Skip to main content

Posts

ସାଇ ବାଣୀ

ସାଇ ଲୀଳା -:                                      କଥାରେ ଅଛି ଯିଏ ଯେମିତି କର୍ମ କରିବ  ସିଏ ସେମିତି ଫଳ ପାଇବ । ଏହି କଳିଯୁଗରେ ବଂଚିବା ପାଇଁ ଆମକୁ କିଛି ସମୟ କର୍ମରେ ବିତାଇବା ପାଇଁ ପଡ଼େ । ଭଲ କାମ ର ଫଳ ଆମକୁ ଭଲ ଫଳ ଦିଏ । ଭଗବାନଙ୍କ ପାଖରେ କାମ ଆରମ୍ଭ ପୂର୍ବରୁ ସମର୍ପଣ ଭାବ ରଖି କାର୍ଯ୍ୟ କରିଲେ ତାର ଫଳ ଭଗବାନ ଦିଅନ୍ତି ।  ସବୁ କାର୍ଯ୍ୟ ରେ କୃତକାର୍ଯ୍ୟ ହେବା ମୁସକିଲ । ଇଶ୍ଵର ବିଶ୍ୱାସ ସହିତ କାର୍ଯ୍ୟ କରିବା ଦରକାର । ଫଳ ସେ ଦେବେ । ଏହିପରି ଚିନ୍ତା ରେ ଯେଉଁ କାର୍ଯ୍ୟ କରାଯିବ ତାହା ପୂଣ୍ୟ ମିଳେ । ତତସହିତ ଆମର ଜ୍ଞାନ ବିକାଶ ହୁଏ । ନିରନ୍ତର କର୍ମ କରିବା ପାଇଁ ସାଧନା ରହିବା ଆବଶ୍ୟକ ।  ସାଧକର ସାଧନା ଠିକ ରୂପେ ପରିଚାଳିତ ହେଲେ ହିତ ହୋଇ ଥାଏ । ସାଇ ବାବା ଅନେକ ଭକ୍ତଙ୍କୁ ଭଲ ସାଧକ ହେବା ପାଇଁ ଅତି ସରଳ ଭାବରେ ବୁଝାଉ ଥିଲେ । କାହାରିକୁ ମନ୍ତ୍ର ଉପଦେଶ ଦେଇ ନାହାଁନ୍ତି । ସବୁବେଳେ ଗୋଟିଏ କଥା କହୁଥିଲେ ବିଶ୍ୱାସ କର ଓ ଧୌର୍ଯ୍ୟହରା ହୁଅନା ।                                         ମନର ବିକାରକୁ ଧୋଇବା ପାଇଁ ସାଇ...

ସାଇ ବାଣୀ -: ସାଇବାବା ମୋର ଶ୍ରୀକୃଷ୍ଣ ଅଟନ୍ତି ।

     ସାଇ ଲୀଳା -:ସାଇ ବାବା ମୋର ଶ୍ରୀକୃଷ୍ଣ ।         ଗୁରୁ ଆଉ ଆମମାନଙ୍କ ଭିତରେ ଏକ ଭେଦ ଭାବ ବେଳେ ବେଳେ ମନ ଭିତରେ ସୃଷ୍ଟି ହୁଏ । ନିତିଦିନ କାର୍ଯ୍ୟ ଭିତରେ ଗୁରୁ ପାଇଁ କିଛି ସମୟ ଦେଉଥିବା ଚରିତ୍ର ମାନଙ୍କ ଭିତରେ ପ୍ରଥମେ ଏକ ଭେଦଭାବର ଚିନ୍ତା ସୃଷ୍ଟି ହୋଇଥାଏ ।ପରେ ଏହା ଧିରେ ଧିରେ ମାନସିକ ସ୍ତରରୁ ଲିଭିଯାଏ ।ଶିଷ୍ୟ ଓ ଗୁରୁ ମଧ୍ୟରେ ଭିନ୍ନତା ର ଯେଉଁ ନୀଚ ମାନସିକତା ଶିଷ୍ୟ ଭିତରେ ଯେବେ ଦୂର ହୁଏ ,ସେବେଳେ ଗୁରୁ ତାର ମନ ଭିତରୁ କୁଭାବନାକୁ ଦୂରେଇ ଦେଇଛନ୍ତି ବୋଲି ବୁଝାଯାଏ । ଗୁରୁ ପାଖରେ ଭିନ୍ନତା ଆଦୌ ଆଣିବା ଉଚିତ ନୁହେଁ । ଧନୀ ,ଗରୀବ ,ଚୋର ,ସାଧୁ , ରୋଗୀ ,ଭୋଗୀ , ରଜା ଓ ଭିକାରୀ ସବୁ ଗୁରୁ ପାଖରେ ସମାନ । ସେବକ ର ମନୋଭାବ ରେ ଅହଂକାର ରହିଲେ ଗୁରୁ ବହୁତ ଉଦାହରଣ ମାଧ୍ୟମରେ ସେହି 'ମୁଁ ' ର ନାଶ ପାଇଁ ଚେଷ୍ଟା କରି ଥାଆନ୍ତି । ମୁଁ ଏବଂ ତୁ ନେଇ ଭେଦଭାବ ଆଦୌ ରଖିବା ଉଚିତ ନୁହେଁ । ଗୁରୁ ଶକ୍ତିର ମାପିବା ପାଇଁ କାହାରି ଦମ ନାହିଁ । ସାଇ ବାବା ଶିରିଡି ରେ ଅନେକ ଭକ୍ତଙ୍କୁ ବିଭିନ୍ନ ଦେବା ଦେବୀ ରୂପରେ ଦର୍ଶନ ଦେଇ ନିଜର କରିନେଇଛନ୍ତି । ସାଇ ସତଚରିତ ରେ ବହୁତ ସୁନ୍ଦର ଉପସ୍ଥାପନ କରା ଯାଇ ଅଛି ।  ଶ୍ରୀମତୀ ରାଧାକୃଷ୍ଣମାଇଙ୍କର ପ୍ରକୃତ ନାମ ଶ୍ରୀମତୀ ସୁନ୍ଦରୀ ବାଇ କ୍ଷୀରସାଗର  ଥିଲା । ସେ ସମୟରେ ବାଲ୍ୟ ବିବାହ ର...

ସାଇ ବାଣୀ

    ସାଇ ଲୀଳା।-:       ଜୀବନ ଧାରଣା ପାଇଁ ଆମକୁ ବିଭିନ୍ନ ଉପାୟ ଅବଲମ୍ବନ କରିବା ପାଇଁ ପଡିଥାଏ । କାର୍ଯ୍ୟ ଉପରେ ମନକୁ ନିବେଶ କରିଲେ ତାର ଫଳ ବହୁତ ସୁନ୍ଦର ହୋଇ ଥାଏ । ଏହି ଭିତରେ ଗୁରୁଙ୍କ ନାମ ମନେ ପକାଇବା ବହୁତ କଷ୍ଟ ଅଟେ । ତେଣୁ କାର୍ଯ୍ୟ ର ଆରମ୍ଭ ଅବସ୍ଥା ରୁ ତାଙ୍କୁ ମନେ ମନେ ସ୍ମରଣ କରି ପାରିଲେ ସେ ଆମକୁ  ନିୟନ୍ତ୍ରଣ କରି ନେଇ ଯାଆନ୍ତି । ତେଣୁ ସବୁବେଳେ ତାଙ୍କୁ ମନେ ପକାଇବା ଉଚିତ । ମନେପକାଇ ତାଙ୍କର ନାମକୁ ମନେ ମନେ ଜପିଲେ ସମସ୍ତ କଷ୍ଟକର ଯନ୍ତ୍ରଣା ସହିତ ବିପଦ ଦୂର ହେବ । ଗୁରୁ ମଧ୍ୟ ଆମକୁ ଠିକ ରୂପେ ମନେ ପକାନ୍ତି କେତେ ବେଳେ ଯେତେବେଳେ ଆମେ ତାଙ୍କୁ ମନେ ପକାଉ । ସେ ଶରୀର ଛାଡି ଥିଲେ ମଧ୍ୟ ତାଙ୍କର ସୂକ୍ଷ୍ମଦୃଷ୍ଟି ଆମ ଉପରେ ଥାଏ । ତାଙ୍କର ଅଦୃଶ୍ୟ ଶକ୍ତି ଆମମାନଙ୍କ ଚାରିପଟେ ଘୁରି ବୁଲେ ।            ବାବାଜାନ ଜଣେ ପାର୍ସି ମହିଳା ଥିଲେ ।ଭାରତର ବିଭିନ୍ନ ଧର୍ମ ଅନୁଷ୍ଠାନ ,ଦେବଦେବୀ ପୀଠ , ଗୁରୁ ସ୍ଥାନ ଓ ବିଭିନ୍ନ ମଠ ମନ୍ଦିର ବୁଲି ଶିରିଡି ଆସି ପହଞ୍ଚି ଥିଲେ । ବାବା ତାଙ୍କୁ ବହୁତ ଖୁସି ରେ ବାବାଜାନ ବୋଲି ଡାକୁଥିଲେ । ବିଦେଶୀ ମହିଳା ହୋଇ ମଧ୍ୟ ସମସ୍ତ ଜୀବଜଗତର ପ୍ରତି ତାଙ୍କର ଦୟା ର ଭାବ ବହୁତ ଥିଲା । ୧୯୨୧  ମସିହାରେ ଏକ ବଡ଼ଧରଣର ବ୍ୟାତ। ହେବ ବୋଲି ବହୁ ପୂର୍ବରୁ ସୂଚନା ଦେଇଥ...

ସାଇ ବାଣୀ -: ନିଜକୁ ଅହଂକାର ଶୂନ୍ୟ କର ।

   ସାଇ ଲୀଳା -:  ନିଜକୁ ଅହଂକାର ଶୂନ୍ୟ କର ।                         ଆମମାନଙ୍କର କୁଟିଳ ଓ ଉତ୍ତମ ଚିନ୍ତା ଆମର ଦୈନନ୍ଦିନ ଜୀବନ ଯାତ୍ରାରେ ସହାୟତା ହୋଇ ଥାଏ । ଉତ୍ତମ ଚିନ୍ତା ଉଚ୍ଚ ସ୍ଥାନକୁ ନେଇ ଯାଏ । ଏହି ଚିନ୍ତା ର ଭାବନା କିପରି ନିଜ ଭିତରେ ଗଢ଼ି ତୋଳିବା ସେ ପାଇଁ ଆମେ ଯତ୍ନବାନ ହେବା ଉଚିତ । ସକାଳୁ ରାତି ପର୍ଯ୍ୟନ୍ତ ନିଜର କାର୍ଯ୍ୟ ଭିତରେ ଉଚ୍ଚ ଚିନ୍ତା କୁ ଫଳବତୀ ପାଇଁ ଚେଷ୍ଟା କରିବା ଦରକାର । ଉତ୍ତମ ଚିନ୍ତାକୁ ସଫଳ ପାଇଁ ଆମମାନଙ୍କର ଏକ ସରଳ ଉପାୟ ହେଉଛି ସାଧୁସନ୍ଥ ମାନଙ୍କର ଜୀବନୀ ପୁସ୍ତକ ସହ ଇଶ୍ଵର ବିଶ୍ୱାସ ବୃଦ୍ଧି କରିବା ଉଚିତ । ସାଇବାବାଙ୍କ ଜୀବନୀ ର ପଠନ ଆମକୁ କିଛି ସାହାଯ୍ୟ କରିବ । ନିତ୍ୟ ପଠନର ଫଳ ଧିରେ ଧିରେ ଆମର ଉତ୍ତମ ଚିନ୍ତା ପାଇଁ ଏକ ବଡ଼ ସହାୟକ ରୂପେ କାର୍ଯ୍ୟ କରିବ । ସବୁବେଳେ ଏକ କାର୍ଯ୍ୟ ସମ୍ପାଦନ ପାଇଁ ସୂଚୀ ତିଆରି କରିଲେ ତାର ଉନ୍ନତ ଫଳ ପାଇବା । କୁଟିଳତା ଭାବନା ନରକଗାମୀ କରାଇବ । କୁଟିଳ ଯେଉଁ ସ୍ଥାନ ରେ ଥାଏ ସେଠି ଭୟ ମଧ୍ୟ ବିରାଜମାନ କରେ । ମାନସିକ ଚାପରେ ଆମେ ରହୁ । ସବୁ ପ୍ରକାରର ସମସ୍ୟା ସୃଷ୍ଟି ହୋଇ ଜୀବନ କଷ୍ଟକର ପରିସ୍ଥିତି ରେ ଗତି କରେ । କୁଟିଳ ଚିନ୍ତା ଶରୀର ରେ ରହିଲେ ଅହଙ୍କାରୀ ମନ ଠିକ ବାଟରେ ଗତି କରେ ନାହିଁ । ଅହଂକାର ଶୂନ୍ୟ ରହି ଫଳକୁ ଆନନ୍ଦ...

ସାଇ ବାଣୀ -:ସାଇ ହିଁ ସବୁ କରିପାରିବେ ।

    ସାଇ ଲୀଳା -:ସାଇ ହିଁ ସବୁ କରିପାରିବେ ।        ସାଇ ମହାରାଜା ଆମମାନଙ୍କର ଦାସ ନୁହନ୍ତି ବରଂ ଆମେ ତାଙ୍କର ଦାସ ଅଟୁ । ତାଙ୍କର ପଦଧୁଳିକୁ ଆମେ ମୁଣ୍ଡରେ ମାରିଲେ ଆମକୁ  ଦିବ୍ୟଶକ୍ତି ମିଳିଲା ପରି ଲାଗେ । ଶାସ୍ତ୍ରୀୟ ମତରେ ଭଗବାନ ଏବଂ ଗୁରୁ ସବୁବେଳେ ଭକ୍ତଙ୍କ ପାଖରେ ଦାସ ରୂପେ କାର୍ଯ୍ୟ କରି ଥାଆନ୍ତି । ଭକ୍ତ ପାଖରେ ଇଶ୍ଵର ପ୍ରତି ଗଭୀର ଭକ୍ତି ଓ ବିଶ୍ୱାସ ରହିଲେ ସରଗର ସବୁ ଦେବା ଦେବୀ ମଧ୍ୟ ଦାସ ହୋଇ ରହନ୍ତି । ଗୁରୁ ନିକଟରେ ପରୀକ୍ଷାରେ ଉତ୍ରୀର୍ଣ୍ଣ ହେବା ପାଇଁ ଭକ୍ତ ବାରମ୍ବାର ପରୀକ୍ଷା ଦେଇ ଚାଲେ । ଗୋଟିଏ ଗୋଟିଏ ପରୀକ୍ଷା ପରେ ବିଶ୍ୱାସ ସେତେ ଦୃଢ଼ତା ହୁଏ । ଗୁରୁ କିମ୍ବା ଭଗବାନ ବାରମ୍ବାର ପରୀକ୍ଷା ଭକ୍ତ ର ନିଅନ୍ତି । କେବଳ ବିଶ୍ୱାସକୁ ଦୃଢ଼ ରଖିବା ନିମନ୍ତେ .. ଭକ୍ତ ର ଭକ୍ତି ଓ ବିଶ୍ୱାସ ଅସ୍ଥିର ନହେବା ପାଇଁ ଗୁରୁ ବହୁତ ପରୀକ୍ଷା କରନ୍ତି । ଦାସ ର ଅର୍ଥ ଚାକର । ଗୁରୁ କି ଭଗବାନ ସେହି ଭକ୍ତ ନିକଟରେ ଚାକର ପରିକା କାର୍ଯ୍ୟ କରନ୍ତି ଯିଏ ଦୃଢ଼ ବିଶ୍ୱାସ ଓ ଗୁରୁ ପ୍ରତି ଭକ୍ତି ଭାବ ରଖିଥାଏ । ଗୁରୁ ସବୁ କରମ ଶିଷ୍ୟ ପାଇଁ କରିଦିଅନ୍ତି ।                                          ...

ସାଇ ବାଣୀ -: ରୋଗ ହୋଇ ଅଛି , ଶିଘ୍ର ଆରୋଗ୍ୟ ଲାଭ କରିବ ।

     ସାଇ ଲୀଳା -: ରୋଗ ହୋଇ ଅଛି ,ଭଲ ହୋଇ ଯିବ ।          ଆମେମାନେ ଜନ୍ମ ହୋଇ ଅଛୁ ଏବଂ ମରଣ ପର୍ଯ୍ୟନ୍ତ ବଂଚିବୁ । ଏହି ସମୟ କୁ ଆମେ କହୁ ଜୀବନ ର ଯାତ୍ରା । ସୁଖ ଦୁଃଖ , ହସ କାନ୍ଦ , ଧର୍ମ ଅଧର୍ମ , ସତ୍ୟ ମିଥ୍ୟା ଓ ପାପ ପୂଣ୍ୟ ସବୁ ସାମନା କରିବା ପାଇଁ ପଡେ । ଏହି ଭିତରେ  ସମ୍ପର୍କରେ ଅନେକ ପରିବର୍ତ୍ତନ ବୟସ ବଢ଼ିବା ସହିତ ଘଟିଚାଲେ । କେତେ ବେଳେ ବାପା  , ଅଜା ,ମାମୁ , ଭାଇ ବନ୍ଧୁ ଏମିତି କେତେ କଣ ଚରିତ୍ରରେ ଅଭିନୟ କରୁ । ଏହି ସମୟ ଭିତରେ ଯଦି ଇଶ୍ଵର ବିଶ୍ୱାସ ବଢେ ତାହେଲେ ଆମମାନଙ୍କ ର ଏକ ନୂଆ ଜୀବନ ଧାରା ଆରମ୍ଭ ହୁଏ । ସମୟର ସଦୁପଯୋଗ ପାଇଁ ଇଶ୍ଵର ଏବଂ ଗୁରୁ ହିଁ  ଭରସା ଅଟନ୍ତି । କୌଣସି ସମୟରେ ବାଟ ବଣା ନହେବା ପାଇଁ ଗୁରୁ ବାଣୀ ଓ ଗୁରୁ ସେବା ହିଁ ଏକାନ୍ତ ଜରୁରୀ ଅଟେ । ସାଇ ବାବା ପାଖକୁ ଯେଉଁ ଭକ୍ତ ମାନେ ଯାଉ ଥିଲେ ସେ ମଧ୍ୟରୁ ଅନେକ ଭକ୍ତଙ୍କ ର ଅତୀତ କଥା ବାବା କହୁଥିଲେ । ଅନେକକୁ ବହୁ ଜନ୍ମର ସମ୍ପର୍କ ବାବଦରେ ବାବା କହି ଜଣାଉ ଥିଲେ ଯେ ,  ତୁମ ଆଉ ମୋର ଅନେକ ଜନ୍ମ ରୁ ଏହିପରି ସମ୍ବନ୍ଧ ଅଛି । ତେଣୁ ଆମେମାନେ ଏହି ଜନ୍ମ ରେ ମଧ୍ୟ ମିଳନ ହୋଇ ପାରିଲୁ । ମୁଁ ତୁମ୍ଭକୁ ବହୁତ ଜନ୍ମ ଧରି ଚିହ୍ନି ଆସି ଅଛି ହେଲେ ତୁମେ ଜାଣି ପାରୁନ । ଶରୀର ରେ ରୋଗ କୁ ନେଇ ବାବା ଅନେକ କୁ କହୁଥିଲେ , ଶରୀର ଅଛି ଯେତେବେଳେ ରୋ...

ସାଇ ଲୀଳା -: ସମସ୍ତ ଜିନିଷ ଗୁରୁଙ୍କୁ ଦେଖାଇ ବ୍ୟବହାର କର ।

ସାଇ ଲୀଳା -: ସମସ୍ତ ଜିନିଷ ଗୁରୁ ପାଖରେ ରଖି ବ୍ୟବହାର କର ।     ହୃଦୟ ଏପରି ଏକ ସ୍ଥାନ ଯେଉଁଠି ଭଗବାନ କିମ୍ବା ଗୁରୁ ହିଁ ବସି ପାରିବେ । ହୃଦୟ ଭିତରେ ଯେଉଁ ସିମୀତ ସ୍ଥାନ ଅଛି ସେଠି ବସାଇବା ପାଇଁ ନିବେଦନ କରି ବସାଇବା ଉଚିତ । ଏଥିପାଇଁ ଅନେକ ସମୟ ଲାଗିଯାଇ ପାରେ । ଧୌର୍ଯ୍ୟହରା ନହୋଇ ନିରନ୍ତର ଗୁରୁ ସେବାରେ ମନ ନିଯୁକ୍ତି ହୋଇବା ଉଚିତ । ସ୍ୱାର୍ଥ ରହିତ ସେବା ଠାରୁ ନିସ୍ୱାର୍ଥ ସେବା ର ଫଳ ବହୁତ ବେଶୀ । ଶତାଧିକ ସେବକ ମଧ୍ୟରେ ହାତ ଗଣତି କିଛି ସେବକ ହୃଦୟରେ ଭଗବାନ କିମ୍ବା ଗୁରୁଙ୍କୁ ସ୍ଥାନ ଦିଅନ୍ତି । ତନ୍ମଧ୍ୟରୁ ଏକନିଷ୍ଟ ଭକ୍ତଙ୍କ ଭକ୍ତିର ଭାବ ଅନ୍ୟ ଠାରୁ ବେଶୀ । ହୃଦୟରେ ଗୁରୁ କିମ୍ବା ଇଶ୍ଵର ବିରାଜମାନ କଲେ ଭକ୍ତର କଲ୍ୟାଣର ଭଣ୍ଡାର ସିଏ ହିଁ ଖୋଲି ଦିଅନ୍ତି । ଭକ୍ତ ଜଗତର ହୀତ ପାଇଁ କଲ୍ୟାଣ ଭଣ୍ଡାର ରୁ ଦେଇ ଚାଲେ । ଭକ୍ତ କୁ ଏହି ଅସରନ୍ତି ଭଣ୍ଡାର ର ମାଲିକ ଗୁରୁ ଅଟନ୍ତି । ପାପ ଧୀରେ ଧୀରେ ଲୋପ ପାଇ ଚାଲେ । ଗୁରୁ ହୃଦୟରେ ବସିବା ପାଇଁ ଭକ୍ତ ପାଖରେ ସବୁଠାରୁ ବଡ ସମର୍ପଣ ଭାବର ଆବଶ୍ୟକତା ଅଛି । ଯିଏ ସମର୍ପଣ ଠିକସେ କରି ପାରେ ସିଏ କୃପାର ଅଧିକାରୀ ହୁଏ । ସମର୍ପଣର ଭାବ ଆସିବା ପାଇଁ ଭକ୍ତ ତାର ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ଯ ଗୁରୁଙ୍କର ଠାରେ ସମର୍ପଣ କରି ବ୍ୟବହାର କରେ । ଖାଦ୍ୟ ,ବସ୍ତ୍ର ,ଫୁଲ ,ଫଳ ,ଏପରି ଯେଉଁ ଶଯ୍ୟା ରେ ସେ ଶୟନ କରେ ତାହା ବି ଗୁରୁ ନିକଟରେ ସମର୍ପଣ କର...