ସାଇ ଲୀଳା -:ଶିରିଡି ମାଝେ ପଣ୍ଢରପୁର ,ସାଇ ବାବା ରମାବର ।।
ପଣ୍ଢରପୁରରେ ବିଠଲ ଭଗବାନ ଅଛନ୍ତି । ବିଠଲା ଆଉ ଶିରିଡି ର ସାଇନାଥଙ୍କୁ ଭଗବାନ ରୂପେ ଗଣୁ ବର୍ଣ୍ଣନା କରିଅଛନ୍ତି । ସେ ଅତି ସାଧାରଣ ଭକ୍ତ ନୁହନ୍ତି । ସିଏ ହେଉଛନ୍ତି ଦାସଗୁଣ ମହାରାଜା । ତାଙ୍କର ଲିଖିତ ଆରତୀ ଗାନ ରେ ଶିରିଡି ମାଝେ...........ବାବା ରମାବର ଦେଖିବା ପାଇଁ ମିଳେ । ଥରେ ଦାସଗୁଣ ବାବାଙ୍କ ପାଖରେ ବସିଥିବା ସମୟରେ କହିଲେ , ବାବା ମୋର ଗଙ୍ଗା ନଦୀରେ ସ୍ନାନ କରିବା ପାଇଁ ଇଛା ହେଉଛି । ବାବା କହିଲେ ଏତେ ଦୂର କଣ ପାଇଁ ଯିବ । ଗଙ୍ଗାତ ମୋର ଚରଣରେ ରହିଛି । ତୁମେ ସେଠାକୁ ଯାଅ ନାହିଁ । ଏହି କଥା ଶୁଣି ଦାସଗୁଣ ଖୁସି କି ସନ୍ତୁଷ୍ଟ ହେଲେ ନାହିଁ । ବାବା ଗଣୁଙ୍କ ମନର ଭାବନା କୁ ଦେଖି ପାରି ବାବା ସେହି ସ୍ଥାନରେ ଚମତ୍କାର କରିଲେ । ନିଜର ଶ୍ରୀଚରଣ ରୁ ଗଙ୍ଗା ବହିଚାଲିଲା । ସେହି ପାବନ ପଦଯୁଗଳରେ ପବିତ୍ର ଗଙ୍ଗା ର ଜଳ ଦେଖି ଗଣୁ ଆଶ୍ଚର୍ଯ୍ୟ ହୋଇ ଗଲେ ।ଭାବ ଓ ଭକ୍ତି ରେ ସେହି ଜଳକୁ ଅଞ୍ଜୁଳା ରେ ଆଣି ଚରଣୋଦକରୂପେ ଗ୍ରହଣ କରିଲେ । କିଛି ଜଳ ଗଣୁ ନିଜର ମୁଣ୍ଡରେ ଛିଞ୍ଚିଲେ ।
ଏଥିରୁ ଆମେମାନେ ବୁଝିବା ଉଚିତ ଯେ ,ସାଇ ମହାରାଜା ସବୁ କଳା ରେ ପରିପୂର୍ଣ୍ଣ ଥିଲେ । ଭଗବାନଙ୍କ ମୁଖ୍ୟତଃ ତିନୋଟି କଳା ଆମକୁ ଦେଖାଯାଏ । ସୃଷ୍ଟି ରଚନା କରିବା ,ରକ୍ଷା କରିବା ଓ ମୋକ୍ଷ କରିବା ଏହି ତିନି କଳା ସାଇ ବାବା ପାଖରେ ଥିଲା । ତାଙ୍କର ଦିବ୍ୟଶକ୍ତି ବଳରେ ସେ ଭକ୍ତଙ୍କୁ ବିଭିନ୍ନ ସଙ୍କଟରୁ ରକ୍ଷା କରୁଥିଲେ । ଆଜି ସମସ୍ତେ ଏପରି ସଙ୍କଟ ପଡ଼ି ଛଟପଟ ହୋଉଅଛେ କିନ୍ତୁ ତାଙ୍କର ନାମ ଆଉ ରୂପ କୁ ଭୂଲି ଯାଉ ଅଛେ ।ଫଳରେ ଆମର ଅସୁବିଧା ଚାରିପଟେ ଘୁରି ବୁଲୁଅଛି ।
ସାଇ ସାଇ ସାଇ



Sai sai sai
ReplyDelete