Skip to main content

ସାଇ ବାଣୀ -:ନିଜେ ଅନୁଭବ କରି ମତେ ବିଶ୍ୱାସ କର


        ସାଇ ଲୀଳା -: ନିଜେ ଅନୁଭବ କରି ବିଶ୍ୱାସ କର ।

                ଏବେବି ଶ୍ରୀସାଇ ବାବାଙ୍କର କଥା ଶ୍ରବଣ କରୁଥିବା ବେଳେ ବିଭିନ୍ନ ପ୍ରଶ୍ନ ମନକୁ ଆସେ । ଗୁରୁ ତ ମଣିଷ ଦେହ ହୋଇ ଜନ୍ମ ଲାଭ କରିଛନ୍ତି । ସେ କିପରି ଏତେ ଚମତ୍କାର କରୁଥିଲେ । ଭଗବାନ ଓ ଗୁରୁ ମଧ୍ୟରେ ଫରକ ଦେଖିବା ଫଳରେ  ମନଭିତରକୁ ବିଭିନ୍ନ ପ୍ରକାରର ପ୍ରଶ୍ନ ଉଠେ । ତାହା ବି ଗୁରୁ ସମାଧାନ କରନ୍ତି । ଗୁରୁ ଧରିବା ପୂର୍ବରୁ ବିଭିନ୍ନ ଚିନ୍ତା ମନ ଭିତରେ ସୃଷ୍ଟି ହୁଏ । ଉପଯୁକ୍ତ ସମୟ ଆସିଲେ ଗୁରୁ ମନଭିତରେ ସୃଷ୍ଟି ହୋଇ ଥିବା ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇ ଶିଷ୍ୟକୁ ନିଜର କରି ନିଅନ୍ତି ।ଗୁରୁ ଉତ୍ତର ଦେବାର ଶୈଳୀ ଭିନ୍ନ ପ୍ରକାରର ଅଟେ । ଭକ୍ତ ସହଜରେ ବୁଝି ପାରେନା । 


       ବମ୍ବେର ଡି. ଏମ . ମୁଲକୀ ନାମକ ଜଣେ ଡାକ୍ତର ବହୁ ଦିନ ରୋଗରେ ଶଯ୍ୟାଶାୟୀ ଥିଲେ । ତାଙ୍କ ସାଙ୍ଗ ମାନେ ଶିରିଡି ଯିବାକୁ ପରାମର୍ଶ ଦେଲେ ।ଡାକ୍ତର ମହାଶୟ ଶିରିଡି ଯିବା ପାଇଁ ମନେମନେ ଭାବିଲେ  ।ଶିରିଡି ସାଇ ବାବାଙ୍କ ପାଖକୁ ଗଲେ ସେ ନିଶ୍ଚିତ ତାଙ୍କର କଥା ଶୁଣି  ଦେହକୁ ସମ୍ପୁର୍ଣ୍ଣ ଆରୋଗ୍ୟ କରିଦେବେ । ପୁଣି ତାଙ୍କର ଭାବନା ପରିବର୍ତ୍ତନ ହେଲା ଯେ ସାଇ ଯଦି ସପୂର୍ଣ ଭଲ କରି ଦିଅନ୍ତି  ତାହେଲେ ସେ ଶିରିଡିକୁ ଯିବେ । ଠିକ ସମୟରେ ସେ ଆରୋଗ୍ୟ ହେଲେ ଏବଂ ଶିରିଡିକୁ ଗଲେ । ମନମାଡ଼ ଷ୍ଟେସନ ରୁ ଶିରିଡିକୁ ଯିବା ପାଇଁ ବାହାର ହେଉଥିବା ସମୟରେ  ସେ ଟିକଟ କିଣିବା ବେଳେ ସେହି ଷ୍ଟେସନ ରେ ଟିକେଟ ବିକ୍ରି କରୁଥିବା ଅଧିକାରୀ ଜଣକ ତାଙ୍କୁ ଏମିତି ଗୋଟିଏ କଥା କହିଲେ ଯେ ଶିରିଡି ନଯାଇ ଘରକୁ ଫେରିବା ପାଇଁ ସ୍ଥିର କଲେ ।ଅଧିକାରୀ ଜଣକ କହିଲେ ଶିରିଡି ର ସାଇ ନିଜର  ପେଟ ପାଇଁ କିଛି ମୁସଲମାନଙ୍କ ଠାରୁ ଭିକ୍ଷା ମାଗି ଚଳନ୍ତି । ଏକଥା ଶୁଣି ଶିରିଡି ନଯାଇ ଘରକୁ ପଳେଇ ଆସିଲେ । ଘରେ ତାଙ୍କର ଭଉଣୀ ସମସ୍ତ କଥା ଶୁଣି ବହୁତ ମନ ଦୁଃଖ କରିଲେ  ।ତାଙ୍କ ଭାଇ କୁ ନେଇ ସେଠାରେ ଥୂବା କିଛି ଶିରିଡି ଭକ୍ତଙ୍କ ସହିତ ମିଶେଇ ଥିଲେ । ତାଙ୍କର ଭାଇର ମନ ପରିବର୍ତ୍ତନ ହେଲା ଏବଂ ସେ ଶିରିଡି ଗଲେ । ମସଜିଦ ରେ ଗୋଡ଼ ରଖିବାବେଳେ ବାବା ତାଙ୍କୁ କହିଲେ ଅନ୍ୟ କଥାକୁ ବିଶ୍ବାସ କରିବା ଉଚିତ କି ??? ତୁମେ ନିଜେ ଅନୁଭବ କର ତାପରେ ମତେ ବିଶ୍ୱାସ କର ।  ଡାକ୍ତର ମୁଲକୀ ଫେରିବା ବେଳେ ବାବା ତାଙ୍କୁ କହିଲେ ତୁମ ଟେବୁଲ ଉପରେ ତୁମ୍ଭର ପଦୋନ୍ନତିର ଚିଠି ରହିଥିବ ।ଶିଘ୍ର ଯାଇ ଦେଖ । ସତକୁ ସତ ତାହାହିଁ ହେଇଥିଲା । 




Comments

Popular posts from this blog

ସାଇ ବାଣୀ -: ତୁମ କଷ୍ଟର ଅନ୍ତ ଘଟିବ , ମୁଁ ତୁମ୍ଭର କଷ୍ଟ ନେବା ପାଇଁ ପ୍ରସ୍ତୁତ ।

           ସାଇ ଲୀଳା - ସବୁ କଷ୍ଟର ଅନ୍ତ ଘଟିବ ,ମୁଁ ତୁମ୍ଭର କଷ୍ଟ ନେବା ପାଇଁ ପ୍ରସ୍ତୁତ ।         ସାଇ ବାବା ତାଙ୍କର ଭକ୍ତ ମାନଙ୍କର ଅର୍ଥ ,ରୋଗ କିମ୍ବା ମାନସିକ ସ୍ତରର ସମସ୍ତ କଷ୍ଟକୁ ନିଜେ ନେଇ ଭକ୍ତଙ୍କ ମୁହଁରେ ଖୁସି ଦେଖୁଥିଲେ । ସେହି ପାଇଁ ବହୁତ ଭକ୍ତ ତାଙ୍କର ଆଶୀର୍ବାଦ ପାଇଁ ବହୁତ ଦିନ ଶିରିଡି ରେ ପଡ଼ି ରହୁଥିଲେ । ସମ୍ପୁର୍ଣ୍ଣ ସମର୍ପଣ ଭାବକୁ ବାବା ସବୁବେଳେ ଆମମାନଙ୍କ ପାଖରୁ ଆଶା କରୁଥିଲେ । ଯାହାର ଭାବ ଅତି ଉନ୍ନତ ଥିଲା ସେ ହିଁ ବେଶୀ କୃପା ପାଇ ପାରୁଥିଲା । ଆଜି ଅନେକ ଭକ୍ତ ତାଙ୍କର ଜୀବନକୁ ନେଇ ରଚିତ ପୁସ୍ତକ ସାଇ ସତଚରିତ ପଢ଼ି ତାଙ୍କର କୃପା ପାଇ ପାରୁ ଅଛନ୍ତି । ନିତ୍ୟ ପଠନ ଫଳରେ ସାଇ ବାବା ତାଙ୍କର ଅତି ନିଜର ହୋଇ ପାରି ଅଛନ୍ତି । ନିତ୍ୟ ପଠନ କରୁଥିବା ଚରିତ୍ର ମାନଙ୍କର ସାଇ ସବୁବେଳେ  ସୁମାର୍ଗ ଦେଖାଉ ଅଛନ୍ତି ।              ବାବା ସବୁବେଳେ ଭକ୍ତଙ୍କ ପାଇଁ  ଅନେକ କଷ୍ଟ ନିଜେ ସହ୍ୟ କରୁଥିଲେ । ପୁନେର ଶ୍ରୀମତି ତାରାବାଇ ସଦାଶିବ ତାରଖଡ଼ ଚକ୍ଷୁ ରୋଗରେ ପୀଡିତ ଥିଲେ । ବହୁତ ଡାକ୍ତର ଦେଖାଇଲେ ହେଲେ ରୋଗ ଆଦୌ ଭଲ ହେଲା ନାହିଁ । ଶୁଣିବାକୁ ପାଇଲେ ଯେ , ଶିରିଡି ରେ ସାଇବାବାଙ୍କ ପାଖକୁ ଅନେକ ରୋଗୀ ଭଲ ହୋଇ ଆସୁ ଅଛନ୍ତି । ସେ ଶିରିଡିକୁ ଆସିଲେ ଏବଂ...

ସଦଗୁରୁ ଦେଇଥିବା ବସ୍ତୁକୁ ନମ୍ରତା ର ସହ ଗ୍ରହଣ କରିବା ଉଚିତ ।

           ସାଇ ଲୀଳା            ସାଇ ମହାରାଜା ଶିରିଡି ରେ ଅବସ୍ଥାନ ସମୟରେ ବହୁତ ଲୋକମାନେ ସାହାଯ୍ୟ ପାଇଁ ସାଇଙ୍କ ପାଖକୁ ଆସୁଥିଲେ । ସେ କାହାରିକୁ ଫେରାଇ ଦେଇ ନାହାନ୍ତି । ଥରେ ଜଣେ ନିର୍ଦ୍ଧନ ବ୍ରାହ୍ମଣ ସାଇଙ୍କ ପାଖରେ ପହଞ୍ଚି ସାହାଯ୍ୟ ପାଇଁ ପ୍ରାର୍ଥନା କଲେ । ବାବା କିଛି ସମୟ ତାକୁ ଅନାଇ ମସଜିଦ ରେ ଗୋଟିଏ କୋଣରେ ଥିବା ପୁଡିଆ ଟି ଆଣି ବ୍ରାହ୍ମଣ ହାତରେ ଦେଲେ । ସେହି ପୁଡିଆ ରେ କିଛି ମାଛ ମାଂସ ଥିଲା । ବାବା ତା ହାତରେ ଦେଲାବେଳେ କହିଲେ ଏହି ପୁଡିଆ ନେଇ ଘରେ ଖୋଲିବ; ଆଉ କେଉଁଠି ନୁହେଁ । ପୁଡିଆ ଟି ବ୍ରାହ୍ମଣ ଲୋକ ଟି ପାଇସାରିବା ପରେ ବାବାଙ୍କ ଉପରେ ମନେ ମନେ ରାଗିଗଲା । ଗାଁ ସୀମା ରେ ଥିବା ନାଳ ପାଖରେ ପୁଡିଆ କୁ ନେଇ ଖୋଲି ଦେଖିଲା ସେଥିରେ ମାଂସ ଅଛି । ମାଂସକୁ ଫୋପାଡ଼ି ଦେଇ ପୁଟୁଳା କପଡା କୁ ଧୋଇ ଘରକୁ ଫେରିଲା । ଘରେ ପହଞ୍ଚି କଫଡାକୁ ଶୁଖାଇବା ପାଇଁ ଟାଙ୍ଗି ଦେଲାବେଳକୁ  ତା ମଧ୍ୟ ରୁ ଗୋଟିଏ ସ୍ୱର୍ଣ୍ଣ ଟୁକଡା ତଳେ ପଡି ଗଲା । ତାହା ଦେଖିବା ପରେ ସେ ବହୁତ ଦୁଃଖ କଲା । ଏତେ ବଡ଼ ସନ୍ଥ ପାଖକୁ ଯାଇଥିଲି , ସେ ମଧ୍ୟ ମୋର ଗୁହାରି ଶୁଣି ଠିକ ଦାନ କରିଥିଲେ  । ଅଥଚ ମୋର କ୍ରୋଧ ପାଇଁ ଯାହା ମାଂସ ପରିକା ଦେଖା ଯାଉ ଥିଲା ତାହା ବାସ୍ତବରେ ମାଂସ ନଥିଲା । ପଶ୍ଚାତାପ କରି ଉଦାସ ମନରେ ରହିଲା । ସନ୍ଥମାନଙ...

ସାଇ ବାଣୀ -: ମନ ତୁ ଗୁରୁ ଚରଣେ ଲାଗ ।

ସାଇ ଲୀଳା  ଭଗବାନ କିମ୍ବା ଗୁରୁ ପାଖରେ ମନ ଲାଗିଲେ ଭକ୍ତ ସନ୍ତୁଷ୍ଟ ହୋଇ ଯାଏ । ମନ ଯେତେ ଅଧିକ ଲାଗିବ ସେତେ ସନ୍ତୋଷ ମିଳିବ । ଭକ୍ତ ସେତେବେଳେ ଭାବେ ମୋର ମନ ଭଗବାନଙ୍କ ଚିନ୍ତାରେ ଲାଗୁଛି । ସେ ସମୟରେ ସେ ଏକ ସୁନ୍ଦର ଅନୁଭବ ମଧ୍ୟ ପାଏ । ଏହିପରି କରିବା ଫଳରେ ସେ ପରମ ଶାନ୍ତି ପାଏ । କାରଣ ତାର ଆଶ୍ରୟ ହେଉଛନ୍ତି  କେବଳ ଭଗବାନ କିମ୍ବା ଗୁରୁ ଅଟନ୍ତି । ମନକୁ ଲଗାଇବା ତାଙ୍କର ନିକଟରେ ବହୁତ କଷ୍ଟ ଅଟେ । ବାସ୍ତବ ଜୀବନ ଟି ସବୁବେଳେ କାମନା ଭିତରେ ଡୁବି ଥାଏ । ତା ଭିତରୁ ବାହାର ହେବା ଏକ ବଡ଼ ପରୀକ୍ଷା ଅଟେ । ଧୀରେ ଧୀରେ ମନକୁ ତାଙ୍କର ପାଖରେ ଲଗାଇବା ପାଇଁ କିଛି ସମୟ ଲାଗେ । ଥରେ ସେହିଠାରେ ସଂଯୋଗ ହେଲେ ଆଉ ବାହାର ଚିନ୍ତା ମନରୁ ଅପସରି ଯାଏ । ତାଙ୍କର ପଦଯୁଗଳ ,ଛବି ଓ ରୂପ ମନକୁ ପାଗଳ କରି ପକାଏ । ବାହ୍ୟ ଜଗତର ସମସ୍ତ ଜଡ ଓ ଶରୀର ଭିତରେ ଭଗବାନ କିମ୍ବା ଗୁରୁର ଛବି ଦୃଶ୍ୟ ହୁଏ । ଏହି ଅବସ୍ଥା ହିଁ  ଶରଣାଗତି କୁହାଯାଏ  । ଏପରି ଅବସ୍ଥାରେ ଭଗବାନଙ୍କ କରୁଣା ସବୁବେଳେ ସେହିପରି ନିଷ୍ଠା ଭକ୍ତଙ୍କ ଉପରେ ପଡେ ।                     ଶିରିଡି ର ସାଇ ମହାରାଜା ପାଖରେ ଏହିପରି କିଛି ଭକ୍ତମାନେ ଥିଲେ । ତାହା ଆମେମାନେ ତାଙ୍କର ଲୀଳା କୁ ନେଇ ରଚିତ ପୁସ୍ତକ ରେ ଦେଖିବା ପାଇଁ ମିଳେ । ବାବାଙ୍କ ନିକଟରେ କିଛି ଭକ୍ତ ରହୁଥ...