ୍କ ରୂପ କୁ ଚିନ୍ତା କରି ଉଦି ସେବନ କରିଛି ସେ ମଧ୍ୟ ରୋଗ ମୁକ୍ତ ହୋଇ ପାରିଛି ।              ନାରାୟଣ ରାଓ ନାମକ ଜଣେ ଭକ୍ତ ତାଙ୍କର ବନ୍ଧୁ ରାମଚନ୍ଦ୍ର କୁ ଗୋଟିଏ କଙ୍କଡ଼ା ବିଛା କାମୁଡି ଥିଲା । ସେ ବହୁତ କଷ୍ଟ ପାଇଲେ । କଷ୍ଟ ଦୂର କରିବା ପାଇଁ ଉଦି ଖୋଜିଲେ ହେଲେ ଉଦି ପାଇଲେ ନାହିଁ । ରାମଚନ୍ଦ୍ର ଉଦି ନପାଇ ବାବାଙ୍କ ପାଖରେ ଜଳା ଯାଇଥିବା ଧୂପ ର ଭସ୍ମ କୁ ବିଛା ...