Skip to main content

ସାଇ ବାଣୀ -: ମାୟାରୁ ନିବୃତ୍ତ ହେବା ଉଚିତ ।


      ସାଇ ଲୀଳା -: ମାୟା ରୁ ନିବୃତ୍ତ ରହିବା ଭଲ ।

               ବର୍ତ୍ତମାନ ର ପରିସ୍ଥିତି ସବୁଠାରୁ କଠିନ ସମୟ ଅଟେ । ପୃଥିବୀର ମଣିଷମଧ୍ୟରେ ଭୟର ଏକ ବାତାବରଣ ଖେଳି ଯାଇ ଅଛି । ଜୀବନ ରକ୍ଷା ପାଇଁ ସମସ୍ତେ ଦୌଡ଼ିବା ଆରମ୍ଭ ହୋଇଅଛି । ଏପର୍ଯ୍ୟନ୍ତ ଇଶ୍ଵର ବିଶ୍ୱାସ ବଢ଼ି ନାହିଁ । ଆମମାନଙ୍କ ର ଧୌର୍ଯ୍ୟର ପରୀକ୍ଷା ଚାଲିଅଛି । ନାବିକ ଯେତେବେଳେ ଗଭୀର ସମୁଦ୍ରରେ ନୌକା ଚଳାଇ ଥାଏ ସମସ୍ତେ ଆନନ୍ଦରେ ବସି ରହି ଥାଆନ୍ତି ଏବଂ କୂଳରେ ଲାଗିବା କଥା ଚିନ୍ତା କରନ୍ତି । ଯଦି ହଠାତ ପବନ ଜୋରରେ ବହିବା ଆରମ୍ଭ କରେ ସେବେଳେ ନିଜର ନିରାପଦ ହିଁ ମନକୁ ଆସେ । ସେହି ସମୟରେ  ସମସ୍ତେ ନାବିକ କୁ କହନ୍ତି ନାବକୁ ଜୋରରେ ଚଳାଇ କୂଳରେ ପହଞ୍ଚିବା ପାଇଁ ... କିନ୍ତୁ ନାବିକର ଧୌର୍ଯ୍ୟ ଓ ବିଶ୍ୱାସ ବଳରେ ସମସ୍ତ ଯାତ୍ରୀ ସୁରକ୍ଷିତ ଅବସ୍ଥାରେ କୂଳରେ ପହଞ୍ଚି ପାରନ୍ତି । ଆଜି ଆମକୁ ମାୟା ଘେରି ଅଛି । ଇଶ୍ଵର ପାଖରେ କାର୍ଯ୍ୟ ଆରମ୍ଭ ପୂର୍ବରୁ ଆକୁଳ ନିବେଦନ ଓ କାର୍ଯ୍ୟ ହେଲା ପରେ ମୁଁ କୁ ଲଗାଇ କହିବା ଫଳରେ ଆମର ଅହଂକାର ବଢେ । ଏଥିପାଇଁ ମାୟା ହିଁ ଦାୟୀ । ମାୟାରେ ପଡି 'ମୁଁ ' ର ଗୁରୁତ୍ୱ ବଢ଼ି ଯାଏ । ମାୟା ପାଖରେ ଆମେ ସମସ୍ତେ ହାର ମାନୁ । ଏବେ ଅର୍ଥ ଓ ଅହଙ୍କାରୀ ର ପଛରେ ଗୋଟିଏ ଶକ୍ତି ମାୟା ହିଁ କାମ କରେ । 


             ତିନି ଯୁଗରେ ମାୟା କାୟା ବିସ୍ତାର କରି ଅଛି ଏବଂ ଆଜିବି ବିସ୍ତାରକରି ରହିଅଛି । ଏହି ମାୟା ର ଜାଲରେ ନପଡିବା ପାଇଁ ଗୁରୁ ହିଁ ମାର୍ଗଦର୍ଶକ ରୂପେ କାର୍ଯ୍ୟ କରନ୍ତି । ଭକ୍ତ ପାଖରୁ ମାୟା ଯିବାର ପାଠ ଶିକ୍ଷା ଦିଅନ୍ତି । ତାହା ବେଳେ ବେଳେ ଭକ୍ତ ମାନଙ୍କୁ କଷ୍ଟ ଦିଏ । ୧୯୦୪ ମସିହାରେ ବରୋଦାର ମହାରାଣୀ ବାବାଙ୍କ ପାଖକୁ ଆସି ଥିଲେ । ମସଜିଦ ରେ ବାବାଙ୍କ ସାମନାରେ ଗୋଟିଏ ଥାଳିରେ ସୁନା ଓ ଆଉ ଗୋଟିଏ ଥାଳିରେ ରୂପା ର ମୁଦ୍ରା ରଖି ବାବାଙ୍କୁ ଦେଲେ । ବାବା ସେଗୁଡିକ ଦେଖି ମୁରୁକି ମୁରୁକି ହସି କହିଲେ ଏସବୁ ମୋର ଆବଶ୍ୟକ ନାହିଁ । ପରେ ରାଣୀ ମହଲାସପତିଙ୍କୁ କିଛି ଅର୍ଥ ଦେବା ପାଇଁ ଚାହିଁଲେ କିନ୍ତୁ ମହଲାସପତି ବାବାଙ୍କ ବିନା ଅନୁମତି ନେବେ ନାହିଁ ବୋଲି କହିଲେ । ବାବାଙ୍କ ପାଖରୁ ସମ୍ମତି ଆଣିବା ପାଇଁ ଗଲେ ହେଲେ ବାବା ତାଙ୍କୁ କହିଲେ ' ଗରିବ ହୋଇ ରହିବା ଭଲ ,ଅର୍ଥ ନେଇ ତୁମେ କଣ କରିବ ???  ଏହିପରି ବାବା ମାୟା ରୁ ନିଜେ ଦୂରେଇ ହେବା ସହିତ ମହଲାସପତି କୁ ମଧ୍ୟ ମାୟାରେ ନପଡିବା ପାଇଁ କହିଥିଲେ । ବାବାଙ୍କ ଭକ୍ତମାନେ ଯେପରି ମାୟାରେ ନ ପଡ଼ନ୍ତୁ ସେଥିପାଇଁ ସବୁବେଳେ ସେ ନଜର ଦେଉଥିଲେ । 








Comments

Popular posts from this blog

ସାଇ ବାଣୀ -: ତୁମ କଷ୍ଟର ଅନ୍ତ ଘଟିବ , ମୁଁ ତୁମ୍ଭର କଷ୍ଟ ନେବା ପାଇଁ ପ୍ରସ୍ତୁତ ।

           ସାଇ ଲୀଳା - ସବୁ କଷ୍ଟର ଅନ୍ତ ଘଟିବ ,ମୁଁ ତୁମ୍ଭର କଷ୍ଟ ନେବା ପାଇଁ ପ୍ରସ୍ତୁତ ।         ସାଇ ବାବା ତାଙ୍କର ଭକ୍ତ ମାନଙ୍କର ଅର୍ଥ ,ରୋଗ କିମ୍ବା ମାନସିକ ସ୍ତରର ସମସ୍ତ କଷ୍ଟକୁ ନିଜେ ନେଇ ଭକ୍ତଙ୍କ ମୁହଁରେ ଖୁସି ଦେଖୁଥିଲେ । ସେହି ପାଇଁ ବହୁତ ଭକ୍ତ ତାଙ୍କର ଆଶୀର୍ବାଦ ପାଇଁ ବହୁତ ଦିନ ଶିରିଡି ରେ ପଡ଼ି ରହୁଥିଲେ । ସମ୍ପୁର୍ଣ୍ଣ ସମର୍ପଣ ଭାବକୁ ବାବା ସବୁବେଳେ ଆମମାନଙ୍କ ପାଖରୁ ଆଶା କରୁଥିଲେ । ଯାହାର ଭାବ ଅତି ଉନ୍ନତ ଥିଲା ସେ ହିଁ ବେଶୀ କୃପା ପାଇ ପାରୁଥିଲା । ଆଜି ଅନେକ ଭକ୍ତ ତାଙ୍କର ଜୀବନକୁ ନେଇ ରଚିତ ପୁସ୍ତକ ସାଇ ସତଚରିତ ପଢ଼ି ତାଙ୍କର କୃପା ପାଇ ପାରୁ ଅଛନ୍ତି । ନିତ୍ୟ ପଠନ ଫଳରେ ସାଇ ବାବା ତାଙ୍କର ଅତି ନିଜର ହୋଇ ପାରି ଅଛନ୍ତି । ନିତ୍ୟ ପଠନ କରୁଥିବା ଚରିତ୍ର ମାନଙ୍କର ସାଇ ସବୁବେଳେ  ସୁମାର୍ଗ ଦେଖାଉ ଅଛନ୍ତି ।              ବାବା ସବୁବେଳେ ଭକ୍ତଙ୍କ ପାଇଁ  ଅନେକ କଷ୍ଟ ନିଜେ ସହ୍ୟ କରୁଥିଲେ । ପୁନେର ଶ୍ରୀମତି ତାରାବାଇ ସଦାଶିବ ତାରଖଡ଼ ଚକ୍ଷୁ ରୋଗରେ ପୀଡିତ ଥିଲେ । ବହୁତ ଡାକ୍ତର ଦେଖାଇଲେ ହେଲେ ରୋଗ ଆଦୌ ଭଲ ହେଲା ନାହିଁ । ଶୁଣିବାକୁ ପାଇଲେ ଯେ , ଶିରିଡି ରେ ସାଇବାବାଙ୍କ ପାଖକୁ ଅନେକ ରୋଗୀ ଭଲ ହୋଇ ଆସୁ ଅଛନ୍ତି । ସେ ଶିରିଡିକୁ ଆସିଲେ ଏବଂ...

ସଦଗୁରୁ ଦେଇଥିବା ବସ୍ତୁକୁ ନମ୍ରତା ର ସହ ଗ୍ରହଣ କରିବା ଉଚିତ ।

           ସାଇ ଲୀଳା            ସାଇ ମହାରାଜା ଶିରିଡି ରେ ଅବସ୍ଥାନ ସମୟରେ ବହୁତ ଲୋକମାନେ ସାହାଯ୍ୟ ପାଇଁ ସାଇଙ୍କ ପାଖକୁ ଆସୁଥିଲେ । ସେ କାହାରିକୁ ଫେରାଇ ଦେଇ ନାହାନ୍ତି । ଥରେ ଜଣେ ନିର୍ଦ୍ଧନ ବ୍ରାହ୍ମଣ ସାଇଙ୍କ ପାଖରେ ପହଞ୍ଚି ସାହାଯ୍ୟ ପାଇଁ ପ୍ରାର୍ଥନା କଲେ । ବାବା କିଛି ସମୟ ତାକୁ ଅନାଇ ମସଜିଦ ରେ ଗୋଟିଏ କୋଣରେ ଥିବା ପୁଡିଆ ଟି ଆଣି ବ୍ରାହ୍ମଣ ହାତରେ ଦେଲେ । ସେହି ପୁଡିଆ ରେ କିଛି ମାଛ ମାଂସ ଥିଲା । ବାବା ତା ହାତରେ ଦେଲାବେଳେ କହିଲେ ଏହି ପୁଡିଆ ନେଇ ଘରେ ଖୋଲିବ; ଆଉ କେଉଁଠି ନୁହେଁ । ପୁଡିଆ ଟି ବ୍ରାହ୍ମଣ ଲୋକ ଟି ପାଇସାରିବା ପରେ ବାବାଙ୍କ ଉପରେ ମନେ ମନେ ରାଗିଗଲା । ଗାଁ ସୀମା ରେ ଥିବା ନାଳ ପାଖରେ ପୁଡିଆ କୁ ନେଇ ଖୋଲି ଦେଖିଲା ସେଥିରେ ମାଂସ ଅଛି । ମାଂସକୁ ଫୋପାଡ଼ି ଦେଇ ପୁଟୁଳା କପଡା କୁ ଧୋଇ ଘରକୁ ଫେରିଲା । ଘରେ ପହଞ୍ଚି କଫଡାକୁ ଶୁଖାଇବା ପାଇଁ ଟାଙ୍ଗି ଦେଲାବେଳକୁ  ତା ମଧ୍ୟ ରୁ ଗୋଟିଏ ସ୍ୱର୍ଣ୍ଣ ଟୁକଡା ତଳେ ପଡି ଗଲା । ତାହା ଦେଖିବା ପରେ ସେ ବହୁତ ଦୁଃଖ କଲା । ଏତେ ବଡ଼ ସନ୍ଥ ପାଖକୁ ଯାଇଥିଲି , ସେ ମଧ୍ୟ ମୋର ଗୁହାରି ଶୁଣି ଠିକ ଦାନ କରିଥିଲେ  । ଅଥଚ ମୋର କ୍ରୋଧ ପାଇଁ ଯାହା ମାଂସ ପରିକା ଦେଖା ଯାଉ ଥିଲା ତାହା ବାସ୍ତବରେ ମାଂସ ନଥିଲା । ପଶ୍ଚାତାପ କରି ଉଦାସ ମନରେ ରହିଲା । ସନ୍ଥମାନଙ...

ସାଇ ବାଣୀ -: ଉଦି ହିଁ ଶ୍ରେଷ୍ଠ ଔଷଧ । ବିଶ୍ୱାସର ସହ ସେବନ କର ।

   ସାଇ ଲୀଳା -: ଉଦି ହିଁ ସବୁ ପ୍ରକାରର ଔଷଧ ରୂପେ କାମ କରେ ।                         ସବୁ ସନ୍ଥମାନଙ୍କ ଆଚାର ଓ ବ୍ୟବହାର ଭିନ୍ନ ଭିନ୍ନ ଅଟେ । ସାଇ ବାବା ଶିରିଡି ରେ ଧୁନି ଲଗାଇ ସେଥିରୁ ବାହାରୁଥିବା ଭସ୍ମ କୁ ଲୋକ ମାନଙ୍କୁ ଦେଇ ବିଭିନ୍ନ ବଡ଼ବଡ଼ ବ୍ୟାଧିକୁ ଦୂର କରୁଥିଲେ । ରୋଗ ମୁକ୍ତ କରିବା ବାବାଙ୍କର ଏହା ଥିଲା ଏକ ଉପାୟ । ଉଦି ହିଁ ରୋଗରେ ପୀଡିତ ମାନଙ୍କର ଏଇ ବଡ଼ ଔଷଧ ଥିଲା । ଏପରି ଦେଖିବାକୁ ମିଳିଛି ଯେ , କିଛି ଭକ୍ତ ପାଖରେ ଉଦି ନଥିଲେବି ସେମାନେ ରାସ୍ତା ର ଧୂଳି ,ଧୁପ କାଠି ର ଭସ୍ମ କୁ ବ୍ୟବହାର କରି ଉଦି ର ଫଳ ପାଇ ଅଛନ୍ତି । ଏଠାରେ ବିଶ୍ୱାସ ସବୁଠାରୁ ବଡ଼ ଅଟେ । ସାଇ ବାବା ଦେଉଥିବା ଉଦି କୁ ଯିଏ ବିଶ୍ୱାସ ରେ କପାଳରେ ଲଗେଇ ଅଛି ସେ ଉପକୃତ ହୋଇ ଅଛି । ଯଦି କେହି ବାବାଙ୍କ ରୂପ କୁ ଚିନ୍ତା କରି ଉଦି ସେବନ କରିଛି ସେ ମଧ୍ୟ ରୋଗ ମୁକ୍ତ ହୋଇ ପାରିଛି ।              ନାରାୟଣ ରାଓ ନାମକ ଜଣେ ଭକ୍ତ ତାଙ୍କର ବନ୍ଧୁ ରାମଚନ୍ଦ୍ର କୁ ଗୋଟିଏ କଙ୍କଡ଼ା ବିଛା କାମୁଡି ଥିଲା । ସେ ବହୁତ କଷ୍ଟ ପାଇଲେ । କଷ୍ଟ ଦୂର କରିବା ପାଇଁ ଉଦି ଖୋଜିଲେ ହେଲେ ଉଦି ପାଇଲେ ନାହିଁ । ରାମଚନ୍ଦ୍ର ଉଦି ନପାଇ ବାବାଙ୍କ ପାଖରେ ଜଳା ଯାଇଥିବା ଧୂପ ର ଭସ୍ମ କୁ ବିଛା ...