Skip to main content

Posts

ସାଇ ବାଣୀ -: ମାୟାରୁ ନିବୃତ୍ତ ହେବା ଉଚିତ ।

      ସାଇ ଲୀଳା -: ମାୟା ରୁ ନିବୃତ୍ତ ରହିବା ଭଲ ।                ବର୍ତ୍ତମାନ ର ପରିସ୍ଥିତି ସବୁଠାରୁ କଠିନ ସମୟ ଅଟେ । ପୃଥିବୀର ମଣିଷମଧ୍ୟରେ ଭୟର ଏକ ବାତାବରଣ ଖେଳି ଯାଇ ଅଛି । ଜୀବନ ରକ୍ଷା ପାଇଁ ସମସ୍ତେ ଦୌଡ଼ିବା ଆରମ୍ଭ ହୋଇଅଛି । ଏପର୍ଯ୍ୟନ୍ତ ଇଶ୍ଵର ବିଶ୍ୱାସ ବଢ଼ି ନାହିଁ । ଆମମାନଙ୍କ ର ଧୌର୍ଯ୍ୟର ପରୀକ୍ଷା ଚାଲିଅଛି । ନାବିକ ଯେତେବେଳେ ଗଭୀର ସମୁଦ୍ରରେ ନୌକା ଚଳାଇ ଥାଏ ସମସ୍ତେ ଆନନ୍ଦରେ ବସି ରହି ଥାଆନ୍ତି ଏବଂ କୂଳରେ ଲାଗିବା କଥା ଚିନ୍ତା କରନ୍ତି । ଯଦି ହଠାତ ପବନ ଜୋରରେ ବହିବା ଆରମ୍ଭ କରେ ସେବେଳେ ନିଜର ନିରାପଦ ହିଁ ମନକୁ ଆସେ । ସେହି ସମୟରେ  ସମସ୍ତେ ନାବିକ କୁ କହନ୍ତି ନାବକୁ ଜୋରରେ ଚଳାଇ କୂଳରେ ପହଞ୍ଚିବା ପାଇଁ ... କିନ୍ତୁ ନାବିକର ଧୌର୍ଯ୍ୟ ଓ ବିଶ୍ୱାସ ବଳରେ ସମସ୍ତ ଯାତ୍ରୀ ସୁରକ୍ଷିତ ଅବସ୍ଥାରେ କୂଳରେ ପହଞ୍ଚି ପାରନ୍ତି । ଆଜି ଆମକୁ ମାୟା ଘେରି ଅଛି । ଇଶ୍ଵର ପାଖରେ କାର୍ଯ୍ୟ ଆରମ୍ଭ ପୂର୍ବରୁ ଆକୁଳ ନିବେଦନ ଓ କାର୍ଯ୍ୟ ହେଲା ପରେ ମୁଁ କୁ ଲଗାଇ କହିବା ଫଳରେ ଆମର ଅହଂକାର ବଢେ । ଏଥିପାଇଁ ମାୟା ହିଁ ଦାୟୀ । ମାୟାରେ ପଡି 'ମୁଁ ' ର ଗୁରୁତ୍ୱ ବଢ଼ି ଯାଏ । ମାୟା ପାଖରେ ଆମେ ସମସ୍ତେ ହାର ମାନୁ । ଏବେ ଅର୍ଥ ଓ ଅହଙ୍କାରୀ ର ପଛରେ ଗୋଟିଏ ଶକ୍ତି ମାୟା ହିଁ କାମ କରେ ।      ...

ସାଇ ବାଣୀ -: ମନର କୁବିଚାରକୁ ହଟାଇଲେ ଗୁରୁ କୃପା ମିଳିବ ।

       ସାଇ ଲୀଳା -: ମନର କୁବିଚାରକୁ ପରିବର୍ତ୍ତନ କର। ମନ ଉପରେ ସବୁବେଳେ ନିୟନ୍ତ୍ରଣ ରଖିବା ଉଚିତ  ।ବେଳେ ବେଳେ ମନ ଲଗାମ ଛଡ଼ା ହୋଇ ଗଲେ ବିଭିନ୍ନ ପ୍ରକାର ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୁଏ । ଇଶ୍ଵର ବିଶ୍ବାସ ବଢ଼ାଇ ଚାଲିଲେ ମନ ଆପେଆପେ ଧିର ହୋଇ ଯାଏ । ବହୁତ ଲୋକମାନେ ବେଳେ ବେଳେ ମନ ଭିତରେ ସନ୍ଦେହ ଓ କୁ ବିଚାର କୁ ଗୁରୁତ୍ୱ ଦିଅନ୍ତି ।କିନ୍ତୁ ପରେ ତାର ଫଳ ବହୁତ କଷ୍ଟ ଦେଇ ଥାଏ । ସାଇ ବହୁତ ଦୂରରେ ଥିବା ଭକ୍ତଙ୍କ ମନକୁ ଶିରିଡି ରେ ବସି ପଢ଼ି ପାରୁଥିଲେ । କୁବିଚାରକୁ କିପରି ଭକ୍ତ ହଟେଇବ ସେହି ପାଇଁ ମଧ୍ୟ ବାବାଙ୍କ ବିଚିତ୍ର ନୀତି ନିୟମ ଥିଲା । ବଡ଼ବଡ଼ ପଣ୍ଡିତ , ବୁଦ୍ଧିମାନ , ଅହଙ୍କାରୀ ଓ ଗର୍ବ ରେ ବୁଡ଼ି ଥିବା ଅନେକ ଭକ୍ତମାନେ ସଂସ୍କାର ହୋଇ ଅଛନ୍ତି । ଗୁରୁ ଚରଣକୁ ଠିକ ସେ ଧରି ପାରିଲେ ମନ ଆପେଆପେ ନିୟନ୍ତ୍ରଣ ହୁଏ ।                    ଗୋଟିଏ ମୁସଲମାନ ଦମ୍ପତି ବିବାହ ର ଅନେକ ବର୍ଷ ପଯ୍ୟନ୍ତ ସନ୍ତାନ କୂଳକୁ ଆସି ନଥିଲା । ସେମାନେ ସାଇ ବାବା ପାଖକୁ ଗଲେ ଏବଂ ବାବାଙ୍କ ଆଶିର୍ବାଦରୁ ଗୋଟିଏ ପୁତ୍ର ସନ୍ତାନ ଜନ୍ମ ନେଇ ଥିଲା । ସେମାନେ ଖୁସି ରେ ବାବାଙ୍କ ପାଖକୁ ଗଲେ । ଯିବାବେଳେ ହାତରେ ଫୁଲର ଚାଦର ଓ ପାନବିଡା ନେଇଥିଲେ । ବାବା ସେମାନଙ୍କୁ ଆଶିର୍ବାଦ ଦେଲେ ଏବଂ ଆଣିଥିବ ସାମଗ୍ରୀ...

ସାଇ ବାଣୀ -: ସାଇ ନିଜେ ଦୀପ ଜାଳି ଅନ୍ୟର ଦୁଖଃ ଓ କଷ୍ଟ ହରଣ କରୁଥିଲେ ।

      ସାଇ ଲୀଳା -: ଦୀପ ଜାଳି ଦୁଖଃ କଷ୍ଟ ନାଶ କରୁଥିଲେ ।                  ବାବା ଦୀପ ଜଳାଇବାକୁ ଭଲ ପାଉଥିଲେ । ଦୀପ ଜଳାଇବାକୁ ତେଲ ପାଇଁ ଶିରିଡି ର ଦୋକାନୀମାନଙ୍କ ପାଖରୁ ତେଲ ଆଣୁଥିଲେ । ଆମେମାନେ ତାଙ୍କର ଫଟୋ କିମ୍ବା ମୂର୍ତ୍ତି କୁ ପୂଜା ସମୟରେ ଘିଅ କିମ୍ବା ତେଲରେ ଦୀପ ତାଙ୍କ ସାମ୍ନାରେ ଜାଳୁ । ଘରେ ଦୀପଟି ଜଳିବା ଫଳରେ ବିଯୁକ୍ତ ଶକ୍ତି ଘରକୁ ଆସି ପାରେ ନାହିଁ । ବହୁତ ଭକ୍ତ ବାବାଙ୍କ ପାଖରେ ଅଖଣ୍ଡ ଦୀପ ଜଳାଇ ଥାଆନ୍ତି । ଗୃହକୁ ଦୁଷ୍ଟ ଶକ୍ତି ଆସି ପାରେ ନାହିଁ ।। ସାଧାରଣତଃ ଶୁଭ କାର୍ଯ୍ୟ ରେ ଦୀପ ଜଳା ଯାଇ ଥାଏ । ଏହା ଆମମାନଙ୍କ ଦେବଦେବୀ ପୂଜା ବିଧି ର ଏକ ଶୁଭ କାର୍ଯ୍ୟ ଅଟେ ।  ଶିରିଡିକୁ ଗଲେ ଆମେମାନେ ଲେଣ୍ଡିବାଗ ଦେଖି ଥାଉ ।ବାବା ଅଧିକାଂଶ ସମୟରେ ସେଠାରେ ବସୁଥିଲେ ।ଶିରିଡି ର ପବିତ୍ର ସ୍ଥାନ ମଧ୍ୟରେ ଲେଣ୍ଡିବାଗ ଏକ ପବିତ୍ର ସ୍ଥାନ ଅଟେ । ସେହି ଜାଗାରେ ବାବା ଏକ ଦୀପ ଜଳାଇ ରଖିଥିଲେ । ନନ୍ଦାଦୀପ ରେ ସେତେବେଳେ ଗୋଟିଏ ଖାଲରେ ଦୀପଟି ଜଳା ଯାଉ ଥିଲା । ତାର ଯତ୍ନ ପାଇଁ ବାବା ଅବଦୁଲ କୁ ଦେଇ ଥିଲେ । ସେବେଳେ ଅନେକ ହିନ୍ଦୁ ଭକ୍ତମାନେ ସାଇ ବାବାଙ୍କ ପାଖରେ ଥିଲେ । ହେଲେ ଅବଦୁଲ କୁ ଏପରି ଗୁରୁ ଦାୟିତ୍ୱ ଦେବା ର କି କାରଣ ?? ସତରେ ସାଇ ମହାରାଜାଙ୍କର ଳୀଳା ବୁଝିବା ମୁସକିଲ । ଅବଦୁଲ ଦୀପର ଯତ୍ନ ...

ସାଇ ଲୀଳା -: ଚିନ୍ତା କରନା , ଇଶ୍ଵର ତୁମକୁ ବହୁତ ଦେବେ ।

ସାଇ ଲୀଳା -: ଚିନ୍ତା କରନା ,ଇଶ୍ଵର ତୁମକୁ ବହୁତ ଦେବେ ।                                 ଏହି ଦୁନିଆରେ ସବୁ ଭଗବାନଙ୍କ ନିର୍ଦ୍ଦେଶର ଚାଲିଛି ଆଉ ଚାଲିବ ଏଥିରେ ଟିକିଏବି ସନ୍ଦେହ କରିବା ଉଚିତ ନୁହେଁ । ଦିନରାତି , ଜୀବନ ମୃତ୍ୟୁ , ଆଲୋକ ଅନ୍ଧାର , ଆନନ୍ଦ ଦୁଖଃ , ଓ ସୃଷ୍ଟି  ପ୍ରଳୟ ସବୁର ମାଲିକ ସିଏ ହିଁ ଅଟନ୍ତି ।  ଏହି ମଣିଷ ସମାଜ ସବୁବେଳେ ତ୍ରିତାପ ପାପ ମଧ୍ୟରେ ଘାଣ୍ଟି ହୋଇ ଥାଏ । ଜନ୍ମଗ୍ରହଣ ପରଠୁ ମରଣ ପଯ୍ୟନ୍ତ ଏହି କଷ୍ଟ ହିଁ ମିଳିଥାଏ । ମୁକ୍ତି ପାଇଁ ଇଶ୍ଵର ଆରଧନା ହିଁ ଏକ ସୁଗମ ବ୍ୟବସ୍ଥା ଅଟେ । ଇଶ୍ଵର ପାଇବା ପାଇଁ ଗୁରୁ ଆଶ୍ରିତ ହେବା ଉଚିତ । ସେ ହିଁ ସବୁ ପାପରୁ ମୁକ୍ତ କରି ପାରିବେ । ଅନେକ ସମୟରେ ଗୁରୁ ପାପକୁ ଦୂର ପାଇଁ ବିଭିନ୍ନ ମାଧ୍ୟମରେ ଭକ୍ତଙ୍କ ରକ୍ଷା କରନ୍ତି ।                   କାଶୀନାଥ ଗାରଡେ ଜଣେ ସବ ଜଜ ଥିଲେ । ଶିରିଡି ସାଇ ବାବାଙ୍କର ମହିମା ଶୁଣି ସେ ଶିରିଡି ରେ ପହଞ୍ଚି ଥିଲେ । ଯେତେବେଳେ ସେ ବାବାଙ୍କ ପାଖକୁ ଦର୍ଶନ କରିବା ପାଇଁ ଗଲେ ସେତେବେଳେ ବାବା ତାଙ୍କୁ ଦକ୍ଷିଣା ମାଗିଲେ  ।ଗାରଡେ ଦୁଇ ଟଙ୍କା ଦକ୍ଷିଣାଦେଇ ଶିରିଡି ରେ ଚାରି ଦିନ ରହିଲେ । ସବୁଦିନ ସେ ସାଇବାବାଙ୍କୁ...

ସାଇ ବାଣୀ -: ଉଦି ହିଁ ଶ୍ରେଷ୍ଠ ଔଷଧ । ବିଶ୍ୱାସର ସହ ସେବନ କର ।

   ସାଇ ଲୀଳା -: ଉଦି ହିଁ ସବୁ ପ୍ରକାରର ଔଷଧ ରୂପେ କାମ କରେ ।                         ସବୁ ସନ୍ଥମାନଙ୍କ ଆଚାର ଓ ବ୍ୟବହାର ଭିନ୍ନ ଭିନ୍ନ ଅଟେ । ସାଇ ବାବା ଶିରିଡି ରେ ଧୁନି ଲଗାଇ ସେଥିରୁ ବାହାରୁଥିବା ଭସ୍ମ କୁ ଲୋକ ମାନଙ୍କୁ ଦେଇ ବିଭିନ୍ନ ବଡ଼ବଡ଼ ବ୍ୟାଧିକୁ ଦୂର କରୁଥିଲେ । ରୋଗ ମୁକ୍ତ କରିବା ବାବାଙ୍କର ଏହା ଥିଲା ଏକ ଉପାୟ । ଉଦି ହିଁ ରୋଗରେ ପୀଡିତ ମାନଙ୍କର ଏଇ ବଡ଼ ଔଷଧ ଥିଲା । ଏପରି ଦେଖିବାକୁ ମିଳିଛି ଯେ , କିଛି ଭକ୍ତ ପାଖରେ ଉଦି ନଥିଲେବି ସେମାନେ ରାସ୍ତା ର ଧୂଳି ,ଧୁପ କାଠି ର ଭସ୍ମ କୁ ବ୍ୟବହାର କରି ଉଦି ର ଫଳ ପାଇ ଅଛନ୍ତି । ଏଠାରେ ବିଶ୍ୱାସ ସବୁଠାରୁ ବଡ଼ ଅଟେ । ସାଇ ବାବା ଦେଉଥିବା ଉଦି କୁ ଯିଏ ବିଶ୍ୱାସ ରେ କପାଳରେ ଲଗେଇ ଅଛି ସେ ଉପକୃତ ହୋଇ ଅଛି । ଯଦି କେହି ବାବାଙ୍କ ରୂପ କୁ ଚିନ୍ତା କରି ଉଦି ସେବନ କରିଛି ସେ ମଧ୍ୟ ରୋଗ ମୁକ୍ତ ହୋଇ ପାରିଛି ।              ନାରାୟଣ ରାଓ ନାମକ ଜଣେ ଭକ୍ତ ତାଙ୍କର ବନ୍ଧୁ ରାମଚନ୍ଦ୍ର କୁ ଗୋଟିଏ କଙ୍କଡ଼ା ବିଛା କାମୁଡି ଥିଲା । ସେ ବହୁତ କଷ୍ଟ ପାଇଲେ । କଷ୍ଟ ଦୂର କରିବା ପାଇଁ ଉଦି ଖୋଜିଲେ ହେଲେ ଉଦି ପାଇଲେ ନାହିଁ । ରାମଚନ୍ଦ୍ର ଉଦି ନପାଇ ବାବାଙ୍କ ପାଖରେ ଜଳା ଯାଇଥିବା ଧୂପ ର ଭସ୍ମ କୁ ବିଛା ...

ସାଇ ବାଣୀ -:ନିଜେ ଅନୁଭବ କରି ମତେ ବିଶ୍ୱାସ କର

        ସାଇ ଲୀଳା -: ନିଜେ ଅନୁଭବ କରି ବିଶ୍ୱାସ କର ।                 ଏବେବି ଶ୍ରୀସାଇ ବାବାଙ୍କର କଥା ଶ୍ରବଣ କରୁଥିବା ବେଳେ ବିଭିନ୍ନ ପ୍ରଶ୍ନ ମନକୁ ଆସେ । ଗୁରୁ ତ ମଣିଷ ଦେହ ହୋଇ ଜନ୍ମ ଲାଭ କରିଛନ୍ତି । ସେ କିପରି ଏତେ ଚମତ୍କାର କରୁଥିଲେ । ଭଗବାନ ଓ ଗୁରୁ ମଧ୍ୟରେ ଫରକ ଦେଖିବା ଫଳରେ  ମନଭିତରକୁ ବିଭିନ୍ନ ପ୍ରକାରର ପ୍ରଶ୍ନ ଉଠେ । ତାହା ବି ଗୁରୁ ସମାଧାନ କରନ୍ତି । ଗୁରୁ ଧରିବା ପୂର୍ବରୁ ବିଭିନ୍ନ ଚିନ୍ତା ମନ ଭିତରେ ସୃଷ୍ଟି ହୁଏ । ଉପଯୁକ୍ତ ସମୟ ଆସିଲେ ଗୁରୁ ମନଭିତରେ ସୃଷ୍ଟି ହୋଇ ଥିବା ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇ ଶିଷ୍ୟକୁ ନିଜର କରି ନିଅନ୍ତି ।ଗୁରୁ ଉତ୍ତର ଦେବାର ଶୈଳୀ ଭିନ୍ନ ପ୍ରକାରର ଅଟେ । ଭକ୍ତ ସହଜରେ ବୁଝି ପାରେନା ।         ବମ୍ବେର ଡି. ଏମ . ମୁଲକୀ ନାମକ ଜଣେ ଡାକ୍ତର ବହୁ ଦିନ ରୋଗରେ ଶଯ୍ୟାଶାୟୀ ଥିଲେ । ତାଙ୍କ ସାଙ୍ଗ ମାନେ ଶିରିଡି ଯିବାକୁ ପରାମର୍ଶ ଦେଲେ ।ଡାକ୍ତର ମହାଶୟ ଶିରିଡି ଯିବା ପାଇଁ ମନେମନେ ଭାବିଲେ  ।ଶିରିଡି ସାଇ ବାବାଙ୍କ ପାଖକୁ ଗଲେ ସେ ନିଶ୍ଚିତ ତାଙ୍କର କଥା ଶୁଣି  ଦେହକୁ ସମ୍ପୁର୍ଣ୍ଣ ଆରୋଗ୍ୟ କରିଦେବେ । ପୁଣି ତାଙ୍କର ଭାବନା ପରିବର୍ତ୍ତନ ହେଲା ଯେ ସାଇ ଯଦି ସପୂର୍ଣ ଭଲ କରି ଦିଅନ୍ତି  ତାହେଲେ ସେ ଶିରିଡିକୁ ଯିବେ...

ସାଇ ବାଣୀ - : ସବକା ମାଲିକ ଏକ ହୈ ।

            ସାଇ ଲୀଳା - ସବକା ମାଲିକ ଏକ ହୈ ।               ସାଇବାବାଙ୍କ କୀର୍ତ୍ତି ଦିନକୁ ଦିନ ଭାରତବର୍ଷରେ କାଶ୍ମୀର ଠାରୁ କନ୍ୟାକୁମାରୀ ପଯ୍ୟନ୍ତ ବ୍ୟାପି ଯାଇଥିଲା । ଯେ କୌଣସି ଜାତିର ଲୋକଙ୍କ ପାଇଁ ତାଙ୍କର ଦରବାର ସବୁବେଳେ ଖୋଲା ଥିଲା । ଧନୀ ଦରିଦ୍ର ,ଉଚ୍ଚ ନୀଚ୍ଚ , ଜାତି ଅଜାତି , ରୋଗୀ ନିରୋଗୀ ଇତ୍ୟାଦି ସବୁ ତାଙ୍କର ପାଖରେ ସମାନ ଥିଲେ । ସମସ୍ତଙ୍କର ସେ ଥିଲେ ଏକ ଚଳନ୍ତି ଇଶ୍ଵର । ବିଚିତ୍ର ନୀତି ଓ ଆଦର୍ଶ ଭିତରେ ସମସ୍ତ ଭକ୍ତଙ୍କ ସହିତ ମଧୁର କଥାବାର୍ତ୍ତା କରି ସେ ନିଜର କରି ପାରୁଥିଲେ ।              ସନ୍ଥ କବୀରଙ୍କ ପରି ବାବା ହିନ୍ଦୁ ମାନଙ୍କ ପାଇଁ ମୁସଲମାନ ଆଉ ମୁସଲମାନମାନଙ୍କ ପାଇଁ ହିନ୍ଦୁ ଥିଲେ । ନିଜ ସମାଧି ନେବା ପୂର୍ବରୁ ବହୁତ ହିନ୍ଦୁ ଓ ମୁସଲମାନ ମାନେ ତାଙ୍କ ପାଖକୁ ଆସୁଥିଲେ । ଏପରିକି ବହୁତ ବଡ଼ବଡ଼ ମୁସଲମାନ ସ୍ତ୍ରୀ ଲୋକମାନେ ତାଙ୍କୁ ଦେଖିକରି ଆଶିଷ ନେଇ ଘରକୁ ଫେରୁଥିଲେ । ଭେଦଭାବ ଶିରିଡି ରେ ନଥିଲା ତାର ନମୁନା ଆଜିବି ସେହି ପବିତ୍ର ଭୂମି ଶିରିଡିରେ ଦେଖିବା ପାଇଁ ମିଳେ । ଶରୀର ଛାଡ଼ିବାର ଦୁଇ ବର୍ଷ ପୂର୍ବରୁ ଦଶହରା ଦିନ ବାବା ରାଗିଯାଇ ତାଙ୍କର ଶରୀର ରୁ ସବୁ ବସ୍ତ୍ର କାଢ଼ି ଦେଇ କହିଲେ        " ଦେଖ ମୁଁ...