Skip to main content

ସାଇ ବାଣୀ -: ରୋଗ ହୋଇ ଅଛି , ଶିଘ୍ର ଆରୋଗ୍ୟ ଲାଭ କରିବ ।


     ସାଇ ଲୀଳା -: ରୋଗ ହୋଇ ଅଛି ,ଭଲ ହୋଇ ଯିବ । 

        ଆମେମାନେ ଜନ୍ମ ହୋଇ ଅଛୁ ଏବଂ ମରଣ ପର୍ଯ୍ୟନ୍ତ ବଂଚିବୁ । ଏହି ସମୟ କୁ ଆମେ କହୁ ଜୀବନ ର ଯାତ୍ରା । ସୁଖ ଦୁଃଖ , ହସ କାନ୍ଦ , ଧର୍ମ ଅଧର୍ମ , ସତ୍ୟ ମିଥ୍ୟା ଓ ପାପ ପୂଣ୍ୟ ସବୁ ସାମନା କରିବା ପାଇଁ ପଡେ । ଏହି ଭିତରେ  ସମ୍ପର୍କରେ ଅନେକ ପରିବର୍ତ୍ତନ ବୟସ ବଢ଼ିବା ସହିତ ଘଟିଚାଲେ । କେତେ ବେଳେ ବାପା  , ଅଜା ,ମାମୁ , ଭାଇ ବନ୍ଧୁ ଏମିତି କେତେ କଣ ଚରିତ୍ରରେ ଅଭିନୟ କରୁ । ଏହି ସମୟ ଭିତରେ ଯଦି ଇଶ୍ଵର ବିଶ୍ୱାସ ବଢେ ତାହେଲେ ଆମମାନଙ୍କ ର ଏକ ନୂଆ ଜୀବନ ଧାରା ଆରମ୍ଭ ହୁଏ । ସମୟର ସଦୁପଯୋଗ ପାଇଁ ଇଶ୍ଵର ଏବଂ ଗୁରୁ ହିଁ  ଭରସା ଅଟନ୍ତି । କୌଣସି ସମୟରେ ବାଟ ବଣା ନହେବା ପାଇଁ ଗୁରୁ ବାଣୀ ଓ ଗୁରୁ ସେବା ହିଁ ଏକାନ୍ତ ଜରୁରୀ ଅଟେ । ସାଇ ବାବା ପାଖକୁ ଯେଉଁ ଭକ୍ତ ମାନେ ଯାଉ ଥିଲେ ସେ ମଧ୍ୟରୁ ଅନେକ ଭକ୍ତଙ୍କ ର ଅତୀତ କଥା ବାବା କହୁଥିଲେ । ଅନେକକୁ ବହୁ ଜନ୍ମର ସମ୍ପର୍କ ବାବଦରେ ବାବା କହି ଜଣାଉ ଥିଲେ ଯେ ,  ତୁମ ଆଉ ମୋର ଅନେକ ଜନ୍ମ ରୁ ଏହିପରି ସମ୍ବନ୍ଧ ଅଛି । ତେଣୁ ଆମେମାନେ ଏହି ଜନ୍ମ ରେ ମଧ୍ୟ ମିଳନ ହୋଇ ପାରିଲୁ । ମୁଁ ତୁମ୍ଭକୁ ବହୁତ ଜନ୍ମ ଧରି ଚିହ୍ନି ଆସି ଅଛି ହେଲେ ତୁମେ ଜାଣି ପାରୁନ । ଶରୀର ରେ ରୋଗ କୁ ନେଇ ବାବା ଅନେକ କୁ କହୁଥିଲେ , ଶରୀର ଅଛି ଯେତେବେଳେ ରୋଗ ରହିବ ତାର ଉପଯୁକ୍ତ ଚିକିତ୍ସା କଲେ ନିଶ୍ଚିତ ଭଲ ହେବ । ମୋର ଓଦି କୁ ଠିକ ସେ ସେବନ କର , ତୁମେ ଶିଘ୍ର ଆରୋଗ୍ୟ ଲାଭ କରିବ ।

   






ବାବା ମହଲାସପତିଙ୍କୁ ବହୁତ ଭଲ ପାଆନ୍ତି । ଥରେ ବାବା ତାଙ୍କୁ ଡାକି କହିଲେ ତୁମ୍ଭର ସ୍ତ୍ରୀ ରୋଗରେ ବହୁତ କଷ୍ଟ ପାଉଅଛି । ତାଙ୍କର ବେକରେ ବହୁତ ଯନ୍ତ୍ରଣା ହେଉଛି । ଅଳ୍ପ ଦିନ ଭିତରେ ସେ ଭଲ ହୋଇ ଯିବେ । ମହଲାସପତି କିନ୍ତୁ ଜାଣି ନଥିଲେ ତାଙ୍କର ପତ୍ନୀଙ୍କ ବେକରେ ଯନ୍ତ୍ରଣା ହେଉଛି । ସେବେଳେ ତାଙ୍କର ସ୍ତ୍ରୀ ବାପ ଘରକୁ ଯାଇ ଥିଲେ । ପରେ ଚିଠି ପାଇ ଜାଣିଲେ ତାଙ୍କର ସ୍ତ୍ରୀ ଗଳାଜନିତ ରୋଗ ରେ ପୀଡିତ ଥିଲେ ଏବଂ ସେ ପୁରା ସୁସ୍ଥ ହୋଇ ଯାଇଛନ୍ତି । ମହଲାସପତି ଜାଣି ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ବାବା କେତେ ଆଗରୁ ସତର୍କ କରାଇଥିଲେ । ମାଇଲ ମାଇଲ ଦୂରରେ ଥିବା ଭକ୍ତଙ୍କ କଷ୍ଟ କୁ ଶିରିଡି ରେ ଥାଇ ଜାଣିପାରି ଆରୋଗ୍ୟ କରୁଥିଲେ ।  ସାଧାରଣ ଭକ୍ତ ବେଳେ ବେଳେ ବୁଝି ପାରନ୍ତି ନାହିଁ ସାଇ ବାବାଙ୍କର ଲୀଳା ..


 

Comments

Popular posts from this blog

ସାଇ ବାଣୀ -: ତୁମ କଷ୍ଟର ଅନ୍ତ ଘଟିବ , ମୁଁ ତୁମ୍ଭର କଷ୍ଟ ନେବା ପାଇଁ ପ୍ରସ୍ତୁତ ।

           ସାଇ ଲୀଳା - ସବୁ କଷ୍ଟର ଅନ୍ତ ଘଟିବ ,ମୁଁ ତୁମ୍ଭର କଷ୍ଟ ନେବା ପାଇଁ ପ୍ରସ୍ତୁତ ।         ସାଇ ବାବା ତାଙ୍କର ଭକ୍ତ ମାନଙ୍କର ଅର୍ଥ ,ରୋଗ କିମ୍ବା ମାନସିକ ସ୍ତରର ସମସ୍ତ କଷ୍ଟକୁ ନିଜେ ନେଇ ଭକ୍ତଙ୍କ ମୁହଁରେ ଖୁସି ଦେଖୁଥିଲେ । ସେହି ପାଇଁ ବହୁତ ଭକ୍ତ ତାଙ୍କର ଆଶୀର୍ବାଦ ପାଇଁ ବହୁତ ଦିନ ଶିରିଡି ରେ ପଡ଼ି ରହୁଥିଲେ । ସମ୍ପୁର୍ଣ୍ଣ ସମର୍ପଣ ଭାବକୁ ବାବା ସବୁବେଳେ ଆମମାନଙ୍କ ପାଖରୁ ଆଶା କରୁଥିଲେ । ଯାହାର ଭାବ ଅତି ଉନ୍ନତ ଥିଲା ସେ ହିଁ ବେଶୀ କୃପା ପାଇ ପାରୁଥିଲା । ଆଜି ଅନେକ ଭକ୍ତ ତାଙ୍କର ଜୀବନକୁ ନେଇ ରଚିତ ପୁସ୍ତକ ସାଇ ସତଚରିତ ପଢ଼ି ତାଙ୍କର କୃପା ପାଇ ପାରୁ ଅଛନ୍ତି । ନିତ୍ୟ ପଠନ ଫଳରେ ସାଇ ବାବା ତାଙ୍କର ଅତି ନିଜର ହୋଇ ପାରି ଅଛନ୍ତି । ନିତ୍ୟ ପଠନ କରୁଥିବା ଚରିତ୍ର ମାନଙ୍କର ସାଇ ସବୁବେଳେ  ସୁମାର୍ଗ ଦେଖାଉ ଅଛନ୍ତି ।              ବାବା ସବୁବେଳେ ଭକ୍ତଙ୍କ ପାଇଁ  ଅନେକ କଷ୍ଟ ନିଜେ ସହ୍ୟ କରୁଥିଲେ । ପୁନେର ଶ୍ରୀମତି ତାରାବାଇ ସଦାଶିବ ତାରଖଡ଼ ଚକ୍ଷୁ ରୋଗରେ ପୀଡିତ ଥିଲେ । ବହୁତ ଡାକ୍ତର ଦେଖାଇଲେ ହେଲେ ରୋଗ ଆଦୌ ଭଲ ହେଲା ନାହିଁ । ଶୁଣିବାକୁ ପାଇଲେ ଯେ , ଶିରିଡି ରେ ସାଇବାବାଙ୍କ ପାଖକୁ ଅନେକ ରୋଗୀ ଭଲ ହୋଇ ଆସୁ ଅଛନ୍ତି । ସେ ଶିରିଡିକୁ ଆସିଲେ ଏବଂ...

ସଦଗୁରୁ ଦେଇଥିବା ବସ୍ତୁକୁ ନମ୍ରତା ର ସହ ଗ୍ରହଣ କରିବା ଉଚିତ ।

           ସାଇ ଲୀଳା            ସାଇ ମହାରାଜା ଶିରିଡି ରେ ଅବସ୍ଥାନ ସମୟରେ ବହୁତ ଲୋକମାନେ ସାହାଯ୍ୟ ପାଇଁ ସାଇଙ୍କ ପାଖକୁ ଆସୁଥିଲେ । ସେ କାହାରିକୁ ଫେରାଇ ଦେଇ ନାହାନ୍ତି । ଥରେ ଜଣେ ନିର୍ଦ୍ଧନ ବ୍ରାହ୍ମଣ ସାଇଙ୍କ ପାଖରେ ପହଞ୍ଚି ସାହାଯ୍ୟ ପାଇଁ ପ୍ରାର୍ଥନା କଲେ । ବାବା କିଛି ସମୟ ତାକୁ ଅନାଇ ମସଜିଦ ରେ ଗୋଟିଏ କୋଣରେ ଥିବା ପୁଡିଆ ଟି ଆଣି ବ୍ରାହ୍ମଣ ହାତରେ ଦେଲେ । ସେହି ପୁଡିଆ ରେ କିଛି ମାଛ ମାଂସ ଥିଲା । ବାବା ତା ହାତରେ ଦେଲାବେଳେ କହିଲେ ଏହି ପୁଡିଆ ନେଇ ଘରେ ଖୋଲିବ; ଆଉ କେଉଁଠି ନୁହେଁ । ପୁଡିଆ ଟି ବ୍ରାହ୍ମଣ ଲୋକ ଟି ପାଇସାରିବା ପରେ ବାବାଙ୍କ ଉପରେ ମନେ ମନେ ରାଗିଗଲା । ଗାଁ ସୀମା ରେ ଥିବା ନାଳ ପାଖରେ ପୁଡିଆ କୁ ନେଇ ଖୋଲି ଦେଖିଲା ସେଥିରେ ମାଂସ ଅଛି । ମାଂସକୁ ଫୋପାଡ଼ି ଦେଇ ପୁଟୁଳା କପଡା କୁ ଧୋଇ ଘରକୁ ଫେରିଲା । ଘରେ ପହଞ୍ଚି କଫଡାକୁ ଶୁଖାଇବା ପାଇଁ ଟାଙ୍ଗି ଦେଲାବେଳକୁ  ତା ମଧ୍ୟ ରୁ ଗୋଟିଏ ସ୍ୱର୍ଣ୍ଣ ଟୁକଡା ତଳେ ପଡି ଗଲା । ତାହା ଦେଖିବା ପରେ ସେ ବହୁତ ଦୁଃଖ କଲା । ଏତେ ବଡ଼ ସନ୍ଥ ପାଖକୁ ଯାଇଥିଲି , ସେ ମଧ୍ୟ ମୋର ଗୁହାରି ଶୁଣି ଠିକ ଦାନ କରିଥିଲେ  । ଅଥଚ ମୋର କ୍ରୋଧ ପାଇଁ ଯାହା ମାଂସ ପରିକା ଦେଖା ଯାଉ ଥିଲା ତାହା ବାସ୍ତବରେ ମାଂସ ନଥିଲା । ପଶ୍ଚାତାପ କରି ଉଦାସ ମନରେ ରହିଲା । ସନ୍ଥମାନଙ...

ସାଇ ବାଣୀ -: ମନ ତୁ ଗୁରୁ ଚରଣେ ଲାଗ ।

ସାଇ ଲୀଳା  ଭଗବାନ କିମ୍ବା ଗୁରୁ ପାଖରେ ମନ ଲାଗିଲେ ଭକ୍ତ ସନ୍ତୁଷ୍ଟ ହୋଇ ଯାଏ । ମନ ଯେତେ ଅଧିକ ଲାଗିବ ସେତେ ସନ୍ତୋଷ ମିଳିବ । ଭକ୍ତ ସେତେବେଳେ ଭାବେ ମୋର ମନ ଭଗବାନଙ୍କ ଚିନ୍ତାରେ ଲାଗୁଛି । ସେ ସମୟରେ ସେ ଏକ ସୁନ୍ଦର ଅନୁଭବ ମଧ୍ୟ ପାଏ । ଏହିପରି କରିବା ଫଳରେ ସେ ପରମ ଶାନ୍ତି ପାଏ । କାରଣ ତାର ଆଶ୍ରୟ ହେଉଛନ୍ତି  କେବଳ ଭଗବାନ କିମ୍ବା ଗୁରୁ ଅଟନ୍ତି । ମନକୁ ଲଗାଇବା ତାଙ୍କର ନିକଟରେ ବହୁତ କଷ୍ଟ ଅଟେ । ବାସ୍ତବ ଜୀବନ ଟି ସବୁବେଳେ କାମନା ଭିତରେ ଡୁବି ଥାଏ । ତା ଭିତରୁ ବାହାର ହେବା ଏକ ବଡ଼ ପରୀକ୍ଷା ଅଟେ । ଧୀରେ ଧୀରେ ମନକୁ ତାଙ୍କର ପାଖରେ ଲଗାଇବା ପାଇଁ କିଛି ସମୟ ଲାଗେ । ଥରେ ସେହିଠାରେ ସଂଯୋଗ ହେଲେ ଆଉ ବାହାର ଚିନ୍ତା ମନରୁ ଅପସରି ଯାଏ । ତାଙ୍କର ପଦଯୁଗଳ ,ଛବି ଓ ରୂପ ମନକୁ ପାଗଳ କରି ପକାଏ । ବାହ୍ୟ ଜଗତର ସମସ୍ତ ଜଡ ଓ ଶରୀର ଭିତରେ ଭଗବାନ କିମ୍ବା ଗୁରୁର ଛବି ଦୃଶ୍ୟ ହୁଏ । ଏହି ଅବସ୍ଥା ହିଁ  ଶରଣାଗତି କୁହାଯାଏ  । ଏପରି ଅବସ୍ଥାରେ ଭଗବାନଙ୍କ କରୁଣା ସବୁବେଳେ ସେହିପରି ନିଷ୍ଠା ଭକ୍ତଙ୍କ ଉପରେ ପଡେ ।                     ଶିରିଡି ର ସାଇ ମହାରାଜା ପାଖରେ ଏହିପରି କିଛି ଭକ୍ତମାନେ ଥିଲେ । ତାହା ଆମେମାନେ ତାଙ୍କର ଲୀଳା କୁ ନେଇ ରଚିତ ପୁସ୍ତକ ରେ ଦେଖିବା ପାଇଁ ମିଳେ । ବାବାଙ୍କ ନିକଟରେ କିଛି ଭକ୍ତ ରହୁଥ...