ସାଇ ଲୀଳା -: କେବଳ ମତେ ସ୍ମରଣ କର ଦେଖବ ତୁମ୍ଭର ଯାତ୍ରା କେତେ ଆନନ୍ଦ ଅନୁଭବ ହେବ । ନିତିଦିନ ଆମେ ସମସ୍ତେ କିଛି ଯାତ୍ରା କରିଥାଉ ।ତାହା ହୁଏତ ନିକଟସ୍ଥ କିମ୍ବା ଦୂରକୁ । କର୍ମମୟ ଜୀବନରେ ଗାଡ଼ି ,ରେଳଗାଡି ,ବସ କିମ୍ବା ନିଜସ୍ୱ ଯାନବାହନ ରେ ଯିବାକୁ ପଡେ ।ସବୁବେଳେ ଯାତ୍ରା ସୁଖ ଆଣି ନଥାଏ ।ଏପରି ବେଳେ ବେଳେ ବହୁତ କଷ୍ଟରେ ଯାତ୍ରା କରିବା ପାଇଁ ପଡେ । ବହୁତ ବିଳମ୍ବ କିଛି କାରଣ ନଥାଇ ହୁଏ । ଆକାଶ ରେ କଳାମେଘ ପରି ମହା ବିପଦ ରାସ୍ତାରେ ହିଁ ଦେଖାଦିଏ । ରାସ୍ତାରେ ବହୁ ସମୟ ବିପଦପୂର୍ଣ୍ଣ ହୋଇ ଥାଏ କିନ୍ତୁ କାର୍ଯ୍ୟ ପାଇଁ ତ ସେହି ରାସ୍ତା ହିଁ ଭରସା ହୋଇ ଥାଏ । ଇଶ୍ଵର ବିଶ୍ୱାସ ଥିବା ଯାତ୍ରୀ ର ଯାତ୍ରା ସବୁବେଳେ ସୁଖମୟ ହୋଇ ଥାଏ । ସଦଗୁରୁଙ୍କ ଉପରେ ଭରସା ରଖି ଯାତ୍ରା କରୁଥିବା ପଥିକ ର ଯାତ୍ରା ସବୁବେଳେ ମଙ୍ଗଳମୟ ହୋଇ ଥାଏ । କିଛି ଦୁର୍ଘଟଣା ଆସିବା ର ଦେଖିବା କୁ ମିଳେନାହିଁ । ଥରେ ଗଣପତ ଧଣ୍ଡକଦମ ତାଙ୍କ ପରିବାର ସହିତ ରେଳଗାଡି ରେ ଯାତ୍ରା କରୁଥିବା ସମୟରେ ରେଳଗାଡି ଉପରେ ଡକାୟତ ମାନଙ୍କର ଆକ୍ରମଣ ହୋଇ ଥିଲା । ସେ ଓ ତାଙ୍କର ପରିବାର ର ସମସ୍ତ ସଦସ୍ୟ ଭୟଭୀତ ହୋଇ ଗଲେ । ତାଙ୍କ ନିକଟକୁ ଡ଼କାୟତ ମାନେ ଆକ୍ରମଣ କରିବା ପାଇଁ ଆସିବା ବେଳେ ସେମାନେ ଜୋରରେ ସାଇଙ୍କର ଭଜନ ଗାଇ ଚାଲିଲେ । ଡକାୟତି ଉ...
saisaisaiindia is a blog about sai's quote and leelas of sai baba SAI SAI SAI