Skip to main content

ସାଇ ବାଣୀ -: ସପ୍ନରେ ବି ମୁଁ ତୁମ୍ଭକୁ ମୋର ପାଖକୁ ଆଣିପାରେ ।



              ସାଇ ଲୀଳା :- ସପ୍ନରେବି ମୁଁ ତୁମ୍ଭକୁ ମୋର ପାଖକୁ ଆଣିପାରେ । 

       ଆଜିବି ସାଇ ଆମମାନଙ୍କ ପାଖକୁ  ବିଭିନ୍ନ ରୂପେ ଆସି ଥାଆନ୍ତି । ଆମେମାନେ ଶୟନ ,ସପନେ ଓ ଜାଗରଣ ରେ ଥିବା ଅବସ୍ଥାରେ ସାଇ ଆମକୁ ଦର୍ଶନ ଦେଇ ବିଭିନ୍ନ ସମସ୍ୟା ର ସମାଧାନ ସହ କଷ୍ଟକୁ ଦୂର କରନ୍ତି । ସପ୍ନ ମାଧ୍ୟମରେ ବହୁତ ଭକ୍ତ ବଡ଼ବଡ଼ ରୋଗରୁ ମଧ୍ୟ ମୁକ୍ତି ପାଇ ଅଛନ୍ତି । ଆଗକୁ ଆସୁଥିବା ଅସୁବିଧା କୁ ସପ୍ନ ଦ୍ଵାର ସଜାଗ ରହିବା ପାଇଁ ନିର୍ଦ୍ଦେଶ ଦେଇ ଥିବାର ଅନେକ ନଜିର ଅଛି । ତାଙ୍କର ଭକ୍ତ ଯେ ସପ୍ନ ପାଇବ ଏହା ଭାବିବା ଭୂଲ । ବହୁତ ନାସ୍ତିକ କିମ୍ବା ସାଇ ବାବାଙ୍କୁ ଜାଣିନଥିବା ଅନେକ ଚରିତ୍ର କୁ ସପ୍ନ ରେ ଟାଣି ନେଇ ଅଛନ୍ତି । 

                   ସୁଦୂର ଦିଲ୍ଲୀ ସହରର ଲକ୍ଷ୍ମୀଚାନ୍ଦ ନାମକ ଜଣେ ଲୋକ କୁ ବାବା ସପ୍ନ ଦ୍ୱାରା ଶିରିଡି କୁ ଟାଣି ଆଣି ଥିଲେ । ସେ ଭଦ୍ରବ୍ୟକ୍ତି ବହୁତ ସାଧୁସନ୍ଥ ଦର୍ଶନ ସହିତ  ଦେବଦେବୀ  ପୂଜାର୍ଚ୍ଚନା ରେ ସମୟ କାଟୁଥିଲେ । ହଠାତ ଦିନେ ରାତିରେ ସାଇଙ୍କୁ ସପ୍ନରେ ଦେଖିଲେ କିନ୍ତୁ ସେ ଜାଣି ପାରିଲେ ନାହିଁ କାହାକୁ ସପ୍ନ ରେ ଦେଖିଲେ । ଯେତେବେଳେ ଦାସଗଣୁ ବାବାଙ୍କ ଫଟୋ ରଖି ତାଙ୍କର ମହିମା କୀର୍ତ୍ତନ କରୁଥାନ୍ତି ସେ ସମୟରେ ସେ ସାଇ ବାବାଙ୍କର ଫଟୋ ଦେଖି ସପନର କଥା ଭାବିଲେ , ଏହି ସନ୍ଥ ହିଁ ତାଙ୍କର ସପ୍ନ ରେ ସେଦିନ ଆସିଥିଲେ । ସେହି କୀର୍ତ୍ତନରେ ଦାସଗଣୁ ଏତେ ଭାବରେ ସାଇ ବାବାଙ୍କର ଗୁଣ ଗାରିମା କରୁଥିଲେ ଯେ ତାହା ଶୁଣି ସେ  ସଙ୍ଗେ ସଙ୍ଗେ ସ୍ଥିର କଲେ ଶିରିଡି ଯାଇ ବାବାଙ୍କୁ ଦର୍ଶନ କରିବେ । ଶିରିଡି ଯିବା ପାଇଁ ତାଙ୍କ ପାଖରେ କିଛି ଅର୍ଥ ର ଅଭାବ ଥିଲା । ସେ କରଜ କରି ଶିରିଡି ଗଲେ । ଶିରିଡି ରେ ପହଞ୍ଚି ସାଇ ବାବା ଙ୍କୁ ଦରଶନ ପାଇଁ  ଗଲେ ଓ ଦର୍ଶନ ମଧ୍ୟ କରି ଅଶେଷ ଆନନ୍ଦ ପାଇଲେ । ବାବା ତାଙ୍କୁ ଦେଖି କହିଲେ ଓଧାର କରି ଶିରିଡି ଆସିବାର କଣ ଦରକାର ଥିଲା । ଏକଥା ଶୁଣି ଲକ୍ଷ୍ମୀଚାନ୍ଦ ଚମକି ପଡ଼ି ଥିଲେ ଏବଂ ସେ ଜାଣି ପାରିଲେ ସାଇ ହିଁ ସର୍ବ ଅନ୍ତର୍ଯ୍ୟାମୀ । 

     


             ସପ୍ନରେ ଦର୍ଶନ ସ୍ୱୟଂ ସାଇ ବାବାଙ୍କ ଦର୍ଶନ ସହିତ ସମାନ । ଅଧିକାଂଶ ଭାବନ୍ତି ସପ୍ନ ରେ ଦୃଶ୍ୟମାନ ଘଟଣା ସତ୍ୟ ହୋଇ ନଥାଏ । କିନ୍ତୁ ଯଦି ସଦଗୁରୁଙ୍କର ଦର୍ଶନ ସପ୍ନ ମାଧ୍ୟମରେ ହୁଏ ତାହେଲେ ଆମେମାନେ ବିଚଳିତ ହେବା ଉଚିତ ନୁହେଁ । ସପ୍ନ ରେ ଗୁରୁ ଦର୍ଶନ ହିଁ ସାକ୍ଷାତ ଦର୍ଶନ ସହ ସମାନ ।


ସାଇ ସାଇ ସାଇ 

Comments

Popular posts from this blog

ସାଇ ବାଣୀ -: ତୁମ କଷ୍ଟର ଅନ୍ତ ଘଟିବ , ମୁଁ ତୁମ୍ଭର କଷ୍ଟ ନେବା ପାଇଁ ପ୍ରସ୍ତୁତ ।

           ସାଇ ଲୀଳା - ସବୁ କଷ୍ଟର ଅନ୍ତ ଘଟିବ ,ମୁଁ ତୁମ୍ଭର କଷ୍ଟ ନେବା ପାଇଁ ପ୍ରସ୍ତୁତ ।         ସାଇ ବାବା ତାଙ୍କର ଭକ୍ତ ମାନଙ୍କର ଅର୍ଥ ,ରୋଗ କିମ୍ବା ମାନସିକ ସ୍ତରର ସମସ୍ତ କଷ୍ଟକୁ ନିଜେ ନେଇ ଭକ୍ତଙ୍କ ମୁହଁରେ ଖୁସି ଦେଖୁଥିଲେ । ସେହି ପାଇଁ ବହୁତ ଭକ୍ତ ତାଙ୍କର ଆଶୀର୍ବାଦ ପାଇଁ ବହୁତ ଦିନ ଶିରିଡି ରେ ପଡ଼ି ରହୁଥିଲେ । ସମ୍ପୁର୍ଣ୍ଣ ସମର୍ପଣ ଭାବକୁ ବାବା ସବୁବେଳେ ଆମମାନଙ୍କ ପାଖରୁ ଆଶା କରୁଥିଲେ । ଯାହାର ଭାବ ଅତି ଉନ୍ନତ ଥିଲା ସେ ହିଁ ବେଶୀ କୃପା ପାଇ ପାରୁଥିଲା । ଆଜି ଅନେକ ଭକ୍ତ ତାଙ୍କର ଜୀବନକୁ ନେଇ ରଚିତ ପୁସ୍ତକ ସାଇ ସତଚରିତ ପଢ଼ି ତାଙ୍କର କୃପା ପାଇ ପାରୁ ଅଛନ୍ତି । ନିତ୍ୟ ପଠନ ଫଳରେ ସାଇ ବାବା ତାଙ୍କର ଅତି ନିଜର ହୋଇ ପାରି ଅଛନ୍ତି । ନିତ୍ୟ ପଠନ କରୁଥିବା ଚରିତ୍ର ମାନଙ୍କର ସାଇ ସବୁବେଳେ  ସୁମାର୍ଗ ଦେଖାଉ ଅଛନ୍ତି ।              ବାବା ସବୁବେଳେ ଭକ୍ତଙ୍କ ପାଇଁ  ଅନେକ କଷ୍ଟ ନିଜେ ସହ୍ୟ କରୁଥିଲେ । ପୁନେର ଶ୍ରୀମତି ତାରାବାଇ ସଦାଶିବ ତାରଖଡ଼ ଚକ୍ଷୁ ରୋଗରେ ପୀଡିତ ଥିଲେ । ବହୁତ ଡାକ୍ତର ଦେଖାଇଲେ ହେଲେ ରୋଗ ଆଦୌ ଭଲ ହେଲା ନାହିଁ । ଶୁଣିବାକୁ ପାଇଲେ ଯେ , ଶିରିଡି ରେ ସାଇବାବାଙ୍କ ପାଖକୁ ଅନେକ ରୋଗୀ ଭଲ ହୋଇ ଆସୁ ଅଛନ୍ତି । ସେ ଶିରିଡିକୁ ଆସିଲେ ଏବଂ...

ସଦଗୁରୁ ଦେଇଥିବା ବସ୍ତୁକୁ ନମ୍ରତା ର ସହ ଗ୍ରହଣ କରିବା ଉଚିତ ।

           ସାଇ ଲୀଳା            ସାଇ ମହାରାଜା ଶିରିଡି ରେ ଅବସ୍ଥାନ ସମୟରେ ବହୁତ ଲୋକମାନେ ସାହାଯ୍ୟ ପାଇଁ ସାଇଙ୍କ ପାଖକୁ ଆସୁଥିଲେ । ସେ କାହାରିକୁ ଫେରାଇ ଦେଇ ନାହାନ୍ତି । ଥରେ ଜଣେ ନିର୍ଦ୍ଧନ ବ୍ରାହ୍ମଣ ସାଇଙ୍କ ପାଖରେ ପହଞ୍ଚି ସାହାଯ୍ୟ ପାଇଁ ପ୍ରାର୍ଥନା କଲେ । ବାବା କିଛି ସମୟ ତାକୁ ଅନାଇ ମସଜିଦ ରେ ଗୋଟିଏ କୋଣରେ ଥିବା ପୁଡିଆ ଟି ଆଣି ବ୍ରାହ୍ମଣ ହାତରେ ଦେଲେ । ସେହି ପୁଡିଆ ରେ କିଛି ମାଛ ମାଂସ ଥିଲା । ବାବା ତା ହାତରେ ଦେଲାବେଳେ କହିଲେ ଏହି ପୁଡିଆ ନେଇ ଘରେ ଖୋଲିବ; ଆଉ କେଉଁଠି ନୁହେଁ । ପୁଡିଆ ଟି ବ୍ରାହ୍ମଣ ଲୋକ ଟି ପାଇସାରିବା ପରେ ବାବାଙ୍କ ଉପରେ ମନେ ମନେ ରାଗିଗଲା । ଗାଁ ସୀମା ରେ ଥିବା ନାଳ ପାଖରେ ପୁଡିଆ କୁ ନେଇ ଖୋଲି ଦେଖିଲା ସେଥିରେ ମାଂସ ଅଛି । ମାଂସକୁ ଫୋପାଡ଼ି ଦେଇ ପୁଟୁଳା କପଡା କୁ ଧୋଇ ଘରକୁ ଫେରିଲା । ଘରେ ପହଞ୍ଚି କଫଡାକୁ ଶୁଖାଇବା ପାଇଁ ଟାଙ୍ଗି ଦେଲାବେଳକୁ  ତା ମଧ୍ୟ ରୁ ଗୋଟିଏ ସ୍ୱର୍ଣ୍ଣ ଟୁକଡା ତଳେ ପଡି ଗଲା । ତାହା ଦେଖିବା ପରେ ସେ ବହୁତ ଦୁଃଖ କଲା । ଏତେ ବଡ଼ ସନ୍ଥ ପାଖକୁ ଯାଇଥିଲି , ସେ ମଧ୍ୟ ମୋର ଗୁହାରି ଶୁଣି ଠିକ ଦାନ କରିଥିଲେ  । ଅଥଚ ମୋର କ୍ରୋଧ ପାଇଁ ଯାହା ମାଂସ ପରିକା ଦେଖା ଯାଉ ଥିଲା ତାହା ବାସ୍ତବରେ ମାଂସ ନଥିଲା । ପଶ୍ଚାତାପ କରି ଉଦାସ ମନରେ ରହିଲା । ସନ୍ଥମାନଙ...

ସାଇ ବାଣୀ -: ଉଦି ହିଁ ଶ୍ରେଷ୍ଠ ଔଷଧ । ବିଶ୍ୱାସର ସହ ସେବନ କର ।

   ସାଇ ଲୀଳା -: ଉଦି ହିଁ ସବୁ ପ୍ରକାରର ଔଷଧ ରୂପେ କାମ କରେ ।                         ସବୁ ସନ୍ଥମାନଙ୍କ ଆଚାର ଓ ବ୍ୟବହାର ଭିନ୍ନ ଭିନ୍ନ ଅଟେ । ସାଇ ବାବା ଶିରିଡି ରେ ଧୁନି ଲଗାଇ ସେଥିରୁ ବାହାରୁଥିବା ଭସ୍ମ କୁ ଲୋକ ମାନଙ୍କୁ ଦେଇ ବିଭିନ୍ନ ବଡ଼ବଡ଼ ବ୍ୟାଧିକୁ ଦୂର କରୁଥିଲେ । ରୋଗ ମୁକ୍ତ କରିବା ବାବାଙ୍କର ଏହା ଥିଲା ଏକ ଉପାୟ । ଉଦି ହିଁ ରୋଗରେ ପୀଡିତ ମାନଙ୍କର ଏଇ ବଡ଼ ଔଷଧ ଥିଲା । ଏପରି ଦେଖିବାକୁ ମିଳିଛି ଯେ , କିଛି ଭକ୍ତ ପାଖରେ ଉଦି ନଥିଲେବି ସେମାନେ ରାସ୍ତା ର ଧୂଳି ,ଧୁପ କାଠି ର ଭସ୍ମ କୁ ବ୍ୟବହାର କରି ଉଦି ର ଫଳ ପାଇ ଅଛନ୍ତି । ଏଠାରେ ବିଶ୍ୱାସ ସବୁଠାରୁ ବଡ଼ ଅଟେ । ସାଇ ବାବା ଦେଉଥିବା ଉଦି କୁ ଯିଏ ବିଶ୍ୱାସ ରେ କପାଳରେ ଲଗେଇ ଅଛି ସେ ଉପକୃତ ହୋଇ ଅଛି । ଯଦି କେହି ବାବାଙ୍କ ରୂପ କୁ ଚିନ୍ତା କରି ଉଦି ସେବନ କରିଛି ସେ ମଧ୍ୟ ରୋଗ ମୁକ୍ତ ହୋଇ ପାରିଛି ।              ନାରାୟଣ ରାଓ ନାମକ ଜଣେ ଭକ୍ତ ତାଙ୍କର ବନ୍ଧୁ ରାମଚନ୍ଦ୍ର କୁ ଗୋଟିଏ କଙ୍କଡ଼ା ବିଛା କାମୁଡି ଥିଲା । ସେ ବହୁତ କଷ୍ଟ ପାଇଲେ । କଷ୍ଟ ଦୂର କରିବା ପାଇଁ ଉଦି ଖୋଜିଲେ ହେଲେ ଉଦି ପାଇଲେ ନାହିଁ । ରାମଚନ୍ଦ୍ର ଉଦି ନପାଇ ବାବାଙ୍କ ପାଖରେ ଜଳା ଯାଇଥିବା ଧୂପ ର ଭସ୍ମ କୁ ବିଛା ...