ସାଇ ଲୀଳା
କୌଣସି ଗୋଟିଏ ସତକର୍ମ କରିବା ପାଇଁ ଇଚ୍ଛା ବଳାଇଲେ ମଝିରେ ମଝିରେ ବହୁତ ବାଧା ବିଘ୍ନ ଆସେ । କିଛି ନାସ୍ତିକ କିମ୍ବା ଦୁଷ୍ଟ ଶ୍ରେଣୀ ର ଲୋକମାନେ ସତ କର୍ମ କରିବା ବେଳେ ବାରଣ କରନ୍ତି । ଏପରି ଚରିତ୍ର ମାନଙ୍କ ଠାରୁ ଦୂରରେ ରହି ,ତାଙ୍କ କଥାକୁ ମହତ୍ତ୍ଵ ନଦେଇ ନିଜ ବୁଦ୍ଧି ଓ ବିବେକ ଦ୍ୱାରା ସିଦ୍ଧାନ୍ତ ନେବା ଦରକାର । ଯେଉଁ ମାନେ ସବୁବେଳେ ଭଲ ବିଚାରଧାରା ରଖୁଥିଲେ ବାବା ସେମାନଙ୍କୁ ସବୁବେଳେ ସାହାଯ୍ୟ କରୁଥିଲେ । ଭକ୍ତ କିପରି ନିୟମିତ ରୂପେ ସେହି କାର୍ଯ୍ୟ କରିବ ସେହି ପାଇଁ ବାବା ସବୁବେଳେ ସାହାଯ୍ୟ ପାଇଁ ସବୁବେଳେ କୃପା ପ୍ରଦାନ କରୁଥିଲେ । ହେମାଡ଼ପନ୍ଥ ନିୟମ କରି ଥିଲେ ଯେ , ଏକାଗ୍ରଚିତ୍ତ ହୋଇ ରାମ ନାମର ଧ୍ୟାନ ,, ସ୍ମରଣ ,ଓ କୀର୍ତ୍ତନ ପ୍ରତ୍ୟେକ ଗୁରୁବାର ସକାଳେ କରିବେ । ଏହି ସମୟରେ ସାଇ ହେମାଡ଼ପନ୍ଥ ର ଭିତରେ ଉଠିଥିବା ଚିନ୍ତା କୁ ସାଇ ବାବା ବୁଝି ପାରିଥିଲେ । ସେହି ସମୟରେ ହେମାଡ଼ପନ୍ଥ ଦେଖିଲେ ସାଇ ବାବାଙ୍କ ସମ୍ମୁଖରେ ଖୋଲା ଅଗଣାରେ ଜଣେ ଗାୟକ ହାତରେ ତାଂତୁରୀ ଧରି ଭଗବାନ ରାମଙ୍କର ଗୁଣ ଗାନ କରୁଛନ୍ତି । ଏହି ଘଟଣା ଦେଖି ତାଙ୍କର ଦୈବ କାର୍ଯ୍ୟ କରିବାର ସାହସ ଦୁଇ ଗୁଣ ହୋଇ ଗଲା । ସେ ଭାବିଲେ ମୋର ଚିନ୍ତା ବାବା ଶୁଣି ଏପରି ସାହାଯ୍ୟ କରୁ ଅଛନ୍ତି ।
ଗୁରୁ ମାର୍ଗରେ ଚାଲିବା ଏତେ ସହଜ ନୁହେଁ । କିନ୍ତୁ ଚାଲିବା ପାଇଁ ମନୋବଳ ଦୃଢ କରିଲେ ଗୁରୁ ଭକ୍ତ ର ହାତ ଧରି ନିଅନ୍ତି । ଯେପରି ମାଆ ଶିଶୁ ର ହାତ ଧରି ଚଲାଇବା ଶିକ୍ଷା ଦିଏ । ପରୀକ୍ଷା ସବୁ ମୁହୁର୍ତ୍ତରେ ଦେବାପାଇଁ ପଡେ । ଭକ୍ତ ଧୀରେ ଧୀରେ ସବୁ ସେପାନକୁ ଅତିକ୍ରମ କରେ । ସବୁବେଳେ ,ସବୁଠି ଓ ସବୁସମୟରେ ଗୁରୁଙ୍କର ଛବି ତାର ସାମ୍ନାରେ ଦୃଶ୍ୟମାନ ହୁଏ ।
ସାଇ ସାଇ ସାଇ



Sai sai sai 🙏
ReplyDelete