Skip to main content

ସାଇ ଲୀଳା -: ଚିନ୍ତା କରନା , ଇଶ୍ଵର ତୁମକୁ ବହୁତ ଦେବେ ।


ସାଇ ଲୀଳା -: ଚିନ୍ତା କରନା ,ଇଶ୍ଵର ତୁମକୁ ବହୁତ ଦେବେ ।

                                ଏହି ଦୁନିଆରେ ସବୁ ଭଗବାନଙ୍କ ନିର୍ଦ୍ଦେଶର ଚାଲିଛି ଆଉ ଚାଲିବ ଏଥିରେ ଟିକିଏବି ସନ୍ଦେହ କରିବା ଉଚିତ ନୁହେଁ । ଦିନରାତି , ଜୀବନ ମୃତ୍ୟୁ , ଆଲୋକ ଅନ୍ଧାର , ଆନନ୍ଦ ଦୁଖଃ , ଓ ସୃଷ୍ଟି  ପ୍ରଳୟ ସବୁର ମାଲିକ ସିଏ ହିଁ ଅଟନ୍ତି ।  ଏହି ମଣିଷ ସମାଜ ସବୁବେଳେ ତ୍ରିତାପ ପାପ ମଧ୍ୟରେ ଘାଣ୍ଟି ହୋଇ ଥାଏ । ଜନ୍ମଗ୍ରହଣ ପରଠୁ ମରଣ ପଯ୍ୟନ୍ତ ଏହି କଷ୍ଟ ହିଁ ମିଳିଥାଏ । ମୁକ୍ତି ପାଇଁ ଇଶ୍ଵର ଆରଧନା ହିଁ ଏକ ସୁଗମ ବ୍ୟବସ୍ଥା ଅଟେ । ଇଶ୍ଵର ପାଇବା ପାଇଁ ଗୁରୁ ଆଶ୍ରିତ ହେବା ଉଚିତ । ସେ ହିଁ ସବୁ ପାପରୁ ମୁକ୍ତ କରି ପାରିବେ । ଅନେକ ସମୟରେ ଗୁରୁ ପାପକୁ ଦୂର ପାଇଁ ବିଭିନ୍ନ ମାଧ୍ୟମରେ ଭକ୍ତଙ୍କ ରକ୍ଷା କରନ୍ତି । 


                 କାଶୀନାଥ ଗାରଡେ ଜଣେ ସବ ଜଜ ଥିଲେ । ଶିରିଡି ସାଇ ବାବାଙ୍କର ମହିମା ଶୁଣି ସେ ଶିରିଡି ରେ ପହଞ୍ଚି ଥିଲେ । ଯେତେବେଳେ ସେ ବାବାଙ୍କ ପାଖକୁ ଦର୍ଶନ କରିବା ପାଇଁ ଗଲେ ସେତେବେଳେ ବାବା ତାଙ୍କୁ ଦକ୍ଷିଣା ମାଗିଲେ  ।ଗାରଡେ ଦୁଇ ଟଙ୍କା ଦକ୍ଷିଣାଦେଇ ଶିରିଡି ରେ ଚାରି ଦିନ ରହିଲେ । ସବୁଦିନ ସେ ସାଇବାବାଙ୍କୁ ଦର୍ଶନ ପାଇଁ ଗଲେ ବାବା ତାଙ୍କୁ ଏକ ଟଙ୍କା ଦକ୍ଷିଣା ମାଗୁଥିଲେ । ସେ ଦେବାପାଇଁ କୁଣ୍ଠାବୋଧ କରି ନଥିଲେ । ୫ମ ଦିନ ବାବାଙ୍କ ଦର୍ଶନ ପାଇଁ ଗଲାବେଳେ ବାବା ତାଙ୍କୁ କହିଲେ ତୁମ ପାଖରେ ତିନି ଟଙ୍କା ଛ' ପଇସା କାହିଁକି ରଖିଅଛ । ତାକୁ ମତେ ଦେଇ ଦିଅ ।ଗାରଡେ ବାବାଙ୍କ କହିବା ଅନୁସାରେ ତାଙ୍କର ପକେଟରେ ଥିବା ଅର୍ଥ କୁ ଦେଖିଲେ । ବାବା ଯାହା କହିଥିଲେ ତାହା ହିଁ ସତ୍ୟ ହେଲା ।ସେ ସମସ୍ତ ଅର୍ଥ ଦେବା ବେଳେ ବାବା କହିଲେ ଚିନ୍ତା କରନି ତୁମେ ବହୁତ ପାଇବ । ପରେ ସେ ଅଜସ୍ର ଧନସମ୍ପଦରେ ମାଲିକ ହୋଇ ପାରି ଥିଲେ । ଯାହାପାଖରୁ ଯାହା ପ୍ରାପ୍ତ କରୁ ଥିଲେ ତାହା ବାବା ରଖୁନଥିଲେ । ବାବା ଦକ୍ଷିଣା ନେବା ର ବଡ଼ କାରଣ ଥିଲା ଭକ୍ତଙ୍କ ପାପ ଓ ଅସୁବିଧା କୁ ଦୂରେଇ ଦେବା । 

Comments

Popular posts from this blog

ସାଇ ବାଣୀ -: ତୁମ କଷ୍ଟର ଅନ୍ତ ଘଟିବ , ମୁଁ ତୁମ୍ଭର କଷ୍ଟ ନେବା ପାଇଁ ପ୍ରସ୍ତୁତ ।

           ସାଇ ଲୀଳା - ସବୁ କଷ୍ଟର ଅନ୍ତ ଘଟିବ ,ମୁଁ ତୁମ୍ଭର କଷ୍ଟ ନେବା ପାଇଁ ପ୍ରସ୍ତୁତ ।         ସାଇ ବାବା ତାଙ୍କର ଭକ୍ତ ମାନଙ୍କର ଅର୍ଥ ,ରୋଗ କିମ୍ବା ମାନସିକ ସ୍ତରର ସମସ୍ତ କଷ୍ଟକୁ ନିଜେ ନେଇ ଭକ୍ତଙ୍କ ମୁହଁରେ ଖୁସି ଦେଖୁଥିଲେ । ସେହି ପାଇଁ ବହୁତ ଭକ୍ତ ତାଙ୍କର ଆଶୀର୍ବାଦ ପାଇଁ ବହୁତ ଦିନ ଶିରିଡି ରେ ପଡ଼ି ରହୁଥିଲେ । ସମ୍ପୁର୍ଣ୍ଣ ସମର୍ପଣ ଭାବକୁ ବାବା ସବୁବେଳେ ଆମମାନଙ୍କ ପାଖରୁ ଆଶା କରୁଥିଲେ । ଯାହାର ଭାବ ଅତି ଉନ୍ନତ ଥିଲା ସେ ହିଁ ବେଶୀ କୃପା ପାଇ ପାରୁଥିଲା । ଆଜି ଅନେକ ଭକ୍ତ ତାଙ୍କର ଜୀବନକୁ ନେଇ ରଚିତ ପୁସ୍ତକ ସାଇ ସତଚରିତ ପଢ଼ି ତାଙ୍କର କୃପା ପାଇ ପାରୁ ଅଛନ୍ତି । ନିତ୍ୟ ପଠନ ଫଳରେ ସାଇ ବାବା ତାଙ୍କର ଅତି ନିଜର ହୋଇ ପାରି ଅଛନ୍ତି । ନିତ୍ୟ ପଠନ କରୁଥିବା ଚରିତ୍ର ମାନଙ୍କର ସାଇ ସବୁବେଳେ  ସୁମାର୍ଗ ଦେଖାଉ ଅଛନ୍ତି ।              ବାବା ସବୁବେଳେ ଭକ୍ତଙ୍କ ପାଇଁ  ଅନେକ କଷ୍ଟ ନିଜେ ସହ୍ୟ କରୁଥିଲେ । ପୁନେର ଶ୍ରୀମତି ତାରାବାଇ ସଦାଶିବ ତାରଖଡ଼ ଚକ୍ଷୁ ରୋଗରେ ପୀଡିତ ଥିଲେ । ବହୁତ ଡାକ୍ତର ଦେଖାଇଲେ ହେଲେ ରୋଗ ଆଦୌ ଭଲ ହେଲା ନାହିଁ । ଶୁଣିବାକୁ ପାଇଲେ ଯେ , ଶିରିଡି ରେ ସାଇବାବାଙ୍କ ପାଖକୁ ଅନେକ ରୋଗୀ ଭଲ ହୋଇ ଆସୁ ଅଛନ୍ତି । ସେ ଶିରିଡିକୁ ଆସିଲେ ଏବଂ...

ସଦଗୁରୁ ଦେଇଥିବା ବସ୍ତୁକୁ ନମ୍ରତା ର ସହ ଗ୍ରହଣ କରିବା ଉଚିତ ।

           ସାଇ ଲୀଳା            ସାଇ ମହାରାଜା ଶିରିଡି ରେ ଅବସ୍ଥାନ ସମୟରେ ବହୁତ ଲୋକମାନେ ସାହାଯ୍ୟ ପାଇଁ ସାଇଙ୍କ ପାଖକୁ ଆସୁଥିଲେ । ସେ କାହାରିକୁ ଫେରାଇ ଦେଇ ନାହାନ୍ତି । ଥରେ ଜଣେ ନିର୍ଦ୍ଧନ ବ୍ରାହ୍ମଣ ସାଇଙ୍କ ପାଖରେ ପହଞ୍ଚି ସାହାଯ୍ୟ ପାଇଁ ପ୍ରାର୍ଥନା କଲେ । ବାବା କିଛି ସମୟ ତାକୁ ଅନାଇ ମସଜିଦ ରେ ଗୋଟିଏ କୋଣରେ ଥିବା ପୁଡିଆ ଟି ଆଣି ବ୍ରାହ୍ମଣ ହାତରେ ଦେଲେ । ସେହି ପୁଡିଆ ରେ କିଛି ମାଛ ମାଂସ ଥିଲା । ବାବା ତା ହାତରେ ଦେଲାବେଳେ କହିଲେ ଏହି ପୁଡିଆ ନେଇ ଘରେ ଖୋଲିବ; ଆଉ କେଉଁଠି ନୁହେଁ । ପୁଡିଆ ଟି ବ୍ରାହ୍ମଣ ଲୋକ ଟି ପାଇସାରିବା ପରେ ବାବାଙ୍କ ଉପରେ ମନେ ମନେ ରାଗିଗଲା । ଗାଁ ସୀମା ରେ ଥିବା ନାଳ ପାଖରେ ପୁଡିଆ କୁ ନେଇ ଖୋଲି ଦେଖିଲା ସେଥିରେ ମାଂସ ଅଛି । ମାଂସକୁ ଫୋପାଡ଼ି ଦେଇ ପୁଟୁଳା କପଡା କୁ ଧୋଇ ଘରକୁ ଫେରିଲା । ଘରେ ପହଞ୍ଚି କଫଡାକୁ ଶୁଖାଇବା ପାଇଁ ଟାଙ୍ଗି ଦେଲାବେଳକୁ  ତା ମଧ୍ୟ ରୁ ଗୋଟିଏ ସ୍ୱର୍ଣ୍ଣ ଟୁକଡା ତଳେ ପଡି ଗଲା । ତାହା ଦେଖିବା ପରେ ସେ ବହୁତ ଦୁଃଖ କଲା । ଏତେ ବଡ଼ ସନ୍ଥ ପାଖକୁ ଯାଇଥିଲି , ସେ ମଧ୍ୟ ମୋର ଗୁହାରି ଶୁଣି ଠିକ ଦାନ କରିଥିଲେ  । ଅଥଚ ମୋର କ୍ରୋଧ ପାଇଁ ଯାହା ମାଂସ ପରିକା ଦେଖା ଯାଉ ଥିଲା ତାହା ବାସ୍ତବରେ ମାଂସ ନଥିଲା । ପଶ୍ଚାତାପ କରି ଉଦାସ ମନରେ ରହିଲା । ସନ୍ଥମାନଙ...

ସାଇ ବାଣୀ -: ଉଦି ହିଁ ଶ୍ରେଷ୍ଠ ଔଷଧ । ବିଶ୍ୱାସର ସହ ସେବନ କର ।

   ସାଇ ଲୀଳା -: ଉଦି ହିଁ ସବୁ ପ୍ରକାରର ଔଷଧ ରୂପେ କାମ କରେ ।                         ସବୁ ସନ୍ଥମାନଙ୍କ ଆଚାର ଓ ବ୍ୟବହାର ଭିନ୍ନ ଭିନ୍ନ ଅଟେ । ସାଇ ବାବା ଶିରିଡି ରେ ଧୁନି ଲଗାଇ ସେଥିରୁ ବାହାରୁଥିବା ଭସ୍ମ କୁ ଲୋକ ମାନଙ୍କୁ ଦେଇ ବିଭିନ୍ନ ବଡ଼ବଡ଼ ବ୍ୟାଧିକୁ ଦୂର କରୁଥିଲେ । ରୋଗ ମୁକ୍ତ କରିବା ବାବାଙ୍କର ଏହା ଥିଲା ଏକ ଉପାୟ । ଉଦି ହିଁ ରୋଗରେ ପୀଡିତ ମାନଙ୍କର ଏଇ ବଡ଼ ଔଷଧ ଥିଲା । ଏପରି ଦେଖିବାକୁ ମିଳିଛି ଯେ , କିଛି ଭକ୍ତ ପାଖରେ ଉଦି ନଥିଲେବି ସେମାନେ ରାସ୍ତା ର ଧୂଳି ,ଧୁପ କାଠି ର ଭସ୍ମ କୁ ବ୍ୟବହାର କରି ଉଦି ର ଫଳ ପାଇ ଅଛନ୍ତି । ଏଠାରେ ବିଶ୍ୱାସ ସବୁଠାରୁ ବଡ଼ ଅଟେ । ସାଇ ବାବା ଦେଉଥିବା ଉଦି କୁ ଯିଏ ବିଶ୍ୱାସ ରେ କପାଳରେ ଲଗେଇ ଅଛି ସେ ଉପକୃତ ହୋଇ ଅଛି । ଯଦି କେହି ବାବାଙ୍କ ରୂପ କୁ ଚିନ୍ତା କରି ଉଦି ସେବନ କରିଛି ସେ ମଧ୍ୟ ରୋଗ ମୁକ୍ତ ହୋଇ ପାରିଛି ।              ନାରାୟଣ ରାଓ ନାମକ ଜଣେ ଭକ୍ତ ତାଙ୍କର ବନ୍ଧୁ ରାମଚନ୍ଦ୍ର କୁ ଗୋଟିଏ କଙ୍କଡ଼ା ବିଛା କାମୁଡି ଥିଲା । ସେ ବହୁତ କଷ୍ଟ ପାଇଲେ । କଷ୍ଟ ଦୂର କରିବା ପାଇଁ ଉଦି ଖୋଜିଲେ ହେଲେ ଉଦି ପାଇଲେ ନାହିଁ । ରାମଚନ୍ଦ୍ର ଉଦି ନପାଇ ବାବାଙ୍କ ପାଖରେ ଜଳା ଯାଇଥିବା ଧୂପ ର ଭସ୍ମ କୁ ବିଛା ...