Skip to main content

ସାଇ ବାଣୀ -: ଭକ୍ତର ଅନ୍ତର କଥା ସାଇ ହିଁ ବୁଝି ପାରନ୍ତି ।


        ସାଇ ଲୀଳା -: ଭକ୍ତଙ୍କ ଅନ୍ତର କଥା ସାଇ ହିଁ ବୁଝି ପାରନ୍ତି ।

         ଆମମାନଙ୍କର ଦୈନନ୍ଦିନ ଜୀବନ ଧାରା ରେ ଚଳିବା ପାଇଁ ଖାଦ୍ୟ ,ବସ୍ତ୍ର ଓ ଗୃହର ଆବଶ୍ୟକତା ଅଛି । ଏହି ତିନୋଟି ପୂରଣ ହେଲେ ମଣିଷ ଅନ୍ୟ କାର୍ଯ୍ୟ ରେ ସମୟ ବିତାଇ ଥାଏ । ଜୀବନରେ କିଛି ବଳକା ସମୟ ମିଳିଲେ ହିତକଥା , ଦୟା ଓ ଉପକାର ପାଇଁ  ଚିନ୍ତା କରିବା ଭଲ ।ଏଥିରେ ଇଶ୍ଵର ଖୁସି ହୁଅନ୍ତି । ଜୀବନଧାରା ର ଏକ ପରିବର୍ତ୍ତନ ଦାନା ବାନ୍ଧି ଥାଏ ।ଅନ୍ୟମାନଙ୍କ ପାଖରେ ଅନିଷ୍ଟକାରୀ କଥା ହେବା ବଦଳରେ ହିତ ଯୁକ୍ତ କଥା ଆଲୋଚନା କଲେ ବହୁତ ମାନସିକ ଶାନ୍ତି ମିଳେ ।ଜୀବନରେ ଦୟା ଭାବ ଦେଖାଇବା ପାଇଁ ବହୁତ ଧର୍ମ ପୁସ୍ତକ ରେ ଉପଦେଶ ଦିଆ ଯାଇ ଅଛି । ଜୀବ କୁ ଦୟା ଦେଖାଇଲେ ବହୁତ ପୁଣ୍ୟ ମିଳେ । ଅନ୍ୟ ର ଉପକାର କରିବା ମାନବଜାତିର ବଡ ଧର୍ମ ଅଟେ ।ଅନ୍ୟ ମାନଙ୍କର ଉପକାର କରିଲେ ଭଗବାନ ତାର ଉପକାର କରନ୍ତି ।ସାଇ ବାବା ଶିରିଡି ରେ ଆମମାନଙ୍କର ପାଇଁ ଏହି ତିନୋଟି ମାନବୀୟ ଗୁଣ କିପରି ବିକାଶ ହେବ ସେହି ପାଇଁ ବହୁତ ଉଦାହରଣ ଛାଡି ଯାଇ ଅଛନ୍ତି । ତାର ଉପଯୋଗ କରିଲେ ଉପଯୋଗୀତା ପାଇ ପାରିବା । 

     ବହୁତ ଭକ୍ତମାନେ ବାବାଙ୍କ ପାଖକୁ ଯାଉ ଥିଲେ ଦର୍ଶନ କରିବା କୁ । ସମସ୍ତ ଭକ୍ତଙ୍କ ମନର କଥା ବେଶ ବୁଝି ପାରୁ ଥିଲେ । ଯିଏ ଯାହା ଭାବନା ନେଇ ଆସି ଥାଏ ତାର ମନକୁ ପଢ଼ି ଉତ୍ତର ଦେବା ସହିତ ଆଶା ପୂରଣ କରୁଥିଲେ । 



          ଶିରିଡିକୁ ଆସୁଥିବା ଜଣେ ଭକ୍ତଙ୍କ ବନ୍ଧୁ ବାବାଙ୍କ ପାଇଁ କିଛି କଦଳୀ ପଠାଇ ଥିଲେ । କଦଳୀ ଦେଲାବେଳେ ସେ କହିଥିଲେ ବାବା କଦଳୀ ଖାଇଲେ ସେ ଯାଇ ଖାଦ୍ୟ ନେବେ । ନହେଲେ କିଛି ଖାଇବେ ନାହିଁ । ଯେତେବେଳେ ବାବା କଦଳୀ ଖାଇସାରିବେ ସେତେବେଳେ ସେ ଏକ ଟେଲିଗ୍ରାମ ପଠାଇ ବେ । ଟେଲିଗ୍ରାମ ପାଇଲେ ଖାଦ୍ୟ ଖାଇବେ ।ତାଙ୍କର ବନ୍ଧୁ ଶିରିଡି ପହଞ୍ଚି ବାବାଙ୍କ ଆସ୍ଥାନ ପାଖରେ କଦଳୀ ରଖି ଖାଇବା ପାଇଁ ଅନୁରୋଧ କଲେ । ବାବା ସେହି ଫେଣାରୁ ଗୋଟିଏ କଦଳୀ ଖାଇଲେ ଓ କହିଲେ ତୁରନ୍ତ ତୁମ୍ଭର ବନ୍ଧୁ କୁ ଟେଲିଗ୍ରାମ କରି  ଜଣାଇ ଦିଅ ମୁଁ ସବୁ କଦଳୀ ଖାଇ ଅଛି । ଏକଥା ଶୁଣି ସେ ଆଶ୍ଚର୍ଯ୍ୟ ହୋଇ ଗଲେ ଏବଂ ତାଙ୍କର ମନେ ପଡ଼ିଲା ଯେ ସେ ଟେଲିଗ୍ରାମ ମାଧ୍ୟମରେ ବାବା ଖାଇ ଅଛନ୍ତି ବୋଲି ତାଙ୍କର ବନ୍ଧୁ କୁ ଜଣାଇବା ର ଥିଲା । ଟେଲିଗ୍ରାମ ସେ କରିଲେ କିନ୍ତୁ ସେ ଭାବିଲେ ବାବା ସର୍ବନ୍ତର୍ଜାମୀ  । ସେ ଭକ୍ତଙ୍କ ଅନ୍ତର କଥା ଜାଣି ପାରୁଥିଲେ । ଶିରିଡି ରେ ଥାଇ ସେ କହିଥିଲେ ଯେଉଁ ଭକ୍ତ ଭକ୍ତି ଭାବ ଦ୍ୱାରା ପତ୍ର ,ଫୁଲ ,ଫଳ ଓ ପାଣି ଅର୍ପଣ କରିଥାଏ ତାହା ସେ ହିଁ ପାଇଥାନ୍ତି । 



Comments

  1. Sai sai sai sai sai sai sai sai sai sai sai sai sai sai sai

    ReplyDelete

Post a Comment

Popular posts from this blog

ସାଇ ବାଣୀ -: ତୁମ କଷ୍ଟର ଅନ୍ତ ଘଟିବ , ମୁଁ ତୁମ୍ଭର କଷ୍ଟ ନେବା ପାଇଁ ପ୍ରସ୍ତୁତ ।

           ସାଇ ଲୀଳା - ସବୁ କଷ୍ଟର ଅନ୍ତ ଘଟିବ ,ମୁଁ ତୁମ୍ଭର କଷ୍ଟ ନେବା ପାଇଁ ପ୍ରସ୍ତୁତ ।         ସାଇ ବାବା ତାଙ୍କର ଭକ୍ତ ମାନଙ୍କର ଅର୍ଥ ,ରୋଗ କିମ୍ବା ମାନସିକ ସ୍ତରର ସମସ୍ତ କଷ୍ଟକୁ ନିଜେ ନେଇ ଭକ୍ତଙ୍କ ମୁହଁରେ ଖୁସି ଦେଖୁଥିଲେ । ସେହି ପାଇଁ ବହୁତ ଭକ୍ତ ତାଙ୍କର ଆଶୀର୍ବାଦ ପାଇଁ ବହୁତ ଦିନ ଶିରିଡି ରେ ପଡ଼ି ରହୁଥିଲେ । ସମ୍ପୁର୍ଣ୍ଣ ସମର୍ପଣ ଭାବକୁ ବାବା ସବୁବେଳେ ଆମମାନଙ୍କ ପାଖରୁ ଆଶା କରୁଥିଲେ । ଯାହାର ଭାବ ଅତି ଉନ୍ନତ ଥିଲା ସେ ହିଁ ବେଶୀ କୃପା ପାଇ ପାରୁଥିଲା । ଆଜି ଅନେକ ଭକ୍ତ ତାଙ୍କର ଜୀବନକୁ ନେଇ ରଚିତ ପୁସ୍ତକ ସାଇ ସତଚରିତ ପଢ଼ି ତାଙ୍କର କୃପା ପାଇ ପାରୁ ଅଛନ୍ତି । ନିତ୍ୟ ପଠନ ଫଳରେ ସାଇ ବାବା ତାଙ୍କର ଅତି ନିଜର ହୋଇ ପାରି ଅଛନ୍ତି । ନିତ୍ୟ ପଠନ କରୁଥିବା ଚରିତ୍ର ମାନଙ୍କର ସାଇ ସବୁବେଳେ  ସୁମାର୍ଗ ଦେଖାଉ ଅଛନ୍ତି ।              ବାବା ସବୁବେଳେ ଭକ୍ତଙ୍କ ପାଇଁ  ଅନେକ କଷ୍ଟ ନିଜେ ସହ୍ୟ କରୁଥିଲେ । ପୁନେର ଶ୍ରୀମତି ତାରାବାଇ ସଦାଶିବ ତାରଖଡ଼ ଚକ୍ଷୁ ରୋଗରେ ପୀଡିତ ଥିଲେ । ବହୁତ ଡାକ୍ତର ଦେଖାଇଲେ ହେଲେ ରୋଗ ଆଦୌ ଭଲ ହେଲା ନାହିଁ । ଶୁଣିବାକୁ ପାଇଲେ ଯେ , ଶିରିଡି ରେ ସାଇବାବାଙ୍କ ପାଖକୁ ଅନେକ ରୋଗୀ ଭଲ ହୋଇ ଆସୁ ଅଛନ୍ତି । ସେ ଶିରିଡିକୁ ଆସିଲେ ଏବଂ...

ସଦଗୁରୁ ଦେଇଥିବା ବସ୍ତୁକୁ ନମ୍ରତା ର ସହ ଗ୍ରହଣ କରିବା ଉଚିତ ।

           ସାଇ ଲୀଳା            ସାଇ ମହାରାଜା ଶିରିଡି ରେ ଅବସ୍ଥାନ ସମୟରେ ବହୁତ ଲୋକମାନେ ସାହାଯ୍ୟ ପାଇଁ ସାଇଙ୍କ ପାଖକୁ ଆସୁଥିଲେ । ସେ କାହାରିକୁ ଫେରାଇ ଦେଇ ନାହାନ୍ତି । ଥରେ ଜଣେ ନିର୍ଦ୍ଧନ ବ୍ରାହ୍ମଣ ସାଇଙ୍କ ପାଖରେ ପହଞ୍ଚି ସାହାଯ୍ୟ ପାଇଁ ପ୍ରାର୍ଥନା କଲେ । ବାବା କିଛି ସମୟ ତାକୁ ଅନାଇ ମସଜିଦ ରେ ଗୋଟିଏ କୋଣରେ ଥିବା ପୁଡିଆ ଟି ଆଣି ବ୍ରାହ୍ମଣ ହାତରେ ଦେଲେ । ସେହି ପୁଡିଆ ରେ କିଛି ମାଛ ମାଂସ ଥିଲା । ବାବା ତା ହାତରେ ଦେଲାବେଳେ କହିଲେ ଏହି ପୁଡିଆ ନେଇ ଘରେ ଖୋଲିବ; ଆଉ କେଉଁଠି ନୁହେଁ । ପୁଡିଆ ଟି ବ୍ରାହ୍ମଣ ଲୋକ ଟି ପାଇସାରିବା ପରେ ବାବାଙ୍କ ଉପରେ ମନେ ମନେ ରାଗିଗଲା । ଗାଁ ସୀମା ରେ ଥିବା ନାଳ ପାଖରେ ପୁଡିଆ କୁ ନେଇ ଖୋଲି ଦେଖିଲା ସେଥିରେ ମାଂସ ଅଛି । ମାଂସକୁ ଫୋପାଡ଼ି ଦେଇ ପୁଟୁଳା କପଡା କୁ ଧୋଇ ଘରକୁ ଫେରିଲା । ଘରେ ପହଞ୍ଚି କଫଡାକୁ ଶୁଖାଇବା ପାଇଁ ଟାଙ୍ଗି ଦେଲାବେଳକୁ  ତା ମଧ୍ୟ ରୁ ଗୋଟିଏ ସ୍ୱର୍ଣ୍ଣ ଟୁକଡା ତଳେ ପଡି ଗଲା । ତାହା ଦେଖିବା ପରେ ସେ ବହୁତ ଦୁଃଖ କଲା । ଏତେ ବଡ଼ ସନ୍ଥ ପାଖକୁ ଯାଇଥିଲି , ସେ ମଧ୍ୟ ମୋର ଗୁହାରି ଶୁଣି ଠିକ ଦାନ କରିଥିଲେ  । ଅଥଚ ମୋର କ୍ରୋଧ ପାଇଁ ଯାହା ମାଂସ ପରିକା ଦେଖା ଯାଉ ଥିଲା ତାହା ବାସ୍ତବରେ ମାଂସ ନଥିଲା । ପଶ୍ଚାତାପ କରି ଉଦାସ ମନରେ ରହିଲା । ସନ୍ଥମାନଙ...

ସାଇ ବାଣୀ -: ମନ ତୁ ଗୁରୁ ଚରଣେ ଲାଗ ।

ସାଇ ଲୀଳା  ଭଗବାନ କିମ୍ବା ଗୁରୁ ପାଖରେ ମନ ଲାଗିଲେ ଭକ୍ତ ସନ୍ତୁଷ୍ଟ ହୋଇ ଯାଏ । ମନ ଯେତେ ଅଧିକ ଲାଗିବ ସେତେ ସନ୍ତୋଷ ମିଳିବ । ଭକ୍ତ ସେତେବେଳେ ଭାବେ ମୋର ମନ ଭଗବାନଙ୍କ ଚିନ୍ତାରେ ଲାଗୁଛି । ସେ ସମୟରେ ସେ ଏକ ସୁନ୍ଦର ଅନୁଭବ ମଧ୍ୟ ପାଏ । ଏହିପରି କରିବା ଫଳରେ ସେ ପରମ ଶାନ୍ତି ପାଏ । କାରଣ ତାର ଆଶ୍ରୟ ହେଉଛନ୍ତି  କେବଳ ଭଗବାନ କିମ୍ବା ଗୁରୁ ଅଟନ୍ତି । ମନକୁ ଲଗାଇବା ତାଙ୍କର ନିକଟରେ ବହୁତ କଷ୍ଟ ଅଟେ । ବାସ୍ତବ ଜୀବନ ଟି ସବୁବେଳେ କାମନା ଭିତରେ ଡୁବି ଥାଏ । ତା ଭିତରୁ ବାହାର ହେବା ଏକ ବଡ଼ ପରୀକ୍ଷା ଅଟେ । ଧୀରେ ଧୀରେ ମନକୁ ତାଙ୍କର ପାଖରେ ଲଗାଇବା ପାଇଁ କିଛି ସମୟ ଲାଗେ । ଥରେ ସେହିଠାରେ ସଂଯୋଗ ହେଲେ ଆଉ ବାହାର ଚିନ୍ତା ମନରୁ ଅପସରି ଯାଏ । ତାଙ୍କର ପଦଯୁଗଳ ,ଛବି ଓ ରୂପ ମନକୁ ପାଗଳ କରି ପକାଏ । ବାହ୍ୟ ଜଗତର ସମସ୍ତ ଜଡ ଓ ଶରୀର ଭିତରେ ଭଗବାନ କିମ୍ବା ଗୁରୁର ଛବି ଦୃଶ୍ୟ ହୁଏ । ଏହି ଅବସ୍ଥା ହିଁ  ଶରଣାଗତି କୁହାଯାଏ  । ଏପରି ଅବସ୍ଥାରେ ଭଗବାନଙ୍କ କରୁଣା ସବୁବେଳେ ସେହିପରି ନିଷ୍ଠା ଭକ୍ତଙ୍କ ଉପରେ ପଡେ ।                     ଶିରିଡି ର ସାଇ ମହାରାଜା ପାଖରେ ଏହିପରି କିଛି ଭକ୍ତମାନେ ଥିଲେ । ତାହା ଆମେମାନେ ତାଙ୍କର ଲୀଳା କୁ ନେଇ ରଚିତ ପୁସ୍ତକ ରେ ଦେଖିବା ପାଇଁ ମିଳେ । ବାବାଙ୍କ ନିକଟରେ କିଛି ଭକ୍ତ ରହୁଥ...